Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ 77 ତମ ସ୍ୱାଧୀନତା ଦିବସ ପାଳନ

 ଭୁବନେଶ୍ଵର: ଭୁବନେଶ୍ୱର ସ୍ଥିତ ରେଳବାଇ ଷ୍ଟାଡିୟମ ଠାରେ ପୂର୍ବତଟ ରେଳପଥ ପକ୍ଷରୁ 77ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଜାତୀୟ ପତାକା ଉତ୍ତୋଳନ କରି ରେଳବାଇ ସୁରକ୍ଷା ବଳ (RPF), ଭାରତ ସ୍କାଉଟ ଓ ଗାଇଡ୍ସ ଏବଂ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଆୟୋଜିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ।

ଏହି ଅବସରରେ ଶ୍ରୀ ଶର୍ମା ଯାତ୍ରୀମାନଙ୍କ ସୁବିଧା, ସୁରକ୍ଷା ଏବଂ ନିରାପତ୍ତା, ରେଲୱେ ନେଟୱାର୍କର ସମ୍ପ୍ରସାରଣ, ଡିଜିଟାଲ୍ ଇନିସିଏଟିଭ୍ ଏବଂ ମାନବ ସମ୍ବଳ ସହିତ ରେଳ କର୍ମଚାରୀଙ୍କ ଦ୍ୱାରା ଦେଶ ପାଇଁ ପ୍ରଦର୍ଶନ ଏବଂ ସାମୂହିକ ପ୍ରୟାସ ଉପରେ ଆଲୋକପାତ କରିଥିଲେ।

ପୂର୍ବ ତଟ ରେଳପଥର ପ୍ରଦର୍ଶନକୁ ଆଲୋକିତ କରି ମନୋଜ ଶର୍ମା ରେଳ କର୍ମଚାରୀଙ୍କୁ ସେମାନଙ୍କର ଉତ୍ସର୍ଗୀକୃତ ଏବଂ ଚମତ୍କାର ପ୍ରଦର୍ଶନ ସହିତ ନିରନ୍ତର ଉଦ୍ୟମ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥ କ୍ରମାଗତ ଷଷ୍ଠ ବର୍ଷ ପାଇଁ ଭାରତୀୟ ରେଳର ଶ୍ରେଷ୍ଠ ପଣ୍ୟ ବାହୀ ଜୋନ ଭାବେ ପରିଚିତ କରାଇଅଛି ଯାହା ଏକ ଉଲ୍ଲେଖନୀୟ କାର୍ଯ୍ୟ। 2022-23 ଆର୍ଥିକ ବର୍ଷରେ 241.50 ନିୟୁତ ଟନ୍ ପଣ୍ୟ ପରିବହନ ସର୍ବକାଳୀନ ପଣ୍ୟ ପରିବହନର ସାକ୍ଷୀ ଅଟେ ଯାହା ରେଳପଥର ପ୍ରମୁଖ ଭୂମିକାକୁ ଦର୍ଶାଇ ଥିଲା।

ଶ୍ରୀ ଶର୍ମା ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ଓଡ଼ିଶାର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ଶୁଭାରମ୍ଭ କରାଇଛନ୍ତି। ଅମୃତ ଭାରତ ଷ୍ଟେସନ୍ ଯୋଜନା ଅଧୀନରେ ପୂର୍ବତଟ ରେଳପଥର ମୋଟ 57 ଷ୍ଟେସନର ପୁନଃ ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି ଯେଉଁଠାରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ନିକଟରେ 25 ଟି ଷ୍ଟେସନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଯୋଜନା ଅଧୀନରେ ଷ୍ଟେସନ କୋଠାଗୁଡ଼ିକର ଉନ୍ନତି ହେବ, ବିସ୍ତୃତ ଫୁଟ ଓଭର ବ୍ରିଜ, ଲିଫ୍ଟ ଏବଂ ଏସ୍କାଲେଟର ଏବଂ ଅନ୍ୟାନ୍ୟ ଆଧୁନିକ ଯାତ୍ରୀ ସୁବିଧା ଉପଲବ୍ଧ କରାଯିବ। ପୁରୀ, ଭୁବନେଶ୍ୱର ଏବଂ କଟକ ଭଳି ପ୍ରମୁଖ ଷ୍ଟେସନର ପୁନଃ ବିକାଶ କାର୍ଯ୍ୟ ଜୋରସୋରରେ ଚାଲିଛି। ପୂର୍ବତଟ ରେଳପଥ ପକ୍ଷରୁ ରୋଜଗାର ମେଳା ମାଧ୍ୟମରେ 3256 ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।

