Categories
ଆଜିର ଖବର ଜାତୀୟ ଖବର

ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିବା ପ୍ରତ୍ୟେକ ମହାନ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୭ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଭାଷଣ ଦେଇ ତାଙ୍କର ୧୪୦ କୋଟି ‘ପରିବାର ସଦସ୍ୟ’ଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶ ପ୍ରତି ଥିବା ବିଶ୍ୱାସକୁ ଉଲ୍ଲେଖ କରିଛନ୍ତି।

ଭାରତର ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିବା ପ୍ରତ୍ୟେକ ମହାନ ବ୍ୟକ୍ତିଙ୍କୁ ଶ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଅଧୀନରେ ଅସହଯୋଗ ଆନ୍ଦୋଳନ ଓ ସତ୍ୟାଗ୍ରହ ଆନ୍ଦୋଳନ ଏବଂ ଭଗତ ସିଂହ, ସୁଖଦେବ ଓ ରାଜଗୁରୁ ଏବଂ ଅନେକ ବୀରଙ୍କ ବଳିଦାନକୁ ସ୍ମରଣ କରି ସେ କହିଥିଲେ ଯେ ସେହି ପୀଢ଼ିର ପ୍ରାୟ ସମସ୍ତେ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ।

ଏହି ଗୁରୁତ୍ୱପୂର୍ଣ୍ଣ ବର୍ଷରେ ହେବାକୁ ଥିବା ପ୍ରମୁଖ ବାର୍ଷିକୀ ଉପରେ ସେ ଆଲୋକପାତ କରିଥିଲେ। ଆଜି ମହାନ ବିପ୍ଳବୀ ତଥା ଆଧ୍ୟାତ୍ମିକତାର ପ୍ରତୀକ ଶ୍ରୀ ଅରବିନ୍ଦଙ୍କ ୧୫୦ତମ ଜୟନ୍ତୀ ପାଳନ ହେଉଛି। ସେ ସ୍ୱାମୀ ଦୟାନନ୍ଦଙ୍କ ଜୟନ୍ତୀର ୧୫୦ତମ ବାର୍ଷିକୀ, ରାଣୀ ଦୁର୍ଗାବତୀଙ୍କ ୫୦୦ତମ ଜୟନ୍ତୀ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ, ଯାହାକୁ ଅତି ଉତ୍ସାହର ସହ ପାଳନ କରାଯିବ। ସେ ଭକ୍ତି ଯୋଗ ସନ୍ଥ ମୀରା ବାଇଙ୍କ ୫୨୫ ବର୍ଷ ପୂର୍ତ୍ତି ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ଆସନ୍ତା ସାଧାରଣତନ୍ତ୍ର ଦିବସ ମଧ୍ୟ ୭୫ତମ ସାଧାରଣତନ୍ତ୍ର ଦିବସ ହେବ ବୋଲି ସେ କହିଛନ୍ତି। ଅନେକ ଦୃଷ୍ଟିକୋଣ, ଅନେକ ସୁଯୋଗ, ଅନେକ ସମ୍ଭାବନା ସହ ନୂତନ ପ୍ରେରଣା, ନୂତନ ଚେତନା ଓ ନୂତନ ସଂକଳ୍ପ ଦେଶ ଆଗକୁ ବଢିବ ବୋଲି ଶ୍ରୀ ମୋଦୀ କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ଲୋକମାନ୍ୟ ତିଲକଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନ୍ୟ ତିଲକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସ୍ୱାଧୀନତା ସଂଗ୍ରାମରେ ତାଙ୍କ ସାହସ, ସଂଘର୍ଷ, ଉତ୍ସର୍ଗ ସର୍ବଦା ଦେଶବାସୀଙ୍କୁ ପ୍ରେରିତ କରିବ ବୋଲି କହିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କରି କହିଛନ୍ତି ଯେ, ‘ପୂର୍ଣ୍ଣ ସ୍ୱରାଜ ଦାବିରେ ବିଦେଶୀ ଶାସନର ମୁଳଦୁଆକୁ ଦୋହଲାଇ ଦେଇଥିବା ଦେଶର ଅମର ଯୋଦ୍ଧା ଲୋକମାନ୍ୟ ତିଲକଙ୍କୁ କୋଟି କୋଟି ପ୍ରଣାମ। ସ୍ୱାଧୀନତା ସଂଗ୍ରାମରେ ତାଙ୍କ ସାହସ, ସଂଘର୍ଷ, ଉତ୍ସର୍ଗ ସର୍ବଦା ଦେଶବାସୀଙ୍କୁ ପ୍ରେରଣା ଯୋଗାଇବ।’

Categories
ଆଜିର ଖବର ଜାତୀୟ ଖବର

ନେତାଜୀଙ୍କ ଅବଶେଷ ଭାରତ ଆଣିବା ଉଚିତ୍: ପିତାଙ୍କ ଜନ୍ମ ବାର୍ଷିକୀରେ ନିବେଦନ କଲେ ଝିଅ

ନୂଆଦିଲ୍ଲୀ: ଆଜି ଜାନୁୟାରୀ ୨୩ ତାରିଖରେ ଦେଶର ସ୍ୱାଧୀନତା ସଂଗ୍ରାମକୁ ନୂତନ ଶକ୍ତି ପ୍ରଦାନ କରିଥିବା ନତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଉଛି। ତାଙ୍କ ଝିଅ ଅନୀତା ବୋଷ ଫାଫ ମଧ୍ୟ ତାଙ୍କୁ ମନେ ପକାଇଛନ୍ତି। ସେ କହିଛନ୍ତି ଯେ, ଯେଉଁମାନେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ପ୍ରଶଂସା କରନ୍ତି ସେମାନେ ତାଙ୍କ ରାଜନୈତିକ ତଥା ବ୍ୟକ୍ତିଗତ କାର୍ଯ୍ୟରେ ମଧ୍ୟ ନିଜର ମୂଲ୍ୟବୋଧକୁ ସମର୍ଥନ କରି ତାଙ୍କୁ ସମ୍ମାନିତ କରିପାରିବେ।

ଅନୀତା ବୋଷ ନେତାଜୀଙ୍କ ଏକମାତ୍ର ସନ୍ତାନ। ସୁଭାଷ ଚନ୍ଦ୍ର ବୋଷଙ୍କ ମୃତଦେହକୁ ଭାରତକୁ ଫେରାଇ ଆଣିବାକୁ ସେ ଆହ୍ଵାନ କରିଛନ୍ତି। ସେ କହିଛନ୍ତି ଯେ ନେତାଜୀ ଭାରତର ସମସ୍ତ ଧର୍ମର ସଦସ୍ୟ ତଥା ଏକ ଧର୍ମନିରପେକ୍ଷ ରାଷ୍ଟ୍ର ପାଇଁ ସମାନ ଅଧିକାର ସହିତ କଳ୍ପନା କରିଛନ୍ତି ଯେଉଁଠାରେ ସମସ୍ତ ଧର୍ମର ଲୋକମାନେ ଶାନ୍ତିରେ ଏକାଠି ରହିବେ।

ଅନୀତା ବୋଷ କହିଛନ୍ତି ଯେ ନେତାଜୀ ‘ସମସ୍ତ ଧର୍ମ, ଜାତି ଏବଂ ସମସ୍ତ ସାମାଜିକ ସ୍ତରର ସଦସ୍ୟମାନଙ୍କ ପାଇଁ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ଅଧିକାର, ସୁଯୋଗ ଏବଂ କର୍ତ୍ତବ୍ୟ’ ଉପରେ ବିଶ୍ୱାସ କରୁଥିଲେ। ଏହାର ଅର୍ଥ ହେଉଛି ସମସ୍ତ ବର୍ଗର ସଶକ୍ତିକରଣ ଏବଂ ମୁକ୍ତି। ଜଣେ ବ୍ୟକ୍ତି ଭାବରେ ନେତାଜୀ ଜଣେ ଧାର୍ମିକ ବ୍ୟକ୍ତି ଥିଲେ। ସେ ଚାହୁଁଥିଲେ ସ୍ୱାଧୀନ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହେଉ।

ସରକାରୀ ଦଲିଲ ଅନୁଯାୟୀ, ନେତାଜି ସୁଭାଷ ଚନ୍ଦ୍ର ବୋଷ ଅଗଷ୍ଟ ୧୮ ତାରିଖ ୧୯୪୫ ରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଜାପାନ ଯିବାବେଳେ ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କିନ୍ତୁ ନେତାଜୀଙ୍କ ମୃତଦେହ ମିଳି ନଥିଲା। ସେଥିପାଇଁ ତାଙ୍କ ମୃତ୍ୟୁ ଏକ ବଡ ରହସ୍ୟ ଯାହା ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରେ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶମାନଙ୍କ ବିରୋଧରେ ଲଢିବା ପାଇଁ ଜାପାନର ସାହାଯ୍ୟରେ ନେତାଜୀ ଆଜାଦ ହିନ୍ଦ ସେନା ଗଠନ କରିଥିଲେ। ନେଟାଜୀଙ୍କ ୧୨୭ ତମ ଜନ୍ମ ବାର୍ଷିକୀ ଜାନୁୟାରୀ ୨୩ ତାରିଖରେ ପାଳନ କରାଯାଉଛି। ତାଙ୍କର ଚିନ୍ତାଧାରା ଲୋକମାନଙ୍କୁ ପ୍ରେରଣା ଯୋଗାଇଥାଏ। ସେ ବିଶ୍ୱାସ କରନ୍ତି ଯେ, ସବୁଠାରୁ ବଡ ଅପରାଧ ହେଉଛି ଅନ୍ୟାୟକୁ ସହ୍ୟ କରିବା ଏବଂ ଭୁଲ ସହିତ ଆପୋଷ ବୁଝାମଣା କରିବା।

Categories
ଆଜିର ଖବର ଜାତୀୟ ଖବର

ସ୍ୱାଧୀନତା ସଂଗ୍ରାମ ଉପରେ ଆଧାରିତ ‘ଆଜାଦି କ୍ୱେଷ୍ଟ’ ନାମରେ ଏକ ଅନଲାଇନ୍ ଶୈକ୍ଷିକ ଖେଳ ସିରିଜର ଶୁଭାରମ୍ଭ

ଦିଲ୍ଲୀ: ଆଜାଦି କା ଅମୃତ ମହୋତ୍ସବ ଉତ୍ସବର ତଥା ଭାରତୀୟ ସ୍ୱାଧୀନତା ସଂଗ୍ରାମର କାହାଣୀ ସମସ୍ତଙ୍କ ସାମନାକୁ ଆଣିବା ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଆଜି ଜିଙ୍ଗା ଇଣ୍ଡିଆ ସହଯୋଗରେ ବିକଶିତ ଅନଲାଇନ୍ ଶିକ୍ଷା ମୋବାଇଲ ଖେଳ ଶୃଙ୍ଖଳା ‘ଆଜାଦି କ୍ୱେଷ୍ଟ’ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସଚିବ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଅପୂର୍ବ ଚନ୍ଦ୍ର ଏବଂ ଜିଙ୍ଗା ଇଣ୍ଡିଆର ଦେଶ ମୁଖ୍ୟ କିଶୋର କିଚଲି ମଧ ଉପସ୍ଥିତ ଥିଲେ।

ଏହି ଅବସରରେ ଯୋଗ ଦେଇ ଅନୁରାଗ ଠାକୁର କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମରେ ଆମର ସ୍ୱାଧୀନତା ସଂଗ୍ରାମୀ ତଥା ଅଣସ୍ୱୀକୃତ ନାୟକ ମାନଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ସରକାରଙ୍କ ଉଦ୍ୟମର ଏହା ଏକ ଅଂଶ ବିଶେଷ।

“ଏହି ଖେଳ ଗୁଡିକ ଅନଲାଇନ୍ ଖେଳାଳୀ ମାନଙ୍କର ବିଶାଳ ବଜାରକୁ ଧରି ରଖିବା ଏବଂ ଖେଳ ମାଧ୍ୟମରେ ସେମାନଙ୍କୁ ଶିକ୍ଷା ଦେବା ପାଇଁ ଏକ ପ୍ରୟାସ ଅଟେ। ଭାରତ ସରକାରଙ୍କ ବିଭିନ୍ନ ବିଭାଗ ଦେଶର କୋଣ ଅନୁକୋଣରୁ ଅଣସ୍ୱୀକୃତ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଛନ୍ତି। ଏହି ଶିକ୍ଷାକୁ ଆକର୍ଷଣୀୟ କରିବା ପାଇଁ ଆଜାଦି କ୍ୱେଷ୍ଟ ହେଉଛି ଏକ ପ୍ରୟାସ’ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଶ୍ରୀ ଠାକୁର ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ସମସ୍ତ ବୟସ ବର୍ଗର ଲୋକମାନେ ଏହି ଖେଳ ଗୁଡିକ ସହିତ ଜଡିତ ହେବେ ଏବଂ ସେଗୁଡ଼ିକ ଖୁବ୍ ଶୀଘ୍ର ଘରେ ଘରେ ପ୍ରିୟପାତ୍ର ହେବ।

