Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସ୍ତ୍ରୀକୁ ହତ୍ୟା ଉଦ୍ୟମ ଅଭିଯୋଗରେ ସ୍ବାମୀ ଗିରଫ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ବଡ଼ବଜାର ଥାନା ଅନ୍ତର୍ଗତ ଶାଳିଆ ବନ୍ଧ ସାହିର ଶିବରାମ ସେଠୀ ନାମକ ଜଣେ ଯୁବକ ନିଜ ସ୍ତ୍ରୀ ଶିବାନୀକୁ ତଣ୍ଟିଚିପି ହତ୍ୟା ଉଦ୍ୟମ ଅଭିଯୋଗରେ ପୋଲିସ୍ ଅଭିଯୁକ୍ତ ଶିବରାମକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୋଲିସ ସୁଚନା ଅନୁଯାୟୀ ଅଭିଯୁକ୍ତ ଶିବରାମ ଗତ କିଛି ବର୍ଷ ପୂର୍ବେ ଶିବାନୀକୁ ବୈଦିକ ରୀତିରେ ବାହା ହୋଇଥିଲା ଓ ବେଳେ ବେଳେ ମନୋମାଳିନ୍ୟ ଘଟୁଥିଲା। କିନ୍ତୁ ଗତ ବୁଧବାର ଦିନ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଓ ଝଗଡା ହୋଇଥିଲା। ଏହି ସମୟରେ ଶିବରାମ ସ୍ତ୍ରୀ ଶିବାନୀ କୁ ନିର୍ଦ୍ଧୁମ ମାଡ଼ ମାରିବା ସହ ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିଲା।

ଖବର ପାଇ ତାଙ୍କ ଶାଶୁ ସେଠାରେ ପହଞ୍ଚି ଶିବରାମ କୁ ଛଡ଼ାଇବା ବେଳେ ସେ ଶାଶୁମା କୁ ମଧ୍ୟ ନିର୍ଦ୍ଧୁମ ମାଡ଼ ମାରିଥିଲା। ଯାହା ଫଳରେ ଶାଶୁମା ଝିଅ ଶିବାନୀକୁ ଚିକିତ୍ସା ନିମନ୍ତେ ଡାକ୍ତରଖାନା ରେ ଭର୍ତ୍ତି କରି ମହିଳା ଥାନାରେ ଅଭିଯୋଗ କରିଥିଲେ ଓ ଅଭିଯୋଗ କୁ ଭିତ୍ତି କରି କେଶ୍ ନଂ ୯୦/୨୩ ମାମଲା ରୁଜୁ କରି ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ଶିବରାମ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।