ଶ୍ରୀ ଶର୍ମା ଏହା ମଧ୍ୟ କହିଛନ୍ତି ଯେ ଭିତ୍ତିଭୂମି ବିକାଶ, ନୂତନ ଲାଇନ, ଦୋହରୀକରଣ, ବିଦ୍ୟୁତିକରଣ ପ୍ରକଳ୍ପ, ଟ୍ରାକ୍ ନବୀକରଣ ଇତ୍ୟାଦି କ୍ଷେତ୍ରରେ ପୂର୍ବତଟ ରେଳପଥ ଏହାର ଦକ୍ଷତା ବୃଦ୍ଧି ପ୍ରତିବଦ୍ଧତାକୁ ବଜାଇ ରଖିଛି। ଜୁଲାଇ 23 ପର୍ଯ୍ୟନ୍ତ, ପୂର୍ବତଟ ରେଳପଥ ସଫଳତାର ସହ ରେଳ ସେକ୍ସନ ଗୁଡିକର କାର୍ଯ୍ୟ ସମାପ୍ତି କରିବା ସହିତ ରେଳ ନିରାପତ୍ତା ଆୟୁକ୍ତଙ୍କ ଦ୍ୱାରା ନିରୀକ୍ଷଣ କରାଇ କାର୍ଯ୍ୟକ୍ଷମ କରାଇପାରିଛି। ଏ ଗୁଡିକ ହେଲା ଏସ୍ କୋଟା – ବୋଡାଭାରା (7.30 କିମି), ସମ୍ବଲପୁର ସିଟି – ମାନେଶ୍ୱର (8.90 କିମି), ନୟାଗଡ଼- ପୋର୍ଜନପୁର (15.46 କିମି) ଏବଂ ଖମ୍ବେଶ୍ୱରପାଲୀ-ଝରତରଭା (11.20 କିମି) ଇତ୍ୟାଦି | ଏହା ବ୍ୟତୀତ ପୂର୍ବତଟ ରେଳପଥ ଜୁଲାଇ 2023 ପର୍ଯ୍ୟନ୍ତ 79 ଟ୍ରାକ୍ କିଲୋମିଟର (TKM) କୁ ମଧ୍ୟ ବିଦ୍ୟୁତକରଣ କରିଛି, ଯେଉଁଥିରେ ନୂତନ ଲାଇନ, ଦୋହରୀକରଣ ଏବଂ ସାଇଡିଂକୁ ଅନ୍ତର୍ଭୁକ୍ତ। ଏହି ପ୍ରୟାସ ମାଧ୍ୟମରେ ରେଳ ଧାରଣା ନବୀକରଣ (TRR) 120 କିଲୋମିଟର, ସ୍ଲିପର ନବୀକରଣ (TSR) 91.3 କିମି କରାଯାଇଥିବାବେଳେ 60 ଟି ସେତୁ (ବ୍ରିଜ) ର ନବୀକରଣ ଏବଂ 7881 କିମି ଅଲଟ୍ରାସୋନିକ୍ ଟେଷ୍ଟିଙ୍ଗ ଜୁଲାଇ 23 ପର୍ଯ୍ୟନ୍ତ କରାଯାଇଅଛି।

ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଦେଶାତ୍ମବୋଧକ ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଅବସରରେ ପୂର୍ବତଟ ରେଳପଥର ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀ ମାନଙ୍କ ସହିତ ବିଭାଗୀୟ ମୁଖ୍ୟ, ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ସଦସ୍ୟ, ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ଉପମହାପ୍ରବନ୍ଧକ ଅଶୋକ କୁମାର ମିଶ୍ର ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ୭୬ ତମ ସ୍ୱାଧୀନତା ଦିବସ ପାଳନ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ରେଳବାଇ ଷ୍ଟାଡିୟମ ଠାରେ ପୂର୍ବତଟ ରେଳପଥ ପକ୍ଷରୁ ୭୬ ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଜାତୀୟ ପତାକା ଉତ୍ତୋଳନ କରି ରେଳବାଇ ସୁରକ୍ଷା ବଳ (RPF) ଦ୍ଵାରା ଆୟୋଜିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ।

ଏହି ଅବସରରେ ଶ୍ରୀ ଶ୍ରୀବାସ୍ତବ କହିଛନ୍ତି ଯେ ସ୍ୱାଧୀନତାର ୭୫ ବର୍ଷ ଅତିବାହିତ ହୋଇଥିବା ଯାତ୍ରା ଆମ ଦେଶବାସୀଙ୍କ ଧର୍ଯ୍ୟ, କଠିନ ପରିଶ୍ରମ, ଅଟଳ ପ୍ରତିଜ୍ଞା, ନମନୀୟତା ଓ ଅଧ୍ୟବସାୟର ପ୍ରତିଫଳନ ଯାହାକି ଜାତୀୟ ବିକାଶ କ୍ଷେତ୍ରରେ ରେଳପଥର ଭୂମିକା ପ୍ରତ୍ୟକ ଦିଗରେ ଅତୁଳନୀୟ ଓ ବାସ୍ତବରେ ଏହା ହେଉଛି ‘ଦେଶର ଜୀବନ ରେଖା’।

