Categories
ଆଜିର ଖବର ଜାତୀୟ ଖବର

ସ୍ପର୍ଶ ମାଧ୍ୟମରେ ପ୍ରତିରକ୍ଷା ପେନସନଧାରୀଙ୍କୁ ରେକର୍ଡ ପେନସନ ବିତରଣ

ନୂଆଦିଲ୍ଲୀ: ଡିଜିଟାଲ ଇଣ୍ଡିଆ ଉପକ୍ରମକୁ ଆଗେଇ ନେଇ ପେନସନ ପ୍ରଶାସନ ପ୍ରଣାଳୀ- ରକ୍ଷା ବା ସ୍ପର୍ଶ ଦ୍ୱାରା ଅଗଷ୍ଟ, ୨୦୨୨ ମାସରେ ପ୍ରତିରକ୍ଷା ପେନସନଭୋଗୀଙ୍କୁ ଡିଜିଟାଲ ମାଧ୍ୟମରେ ୩୦୯୦ କୋଟି ଟଙ୍କାରୁ ଅଧିକ ବିତରଣ କରାଯାଇଛି। ୫,୬୨,୯୪୬ ପ୍ରତିରକ୍ଷା ପେନସନଧାରୀ ସଫଳତାର ସହ ସ୍ପର୍ଶ ଡିଜିଟାଲ ପ୍ଲାଟଫର୍ମକୁ ଚାଲି ଆସିବା ଦ୍ୱାରା ଆଉ ଏକ ମାଇଲଷ୍ଟୋନ ସୃଷ୍ଟି ହୋଇଛି। ସ୍ପର୍ଶ ପ୍ରଣାଳୀରେ ପେନସନଭୋଗୀଙ୍କ ସମୁଦାୟ ସଂଖ୍ୟା ୧୧ ଲକ୍ଷ ଲାଭାର୍ଥୀଙ୍କ ସହ ଏକ ମିଲିୟନ ଅତିକ୍ରମ କରିଛି। ଏହା ଭାରତର ସମୁଦାୟ ପ୍ରତିରକ୍ଷା ପେନସନଭୋଗୀଙ୍କ ପ୍ରାୟ ୩୩ ପ୍ରତିଶତ।

ଏହି ରୂପାନ୍ତରମୂଳକ ପରିବର୍ତ୍ତନ କାର୍ମିକ ନବାଚାର ମାଧ୍ୟମରେ ସମ୍ଭବ ହୋଇପାରିଛି। ୱେବ ଆଧାରିତ ପ୍ରଣାଳୀ ସ୍ପର୍ଶ ମାଧ୍ୟମରେ ପେନସନ ଦାବି ପ୍ରୋସେସିଂ ହୁଏ ଓ କୌଣସି ବାହ୍ୟ ହସ୍ତକ୍ଷେପ ବିନା ପ୍ରତିରକ୍ଷା ପେନସନଧାରୀଙ୍କ ବ୍ୟାଙ୍କ ଏକାଉଣ୍ଟରେ ପେନସନ ସିଧାସଳଖ ଜମା ହୋଇଥାଏ । ଏହାର ବିକାଶ ତ୍ୱରିତ ହୋଇଛି। ଆର୍ଥିକ ବର୍ଷ ୨୦୨୧-୨୨ରେ ଏହି ପ୍ରଣାଳୀ ମାଧ୍ୟମରେ ୧୧,୬୦୦ କୋଟି ଟଙ୍କାରୁ ଅଧିକ ବିତରଣ ହୋଇପାରିଛି।

୨୦୨୦-୨୧ରେ ଏହି ପ୍ରଣାଳୀରେ ପ୍ରାୟ ୫୭ କୋଟି ଟଙ୍କା ବିତରଣ ହୋଇଥିଲା।
ସ୍ପର୍ଶ ପ୍ରକଳ୍ପ ଲାଗୁ କରିବାର ନୋଡାଲ ଏଜେନ୍ସି ପ୍ରତିରକ୍ଷା ଏକାଉଣ୍ଟସ ବିଭାଗ ୩ ହଜାରରୁ ଅଧିକ ପ୍ରାରମ୍ଭିକ ପେନସନ ଉପକ୍ରମ, ମଞ୍ଜୁରୀ ଓ ବିତରଣ ଏଜେନ୍ସିଗୁଡିକୁ ଏକାଠି କରିଥାଏ। ଏହାଦ୍ୱାରା ପେନସନ ସେବା -ପେନସନଭୋଗୀ ସତ୍ୟାପନ ଠାରୁ ଆରମ୍ଭ କରି ଅଭିଯୋଗ ନିବାରଣର ପ୍ରକୃତ ସମୟ ନୀରିକ୍ଷଣ ପର୍ଯ୍ୟନ୍ତ- ପୂର୍ବତନ ସୈନିକମାନଙ୍କ ପାଖରେ ପହଞ୍ଚି ପାରିଛି।