ଭାରତରେ ବୃଦ୍ଧି ପାଉଥିବା ଏଭିଜିସି କ୍ଷେତ୍ର ବିଷୟରେ ଶ୍ରୀ ଠାକୁର କହିଛନ୍ତି ଯେ ଭାରତରେ ଖେଳ କ୍ଷେତ୍ରର ପ୍ରତିପୋଷଣ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ନିରନ୍ତର ଉଦ୍ୟମ ରହି ଆସିଛି। ବିଗତ କିଛି ବର୍ଷ ମଧ୍ୟରେ ଭାରତ ଖେଳ କ୍ଷେତ୍ରର ଶ୍ରେଷ୍ଠ ଦେଶ ମଧ୍ୟରେ ଛିଡା ହେବାରେ ସକ୍ଷମ ହୋଇଛି। କେବଳ ୨୦୨୧ ରେ ଖେଳ କ୍ଷେତ୍ର ୨୮% ବୃଦ୍ଧି ପାଇଛି। ୨୦୨୦ ରୁ ୨୦୨୧ ପର୍ଯ୍ୟନ୍ତ ଅନଲାଇନ୍ ଖେଳାଳୀଙ୍କ ସଂଖ୍ୟା ୮ ପ୍ରତିଶତ ବୃଦ୍ଧି ପାଇଛି ଏବଂ ୨୦୨୩ ସୁଦ୍ଧା ଏଭଳି ଖେଳାଳୀଙ୍କ ସଂଖ୍ୟା ୪୫ କୋଟିରେ ପହଂଚିବ ବୋଲି ମନ୍ତ୍ରୀ ଯୋଗ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଆପ୍ ଗୁଡିକ ଆମର ଏଭିଜିସି କ୍ଷେତ୍ରର ସାମର୍ଥ୍ୟକୁ ବୃଦ୍ଧି କରାଇବ ଏବଂ ସଙ୍ଗେ ସଙ୍ଗେ ଆମର ଗୌରବମୟ ଇତିହାସକୁ ବିଶ୍ୱର କୋଣ ଅନୁକୋଣକୁ ନେଇଯିବ। ଏହି ଆପ୍ ଗୁଡ଼ିକରେ ଥିବା ତଥ୍ୟ ସବୁକୁ ପ୍ରକାଶନ ବିଭାଗ ଏବଂ ଭାରତୀୟ ଐତିହାସିକ ଗବେଷଣା ପରିଷଦ ଦ୍ୱାରା ସୃଷ୍ଟି କରାଯାଇଛି ଏବଂ ଏହା ଆମର ସ୍ୱାଧୀନତା ସଂଗ୍ରାମ ଉପରେ ପ୍ରାମାଣିକ ତଥ୍ୟର ସହଜରେ ଉପଲବ୍ଧ ଭଣ୍ଡାରରେ ପରିଣତ ହେବ ବୋଲି ସେ କହିଛନ୍ତି।

ମନ୍ତ୍ରୀ ଏହି ଆପ୍ ଗୁଡ଼ିକର ସୃଷ୍ଟି ପାଇଁ ଜିଙ୍ଗା ଇଣ୍ଡିଆ ଯେଉଁ କଷ୍ଟକର ଉଦ୍ୟମ ସବୁ କରିଛି, ତାକୁ ସ୍ୱୀକାର କରିଥିଲେ। ମନ୍ତ୍ରୀ ସବୁ ବୟସ ବର୍ଗର ଲୋକ ମାନଙ୍କୁ ଏହି ସବୁ ଆପ୍କୁ ଡାଉନଲୋଡ୍ କରିବାକୁ ଅନୁରୋଧ କରିଥିଲେ ଏବଂ କହିଥିଲେ ଯେ ଆମର ସ୍ୱାଧୀନତା ସଂଗ୍ରାମ ବିଷୟରେ ଜାଣିବା ପାଇଁ ଏହି ଆପ୍ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷଣୀୟ ସାଧନ ହୋଇ ପାରିବ। ଏହି ଆପ୍ ବ୍ୟବହାରକାରୀଙ୍କୁ ଏକା ସାଙ୍ଗରେ ମନୋରଞ୍ଜନ ପ୍ରଦାନ କରିବ, କର୍ମରେ ବ୍ୟାପୃତ ରଖିବା ଶିକ୍ଷିତ କରିବ।

ଏହି ଅବସରରେ ଉଦ୍ବୋଧନ ଦେଇ ଜିଙ୍ଗା ଇଣ୍ଡିଆର ଦେଶ ମୁଖ୍ୟ ଶ୍ରୀ କିଶୋର କିଚଲି କହିଛନ୍ତି ଯେ ସ୍ୱାଧୀନତାର ପଥ ଭାରତ ଇତିହାସରେ ଏକ ରୂପାନ୍ତରଣକାରୀ ମାଇଲଖୁଂଟକୁ ସ୍ମରଣ କରାଇ ଥାଏ ଏବଂ ଭାରତର ଅତୀତକୁ ସମ୍ମାନ ଦେବା ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରୟାସର ଏକ ଅଂଶ ହୋଇଥିବାରୁ ଆମେ ଗର୍ବିତ। ଜିଙ୍ଗାରେ ଆମର ଲକ୍ଷ୍ୟ ହେଉଛି ଖେଳ ମାଧ୍ୟମରେ ଲୋକଙ୍କୁ ଯୋଡିବା। ଏହି ପଦକ୍ଷେପ ହେଉଛି ସବୁ ବୟସର ଖେଳାଳୀ ମାନଙ୍କୁ ଖେଳରେ ସମ୍ପୃକ୍ତ ରଖିବା ବେଳେ ଏହି ଗୁରୁତ୍ୱପୂର୍ଣ୍ଣ ଯୁଗ ସମ୍ବନ୍ଧରେ ପାରସ୍ପରିକ ଭାବ ବିନିମୟକାରୀ ମନୋରଞ୍ଜନର ଶକ୍ତିକୁ ଶିକ୍ଷା ଗ୍ରହଣ ଅନୁଭୂତିରେ ପରିଣତ କରିବା।

ଖେଳ ଏବଂ ଖେଳନା ଶିଳ୍ପ ଗୁଡିକର ଏହି ଧରଣର ପ୍ରଥମ ପଦକ୍ଷେପ ହିତାଧିକାରୀ ମାନଙ୍କୁ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରୁ ଏହା ଏକ ପ୍ରେରଣା, ଯାହାକି ଭାରତର ସ୍ୱାଧୀନତା ସଂଗ୍ରାମର କାହାଣୀ ଏବଂ ମାଇଲଖୁଂଟକୁ ପ୍ରଦର୍ଶନ କରୁଥିବା ତଥା ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ବୀରତ୍ୱକୁ ପ୍ରଦର୍ଶନ କରୁଥିବା ଖେଳ ଏବଂ ଖେଳନା ବିକାଶ ପାଇଁ ଅନୁପ୍ରେରିତ ହୋଇଛି। ଲୋକ ମାନଙ୍କୁ ମନୋରଞ୍ଜନ ପ୍ରଦାନ କରିବା ଏବଂ ଶିକ୍ଷିତ କରିବା ନିମନ୍ତେ ଏହା ପ୍ରସ୍ତୁତ କରାଯାଇଛି। ଧାରାବାହିକର ପ୍ରଥମ ଦୁଇଟି ଗେମ୍ ‘ଆଜାଦି କ୍ୱେଷ୍ଟ\’ ଭାରତର ସ୍ୱାଧୀନତା ସଂଗ୍ରାମର କାହାଣୀ ବର୍ଣ୍ଣନା କରେ, ମଜାଳିଆ ଖେଳ ଖେଳ ସହିତ ଜଡିତ କରି ପ୍ରମୁଖ ମାଇଲଖୁଂଟ ଏବଂ ବୀର ମାନଙ୍କ ଉପରେ ଆଲୋକପାତ କରିଥାଏ। ଖେଳ ଗୁଡିକର ବିଷୟବସ୍ତୁ ସରଳ କିନ୍ତୁ ବିସ୍ତୃତ। ଏସବୁ ପ୍ରକାଶନ ବିଭାଗ ଦ୍ୱାରା ସ୍ୱତନ୍ତ୍ର ଭାବରେ ସୃଷ୍ଟି କରାଯିବା ସହିତ ଭାରତୀୟ ଐତିହାସିକ ଗବେଷଣା ପରିଷଦର ବିଶେଷଜ୍ଞମାନଙ୍କ ଦ୍ୱାରା ସନ୍ନିବେଶିତ କରା ଯାଇଛି।

ଆଜାଦି କ୍ୱେଷ୍ଟ ସମ୍ପର୍କରେ:

ଜାରି ରହିଥିବା ଆଜାଦି କା ଅମୃତ ମହୋତ୍ସବ ଅଧୀନରେ ଏକ ଖେଳ ସିରିଜର ବିକାଶ ପାଇଁ ଜିଙ୍ଗା ଇଣ୍ଡିଆ ସହିତ ପ୍ରକାଶନ ବିଭାଗ ଆଜି ଏକ ଏମଓୟୁ ସ୍ୱାକ୍ଷର କରିଛି। ଆଜାଦି କ୍ୱେଷ୍ଟ ଖେଳ ଗୁଡିକ ଆଣ୍ଡ୍ରଏଡ୍ ଏବଂ ଆଇଓଏସ ଡିଭାଇସ୍ ପାଇଁ ଇଂରାଜୀ ଏବଂ ହିନ୍ଦୀରେ ଭାରତର ଲୋକଙ୍କ ପାଇଁ ଉପଲବ୍ଧ ଏବଂ ସେପ୍ଟେମ୍ବର ୨୦୨୨ ରୁ ଏହା ସାରା ବିଶ୍ୱରେ ଉପଲବ୍ଧ ହେବ। ଅନଲାଇନ୍ ଗେମିଂ କମ୍ପାନୀ ଜିଙ୍ଗା ଇଣ୍ଡିଆ ୨୦୧୦ ରେ ବେଙ୍ଗାଲୁରୁରେ ସ୍ଥାପିତ ହୋଇଥିଲା ଏବଂ ମୋବାଇଲ୍ ଏବଂ ୱେବ୍ ମାଧ୍ୟମରେ ଫ୍ରାଂଚାଇଜରେ କେତେକ ଲୋକପ୍ରିୟ ଖେଳର ବିକାଶ କରିଛି।

‘ଶିକ୍ଷାର କ୍ରୀଡ଼ା କରଣ’ ସଂକଳ୍ପ ଉପରେ ଆଧାରିତ ଏହି ସ୍ୱତନ୍ତ୍ର ଖେଳ ଶୃଙ୍ଖଳା ଦେଶରେ ଶିକ୍ଷା କ୍ଷେତ୍ରରେ ପରିବର୍ତନ ଆଣିବ। ଖେଳ ଭିତିକ ଶିକ୍ଷଣ ଶ୍ରେଣୀଗୃହ ଏବଂ ବୟସ ବାହାରେ ଶିକ୍ଷଣ ପ୍ରକ୍ରିୟାକୁ ବିସ୍ତାର କରି ଏକ ସମାନ ଏବଂ ଆଜୀବନ ନିଷ୍ପକ୍ଷ ଶିକ୍ଷା ପ୍ରଦାନ କରିଥାଏ। ଆଜାଦି କ୍ୱେଷ୍ଟ ସିରିଜ୍ ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ କିମ୍ବଦନ୍ତୀ ବିଷୟରେ ଜ୍ଞାନ ପ୍ରଦାନ କରିବ, ଯାହା ଦ୍ୱାରା ଖେଳାଳି ମାନେ ଗର୍ବ ଅନୁଭବ କରିବେ ଏବଂ କର୍ତବ୍ୟର ଭାବନା ଅନୁଭବ କରିବେ ଏବଂ ଉପନିବେଶବାଦୀ ମାନସିକତାର ଭାବନାକୁ ହଟାଇବାରେ ମଧ୍ୟ ଏହା ସହାୟକ ହେବ ଯାହା ମାନନୀୟ ପ୍ରଧାନମନ୍ତ୍ରୀଙ୍କର ୭୬ ତମ ସ୍ୱାଧୀନତା ଦିବସ ଭାଷଣରେ ‘ଅମୃତ କାଳର ପଂଚ ପ୍ରାଣ’ ଉପରେ ଗୁରୁତ୍ୱାରୋପ କରା ଯାଇଥିଲା।

