Categories
ଆଜିର ଖବର ଜାତୀୟ ଖବର

ହତ୍ୟା ଖବରକୁ ଖଣ୍ଡନ କଲେ କୁସ୍ତି ଖେଳାଳି ନିଶା ଦାହିୟା: ସୋସିଆଲ ମିଡିଆରେ ଜାରି କଲେ ଭିଡିଓ

ଚଣ୍ଡିଗଡ଼: ରେସଲର ନିଶା ଦାହିୟା ଏକ ଭିଡିଓ ଜାରି କରି ସ୍ପଷ୍ଟ କରିଛନ୍ତି ଯେ, ସେ ସମ୍ପୂର୍ଣ୍ଣ ଭଲ ଅଛନ୍ତି। ଗଣମାଧ୍ୟମରେ ହରିୟାଣାରେ ନିଶାଙ୍କ ଗୁଳିର ଖବର ଆସିବା ପରେ ସେ ଏହି ଭିଡିଓ ଜାରି କରିଛନ୍ତି। ଭିଡିଓରେ ନିଶାଙ୍କ ପାଖରେ ଅଲିମ୍ପିକ୍ ଗେମ୍ସର ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲିକ୍ ଅଛନ୍ତି। ଭିଡିଓରେ ନିଶା କହୁଛନ୍ତି ଯେ, ସେ ବର୍ତ୍ତମାନ ସିନିୟର ନ୍ୟାସନାଲ ଚାମ୍ପିୟନଶିପ ପାଇଁ ୟୁପି ଗୋଣ୍ଡାରେ ଅଛନ୍ତି। ୟୁ-୨୩ ବିଶ୍ୱ ଚାମ୍ପିଅନସିପ୍ ବ୍ରୋଞ୍ଜ ପଦକ ବିଜେତା ନିଶା ଦହିୟା ଉତ୍ତରପ୍ରଦେଶର ଗୋଣ୍ଡାଠାରେ ଜାତୀୟ ଚାମ୍ପିୟନଶିପ୍‌ରେ ଭାଗ ନେବାକୁ ଯାଉଛନ୍ତି।

https://www.instagram.com/p/CWGNBcnJ4iA/?utm_source=ig_embed&ig_rid=43c517f0-01ce-4c19-bc4a-97b66280e22f

ରିପୋର୍ଟରେ କୁହାଯାଇଛି ଯେ, ଗତ ସପ୍ତାହରେ ବିଶ୍ୱ ଚାମ୍ପିୟନଶିପ୍‌ରେ ଦେଶକୁ ଗର୍ବିତ କରିଥିବା କୁସ୍ତିଯୋଦ୍ଧା ଏବଂ ତାଙ୍କ ଭାଇ ସୁରଜଙ୍କୁ ଆଜି ସୋନୀପତର ସୁଶୀଲ କୁମାର ରେସଲିଂ ଏକାଡେମୀରେ ଗୁଳି କରାଯାଇଥିଲା।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଖରାପ ସମୟରେ ଭାରତ ଆମକୁ ସମର୍ଥନ କରିଥିଲା, ଆମେ ଚାହୁଁନୁ ହିନ୍ଦୁମାନଙ୍କ କୌଣସି କ୍ଷତି ହେଉ: ଶେଖ ହସିନା

ନୂଆଦିଲ୍ଲୀ: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ନିକଟରେ ଦେଶରେ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ହିଂସା ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛନ୍ତି। ଏଭଳି ଘଟଣାର ଅପରାଧୀମାନେ ଶୀଘ୍ର ଧରାଯିବେ ବୋଲି ଶେଖ ହସିନା କହିଛନ୍ତି। ଏହା ସହିତ ସେ କହିଛନ୍ତି ଯେ ଆମେ କେବେ ଚାହୁଁନାହୁଁ ଯେ ଏପରି ଘଟଣା ଘଟିବ ଯାହା ଆମ ଦେଶର ହିନ୍ଦୁମାନଙ୍କୁ କ୍ଷତି ପହଞ୍ଚିବ।