ସ୍ବାଧୀନତାର ୭୫ ବର୍ଷ ତଥା ଆଜାଦୀ ର ଅମୃତ ମହୋତ୍ସବ ପାଳନ ଅବସରରେ ପୂର୍ବତଟ ରେଳପଥ ବିଭିନ୍ନ ପଦକ୍ଷେପ ମାନ ହାତକୁ ନେଇଥିଲା ଯେଉଁଥିରେ ପ୍ରତି ଘରେ ତ୍ରିରଙ୍ଗା (ହର ଘର ତୀରଙ୍ଗା), ବିଭାଜନ ବିଭୀଷିକା ସ୍ମରଣ ଦିବସ ପାଳନ, ରାଷ୍ଟ୍ରୀୟ ବୀର ମାନଙ୍କ ସମ୍ବନ୍ଧରେ ପ୍ରଦର୍ଶନୀ, ବାଇକ୍ ରାଲି ଇତ୍ୟାଦି କାର୍ଯ୍ୟକ୍ରମ ମାନ ପାଳନ କରାଯାଇଅଛି ବୋଲି ଶ୍ରୀ ଶ୍ରୀବାସ୍ତବ କହିଛନ୍ତି।

ରେଳ କର୍ମଚାରୀ, ସେମାନଙ୍କର ପରିବାର ବର୍ଗ, ଉପଭୋକ୍ତା ଓ ଯାତ୍ରୀମାନଙ୍କ ଉଦ୍ଦେଶ୍ୟରେ ସୂଚନା ଦେଇ ଶ୍ରୀ ଶ୍ରୀବାସ୍ତବ କହିଛନ୍ତି ଯେ, ପଣ୍ୟ ପରିବହନ କ୍ଷେତ୍ରରେ ଭାରତୀୟ ରେଳପଥ ୨୦୨୭ ସୁଦ୍ଧା ୩୦୦୦ ନିୟୁତ ଟନ ମାଲ ବୋଝେଇ ହାସଲ କରିବା ପାଇଁ ଲକ୍ଷ ରଖିଛି ଯେଉଁଥିରେ ପୂର୍ବତଟ ରେଳପଥର ଏକ ପ୍ରମୁଖ ଅଂଶ ଅର୍ଥାତ ୫୦୦ ନିୟୁତ ଟନ ମାଲ ବୋଝେଇ କରିବାକୁ ଲକ୍ଷଧାର୍ଯ୍ୟ କରାଯାଇଅଛି। ଏହି ସଫଳତା ପାଇଁ ଅନେକ ଗୁଡିଏ ଭିତ୍ତିଭୂମି ମୂଳକ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଅଛି ଯାହାଦ୍ୱାରା ରେଳ ଭିତ୍ତିଭୂମି ବିସ୍ତାର ଓ ରେଳପରିସୀମାରେ ଗତିଶୀଳତା ବୃଦ୍ଧି ପାଇଁ ପାର୍ବତ୍ୟାଞ୍ଚଳ ଓ ଶିଳ୍ପାଂଚଳକୁ ସଞ୍ଜ ସ୍ଥାପିତ ହୋଇ ପାରିବ। ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପଗୁଡିକର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ସବୁ ରେଳମଣ୍ଡଳ ଗୁଡିକରେ ଗତି ଶକ୍ତି ୟୁନିଟ ଗଠନ କରାଯାଇଛି।

ନୂତନ ଲାଇନ ଏବଂ ଦୋହରୀକରଣ ପ୍ରକଳ୍ପ ଗୁଡିକୁ ତ୍ୱରାନ୍ୱିତ କରାଯାଇ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି ଫଳସ୍ୱରୂପ ମହିପୁର- ନୁଆଗାଓଁ (୧୩.୦୫ କିମି) ନୂତନ ଲାଇନ ସମ୍ପ୍ରତି ଅତୀତରେ ସମାପ୍ତ ହୋଇଛି ଏବଂ ୨୯୨୨-୨୩ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ୧୨୮ କିଲୋମିଟର ଦୋହରୀକରଣ କାର୍ଯ୍ୟ ସମାପ୍ତ ହୋଇଛି। ରେଳ ଭିତ୍ତିଭୂମିକୁ ଆହୁରି ବିସ୍ତାର କରିବାକୁ ଲକ୍ଷନେଇ ନିକଟ ଅତୀତରେ ୨୫ ଟି ସର୍ଭେକୁ ଅନୁମତି ଦିଆଯାଇଛି। ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ ରେ ପୂର୍ବତଟ ରେଳପଥକୁ ୯୩୪୩ କୋଟି ଟଙ୍କାର ବଜେଟ ପ୍ରବନ୍ଧନ କରାଯାଇଅଛି ଯାହାକି ଆଜିପର୍ଯ୍ୟନ୍ତ ବଜେଟ ଅନୁଦାନ କ୍ଷେତ୍ରରେ ସର୍ବାଧିକ ବୋଲି ଶ୍ରୀ ଶ୍ରୀବାସ୍ତବ କହିଛନ୍ତି।