ସିରିଜର୍ ପ୍ରଥମ ଖେଳ ହେଉଛି ଆଜାଦି କ୍ୱେଷ୍ଟ: ମ୍ୟାଚ୍ ୩ ପଜଲ୍, ୧୮୫୭ ରୁ ୧୯୪୭ ପର୍ଯ୍ୟନ୍ତ ଭାରତର ସମଗ୍ର ସ୍ୱାଧୀନତାର ରଙ୍ଗୀନ ଯାତ୍ରା ସହିତ ଖେଳାଳୀ ମାନଙ୍କ ସମ୍ମୁଖରେ ଉପସ୍ଥାପନ କରୁଥିବା ଏକ ସରଳ ଏବଂ ସହଜ ଖେଳ। ଖେଳାଳି ମାନେ ଖେଳ ମାଧ୍ୟମରେ ଅଗ୍ରଗତି କରୁଥିବାବେଳେ ୪୯୫ ସ୍ତରରେ ବିସ୍ତାର କରି ପାରିବେ। ୭୫ ଟି ଟ୍ରାଇଭିଆ କାର୍ଡ, ପ୍ରତ୍ୟେକ ଇତିହାସର ପ୍ରମୁଖ ମୂହୁର୍ତ ଗୁଡିକ ପ୍ରଦର୍ଶନ କରନ୍ତି, ଲିଡବୋର୍ଡରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ଏବଂ ସୋସିଆଲ୍ ମିଡିଆରେ ଗେମ ପୁରସ୍କାର ଏବଂ ଅଗ୍ରଗତିର ଅଂଶୀଦାର କରାନ୍ତି। ଅନ୍ୟ ପଟେ, ଆଜାଦି କ୍ୱେଷ୍ଟରେ ଭାରତର ବୀରମାନେ ୭୫ ସ୍ତରରେ ବିସ୍ତୃତ ହୋଇଥିବା ୭୫୦ ପ୍ରଶ୍ନ ମାଧ୍ୟମରେ ଭାରତର ସ୍ୱାଧୀନତାର ବୀରମାନଙ୍କ ବିଷୟରେ ଖେଳାଳିଙ୍କ ଜ୍ଞାନ ପରୀକ୍ଷା କରିବା ପାଇଁ ଏକ କୁଇଜ୍ ଖେଳ ଭାବରେ ଡିଜାଇନ୍ କରା ଯାଇଛି ଏବଂ ୭୫ ‘ଆଜାଦି ବୀର’ କାର୍ଡ ମାଧ୍ୟମରେ ଅଳ୍ପ ଜଣାଶୁଣା ବୀରମାନଙ୍କ ବିଷୟରେ ମଧ୍ୟ କୁହନ୍ତି। ଏହି ‘ଆଜାଦୀ ବୀର’ କାର୍ଡ ଗୁଡ଼ିକ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଆବଂଟନ କରାଯାଇ ପାରିବ।

ପ୍ରକାଶନ ବିଭାଗ ଏବଂ ଜିଙ୍ଗା ଇଣ୍ଡିଆ ମଧ୍ୟରେ ବର୍ଷକର ସହଭାଗିତା ଏହିପରି ଅଧିକ ଖେଳ ପ୍ରଦାନ କରିବ ଏବଂ ବିଷୟବସ୍ତୁ ତଥା ବୈଶିଷ୍ଟ୍ୟ ଓ ବିଷୟବସ୍ତୁ ଦୃଷ୍ଟିରୁ ବିଦ୍ୟମାନ ଖେଳକୁ ବିସ୍ତାର କରିବ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମର ବିଭିନ୍ନ ଦିଗ ବିଷୟରେ ଶିକ୍ଷା ଦେବ ଏବଂ ଲୋକମାନେ ବିଶେଷକରି ଛାତ୍ର ଏବଂ ଯୁବକମାନଙ୍କ ମଧ୍ୟରେ ଦେଶପ୍ରେମର ଭାବନା ସୃଷ୍ଟି କରିବ। ଖେଳଗୁଡିକ ଖେଳାଳୀ ମାନଙ୍କୁ ପ୍ରତି ମାସରେ ମଧ୍ୟ ରୋମାଂଚକର ପୁରସ୍କାର ପ୍ରଦାନ କରିବ। ଯେଉଁମାନେ ଆଜାଦି କ୍ୱେଷ୍ଟ୍ ସଂପୂର୍ଣ୍ଣ କରିବେ, ସେମାନଙ୍କୁ ଏକ ସାର୍ଟିଫିକେଟ୍ ମଧ୍ୟ ପ୍ରଦାନ କରିବ। ଆଜାଦି କ୍ୱେଷ୍ଟ ସମ୍ପର୍କିତ ପୁସ୍ତିକା ନିମନ୍ତେ ଏଠାରେ କ୍ଲିକ୍ କରନ୍ତୁ। http://davp.nic.in/ebook/goi_print/index.html

Categories
ଆଜିର ଖବର ଜାତୀୟ ଖବର

ଆଜାଦୀ କା ଅମୃତ ମହୋତ୍ସବ ପ୍ରଦର୍ଶନୀର ଉଦ୍ଘାଟନ କଲେ ନିତୀନ ଗଡକରୀ

ଦିଲ୍ଲୀ: କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତୀନ ଗଡକରୀ ଆଜି ନାଗପୁର ସ୍ଥିତ ଗଣେଶପେଠର ସେଂଟ୍ରାଲ୍ ବସ୍ ଷ୍ଟେସନ୍ ଠାରେ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (ଏମ୍ଓଆରଟିଏଚ୍) ଦ୍ୱାରା ଆୟୋଜିତ ସ୍ୱାଧୀନତା ସଂଗ୍ରାମୀ ଏବଂ ଏହି ସଂଗ୍ରାମର ମହାପୁରୁଷ ମାନଙ୍କର ଏକ ଫଟୋ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ଶ୍ରୀ ଗଡକରୀ ଏହି ଅବସରରେ ଉପସ୍ଥିତ ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ସମ୍ମାନିତ କରିଥିଲେ।

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଉଥିବା ଆଜାଦୀର ଅମୃତ ମହୋତ୍ସବ ପାଳନ ଉଦ୍ଦେଶ୍ୟରେ ଏମ୍ଓଆର୍ଟିଏଚ୍ ସାରା ଦେଶରେ ୭୫ଟି ବସ୍ ଷ୍ଟେସନ୍ ଗୁଡିକରେ ପ୍ରଦର୍ଶନୀର ଆୟୋଜନ କରୁଛି, ଯାହା ଦ୍ୱାରା ଯେଉଁ ବ୍ୟକ୍ତି ବିଶେଷ ସ୍ୱାଧୀନ ଭାରତର ଗୌରବଶାଳୀ ଯାତ୍ରାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି, ସେମାନଙ୍କୁ ମନେ ପକା ଯାଇପାରିବ।

ଏହି ପ୍ରଦର୍ଶନୀ ଗୁଡିକ ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ଭାରତକୁ ସ୍ୱାଧୀନ କରିବା କ୍ଷେତ୍ରରେ ଯେଉଁ ବୀର ପୁରୁଷ ଏବଂ ମହିଳା ମାନଙ୍କର ଅବଦାନ ରହିଛି ଏବଂ ଯେଉଁମାନେ ନିଜ ଜୀବନର ବଳିଦାନ ଦେଇଛନ୍ତି ସେମାନଙ୍କୁ ଚିତ୍ରିତ କରିବ। ଏହା ସମ୍ବିଧାନର ପ୍ରସ୍ତୁତି ଏବଂ ଜୀବନର ସମସ୍ତ କ୍ଷେତ୍ରର ଆମର ସମସ୍ତ ନେତା ତଥା ପୁରୁଷ ଏବଂ ମହିଳା ମାନଙ୍କର ଯୋଗଦାନ ଉପରେ ମଧ୍ୟ ଆଲୋକପାତ କରିବ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ଦୂରଦର୍ଶନରେ ପ୍ରସାରିତ ହେବ “ସ୍ୱରାଜ –ଭାରତର ସ୍ୱାଧୀନତା ସଂଗ୍ରାମର ସମଗ୍ର ଗାଥା”

ନୂଆଦିଲ୍ଲୀ: ‘ସ୍ୱରାଜ – ଭାରତର ସ୍ୱାଧୀନତା ସଂଗ୍ରାମର ସମଗ୍ର ଗାଥା’, ୭୫ ଅଧ୍ୟାୟ ବିଶିଷ୍ଟ ଏହି ଧାରାବାହିକ ଦୂରଦର୍ଶନର ଡିଡି ନେଶନାଲ ଚାନେଲରେ ୧୪ ଅଗଷ୍ଟ ଠାରୁ ପ୍ରସାରିତ ହେବ, ପ୍ରତି ରବିବାର ରାତି ୯ଟାରୁ ୧୦ଟା ପର୍ଯ୍ୟନ୍ତ। ସ୍ୱାଧୀନତା ସଂଗ୍ରାମର ମହାନାୟକଙ୍କ ବଳିଦାନ ବିଷୟରେ ଅନେକ ଆଲୋଚିତ – ଅନାଲୋଚିତ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏ ଧାରାବାହିକ। ଏ ଧାରାବାହିକକୁ ନଅଟି ଆଞ୍ଚଳିକ ଭାଷା ଏବଂ ଇଂରାଜୀରେ ଡବିଂ କରାଯାଉଛି। ଆଞ୍ଚଳିକ ଭାଷାରେ ଧାରାବାହିକର ପ୍ରସାରଣ ଅଗଷ୍ଟ ୨୦ ତାରିଖ ଠାରୁ ରାତି ୯ଟାରୁ ୧୦ଟା ମଧ୍ୟରେ ଦୂରଦର୍ଶନର ଆଞ୍ଚଳିକ ଚାନେଲରେ କରାଯିବ। ଏସବୁ ଭାଷା ହେଲା – ତାମିଲ, ତେଲୁଗୁ, କନ୍ନଡ଼, ମାଲାୟଲମ, ମରାଠୀ, ଗୁଜରାଟୀ, ଓଡ଼ିଆ, ବଙ୍ଗଳା ଏବଂ ଅହମୀୟା।

ଏ ଧାରାବାହିକକୁ ଅଗଷ୍ଟ ୨୦ ତାରିଖ ଠାରୁ ଆକାଶବାଣୀର ବିଭିନ୍ନ କେନ୍ଦ୍ର ଦ୍ବାରା ପ୍ରତ୍ୟେକ ଶନିବାର ଦିନ ୧୧ଟାରୁ ମଧ୍ୟ ପ୍ରସାରଣ କରାଯିବ।

ସପ୍ତାହ ସମୟରେ ଅଧ୍ୟାୟଗୁଡ଼ିକୁ ପୁନଃପ୍ରସାରଣ କରାଯିବ।

ଧାରାବାହିକକୁ ନେଇ ଗଭୀର ଗବେଷଣା କରାଯାଇଛି।

ଏ ଧାରାବାହିକ ନିର୍ମାଣ ୪K/HD ଉଚ୍ଚ ଗୁଣବତ୍ତାରେ କରାଯାଇଛି।

ଏ ଧାରାବାହିକର ଆରମ୍ଭ ସେହି ସମୟରୁ ହୋଇଛି ଯେତେବେଳେ ୧୪୯୮ରେ ଭାସ୍କୋ-ଡା-ଗାମା ଭାରତ ମାଟିରେ ପାଦ ଥାପିଥିଲେ। ଏହାପରେ ପର୍ତ୍ତୁଗାଲ, ଫରାସୀ, ଡଚ ଏବଂ ଇଂରେଜମାନେ ଭାରତରେ ଉପନିବେଶ ପ୍ରତିଷ୍ଠା କରିବା ଲାଗି ପ୍ରୟାସ କରିଥିଲେ। ସେ ସମୟ ଠାରୁ ଆରମ୍ଭ କରି ଭାରତ ସ୍ୱାଧୀନ ହେବା ପର୍ଯ୍ୟନ୍ତ ସମୟର ସଂଘର୍ଷ ଏବଂ ଆମ ସ୍ୱାଧୀନତାର ନାୟକମାନଙ୍କ ଗୌରବ କଥା ଏ ଧାରାବାହିକରେ ପ୍ରଦର୍ଶିତ ହେବ।