ଶେଖ ହସିନା ତାଙ୍କ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟକୁ କହିଛନ୍ତି ଯେ, ଆପଣମାନେ ଏହି ମାଟିରେ ଜନ୍ମ ନେଇଛନ୍ତି ଏବଂ ଆପଣ ସମସ୍ତେ ଏଠାରେ ଏହି ମାଟିର ସନ୍ତାନ ଅଟନ୍ତି। ଏଠାରେ ଛୋଟ ଜନସଂଖ୍ୟାରେ ନିଜକୁ ଗଣନା କରନ୍ତୁ ନାହିଁ। ଘଟିଥିବା ଘଟଣାଗୁଡ଼ିକ ଉପରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ ଏବଂ ଖୁବ୍ ଶୀଘ୍ର ଆମେ ଏପରି ଘଟଣା ଘଟାଇଥିବା ଲୋକଙ୍କୁ ମଧ୍ୟ ଗିରଫ କରିବୁ। ଆମର ଖରାପ ସମୟରେ ଭାରତ ଆମକୁ ସମର୍ଥନ କରିଥିଲା। ଆମେ ସବୁବେଳେ ସେମାନଙ୍କ କଥା ମାନୁ। ଆମେ କଦାପି ଚାହୁଁନାହୁଁ ଯେ, ଏପରି ଘଟଣା ଘଟିବ ଯାହା ଆମ ଦେଶର ହିନ୍ଦୁମାନଙ୍କ ପାଇଁ କକୌଣସି କ୍ଷତି ପହଞ୍ଚାଇବ।

ଧର୍ମ ବ୍ୟବହାର କରି ହିଂସା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ମଙ୍ଗଳବାର ତାଙ୍କ ଗୃହମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସତ୍ୟତା ଯାଞ୍ଚ ନକରି ସୋସିଆଲ ମିଡିଆରେ କିଛି ବିଶ୍ଵାସ ନକରିବାକୁ ସେ ଲୋକଙ୍କୁ କହିଥିଲେ।

ଗତ ବୁଧବାର ଦିନ ଦୁର୍ଗା ପୂଜା ଉତ୍ସବରେ ସୋସିଆଲ ମିଡିଆରେ ଏକ ନିନ୍ଦା ପୋଷ୍ଟ ଆସିବା ପରେ ବାଂଲାଦେଶର ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ତୀବ୍ର ହୋଇଛି। ରବିବାର ବିଳମ୍ବିତ ରାତିରେ ମାଓବାଦୀମାନେ ବାଂଲାଦେଶର ୬୬ ଘରକୁ ନଷ୍ଟ କରି ହିନ୍ଦୁମାନଙ୍କ ଅତି କମରେ ୨୦ଟି ଘରେ ନିଆଁ ଲଗାଇ ଦେଇଥିଲେ।

ମଙ୍ଗଳବାର ଦିନ ସାପ୍ତାହିକ କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ହସିନା ଗୃହମନ୍ତ୍ରୀ ଅସଦୁଜମାନ ଖାନଙ୍କୁ ଧର୍ମ ବ୍ୟବହାର କରି ହିଂସା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହ ଗୃହମନ୍ତ୍ରୀ କହିଛନ୍ତି ଯେ ଏହି ମାମଲା ବ୍ୟକ୍ତିଗତ ଏବଂ ଏହା ବାଂଲାଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗ।

ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ଉପରେ ହୋଇଥିବା ଆକ୍ରମଣ ବିରୋଧରେ ଭାରତରେ ବିରୋଧ ପ୍ରଦର୍ଶନ କରିଥିବା ଆନ୍ତର୍ଜାତୀୟ ସୋସାଇଟି ଫର କୃଷ୍ଣ ଚେତନା (ISKCON) ମଙ୍ଗଳବାର ଦିନ କହିଛି ଯେ ସ୍ୱର ଉତ୍ତୋଳନ କରିବା ପାଇଁ ଅକ୍ଟୋବର ୨୩ ତାରିଖରେ ଏକ ଦିନିଆ ବିଶ୍ୱସ୍ତରୀୟ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଯୋଜନା କରିଛି।

