Categories
ଆଜିର ଖବର ଜାତୀୟ ଖବର

ସାର ଉପରେ ସବସିଡି ଏବଂ ୧୦୦ ଟି ସୈନିକ ବିଦ୍ୟାଳୟକୁ ଅନୁମୋଦନ ଦେଲା ମୋଦୀ କ୍ୟାବିନେଟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ବୈଠକରେ ସାର ଉପରେ ସବସିଡି ପ୍ରଦାନ ନିଷ୍ପତ୍ତି କ୍ୟାବିନେଟ ଅନୁମୋଦନ କରିଛି। ଏହି ବୈଠକରେ ସୈନିକ ସ୍କୁଲ୍ ସୋସାଇଟି ଅଧୀନରେ ଥିବା ୧୦୦ ବେସରକାରୀ ଏବଂ ସରକାରୀ ସୈନିକ ବିଦ୍ୟାଳୟର ମାନ୍ୟତା ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଏହା ବ୍ୟତୀତ ଅଟଳ ନବୀକରଣ ଏବଂ ସହରୀ ପରିବର୍ତ୍ତନ ମିଶନ ୨.୦କୁ ମଧ୍ୟ କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ହୋଇଛି।

କେନ୍ଦ୍ର କ୍ୟାବିନେଟ୍ ଆଜି ଫସଫେଟ୍, ପୋଟାଶ୍ ସାର ପାଇଁ ୨୮ ହଜାର ୬୫୫ କୋଟି ଟଙ୍କା ଅତିରିକ୍ତ ସବସିଡି ଅନୁମୋଦନ କରିଛି। ଏହି ସବସିଡି ଅକ୍ଟୋବର ୧ ତାରିଖରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଲାଗୁ ହେବ।