ବିଶେଷ କଥା ହେଉଛି ଏହାର କାହାଣୀରେ କେବଳ ମଙ୍ଗଲ ପାଣ୍ଡେ, ରାଣୀ ଲକ୍ଷ୍ମୀବାଈ ଏବଂ ଭଗତ ସିଂହଙ୍କ ଭଳି ପରିଚିତ ନାୟକଙ୍କ କାହାଣୀ ସାମିଲ ନାହିଁ ବରଂ ଅନେକ ଅନାଲୋଚିତ ନାୟକନାୟିକଙ୍କୁ ନେଇ ପ୍ରସ୍ତୁତ ହୋଇଛି ଏହାର ବିଷୟବସ୍ତୁ। ରାଣୀ ଅବକ୍କା, ବକ୍ସି ଜଗବନ୍ଧୁ, ତିରୋତ ସିଂହ, ସିଦ୍ଧୋ କାହ୍ନୋ ମୁର୍ମୁ, ଶିବପ୍ପା ନାୟକ, କାହ୍ନୋ ଜୀ ଆଙ୍ଗ୍ରେ, ରାଣୀ ଗାଇଦିନ୍ଲୁ ଏବଂ ତିଲକା ମାଞ୍ଝୀଙ୍କ ଭଳି ବୀର ଯୋଦ୍ଧାଙ୍କ କାହାଣୀ ବର୍ଣ୍ଣିତ ହୋଇଛି ଯେଉଁମାନଙ୍କ ବଳିଦାନ ଅନାଲୋଚିତ-ବିସ୍ମୃତ ହୋଇ ରହିଯାଇଛି।

ଏ ଧାରାବାହିକରେ ରହିଛି ସ୍ୱାଧୀନତାର ଗୌରବ ଗାଥା। କେବଳ ଇଂରେଜମାନଙ୍କ ଅତ୍ୟାଚାର ବିରୋଧରେ ଉଠିଥିବା ସ୍ୱରର କାହାଣୀ ନୁହେଁ ବରଂ ସୁନାର ଭାରତକୁ ଶୋଷଣ କରିଥିବା ଫରାସୀ, ଡଚ୍‌ ଓ ପର୍ତ୍ତୁଗାଲ ଉପନିବେଶବାଦର ଅନ୍ୟାୟ କାହାଣୀ ଏଥିରେ ବର୍ଣ୍ଣିତ। ଯେଉଁ ନାୟକମାନେ ଉପନିବେଶବାଦୀଙ୍କ ବିରୋଧରେ ବିଦ୍ରୋହ କରିଥିଲେ ସେମାନଙ୍କ ଅକୁହା କାହାଣୀ ଏ ଧାରାବାହିକ ମାଧ୍ୟମରେ ପହଞ୍ଚିବ ଦର୍ଶକଙ୍କ ନିକଟରେ।

ଏହା ବ୍ୟତୀତ ଡିଡି ନେଶନାଲରେ ଦେଖିବାକୁ ମିଳିବ ଚାରିଟି ନୂଆ ଧାରାବାହିକ । ମହିଳାଙ୍କ ସଶକ୍ତିକରଣ ଉପରେ ଆଧାରିତ ‘‘କର୍ପୋରେଟ୍‌ ସରପଞ୍ଚ’’। ଦେଶ ପ୍ରେମ ଉପରେ ଆଧାରିତ ‘‘ୟେ ଦିଲ ମାଂଗେ ମୋର’’ ଏବଂ ‘‘ଜୟ ଭାରତୀ’’ ଦୂରଦର୍ଶନରେ ପ୍ରସାରିତ ହେବ। ‘‘ସ୍ୱରର ଏକଲବ୍ୟ’’ ଏକ ସଙ୍ଗୀତ ରିୟଲିଟୀ ଶୋ’ ଏବଂ ଏହା ବପ୍ପି ଲାହିରୀଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି। ଏସବୁ ଧାରାବାହିକ ଡିଡି ନେଶନାଲରେ ପ୍ରାଇମ ଟାଇମରେ ପ୍ରଦର୍ଶିତ ହେବ।

‘‘ଷ୍ଟାର୍ଟ ଅପ୍‌ ଚାମ୍ପିଅନ୍ସ0’’ରେ ୪୬ଟି ଜାତୀୟ ପୁରସ୍କାର ପ୍ରାପ୍ତ ଷ୍ଟାର୍ଟଅପ୍‌ର ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି। ପ୍ରତି ଶନିବାର ରାତି ୯ଟାରେ ଡିଡି ନ୍ୟୁଜରେ ଏବଂ ପ୍ରତି ରବିବାର ଦିନ ୧୨ଟାରେ ଡିଡି ନେଶନାଲରେ ଏ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଡିଡି ଇଣ୍ଡିଆରେ ଏହାର ଇଂରାଜୀ ସଂସ୍କରଣ ଶନିବାର ୧୦ଟା ବେଳେ ଦର୍ଶକମାନେ ଦେଖିବାକୁ ପାଇବେ।

Categories
ଜୀବନ ଶୈଳୀ ବିଶେଷ ଖବର ରାଜ୍ୟ ଖବର

ନେତାଜୀ ସୁଭାଷ ଚନ୍ଦ୍ର ବୋଷ: ଭାରତୀୟ ରାଜନୀତି ଓ ଜନଜୀବନର ଅନନ୍ୟ ମହାନାୟକ

ଜ୍ୟୋତି ରଞ୍ଜନ ମହାପାତ୍ର

ସ୍ୱାଧୀନତା ସଂଗ୍ରାମ କାଳରେ ଆମରି ଜାତୀୟକବି ବୀରକିଶୋର ଦାସ ଲେଖିଥିଲେ “ଧଳା ବଦଳରେ କଳା ହେଲେ ଜୋକ, କଟିବ କି କୋଟି ଜନତାଙ୍କ ଦୁଃଖ- ଚାଷୀ ମୂଲିଆଙ୍କ ଖପୁରୀକୁ ଚିରି, ଦିଲ୍ଲୀ ଦରବାର ଗଢ଼ିବା କି?’ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଲେଖିଥିଲେ, “ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲିଯାଆନ୍ତୁ ପିଠିରେ’। ନେତାଜୀ ସୁବାଷ ଚନ୍ଦ୍ର ବୋଷ ଆହ୍ୱାନ ଦେଇଥିଲେ, “ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’।

ସେହି ଡାକରା  ଗୁଡ଼ିକ ଆଜିର ଦିନରେ କ୍ରମାନ୍ୱୟରେ ପରିବର୍ତ୍ତିତ ହୋଇଯାଇଛି ‘(୧) ଧଳା ବଦଳରେ କଳା ହେଲେ ଜୋକ, କଟିଲାଣି କୋଟି ଜନତାଙ୍କ ଦୁଃଖ, ଚାଷୀମୂଲିଆଙ୍କ ଖପୁରିକୁ ଚିରି, ଦିଲ୍ଲୀ ଦରବାର ଗଢ଼ିଲେଟି’, (୨) ମିଶୁ ଦେଶ ପାଣ୍ଠି ମୋ ନିଜ ପାଣ୍ଠିରେ, ଚାଲିଯାଏ ମୁଁ ଦେଶବାସୀଙ୍କ ପିଠିରେ’ ଓ (୩) “ମୋତେ ତୁମ ରକ୍ତ ଦିଅ, ମୁଁ ତୁମକୁ ଶାସନ ଶୋଷଣ କରିବି’।

ଏହିଭଳି ଏକ କିମ୍ଭୂତକିମାକାର ପରିସ୍ଥିତିରେ ନେତାଜୀଙ୍କ ପ୍ରଦର୍ଶିତ ସମାଜବାଦ, ଭାଇଚାରା, ସର୍ବଧର୍ମ ସମନ୍ୱୟତା, ଧନୀ ଓ ଦରିଦ୍ରଙ୍କ ଭିତରେ ବିଶେଷ ତାରତମ୍ୟ ନ ରହିବା, ମହିଳା ସଶକ୍ତିକରଣ ଇତ୍ୟାଦି ଅନେକ ତତ୍ତ୍ୱ ଆଜି ସମାଧି ଲଭିବାକୁ ବସିଲାଣି। ଏ ସବୁର ପ୍ରତିଷ୍ଠା ପାଇଁ ସେ ନିଜ ଜୀବନରେ ଯେଉଁ ସବୁ କାର୍ଯ୍ୟପନ୍ଥା ଆପଣେଇଥିଲେ, ସେସବୁର ସମ୍ୟକ ବିବରଣୀ ନିମ୍ନରେ ପ୍ରଦତ୍ତ ଅଛି।

ତା ୨୧.୧୦.୧୯୪୩ରିଖରେ ସିଙ୍ଗାପୁରଠାରେ ଦେଶର ପ୍ରଥମ ସ୍ୱାଧୀନ ସରକାର ଗଠନ କରି ନେତାଜୀ ନିଜେ ରାଷ୍ଟ୍ରମୁଖ୍ୟ ହୋଇ ଗୃହ ଓ ବୈଦେଶିକ ବିଭାଗକୁ ନିଜ ହାତରେ ରଖିଥିଲେ ତଥା ସୈନ୍ୟବାହିନୀର ସୁପ୍ରିମ କମାଣ୍ଡର ହୋଇଥିଲେ। ଶ୍ରୀ ରାସବିହାରୀ ବୋଷ ସେହି ମନ୍ତ୍ରୀମଣ୍ଡଳର ପ୍ରମୁଖ ପରାମର୍ଶଦାତା ଥିଲେ। ମହିଳା ସଶକ୍ତିକରଣ ବିଭାଗ ମନ୍ତ୍ରୀ ଥିଲେ ଶ୍ରୀମତୀ ଲକ୍ଷ୍ମୀ ସେହେଗଲ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଥିଲେ ଏସ୍.ଏ. ଆୟାର ଓ ଅର୍ଥମନ୍ତ୍ରୀ ଥିଲେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଏ.ସି. ଚାଟାର୍ଜୀ। ଏ.ଏମ୍. ସହାୟଙ୍କୁ ମନ୍ତ୍ରୀପଦ ତୁଳନୀୟ ସମ୍ପାଦକ ପଦ ମିଳିଥିଲା। ଏ.ଏନ୍. ସରକାର ଥିଲେ ଆଇନ୍ ପରାମର୍ଶଦାତା। ସର୍ବଶ୍ରୀ କରିମ୍ ଗନି, ଦେବନାଥ ଦାସ, ଡ଼ି.ଏମ୍. ଖାନ୍, ଏ. ୟେଲେପ୍ପା, ଜେ. ଥିଭି, ସର୍ଦ୍ଦାର ଇଶାର ସିଂ ପ୍ରମୁଖ ଏହି ସରକାରର ପରାମର୍ଶଦାତା ଥିଲେ। ସୈନ୍ୟବାହିନୀର ଲେଫ୍ଟନାଣ୍ଟ କର୍ଣ୍ଣେଲ ସର୍ବଶ୍ରୀ ଅଜିଜ୍ ଅହମ୍ମଦ, ଏସ୍.ଏନ୍. ଭଗତ, ଗୁଲ୍ଜାର ସିଂ, ଏମ୍.ଜେ. କିଆନି, ଏ. ଲୋଗନାଥନ, ଇଶାନ କ୍ୱାଦିର, ସାହାନୱାଜ ଓ କର୍ଣ୍ଣେଲ ଜେ.କେ. ଭୋଁସଲେ ପ୍ରମୁଖ ଏହି ସରକାରରେ ବିଭିନ୍ନ ପଦପଦବୀରେ ରହିଥିଲେ।

ଏହି ସରକାର “ଆଜାଦ ହିନ୍ଦ୍ ଫୌଜ’ ନାମକ ନିଜର ସୈନ୍ୟବାହିନୀ, ‘ଆଜଦ୍ ହିନ୍ଦ ରେଡ଼ିଓ’ ନାମକ ନିଜର ରେଡ଼ିଓ ଷ୍ଟେସନ, ମୁଦ୍ରା, ଡ଼ାକଘର,  “ଆଜାଦ୍ ହିନ୍ଦ୍ ବ୍ୟାଙ୍କ’ ନାମକ ବ୍ୟାଙ୍କ ପ୍ରତିଷ୍ଠା କରିଥିଲେ। ଯେଉଁ ରାଷ୍ଟ୍ରମାନେ ଏହି ସରକାରଙ୍କୁ ସ୍ୱୀକୃତି ପ୍ରଦାନ କରିଥିଲେ ସେଗୁଡ଼ିକ ଥିଲେ ଜର୍ମାନୀ, କ୍ରୋଏସିଆ, ·ଇନା, ମାଞ୍ଚୁକୁଓ, ଫିଲିପାଇନ୍ସ, ବର୍ମା, ଇଟାଲୀ, ଜାପାନ ଓ ଇରିଶଯୁକ୍ତ ରାଜ୍ୟ ସମୂହ। ଏହିସବୁ ଦେଶରେ ନେତାଜୀଙ୍କ ସରକାରର ରାଷ୍ଟ୍ରଦୂତମାନେ ନିଯୁକ୍ତି ପାଇଥିଲେ।