ଗତ ସପ୍ତାହରେ ହୋଇଥିବା ଦୁର୍ଗା ପୂଜା ପର୍ବରେ ବାଂଲାଦେଶରେ ପ୍ରଥମ ଥର ପାଇଁ ହିନ୍ଦୁ ବିରୋଧୀ ହିଂସା ଆରମ୍ଭ ହୋଇଥିବାରୁ ଇସ୍କନ କୋଲକାତା ସମେତ ଭାରତରେ ବିରୋଧ ପ୍ରଦର୍ଶନ କରିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତଥା ମିଳିତ ଜାତିସଂଘର ହସ୍ତକ୍ଷେପ ଲୋଡିଛି। ଏହାର ସଦସ୍ୟମାନେ କୋଲକାତାରେ ବାଂଲାଦେଶ ଡେପୁଟି ହାଇ କମିଶନ ବାହାରେ ମଧ୍ୟ ବିରୋଧ କରିଥିଲେ।

Categories
ଆଜିର ଖବର ବ୍ୟବସାୟ

ବାଙ୍ଗାଲୁରୁର ଏକ ରେଷ୍ଟୁରାଣ୍ଟରେ ପ୍ରସ୍ତୁତ ଏହି ଖାଦ୍ୟକୁ ଦେଖନ୍ତୁ, ଏହା କଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଏହି ଫଟୋଟି ବର୍ତ୍ତମାନ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହା ହେଉଛି ଇଡିଲ୍ ଆଉ ଚଟଣୀ। ଆଇସକ୍ରିମ କାଠିରେ ଏହି ଇଡିଲ୍ ପ୍ରସ୍ତୁତ କରାଯାଇଛି। ବାଙ୍ଗାଲୁରୁର ଏକ ରେଷ୍ଟୁରାଣ୍ଟ ଏହି ଭିନ୍ନ ପ୍ରକାରର ଇଟିଲ୍ ପ୍ରସ୍ତୁତ କରି ଗ୍ରାହକଙ୍କୁ ଯୋଗାଉଛି। ଫଳରେ ଲୋକମାନେ ଆଇସକ୍ରିମ ଖାଇବା ପରି ସେହି କାଠିକୁ ଧରି ଇଡିଲ୍ ଖାଇବେ।

ସୋସିଆଲ ମିଡିଆରେ ଏହି ଫଟୋଟି ବେଶ ଭାଇରାଲ ହେବାରେ ଲାଗିଛି। ଫଟୋରେ ଦୁଇଟି ଇଡିଲ୍ ପ୍ଲେଟରେ ଥୁଆଯାଇଥିବା ବେଳେ ଅନ୍ୟଟି ଚଟଣୀରେ ଡୁବି କରି ରହିଛି। ପାଖରେ ନଡିଆ ଚଟଣୀ ରଖାଯାଇଛି। ଏହି ଫଟୋଟି ଏପରି କରାଯାଇଛି ଯେ ଦେଖିବ ତା ପାଟିରୁ ଲାଲ ବାହାରିବ।

ଏହି ଫଟୋଟି ଦେଶର ବହୁ ପ୍ରମୁଖ ବ୍ୟକ୍ତି ସେୟାର କରିବାରେ ଲାଗିଛନ୍ତି। ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କଂପାନୀର ମାଲିକ ଆନନ୍ଦ ମହିନ୍ଦ୍ରା ଏହାକୁ ଟୁଇଟ କରିଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ପଦ ଛାଡିବେ ବିରାଟ କୋହିଲି, ସୋସିଆଲ ମିଡିଆରେ କଲେ ଘୋଷଣା