ଏହି ଅବସରରେ ଶ୍ରୀ ଶ୍ରୀବାସ୍ତବ ପୂର୍ବତଟ ରେଳପଥର ପ୍ରଦର୍ଶନ ଏବଂ ରେଳ କର୍ମଚାରୀଙ୍କ ଦ୍ୱାରା ଯାତ୍ରୀ ସୁବିଧା, ସୁରକ୍ଷା ଏବଂ ନିରାପତ୍ତା, ରେଳ ଭିତ୍ତିଭୂମିର ସମ୍ପ୍ରସାରଣ, ଡିଜିଟାଲ ଇନିସିଏଟିଭ୍ ଏବଂ ମାନବ ସମ୍ବଳ ଇତ୍ୟାଦି ଉପରେ ଆଲୋକପାତ କରିଥିଲେ। ଗତ ଆର୍ଥିକ ବର୍ଷରେ ଉତ୍ତମ ପ୍ରଦର୍ଶନ ଓ ନିଷ୍ଠାପର ଉଦ୍ୟମ ପାଇଁ ଶ୍ରୀ ଶ୍ରୀବାସ୍ତବ ରେଳ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ଉତ୍ସବକୁ ସ୍ମରଣୀୟ କରିବାପାଇଁ ରେଳ କର୍ମଚାରୀମାନଙ୍କ ଦ୍ୱାରା ଦେଶଭକ୍ତ ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଉପସ୍ଥାପନ କରାଯାଇଥିଲା। ଏହି ଅବସରରେ ପୂର୍ବତଟ ରେଳପଥର ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀ ମାନଙ୍କ ସହିତ ବିଭାଗୀୟ ମୁଖ୍ୟ, ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ସଦସ୍ୟ, ରେଳ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ଉପମହାପ୍ରବନ୍ଧକ ଅଶୋକ କୁମାର ମିଶ୍ର ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ 75 ତମ ସ୍ୱାଧୀନତା ଦିବସ ପାଳନ

ଭୁବନେଶ୍ବର, ଆଜି ରେଳବାଇ ଷ୍ଟାଡିଅମ ଠାରେ ପୂର୍ବତଟ ରେଳପଥ ପକ୍ଷରୁ 75ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଜାତୀୟ ପତାକା ଉତ୍ତୋଳନ କରି କୋଭିଡ ପ୍ରଟୋକଲ ଅନୁପାଳନ ସହିତ ରେଳବାଇ ସୁରକ୍ଷା ବଳ (RPF) ଦ୍ଵାରା ଆୟୋଜିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ।

ଏହି ଅବସରରେ ଶ୍ରୀ ବିଦ୍ୟା ଭୂଷଣ ପୂର୍ବ ତଟ ରେଳପଥର ପ୍ରଦର୍ଶନ ଓ ରେଳ କର୍ମଚାରୀମାନଙ୍କର ସାମୂହିକ ପ୍ରୟାସ ସହିତ ଯାତ୍ରୀ ସୁବିଧା, ସୁରକ୍ଷା ଓ ନିରାପତ୍ତା, ରେଳ ନେଟୱାର୍କର ସମ୍ପ୍ରସାରଣ, ଡିଜିଟାଲ ପଦକ୍ଷେପ ଏବଂ ମାନବ ସମ୍ବଳ ଉପରେ ଆଲୋକପାତ କରିବା ସହିତ କୋଭିଡ ମହାମାରୀ ସମୟରେ ଜରୁରୀ ସାମଗ୍ରୀ ପରିବହନ କ୍ଷେତ୍ରରେ କର୍ମଚାରୀ ମାନଙ୍କ ନିଷ୍ଠା ଓ ପ୍ରୟାସକୁ ପ୍ରଶଂସା କରିଥିଲେ। ଏହି ଉତ୍ସବରେ ଅତିରିକ୍ତ ମହା ପ୍ରବନ୍ଧକ ଶ୍ରୀ ସୁଧୀର କୁମାରଙ୍କ ସମସ୍ତ ବିଭାଗୀୟ ପ୍ରମୁଖ ଅଧିକାରୀ, ବରିଷ୍ଠ ରେଳ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।