ନେତାଜୀ ଯୁବଶକ୍ତି ପ୍ରସଙ୍ଗରେ ଆହ୍ୱାନ ଦେଇ କହିଥିଲେ, ‘ବନ୍ଧୁଗଣ! ଯୁବଶକ୍ତିର ଜାଗରଣରେ ସାହାଯ୍ୟ କର। ଯୁବ ଆନ୍ଦୋଳନ ପାଇଁ ସଙ୍ଗଠନ ଗଢ଼ିଉଠୁ। ଆତ୍ମସଚେତନ ଯୁବଶକ୍ତି କେବେଳ କାର୍ଯ୍ୟ କରିବ ନୁହେଁ, ସ୍ୱପ୍ନ ମଧ୍ୟ ଦେଖିବ। କେବଳ ଧ୍ୱଂସ କରିବ ନାହିଁ, ନିର୍ମାଣ ମଧ୍ୟ କରିବ। ଆମେ ସବୁ ବିଫଳ ହୋଇଯିବା କିନ୍ତୁ ଯୁବଶକ୍ତି ବିଫଳ ହେବନାହିଁ। ଆମମାନଙ୍କ ପାଇଁ ସେମାନେ ଏକ ନବଭାରତ ନିର୍ମାଣ କରିବାରେ ସଫଳ ହେବେ। ସମସ୍ତ ବ୍ୟର୍ଥତା, ସମସ୍ତ ପରୀକ୍ଷା ଓ ଅତୀତର ତିକ୍ତ ଅଭିଜ୍ଞତାରୁ, ଯୁବଶକ୍ତି ସଫଳତା ଦିଗରେ କାର୍ଯ୍ୟ କରିଯିବ। ଯଦି ସାମ୍ପ୍ରଦାୟିକତା ଓ ଅନ୍ଧବିଶ୍ୱାସକୁ ଆମେ ଦୂର କରିବାକୁ ଚାହୁଁ, ତାହାହେଲେ ଯୁବକମାନଙ୍କ ଭିତରେ ହିଁ ଆମକୁ କାର୍ଯ୍ୟ କରିବାକୁ ହେବ।’ ନେତାଜୀଙ୍କ ଆହ୍ୱାନ ଥିଲା “ଯେଉଁ ଦେଶର ସରକାର ବା ଶାସନ ସାଧାରଣ ଜନତାଙ୍କୁ ତାଙ୍କ ଅଧିକାରରୁ ବଞ୍ôଚତ କରୁଛି, ସେହି ଦେଶର ଯୁବକ-ଛାତ୍ରମାନଙ୍କ ଦାୟିତ୍ୱ ନୁହେଁ, କର୍ତ୍ତବ୍ୟ ହୋଇଯାଉଛି କି, ସେଭଳି ଏକ ସରକାର ବା ଶାସନକୁ ବଦଳାଇ ଦେବେ, ନଚେତ୍ ଶାସନ ଗାଦିରୁ କାଢିଦେବେ’।

ନେତାଜୀ ଯୋଜନା କମିଟି (ବର୍ତ୍ତମାନର ନାମ ନୀତି ଆୟୋଗ)ର ପ୍ରତିଷ୍ଠାତା ଥିଲେ ଓ ତା ୧୭-୧୨-୧୯୩୮ରିଖରେ ମୁମ୍ବାଇରେ ଏହାକୁ ଗଠନ କରିଥିଲେ। ଏଥିରେ ଭି.ବି. ଗିରି, ଜେ.ବି. କୃପାଳିନୀ, ବିଶ୍ୱେଶ୍ୱରାୟ, ମେଘନାଦ ସାହା ସଦସ୍ୟବୃନ୍ଦ ଓ ନେହେରୁ ଅଧ୍ୟକ୍ଷ ଭାବେ ସଭାପତି ନେତାଜୀ ସୁଭାଷ ବୋଷଙ୍କ ଦ୍ୱାରା ମନୋନୀତ ହୋଇଥିଲେ।

ନେତାଜୀ ଜାତୀୟ କଂଗ୍ରେସର ସଭାପତି ରୂପେ ତା ୧୯-୧୨-୧୯୩୮ ଓ ୨୯-୦୧-୧୯୩୯ରିଖରେ ମହାତ୍ମା ଗାନ୍ଧୀଙ୍କର ବ୍ୟକ୍ତିଗତ ପ୍ରାର୍ଥୀକୁ ହରାଇ ବିଜୟଲାଭ କରିଥିଲେ ଓ ପରେ ସେଥିରୁ ଇସ୍ତଫା ଦେଇଥିଲେ।

ନେତାଜୀ ମହିଳା ସଶକ୍ତିକରଣର ପୃଷ୍ଠପୋଷକ ଥିଲେ। ଯାହାଙ୍କ ନେତୃତ୍ୱରେ ସମ୍ଭବତଃ ବିଶ୍ୱର ପ୍ରଥମ ମହିଳା ସେନାବାହିନୀ ଭାବରେ ଗଠିତ ହୋଇଥିଲା ଝାନ୍ସୀ ରାଣୀ ରେଜିମେଣ୍ଟ। ଯେଉଁ ମହିଳା ସେନାବାହିନୀର କ୍ୟାପଟେନ୍ (ଡାକ୍ତରାଣୀ) ଲକ୍ଷ୍ମୀ ସ୍ୱାମୀନାଥନ ସେହେଗଲଙ୍କ ଠାରୁ ସୁଦୂର ଅଗମ୍ୟ କୋରାପୁଟର ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ପର୍ଯ୍ୟନ୍ତ ମହିଳାମାନେ ନେତୃତ୍ୱ ନେଉଥିଲେ।

ନେତାଜୀ ଥିଲେ ସାମ୍ପ୍ରଦାୟିକ ଐକ୍ୟର ପ୍ରବକ୍ତା। ତାଙ୍କର ବିଶ୍ୱସ୍ତ ସହଯୋଗୀ ଥିଲେ କର୍ଣ୍ଣେଲ ହବିବୁର ରହମନ, ମୋଇରାଙ୍ଗ ବିଜୟର ନାୟକ ସଉକତ ଅଲ୍ଳୀ ମଲ୍ଲିକ (ତା ୧୪-୦୪-୧୯୪୪)। ନେତାଜୀଙ୍କ ଡ୍ରାଇଭର ଥିଲେ ନିଜାମୁଦ୍ଦିନ ଓ ରୋଷେଇଆ ଥିଲେ ଶେଖ ରମଜାନ କୁରେସୀ। ନେତାଜୀଙ୍କ ଗଠିତ ପ୍ରଥମ ଆଇ.ଏନ୍.ଏ.ର ସଦସ୍ୟଗଣ ଥିଲେ ଫଉଜା ସିଂହ (ପଞ୍ଜାବୀ), ସତ୍ୟଚନ୍ଦ୍ର ବର୍ଦ୍ଧନ (ତ୍ରିପୁରା), କେ ଅନନ୍ତନ ଆୟାର (କେରଳୀ ବ୍ରାହ୍ମଣ), ଓକମ୍ କାଦର (କେରଳୀ ମୁସଲମାନ) ଯେଉଁମାନଙ୍କୁ ସେପ୍ଟେମ୍ବର ୧୦-୧୯୪୩ରେ ମାଡ୍ରାସ ଜେଲରେ ବ୍ରିଟିଶ ଫାଶୀ ଦେଇଥିଲା। ବୋନ ଫିସ ପେରେରା (କେରଳୀ ଖ୍ରଷ୍ଟିୟାନ୍) ନାବାଳକ ହୋଇଥିବାରୁ ତାଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା। ଆଣ୍ଡାମାନ ଓ ନିକୋବାର ଆଇଲାଣ୍ଡକୁ ନେତାଜୀ ସହୀଦ ଓ ସ୍ୱରାଜ ନାମରେ ନାମକରଣ କରିଥିଲେ ତା ୨୯-୧୨-୧୯୪୩ରିଖରେ।

ନେତାଜୀ କଂଗ୍ରେସର ସଭାପତି ଥିବା ସମୟରେ ଆଚାର୍ଯ୍ୟ ଜେବି କୃପାଲିନୀ ସାଧାରଣ ସମ୍ପାଦକ ଓ ଯମୁନାଲାଲ ବଜାଜ କୋଷାଧ୍ୟକ୍ଷ ଥିଲେ।

ମହାତ୍ମା ଗାନ୍ଧୀଙ୍କୁ “ଜାତିର ପିତା’ ବୋଲି ନେତାଜୀ ହିଁ ପ୍ରଥମେ ଅଭିହିତ-ସମ୍ବୋଧନ କରିଥିଲେ। ନେତାଜୀ କଟକର ରେଭେନ୍ସା କଲିଜିଏଟ୍ ସ୍କୁଲର ଛାତ୍ର ଥିବା ବେଳେ ଶହୀଦ ଖୁଦିରାମ ବୋଷଙ୍କୁ ଫାଶୀର ପ୍ରତିବାଦରେ ଛାତ୍ରାବାସରେ ସମୂହ ଅନଶନ କରି ଗୋରା ହାକିମଙ୍କଠାରୁ ବେତ୍ରାଘାତ ଦଣ୍ଡ ପାଇଥିଲେ।

ଆଜିର ଭାରତବର୍ଷ, ଏହାର ଶାସକ ଓ ପ୍ରଶାସକଙ୍କ ଜରିଆରେ ସମାଜର ଏକ ଭାଗ ଧନୀଙ୍କ ହାତରେ ଦେଶର ସବୁ ସମ୍ପତ୍ତିର ୯୯ ଭାଗ ଟେକିଦେବାକୁ ଉଦ୍ୟମରତ। “ମୁଁ ହିନ୍ଦୁ, ସେ ମୁସଲିମ୍, ସେ ଖ୍ରୀଷ୍ଟିୟାନ୍” ଧ୍ୱନି ଜରିଆରେ ସମାଜକୁ ଖଣ୍ଡଖଣ୍ଡ କରିବାକୁ ଶାସକ ଓ ପ୍ରଶାସକମାନେ ଶତତ ଚେଷ୍ଟିତ ଓ ସଫଳକାମ ହେଉଛନ୍ତି। ଏଭଳି ଏକ ପରିସ୍ଥିତିରେ ନେତାଜୀଙ୍କ ପ୍ରଦର୍ଶିତ ମାର୍ଗ “ସାଧାରଣ ଜନତାଙ୍କ ହାତରେ ଶାସନର ଡ଼ୋରୀ’ ଯେ ଦେଶକୁ ରକ୍ଷା କରି ଏକ ସମତାଭିତ୍ତିକ ସମାଜ ପ୍ରତିଷ୍ଠାରେ ସହାୟକ ହୋଇପାରିବ, ଏଥିରେ ସନ୍ଦେହ ନାହିଁ। ସର୍ବୋପରି ଆମ ଦେଶରେ ଦେଶପ୍ରେମର ସର୍ବୋଚ୍ଚ ନିଦର୍ଶନ ନେତାଜୀ ସୁଭାଷଙ୍କ ଜନ୍ମଜୟନ୍ତୀକୁ ଦେଶପ୍ରେମ ଦିବସ ଭାବରେ ଆଜିର ଯୁବପିଢୀ ଓ ସାଧାରଣ ଜନତା ପାଳନ କରି ତାଙ୍କ ପଥର ପଥିକ ହୋଇପାରିଲେ  ତାହା ହିଁ ହେବ ନେତାଜୀଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ।

(ଶ୍ରୀ ମହାପାତ୍ର ନେତାଜୀଙ୍କ ପ୍ରତିଷ୍ଠିତ “ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍”ର ଓଡ଼ିଶା ରାଜ୍ୟ ସମ୍ପାଦକ)

Categories
ବିଶେଷ ଖବର

ଇତିହାସ ପୃଷ୍ଟଭୂମିରୁ: ଲାଲ ମାଟିର ଗଡ଼ ଖୋର୍ଦ୍ଧା

ବିଶ୍ବବିଜୟୀ ଦାଶ

ଖୋର୍ଦ୍ଧା: ୧୯୯୩ ମସିହା ଅପ୍ରେଲ ପହିଲା ଦିନ ଖୋର୍ଦ୍ଧା ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା। ୧ ଅପ୍ରେଲ ୧୯୯୩ ପୂର୍ବରୁ ଏହା ପୁରୀ ଜିଲ୍ଲାର ଅନ୍ତର୍ଭୁକ୍ତ ଥିଲା। ଖୋର୍ଦ୍ଧା ଜିଲ୍ଲା ଏକ ପର୍ଯ୍ୟଟନ କ୍ଷେତ୍ର, ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ଏହି ଜିଲ୍ଲା।