ନୂଆଦିଲ୍ଲୀ: ବିରାଟ କୋହଲି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ପଦ ଛାଡିବେ। ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ କୋହିଲି ଏହା ଘୋଷଣା କରିଛନ୍ତି। ସେ ଆସନ୍ତା ଟି -୨୦ ବିଶ୍ୱକପ ପରେ ଟି -୨୦ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଇସ୍ତଫା ଦେବେ।

ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ବିରାଟ କୋହଲି କହିଛନ୍ତି ଯେ, ସେ ଏହି ନିଷ୍ପତ୍ତିକୁ ଅତି ସତର୍କତାର ସହ ନେଇଛନ୍ତି। କାର୍ଯ୍ୟ ଭାରକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। ହେଲେ ଟେଷ୍ଟ ଓ ଦିନିକିଆ ଦଳରେ ଅଧିନାୟିକତ୍ଵ ବଜାୟ ରଖିବେ ବୋଲି ସେ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ପତ୍ନୀ ଆୟଶା ମୁଖାର୍ଜୀଙ୍କୁ ଛାଡପତ୍ର ଦେଲେ ଭାରତୀୟ କ୍ରିକେଟର ଶିଖର ଧାୱନ!: ସୋସିଆଲ ମିଡିଆରେ ଭାଇରାଲ ହେଲା ପୋଷ୍ଟ

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର କ୍ରିକେଟର ଶିଖର ଧାୱନଙ୍କ ପତ୍ନୀ ଆୟଶା ମୁଖାର୍ଜୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ଛାଡପତ୍ର ହେବାର ଖବର ରହିଛି। ତେବେ ଏପର୍ଯ୍ୟନ୍ତ ଶିଖର ଧାୱନଙ୍କ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ। ଆୟଶା ମୁଖାର୍ଜୀଙ୍କ ଏହି ଇନଷ୍ଟାଗ୍ରାମ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଯଦିଓ ଆୟଶାଙ୍କ ଏହି ପୋଷ୍ଟ ବର୍ତ୍ତମାନ ଭାଇରାଲ ହେଉଛି। କିନ୍ତୁ ଏପର୍ଯ୍ୟନ୍ତ ଶିଖର ଧାୱନଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଶିଖର ଏଭଳି କୌଣସି ସୂଚନା ଦେଇନାହାଁନ୍ତି। ଏଭଳି ପରିସ୍ଥିତିରେ, ଶିଖରଙ୍କ ବକ୍ତବ୍ୟ ପରେ ହିଁ ସତ୍ୟତା ଜଣାପଡିବ।

ଉଲ୍ଲେଖ ଯୋଗ୍ୟ ଯେ, ୨୦୧୨ ମସିହାରେ ଶିଖର ଧାୱନ ଏବଂ ଆୟଶା ମୁଖାର୍ଜୀ ବିବାହ କରିଥିଲେ। ଆୟେଶା ତାଙ୍କର ପ୍ରଥମ ସ୍ୱାମୀଙ୍କୁ ଛାଡପତ୍ର ଦେଇଥିଲେ। ପ୍ରଥମ ସ୍ଵାମୀଙ୍କ ଏବଂ ଆୟେଶାଙ୍କ ୨ ଜଣ ଝିଅ ଥିଲେ। ପରେ ୨୦୧୪ ମସିହାରେ ଶିଖର ଏବଂ ଆୟେଶାଙ୍କର ଏକ ପୁତ୍ର ଜନ୍ମ ହୋଇଥିଲେ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ମୁଁ ଯେତେବେଳେ ବଡ ହେଉଥିଲି, ସେତେବେଳେ ମୋ ମା’ ଯୌନ ଶିକ୍ଷା ପୁସ୍ତକ ଦେଉଥିଲେ: ଆୟରା ଖାନ