ଇତିହାସର ସ୍ମୃତିକୁ ଜାବୁଡ଼ି ଧରିଥିବା ବୀର ଲାଲ ମାଟି ଖୋର୍ଦ୍ଧା, ଯାହାର ମାଟିକୁ ଚିପୁଡିଲେ ରକ୍ତ ବାହାରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହ ୧୮୧୭ରେ ଏହି ମାଟିରୁ ସଙ୍ଗଠିତ ହୋଇଥିଲା। ପୁଣି ଏହି ମାଟିର ଇତିହାସ ଗାଏ ବୀରତ୍ଵର ଗାଥା। କହେ ସଂହତି ଓ ସଂଘର୍ଷର କଥା। ବ୍ରିଟିଶ ଶାସନରୁ ମୁକ୍ତି ପାଇଁ ଆରମ୍ଭ ହୋଇଥିବା ସଂଗ୍ରାମର ମୂକସାକ୍ଷୀ ହୋଇ ରହିଛି ଅନେକ ସ୍ଥାନ। ଏଠାରେ କ୍ଷରିଛି ସଂଗ୍ରାମୀଙ୍କ ରକ୍ତ। ସେହି ରକ୍ତ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିଛି ଭାରତକୁ ସେପରି କିଛି ବୀରପୁରୁଷଙ୍କ ପାଇଁ ଖୋର୍ଦ୍ଧାରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉତ୍ସବ ବର୍ଷତମାମ ପାଳନ କରିବା ପାଇଁ ସୁଯୋଗ ମିଳିଛି। ଶେଷ ସ୍ଵାଧୀନ ଦୁର୍ଗ ଖୋର୍ଦ୍ଧାଗଡ଼ ଭାବେ ପରିଚିତ ଏ ମାଟି ଶସ୍ୟଶ୍ୟାମଳା।

ସମୃଦ୍ଧ ପବିତ୍ର ମାଟିର ପ୍ରତିଭା, ପାଇକପଟଳ, ସାହିତ୍ୟ, ସଂସ୍କୃତି, ସଂହତି, ଐତିହ୍ୟ, କଳାକାର, ସମରକଳା, ସ୍ଥପତି ଓ ସ୍ଥାପତ୍ୟ ସମଗ୍ର ଭାରତବର୍ଷରେ ପ୍ରସିଦ୍ଧି ଲାଭ କରିଛନ୍ତି। ନୈସର୍ଗିକ ଶୋଭା ପସରା ବେଷ୍ଟିତ ବରୁଣେଇ ପାହାଡ଼ ପାଦଦେଶରେ ଦୁର୍ଭେଦ୍ୟ ଖୋର୍ଦ୍ଧା ଗଡ଼ ନିର୍ମାଣ କରି ତତ୍କାଳୀନ ଖୋର୍ଦ୍ଧା ରାଜା ଗଜପତି ରାମଚନ୍ଦ୍ର ଦେବଙ୍କ ଅକ୍ଷୟ କୀର୍ତ୍ତି ସ୍ଵର୍ଣ୍ଣାକ୍ଷରରେ ଇତିହାସ ପୃଷ୍ଠା ମଣ୍ଡନ କରିଛି। ଦୁଦ୍ଧର୍ଷ ଯବନ କଳାପାହାଡର ଆକ୍ରମଣ ଯୋଗୁ ଓଡ଼ିଶାର ନୀଳ ଆକାଶରେ ଯେତେବେଳେ ଆତଙ୍କର କଳାବାଦଲ ଘାଟି ଯାଇଥିଲା ସେତେବେଳେ ଉତ୍କଳର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କୁ ପ୍ରଧାନସେବକ ଗଜପତି ଓ ପୂଜକମାନେ ନେଇ ଆଶ୍ରୟ ଦେଇଥିଲେ ଘଞ୍ଚ ଅରଣ୍ୟ ପରିବେଷ୍ଟିତ ବରୁଣେଇ ପାହାଡ ପାଦଦେଶସ୍ଥ ଖୋର୍ଦ୍ଧା ଗଡ଼ରେ।

ଶ୍ରୀମନ୍ଦିରରୁ ଦାରୁ ଦେବତାଙ୍କୁ ଅପସାରିତ କରିବା ଅବସରରେ ଶ୍ରୀବିଷ୍ଣୁ ଭକ୍ତ ତଥା ମୃଦଙ୍ଗବାଦକ ବିଶର ମହାନ୍ତି ମୃଦଙ୍ଗ ଗର୍ଭରେ ଶ୍ରୀଜୀଉମାନଙ୍କ ବ୍ରହ୍ମ ନେଇ ରଖିଥିଲେ କୁଜଙ୍ଗ ଜମିଦାରଙ୍କ ଓଳିଆ ଉପରେ। ଖୋର୍ଦ୍ଧାର ଗଜପତି ରାମଚନ୍ଦ୍ର ଦେବ କୁଜଙ୍ଗରୁ ବ୍ରହ୍ମଙ୍କୁ ଅଣାଇ ଖୋର୍ଦ୍ଧାଗଡରେ ବନଯାଗ ପୂର୍ବକ ମୂର୍ତ୍ତି ନିର୍ମାଣ କରାଇ ୧୫୭୫ରେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରର ରତ୍ନ ସିଂହାସନରେ ବିଜେ କରାଇବା ଗୌରବର କଥା। ଜାଗୁଳେଇପାଟଣାରେ ବିଜେ ହାତଗୋଡ ଥିବା ଅନନ୍ତ ପୁରୁଷୋତ୍ତମ ଦେବ ଜଗନ୍ନାଥ) ଗଜପତି ଦିବ୍ୟସିଂହଦେବ ୩ୟଙ୍କୁ ଚତୁର୍ଦ୍ଧାମୂର୍ତ୍ତି ରୂପେ ଦର୍ଶନ ଦେଇଥିବାରୁ ଏଠାକାର ଦାରୁମୂର୍ତ୍ତି ପୂର୍ଣ୍ଣାବୟବରେ ପୂଜିତ। ବ୍ରହ୍ମାଣ୍ଡ ଠାକୁର କାଳିଆ ସାଆନ୍ତଙ୍କ ନବକଳେବର ପାଇଁ ଉଦ୍ଦିଷ୍ଟ ଦେବଲାଗି ଦାରୁ ଖୋର୍ଦ୍ଧା ନିକଟ ଚମ୍ପାଝର ଓ ଦମାଛଗାଡିଆ ପରି ପବିତ୍ର ମୃତ୍ତିକାରେ ବର୍ଦ୍ଧିତ ହୋଇ ଶ୍ରୀଜୀଉଙ୍କ ମୂର୍ତ୍ତି ଗଠନରେ ବ୍ୟବହୃତ ହେବା ଅତୀବ ଗୌରବର ବିଷୟ। ଶ୍ରୀକ୍ଷେତ୍ର ସହିତ ଖୋର୍ଦ୍ଧାର ସମ୍ପର୍କ ବହୁ ପୁରାତନ ଓ ନିବିଡ।

ଖୋର୍ଦ୍ଧା କହିଲେ ଅତୀତରେ ଖୋର୍ଦ୍ଧା ରାଜ୍ୟକୁ ବୁଝାଉଥିଲା, ଯାହାର କେନ୍ଦ୍ରାଞ୍ଚଳ ରାଜଧାନୀ ଗଡ଼ଖୋର୍ଦ୍ଧା ନାମରେ ପରିଚିତ। ଖୋର୍ଦ୍ଧାଗଡ଼ ଭାରତର ଶେଷ ସ୍ୱାଧୀନ ଦୁର୍ଗ ଭାବରେ ସର୍ବବିଦିତ। ତେବେ ଗଡ଼ଖୋର୍ଦ୍ଧାକୁ ଛାଡିଦେଲେ ବର୍ତ୍ତମାନର ଖୋର୍ଦ୍ଧା ସହର। ସେତେବେଳେ ବଣଜଙ୍ଗଲରେ ଭରପୂର ଥିଲା। କାଳକ୍ରମେ ବଣଜଙ୍ଗଲକୁ ସଫା କରି ଜନବସତି ଗଢ଼ିଉଠିଲା।

ଅନ୍ୟପକ୍ଷେ ଖୋର୍ଦ୍ଧାଗଡ଼ ୧୫୬୮ରେ ରାମଚନ୍ଦ୍ର ଦେବଙ୍କ ଦ୍ଵାରା ସ୍ଥାପିତ ହୋଇଥିଲା। ପରେ ୨୩୫ ବର୍ଷ ଧରି ୧୮୦୪ ଡିସେମ୍ବର ପର୍ଯ୍ୟନ୍ତ ଗଜପତିମାନେ ଶାସନ କରି ଆସୁଥିଲେ। ୧୮୦୪ ଡିସେମ୍ବର ଶେଷ ସପ୍ତାହରେ ଖୋର୍ଦ୍ଧାଗଡ଼ ବ୍ରିଟିଶମାନଙ୍କ ଦଖଲକୁ ଯାଇଥିଲା। ୧୮୦୪ରେ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ବ୍ରିଟିଶ ବିରୋଧୀ ଆନ୍ଦୋଳନ ଓ ୧୮୧୭ରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକ ବିଦ୍ରୋହ ହୋଇଥିଲା, ଯାହାକି ବ୍ରିଟିଶମାନଙ୍କୁ ଭୟଭୀତ କରାଇଥିଲା।

ଜୟୀ ରାଜଗୁରୁଙ୍କୁ ବ୍ରିଟିଶମାନେ ପଶ୍ଚିମବଙ୍ଗର ମେଦିନପୁରଠାରେ ବରଗଛର ଦୁଇ ଡାଳକୁ ଟାଣି ଆଣି ଫାଶୀ ଦେଇଥିଲେ। ସେ ସମୟରେ ଆନ୍ଦୋଳନର ନେତୃତ୍ଵ ନେଉଥିବା ବୀରମାନଙ୍କୁ ସମ୍ମାନ ଜଣାଇ ଗଡ଼ଖୋର୍ଦ୍ଧା ଛକରେ ୧୬ ନଂ. ଜାତୀୟ ରାଜପଥ କଡରେ ପଞ୍ଚପାଇକ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ପିଣ୍ଡିକି ବାହୁବଳେନ୍ଦ୍ର, କୃତିବାସ ପାଟଶାଣୀ, ତାପଙ୍ଗ ଦଳବେହେରାଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି।

ଖୋର୍ଦ୍ଧା ରାଜ୍ୟରେ ଭୋଇବଂଶର ଶାସନ ଚାଲିଥିଲା। ଏଣୁ ୧୫୬୮ରୁ ୧୮୧୭ ଇତିହାସ ହିଁ ଭୋଇବଂଶର। ଇତିହାସ ପ୍ରଥମ ଗଜପତି ଭାବେ ରାମଚନ୍ଦ୍ର ଦେବ (୧୫୬୮-୧୬୦୦) ରାଜ୍ୟ ଶାସନ କରିଥିଲେ। ପରେ ପୁରୁଷୋତ୍ତମଦେବ (୧୬୦୦ରୁ ୧୬୨୧), ନରସିଂହଦେବ (୧୬୨୧ରୁ ୧୬୪୭), ଗଙ୍ଗାଧର ଦେବ (ସ୍ଵଳ୍ପ ସମୟ ରାଜୁତି), ବଳଭଦ୍ର ଦେବ (୧୬୪୭ରୁ ୧୬୫୬), ପ୍ରଥମ ମୁକୁନ୍ଦଦେବ (୧୬୫୭ ରୁ ୧୬୮୯), ପ୍ରଥମ ଦିବ୍ୟସିଂହଦେବ (୧୬୮୯ ରୁ ୧୭୧୬), ହରେକୃଷ୍ଣ ଦେବ (୧୭୧୬ ରୁ ୧୭୨୦),ଗୋପୀନାଥଦେବ (୧୭୨୦ ରୁ ୧୭୨୭), ୨ୟ ରାମଚନ୍ଦ୍ର। ଦେବ (୧୭୨୭ ରୁ୧୭୩୬), ବୀରକେଶରୀଦେବ (୧୭୩୭ ରୁ ୧୭୯୩), ୨ୟ ଦିବ୍ୟସିଂହଦେବ (୧୭୯୩ ରୁ୧୭୯୮) ପର୍ଯ୍ୟନ୍ତ ରାଜ୍ୟ ଶାସନ କଲେ। ଗଜପତି ୨ୟ ମୁକୁନ୍ଦଦେବ ଶେଷ ରାଜା, ଯିଏକି (୧୭୯୮ ରୁ ୧୮୧୭) ପର୍ଯ୍ୟନ୍ତ ଶାସନ କରିଥିଲେ।