ନୂଆଦିଲ୍ଲୀ: ଆମୀର ଖାନଙ୍କ ଝିଅ ଆୟରା ଖାନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ଏହା ସହିତ, ସେ ତାଙ୍କର ନୂତନ ପୋଷ୍ଟ ମାଧ୍ୟମରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ଆୟରା ଖାନ ବର୍ତ୍ତମାନ ନିଜ ଇନଷ୍ଟାଗ୍ରାମ କାହାଣୀରେ ଏକ ପୋଷ୍ଟ ଲେଖି ପ୍ରକାଶ କରିଛନ୍ତି ଯେ, ଯେତେବେଳେ ସେ ବଡ ହେଉଥିଲେ, ତାଙ୍କ ମା ଏବଂ ଚଳଚ୍ଚିତ୍ର ନିର୍ମାତା ରୀନା ଦତ୍ତା ତାଙ୍କୁ ଯୌନ ଶିକ୍ଷା ଉପରେ ଏକ ପୁସ୍ତକ ଦେଇଥିଲେ। ଆୟରା ଖାନଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ସେ ତାଙ୍କ ପୋଷ୍ଟରେ ଅଗସ୍ତୁ ଫାଉଣ୍ଡେସନକୁ ମଧ୍ୟ ଟ୍ୟାଗ୍ କରିଛନ୍ତି।

ଆୟରା ଖାନ ତାଙ୍କ ପୂର୍ବ ପୋଷ୍ଟରେ ଏହା ପ୍ରକାଶ କରିଥିଲେ, “ମୁଁ ୧୪ ବର୍ଷ ବୟସରେ ଯୌନ ଶୋଷଣର ଶିକାର ହୋଇଥିଲି। ଏସବୁ ବିଷୟରେ ମୁଁ ସେତେବେଳେ ଜାଣିନଥିଲି, କିନ୍ତୁ ଯେତେବେଳେ ମୁଁ ଜାଣିଲି ମୁଁ ଏଥିରୁ ଦୂରେଇ ଯାଇଥିଲି। ହଁ, ଏଥିପାଇଁ ମୁଁ ନିଜକୁ ଖରାପ ଅନୁଭବ କରିଥିଲି।

ଆୟାର ଖାନ ନିଜ କ୍ୟାରିଅରକୁ ଅଭିନୟରେ ନୁହେଁ ବରଂ ନିର୍ଦ୍ଦେଶନାରେ କ୍ୟାରିଅର ଗଢିବାକୁ ଚାହୁଁଛନ୍ତି। ସେଥିପାଇଁ ସେ ପ୍ରସ୍ତୁତି ଜାରି ରଖିଛନ୍ତି। ତାଙ୍କ ନିର୍ଦ୍ଦେଶିତ ପ୍ରଥମ ନାଟକ ‘ଇଉରିପିଡ଼ସ ମେଡିଆ’ ଡିସେମ୍ବର ୨୧୦୯ ରେ ମଞ୍ଚସ୍ଥ ହୋଇଥିଲା। ଏହି ନାଟକରେ ଯୁବରାଜ ସିଂଙ୍କ ପତ୍ନୀ ହାଜେଲ କିଚ ମଧ୍ୟ ନଜର ଆସିଥିଲେ।

Categories
ଆଜିର ଖବର ଜାତୀୟ ଖବର

ହିନ୍ଦୁଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଲେ ଯୁବରାଜ ସିଂହଙ୍କ ପିତା: ଗିରଫ ଦାବି କଲେ ସୋସିଆଲ ମିଡ଼ିଆ ୟୁଜର୍ସ

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟ ଖେଳାଳି ଯୁବରାଜ ସିଂହଙ୍କ ପିତା ଯୋଗରଜ ସିଂହଙ୍କ ମନ୍ତବ୍ୟକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ଏକ ବିବାଦୀୟ ଟିପ୍ପଣୀ ଦେଇଥିବା ଭିଡିଓ ଭାଇରାଲ ହେବା ପରେ ଯୋଗରାଜଙ୍କ ଗିରଫ ଦାବି କରାଯାଇଛି।

ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ଦେଶରେ କେନ୍ଦ୍ର ସରକାର ବିରୋଧରେ କୃଷକ ଆନ୍ଦୋଳନ ଏକ ତୀବ୍ର ରୂପ ନେଉଛି। ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ଯୋଗରାଜ ସିଂହ।

ତେବେ ଏହି ଆନ୍ଦୋଳନ ସମୟରେ ସେ ହିନ୍ଦୁଙ୍କୁ ନେଇ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ତାଙ୍କର ଭାଷଣ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଯୋଗରାଜ ସିଂହଙ୍କ ଭାଇରାଲ ଭିଡିଓରେ ସେ ପଞ୍ଜାବୀରେ ଭାଷଣ ଦେଉଥିବା ବେଳେ ହିନ୍ଦୁଙ୍କୁ ଗଦ୍ଦାର କହିଥିବା ନଜର ଆସିଛନ୍ତି। ସେ କହିଛନ୍ତି, ‘ଏଇ ହିନ୍ଦୁମାନେ ଗଦ୍ଦାର, ଶହେ ବର୍ଷ ଯାଏଁ ମୁଗଲମାନଙ୍କ ଗୋଲାମୀ କଲେ।’ ଏହା ସହିତ ସେ ମହିଳାଙ୍କ ବିରୋଧରେ ମଧ୍ୟ ବିବାଦୀୟ ବୟାନ ଦେଇଛନ୍ତି। ହେଲେ ଏହି ଭିଡିଓର ସତ୍ୟତା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଯୋଗରାଜଙ୍କ ଏହି ଭିଡିଓ ଭାଇରାଲ ହେବାପରେ ସୋସିଆଲ ମିଡ଼ିଆ ୟୁଜର୍ସ ତାଙ୍କୁ ନିନ୍ଦା କରିଛନ୍ତି। ଲୋକେ ତାଙ୍କ ଭାଷଣକୁ ବିବାଦୀୟ, ଘୃଣ୍ୟ ଏବଂ ଆପତ୍ତିଜନକ ବୋଲି କହିଛନ୍ତି। ଅନେକ ସୋସିଆଲ ମିଡ଼ିଆ ୟୁଜର୍ସ ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରଥଯାତ୍ରାକୁ ନେଇ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ, ଥାନାରେ ମାମଲା, ୩ ଅଟକ

ଦୁଷ୍ମନ୍ତ କୁମାର ପଣ୍ଡା
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ରଥଯାତ୍ରାକୁ ନେଇ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ଦେବା ପରେ ସମଗ୍ର ଜଗନ୍ନାଥ ପ୍ରେମୀ ମହଲରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। କୋଭିଡ-୧୯ ପରିପ୍ରେକ୍ଷୀରେ ସମଗ୍ର ରାଜ୍ୟରେ ରଥଯାତ୍ରା ପାଇଁ ନାନା କଳ୍ପନା ଜଳ୍ପନା ଜାରିରହିଥିବା ବେଳେ କୋଟୀ କୋଟୀ ଜଗନ୍ନାଥ ପ୍ରେମୀ ଉଦବେଗର ସହିତ ମାନ୍ୟବର ସୁପ୍ରିମ କୋର୍ଟ ରାୟକୁ ଅପେକ୍ଷା କରିରହିଥିଲେ। ସେସମୟରେ କଳାହାଣ୍ଡି ନ୍ୟୁଜ ନାମକ ହ୍ୱାଟସଆପ ଗ୍ରୁପରେ ପିଂଟୁ ନାମକ ଜଣେ ଯୁବକ ରଥଯାତ୍ରାକୁ ନେଇ ଅଶାଳୀନ ମନ୍ତବ୍ୟ ଦେଇଥିଲେ।