ଖୋର୍ଦ୍ଧା ଜିଲ୍ଲାର ମା’ ବରୁଣେଈ ପୀଠ,ଅଟ୍ରି ସ୍ଥିତ ବାବା ହଟକେଶ୍ବର ମନ୍ଦିର, ଚ଼ଣ୍ଡେଶ୍ବର ସ୍ଥିତ ବାବା ଚ଼ଣ୍ଡିହର ଦେବ ମନ୍ଦିର,ହରିପୁର ସ୍ଥିତ ବାବା ପ୍ରତାପେଶ୍ବର ଦେବ ମନ୍ଦିର, ଜୀବନଦେଈପୁର ସ୍ଥିତ ବାବା ବାଲୁଙ୍କେଶ୍ବର ମନ୍ଦିର, ଜୀବନଦେଈପୁର ସ୍ଥିତ ମା’ ସର୍ବମଙ୍ଗଳା ମନ୍ଦିର, ବାଣପୁରର ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀ ମନ୍ଦିର, ମା’ ବିରଜାଈ ମନ୍ଦିର, ଚ଼ିଲିକା ସ୍ଥିତ ମା’ କାଳିଜାଈ ମନ୍ଦିର, ଭାଟପଡ଼ା ସ୍ଥିତ ମା’ ସିଦ୍ଧେଶ୍ବରୀ ମନ୍ଦିର, ମା’ ନାରାୟଣୀ ମନ୍ଦିର, ବାଣପୁର ସ୍ଥିତ ମା’ ଟିକିରାଇ ମନ୍ଦିର, ଧୂଆଁନଳୀ ସ୍ଥିତ ମା’ ତାରିଣୀ ମନ୍ଦିର, ବାଣପୁର ସ୍ଥିତ ପ୍ରଭୁ ଶ୍ରୀ ରଙ୍କନାଥ ଦେବ ମନ୍ଦିର,ବଡ଼ହନ୍ତୁଆଡ଼ ସ୍ଥିତ ପ୍ରଭୁ ଶ୍ରୀ ଚ଼ରଣ ଚ଼କାଦେବ ମନ୍ଦିର,ବାଣପୁର ସ୍ଥିତ ପ୍ରସିଦ୍ଧ ଶ୍ରୀ ଶ୍ରୀ ଦକ୍ଷେଶ୍ବର ଦେବ ମନ୍ଦିର, ଶ୍ରୀ ସ୍ବପ୍ନେଶ୍ବର ଦେବ ମନ୍ଦିର,ପଙ୍କାଳ ସ୍ଥିତ ମା’ ଖିଲାମୁଣ୍ଡା ମନ୍ଦିର, ସୁନାଖଳା ସ୍ଥିତ ବାବା ନୀଳକଣ୍ଠଶ୍ବର ଦେବ ମନ୍ଦିର, ନାଚ଼ୁଣୀ ସ୍ଥିତ ମା’ ପାଣ୍ଡବାଶୁଣୀ ଦେବୀ ମନ୍ଦିର,ବରପାଟଣା ସ୍ଥିତ ବାବା ବାଙ୍କନିଧି ଦେବ ମନ୍ଦିର ଆଦି ଅନେକ ଶୈବ ପୀଠ,ବିଷ୍ଣୁ ମନ୍ଦିର,ଶକ୍ତିପୀଠ ରହିଛି।

ଚ଼ିଲିକା ହ୍ରଦ ଖୋର୍ଦ୍ଧା ଜିଲ୍ଲା ର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ,ଚ଼ିଲିକା ର ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ପାଇଁ ପ୍ରାୟତଃ ସବୁଦିନ ପର୍ଯ୍ୟଟକ ମାନେ ଆସିଥାନ୍ତି,ବିଶେଷତଃ ଶୀତ ଋତୁରେ ଚ଼ିଲିକା କୁ ବହୁତ ପର୍ଯ୍ୟଟକ ମାନେ ଆସିଥାନ୍ତି,କାରଣ ଶୀତ ଋତୁ ରେ ବହୁ ଦୂରଦୂରାନ୍ତରୁ ବହୁ ପ୍ରଜାତି ର ପକ୍ଷୀ ମାନେ ଚ଼ିଲିକା କୁ ଆସିଥାନ୍ତି, ଚ଼ିଲିକା ର ନଳବଣ ଠାରେ ପକ୍ଷୀ ବିହାର ହୋଇଥାଏ,ପର୍ଯ୍ୟଟକ ମାନେ ପ୍ରାକୃତିକ ପରିବେଶ,ସୌନ୍ଦର୍ଯ୍ୟ କୁ ଉପଭୋଗ କରିଥାନ୍ତି।

ବାଣପୁର ସ୍ଥିତ ଶାଳିଆ ଡ଼୍ୟାମ ଅନ୍ୟ ଏକ ପର୍ଯ୍ୟଟନ ସ୍ଥଳୀ। ଏସିଆ ମହାଦେଶର ସର୍ବବୃହତ ଶାଳ ଶାଗୁଆନ୍ ଜଙ୍ଗଲ ଏହି ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଦାମିଆ ବରବରା ଠାରେ ଅବସ୍ଥିତ। ରାଜ୍ୟର ରାଜଧାନୀ ଭୂବନେଶ୍ବର ଏହି ଜିଲ୍ଲାରେ ଅବସ୍ଥିତ।

ଶିକ୍ଷାକୁ ନେଇ ସମୃଦ୍ଧ ଖୋର୍ଦ୍ଧା ଜିଲ୍ଲା। ଉଚ୍ଚ ଶିକ୍ଷା ପାଇଁ ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟ, ବାଣପୁର ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ଓ ଯୁକ୍ତ ୨ ଜୁନିୟର କଲେଜ, ମହିଳା ମହାବିଦ୍ୟାଳୟ, ଗମ୍ଭାରିମୁଣ୍ଡା ସ୍ଥିତ ପର୍ଶୁରାମ ମହାବିଦ୍ୟାଳୟ ରହିଛି। ଆଇନ ମହାବିଦ୍ୟାଳୟ, ମହାପ୍ରଭୁ ଶ୍ରୀଜଗନ୍ନାଥ ଆବାସିକ ମହାବିଦ୍ୟାଳୟ, ବିବେକାନନ୍ଦ ଆବାସିକ ମହାବିଦ୍ୟାଳୟ ମଧ୍ୟ ଅଛି। ବୈଷୟିକ ଶିକ୍ଷା ପାଇଁ ସରକାରୀ ସ୍ତରରେ ଆଇଟିଆଇ ନ ଥିବାବେଳେ ବେସରକାରୀ ଭାବେ ବିଶ୍ୱକର୍ମା ଆଇଟିଆଇ ଶିକ୍ଷାନୁଷ୍ଠାନ ରହିଛି। ବରୁଣେଇରେ ହାଇଟେକ୍, ଅମିତ୍, ଟେଲ ସିଟି ପ୍ରଭୃତି ଟି ଘରୋଇ ଇଞ୍ଜିନିୟରିଂ କଲେଜ ରହିଛି। ଶିକ୍ଷକ ପ୍ରଶିକ୍ଷଣ ପାଇଁ ଜିଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ର, ସ୍କାଉଟ୍ ଗାଇଡ୍ ଓ ରୋଭର ରେଞ୍ଜରଙ୍କ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କେନ୍ଦ୍ର ରହିଛି।

ଏହି ଜିଲ୍ଲାରେ ଅନେକ ମହାପୁରୁଷ ଜନ୍ମ ନେଇ ଏହି ଜିଲ୍ଲାକୁ ଗୌରବାନ୍ବିତ କରିଛନ୍ତି। “ଛୋଟ ମୋର ଗାଁଟି “ର କବି ଜ୍ଞାନପୀଠ ବିଜେତା ଗୁରୁଜଙ୍ଗର ପଦ୍ମଶ୍ରୀ ସଚ୍ଚି ରାଉତରାୟ ଏହି ମାଟିର ଗୌରବ। ଯଶସ୍ବୀ କବୟତ୍ରୀ କୁନ୍ତଳା କୁମାରୀ ସାବତ ଏହି ମାଟିର ଗର୍ବ। ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ପିଣ୍ଡିକି ବାହୁବଳେନ୍ଦ୍ର, ମାଧବଚ଼ନ୍ଦ୍ର ରାଉତରାୟ ଏହି ମାଟିର ଗର୍ବ ଓ ଗୌରବ।

ପାଇକ ବିଦ୍ରୋହର ଶିଖା ବାଣପୁରରେ ପ୍ରଜ୍ଜ୍ବୋଳିତ ହୋଇଥିଲା ଓ ଏହାର ନେତୃତ୍ବ ନେଇଥିଲେ ବିପ୍ଲବୀ ବୀର କୃତ୍ତିବାସ ପାଟ୍ଟଶାଣୀ। ବିପ୍ଲବୀ ବୀର ପାଟ୍ଟଶାଣୀଙ୍କ ନେତୃତ୍ବରେ ପାଇକ ଯୋଦ୍ଧା ମାନଙ୍କୁ ନେଇ ବାଣପୁର ପଲଟଣ ପଡ଼ିଆ ଇଂରେଜ ମାନଙ୍କ ମଧ୍ୟରେ ସଶସ୍ତ୍ର ସଂଗ୍ରାମ ହୋଇଥିଲା, ସେହି ସଂଗ୍ରାମରେ ଇଂରେଜ ସେନାଧ୍ୟକ୍ଷ ବେଲ ସାହେବଙ୍କୁ ପରାସ୍ତ କରି ବାଣପୁରକୁ ୩ ଦିନ ସ୍ବାଧିନତା କଲେ ବିପ୍ଲବୀ ବୀର ପାଟ୍ଟଶାଣୀ। ପାଟ୍ଟଶାଣୀଙ୍କ ସଂଗ୍ରାମ ଦେଖି ଇଂରେଜ ମାନଙ୍କ ଭିତରେ ହୃଦ୍ କମ୍ପନ ଜାତ ହେଲା, କିନ୍ତୁ କିଛି କୁଚ଼କ୍ରୀ ଗୋଷ୍ଠୀ ଇଂରେଜ ସହିତ ହାତ ମିଳାଇ ବିପ୍ଲବୀ ବୀର ପାଟ୍ଟଶାଣୀଙ୍କୁ ଇଂରେଜ ହାତରେ ଧରେଇ ଦେଲେ, ଇଂରେଜମାନେ ବୀର ପାଟ୍ଟଶାଣୀଙ୍କୁ ଆଣ୍ଡାମାନ ଦୀପପୁଞ୍ଜକୁ ନେଇ କାରାଗାରରେ ରଖିଲେ।

ଓଡ଼ିଆ ସାହିତ୍ୟ ଜଗତର ସାରସ୍ବତ ସାଧକ ପଣ୍ଡିତ ଗୋଦାବରୀଶ ମିଶ୍ର, କବି ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ର, ବିପ୍ଲବୀ ଜନନେତା ତଥା ଜାତୀୟତାବାଦୀ ନାଟ୍ୟକାର ପର୍ଶୁରାମ ହରିଚ଼ନ୍ଦନ, ପାଇକ କବି କୃଷ୍ଣଚ଼ନ୍ଦ୍ର ତ୍ରିପାଠୀ, ସମବାୟବିତ୍ ଶଶୀଭୂଷଣ ହରିଚ଼ନ୍ଦନ, ଯାହାଙ୍କର କାନ୍ତ,କୋମଳ, ଭାବମୟ ତଥା ମଧୁମୟ ଗାଥା କବିତା ଯୁଗେଯୁଗେ ଓଡ଼ିଆ ସାହିତ୍ୟର ଅମୂଲ୍ୟ ଓ ଅକ୍ଷୟ ସମ୍ପଦ। ପଣ୍ଡିତ ରଘୁନାଥ ମିଶ୍ର, ପ୍ରାଣନାଥ ପଟ୍ଟନାୟକ ଆହୁରି ଅନେକ ଖୋର୍ଦ୍ଧା ଜିଲ୍ଲା ର ଗର୍ବ ଓ ଗୌରବ।

ସୁପ୍ରିମକୋର୍ଟ ପ୍ରଥମ ଓଡ଼ିଆ ମୁଖ୍ୟ ବିଚ଼ାରପତି ବାଣପୁର ମାଟିର ପୁଅ ଚ଼ିଫ୍ ଜଷ୍ଟିସ ରଙ୍ଗନାଥ ମିଶ୍ର, ଜଷ୍ଟିସ୍ ତୃତୀୟ ମୁଖ୍ୟ ବିଚ଼ାରପତି ଚ଼ିଫ୍ ବାଣପୁର ମାଟିର ପୁଅ ଜଷ୍ଟିସ୍ ଦୀପକ ମିଶ୍ର ଆଦି ରହିଛନ୍ତି। ଓଡ଼ିଶାରୁ ଦଶ ଜଣ ରାଜ୍ୟପାଳ ବିଭିନ୍ନ ପ୍ରଦେଶରେ ରହିସାରିଛନ୍ତି। ବାଣପୁର ମାଟିର ପୁଅ ଶ୍ରୀ ଲୋକନାଥ ମିଶ୍ର, ସେ ଆସାମର ଓ ନାଗାଲାଣ୍ଡର ରାଜ୍ୟପାଳ ଥିଲେ। ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଆସାମର ରାଜ୍ୟପାଳ ଥିଲେ। ବାଣପୁର ମାଟିର ଗର୍ବ ଓ ଗୌରବ ଶ୍ରୀ ବିଶ୍ବଭୂଷଣ ହରିଚ଼ନ୍ଦନ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଅଛନ୍ତି। ଖୋର୍ଦ୍ଧାର ଷ୍ଟେପଲ ଲୁଙ୍ଗି, ଜର୍ଦା ଗାମୁଛାର ବାଣପୁରର ବେତ କାର୍ଯ୍ୟର ସ୍ବତତ୍ନ ପରିଚ଼ୟ ରହିଛି।