ଏଭଳି ମନ୍ତବ୍ୟ କଦାପି ସଭ୍ୟ ସମାଜକୁ ଗ୍ରହଣୀୟ ନୁହେଁ ଏବଂ ଏହା ସାଢେ ଚାରିକୋଟୀ ଓଡିଆଙ୍କ ଆଧ୍ୟତ୍ମିକ ଭାବନାକୁ ଆଘାତ କରିଥିବା ଅଭିଯୋଗ କରାଯାଇଥିଲା।  ଏଭଳି ଆପତ୍ତିଜନକ ମନ୍ତବ୍ୟ ପ୍ରଦାନ କରିଥିବା ବ୍ୟକ୍ତି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଳାହାଣ୍ଡି ଭାଜପା ଯୁବମୋର୍ଚ୍ଚା ସାଧାରଣ ସଂପାଦକ ମୁକେଶ ଅଗ୍ରୱାଲ ଏବଂ ଉପସଭାପତି ହିମାଂଶୁ ପଣ୍ଡା ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ ଦାଖଲ କରିଥିଲେ। ସେହିପରି କୋକସରା ହିନ୍ଦୁ ସଙ୍ଗଠନର ଗୋଦାବରୀଶ ପାତ୍ର ଏବଂ ଜନ୍ମେଜୟ ଦାସ ଏହି ଅଶାଳୀନ ମନ୍ତବ୍ୟ ପୋଷ୍ଟ କରିଥିବା ବ୍ୟକ୍ତିକୁ ଆଇନ ଅନୁସାରେ ଦଣ୍ଡିତ କରିବାକୁ କୋକସରା ଥାନାରେ ଏକ ମାମଲା ଦାଏର କରିଥିଲେ।

ଏସଂପର୍କରେ କୋକସରା ଥାନାରେକେଶ ନଂ.୧୨୪/୨୦ ଦଫା ୧୫୩/୫୦୦/୨୯୫/୨୯୫(ଏ)/୫୦୬/୩୪ ଆଇପିସି ଏବଂ ୬୬ (ଏ) ଆଇଟି ଆକ୍ଟ ଅନୁସାରେ ଏକ ମାମଲା ରୁଜ୍ଜୁ କରାଯାଇ ଅନୁସନ୍ଧାନ କରୁଥିବା କୋକସରା ଆଇଆଇସି ବାସୁଦେବ ଛତ୍ରୀଆ ପ୍ରକାଶ କରିଛନ୍ତି। ଘଟଣାର ଅନୁସନ୍ଧାନ କରାଯାଇ ଅଶାଳୀନ ମନ୍ତବ୍ୟ ପୋଷ୍ଟ କରିଥିବା ଟେମରା ପଂଚାୟତ ଅନ୍ତର୍ଗତ କର୍ଲାଗୁଡା ଗ୍ରାମର ପିଂଟୁ ଓରଫ ଦେବେନ୍ଦ୍ର ଛତ୍ରୀଆ ( ବୟସ ୧୭ ବର୍ଷ ୯ ମାସ ) ଏବଂ କଳାହାଣ୍ଡି ନ୍ୟୁଜ ହ୍ୱାଟସଆପ ଗ୍ରୁପର ଆଡମିନ ଥିବା ଚାରବାହାଲ ଗ୍ରାମର ସୁବଳ ସିଂ ( ୨୦) ତଥା ସୂରଜ ସିଂ ( ୧୬) କୁ କୋକସରା ଥାନାରେ ଅଟକ ରଖାଯାଇ ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ। ନାବାଳକ ମାନେ ଏଭଲି ଭାବେ ହ୍ୱାଟସଆପ ଗ୍ରୁପ ମାଧ୍ୟମରେ ଜଗନ୍ନାଥଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଉଥିବା ଘଟଣାକୁ ବୁଦ୍ଧିଜୀବି ମହଲରେ ସହଜରେ ଗ୍ରହଣୀୟ ହୋଇପାରୁନାହିଁ।