ବିଶ୍ବବିଜୟୀ ଦାଶ, ଗମ୍ଭାରିମୁଣ୍ଡା, ବାଣପୁର, ଖୋର୍ଦ୍ଧା, ଫୋନ ନଂ- ୬୩୭୦୨୦୮୪୨୮

Categories
NetajiJayanthi ବିଶେଷ ଖବର

ହିନ୍ଦୁସ୍ତାନ ନିଶ୍ଚୟ ସ୍ୱାଧୀନ ହେବ, ତାକୁ କେହି ଭୃତ୍ୟ କରି ରଖିପାରିବେ ନାହିଁ: ଏହା ଥିଲା ନେତାଜୀଙ୍କ ଶେଷକଥା

ପ୍ରଦୀପ ସେନାପତି

୧୯୪୫ ମସିହା ଅଗଷ୍ଟ ୧୮ରେ ଭାରତର ସ୍ୱାଧୀନତା ସଂଗ୍ରାମର ବୀର ମହାପୁୁରୁଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ତାଇୱାନ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣାର କେତେକ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ବ୍ରିଟେନ ଏକ ୱେବ୍‌ସାଇଟ୍ ତଥ୍ୟ ପ୍ରକାଶ କରିଛି। ଏହି ୱେବ୍‌ସାଇଟ୍‌ଟି ନେତାଜୀଙ୍କ ଅନ୍ତିମ ସମୟର କେତେକ ଘଟଣାବଳୀ ସମ୍ପର୍କିତ ତଥ୍ୟକୁ ଆଧାର କରି ତିଆରି କରାଯାଇଛି। ଉକ୍ତ ଘଟଣା ସହ ସମ୍ପର୍କ ଥିବା କେତେକ ବ୍ୟକ୍ତିବିଶେଷଙ୍କ ବୟାନ, ଦୁର୍ଘଟଣା ସମ୍ପର୍କିତ ତଥ୍ୟ ସଂଗ୍ରହ କରିବା ଲାଗି ଘଟଣାସ୍ଥଳ ପରିଦର୍ଶନ କରିଥିବା ତଥ୍ୟର ଦୁଇଟି ଗୁଇନ୍ଦା ରିପୋର୍ଟକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ କରିଛି।

୧୯୫୬ରେ ଭାରତ ସରକାରଙ୍କ ଦ୍ୱାରା ଗଠନ କରାଯାଇଥିବା ନେତାଜୀ ଇନ୍‌କ୍ୱାରୀ କମିଟି ରିପୋର୍ଟକୁ ଆଧାର କରି ୱେବ୍‌ସାଇଟ୍‌ରେ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ ନେତାଜୀ ଏବଂ ୧୨ରୁ ୧୩ ଅନ୍ୟ ସଦସ୍ୟଙ୍କୁ ନେଇ ଜାପାନର ଏୟାରଫୋର୍ସ କୋମାର ବିମାନ ୧୯୪୫ ଅଗଷ୍ଟ ୧୮ରେ ଭିଏତ୍‌ନାମାର ଟୋରେନ୍ସରୁ ଯାତ୍ରା ଆରମ୍ଭ କରିଥିଲା। ଏଥିରେ ନେତାଜୀଙ୍କ ସହ ଜାପାନ ସେନାବାହିନୀର ଲ୍ୟୁଟନାଣ୍ଟ ଜେନେରାଲ ସୁନାମାସା ଶିଦେଇ ମଧ୍ୟ ଉପସ୍ଥିତ ଥିଲେ। ପାଗ ଭଲ ଥିବାରୁ ଏବଂ ବିମାନ ଅବସ୍ଥା ମଧ୍ୟ ଠିକ୍ ଥିବାରୁ ବିମାନଟି ହୋଇତୋ ଉପର ଦେଇ ଅଗଷ୍ଟ ୧୮ରେ ତେଇପେଇ ପହଞ୍ଚିବ ବୋଲି ପାଇଲଟ ସୂଚନା ଦେଇଥିଲେ।

ବିମାନରେ ଯାତ୍ରା କରୁଥିବା ଜାପାନର ଏୟାରଷ୍ଟାଫ୍ ଅଫିସର ମେଜର ଟାରୋ କାନୋ ଉକ୍ତ କମିଟିକୁ ଜଣାଇଥିଲେ ଯେ, ବିମାନର ବାମ ପାଶ୍ୱର୍ର ଇଞ୍ଜିନ ଠିକ୍ ଭାବେ କାମ କରୁନଥିବା ଲକ୍ଷ୍ୟ କରିଥିଲେ। ଏହାପରେ ସେ ଯାଞ୍ଚ କରିଥିଲେ ଏବଂ ଠିକ୍ ଥିବା ଜାଣିବାକୁ ପାଇଥିଲେ। ତାଙ୍କ ସହ ଥିବା ଇଞ୍ଜିନିୟର ମଧ୍ୟ ଏହାକୁ ଯାଞ୍ଚ କରିଥିଲେ।

ତେବେ ବିମାନଟି ରନ୍‌ୱେରେ ଉଡ଼ିବା ଆରମ୍ଭ କରିବା କ୍ଷଣି ସେଥିରେ ଏକ ବିସ୍ଫୋରଣ ଶୁଣିବାକୁ ମିଳିଥିଲା। ତୋପ ମାଡ଼ ହେବା ଭଳି ଶବ୍ଦ ଶୁଣିବାକୁ ମିଳିଥିଲା। ଏହାପରେ ବିମାନଟି ବାମପାଶ୍ୱର୍କୁ ଢଳି ଯାଇଥିବା ରନ୍‌ୱେରେ ଥିବା ଇଞ୍ଜିନିୟର କ୍ୟାପ୍‌ନେଟ ନକମୁରା ପ୍ରକାଶ କରିଥିଲେ। ଏହି ସମୟରେ ବିମାନଟି ମାତ୍ର ୩୦ରୁ ୪୦ ମିଟର ଉପରେ ଉଡୁଥିଲା। ରନ୍‌ୱେର ମାତ୍ର ୧୦୦ ମିଟର ଦୂରରେ ବିମାନଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିମାନର ସମ୍ମୁଖ ଭାଗରେ ଅଗ୍ନି ସଂଯୋଗ ହୋଇଯାଇଥିଲା।

ତେବେ ବିମାନର ମୁଖ୍ୟ ପ୍ରବେଶ ପଥ ଦେଇ ଆମେ ବାହାରି ପାରିବା ନାହିଁ ଏବଂ ପଛପଟ ଦେଇ ବାହାରିବା ବୋଲି ତାଙ୍କ ସହ ଯାତ୍ରା କରୁଥିବା ଜେନେରାଲ ରହମାନଙ୍କୁ ନେତାଜୀ କହିଥିଲେ। ଏହାପରେ ରହମାନ ନେତାଜୀଙ୍କୁ ବିମାନ ଭିତରୁ ବାହାର କରିଥିଲେ। ତାଙ୍କ ମୁଣ୍ଡର ବାମପାଶ୍ୱର୍ରେ ଗଭୀର କ୍ଷତ ହୋଇଥିଲା। ନିଆଁରେ ତାଙ୍କ ମୁହଁ ମଧ୍ୟ ଆଂଶିକ ଭାବେ ପୋଡ଼ି ଯାଇଥିଲା। ଶରୀରରେ ଥିବା ପୋଷାକ ମଧ୍ୟ ପୋଡ଼ି ଯାଇଥିଲା। ତମକୁ ଅଧିକ କ୍ଷତି ହୋଇନାହିଁ ତ ବୋଲି ନେତାଜୀ ଏହି ସମୟରେ ତାଙ୍କ ଉତ୍ତର ଦେଇଥିଲେ। କିନ୍ତୁ ନେତାଜୀ ମୁଁ ଆଉ ବଞ୍ଚିବିନି ବୋଲି ପ୍ରକାଶ କରିଥିଲେ। ନେତାଜୀ କହିଥିଲେ ଯେ, ଯେତେବେଳେ ଭାରତକୁ ଫେରିବ ନେତାଜୀ ଶେଷ ମୁହୂର୍ତ୍ତ ଯାଏ ଭାରତର ସ୍ୱାଧୀନତା ଲାଗି ସଂଗ୍ରାମ ଜାରି ରଖିଥିଲେ ବୋଲି ମୋ ଦେଶର ଭାଇଭଉଣୀମାନଙ୍କୁ ଜଣାଇବ। ସେମାନେ ସ୍ୱାଧୀନତା ସଂଗ୍ରାମକୁ ଜାରି ରଖିଥିବେ। ହିନ୍ଦୁସ୍ତାନ ନିଶ୍ଚୟ ସ୍ୱାଧୀନ ହେବ। ‘ତାକୁ କେହି ଭୃତ୍ୟ କରି କରି ରଖିପାରିବେ ନାହିଁ’। ଏହା ଥିଲା ନେତାଜୀଙ୍କ ଶେଷକଥା ବୋଲି ରହମାନ ଉକ୍ତ କମିଟିକୁ କହିଥିଲେ।

ଉକ୍ତ ବିମାନରେ ଯାତ୍ରା କରିଥିବା ଲ୍ୟୁଟନାଣ୍ଟ କଲୋନେଲ ଶିରୋ ନୋନୋଗାକି କହିଥିଲେ ଯେ, ବିମାନର ବାମ ୱିଙ୍ଗସ୍ ନିକଟରେ ଛିଡ଼ା ହୋଇଥିଲେ ତାଙ୍କ ପୋଷାକ ପୋଡ଼ି ଯାଇଥିଲା ଏବଂ ରହମାନ ତାଙ୍କ କୋର୍ଟ ସାହାଯ୍ୟରେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ଦୁର୍ଘଟଣାର ୧୧ ବର୍ଷ ପରେ ପ୍ରତ୍ୟକ୍ଷଦର୍ଶୀ କଲୋନେଲ ରହମାନ (ନୋନୋଗାକି ଘକ୍ଟଦ୍ଭକ୍ଟଶବଳସ) ତାକାହାସି ଏବଂ ନକମୁରା ଦେଇଥିବା ବୟାନରେ କିଛିଟା ପାର୍ଥକ୍ୟ ଥିଲେ ସୁଦ୍ଧା ସମସ୍ତ ଉକ୍ତିରୁ ଗୋଟିଏ କଥା ସ୍ପଷ୍ଟ ହୋଇଥିଲା ଯେ, ଦୁର୍ଘଟଣାରେ ନେତାଜୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଦୁର୍ଘଟଣା ପରେ ତାଙ୍କୁ ନିକଟସ୍ଥ ନାନ୍‌ମୋନ୍ ସେନା ଡ଼ାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା।

ତେବେ, ନେତାଜୀଙ୍କର ଦେଶପ୍ରେମର ଆଦର୍ଶ ଥିଲା ଭିନ୍ନ। ସେ ସୁଦୂରଦର୍ଶୀ ଭାବରେ ଜାଣିଥିଲେ ଇଂରେଜମାନଙ୍କୁ ପରାସ୍ତ କରି ହଟାଇବା ପାଇଁ ମାର୍ଗ ହିଁ ଆପଣେଇବା ପାଇଁ ବାଧ୍ୟ। ଅହିଂସାର ମାର୍ଗଦର୍ଶନରେ ସଂଗ୍ରାମୀମାନେ ବ୍ରିଟିଶମାନଙ୍କ ହାତରେ ବଳି ପଡ଼ିଯାଉଛନ୍ତି। କେତେଯେ, ନିରୀହ ସ୍ୱାଧୀନତା ସଂଗ୍ରାମୀ ଏହି ଆନ୍ଦୋଳନର ଝାସ ଦେଲେଣି ତା’ର ହିସାବ ଗାନ୍ଧିଜୀ ଦେଇପାରିବେ କି? ବୋଲି ଥରେ ଗାନ୍ଧୀଙ୍କୁ ପଚାରିଥିଲେ। ମୁଁ ଏହାକୁ ହୃଦୟତାର ସହ କୌଣସି ପ୍ରକାରେ ବରଦାସ୍ତ କରିପାରିବି ନାହିଁ। ଆମକୁ ଯେଶାକୁ ତେସା ନୀତିରେ ଲଢେଇ କରିବାକୁ ହିଁ ପଡ଼ିବ।

ଇଂରେଜମାନେ ଜାଣିଥିଲେ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ଭାରତୀୟ ମାନଙ୍କୁ ସହଜରେ ପରାସ୍ତ କରି ନିୟନ୍ତ୍ରଣ କରାଯାଇ ପାରିବ। ଆମେ ନିରୀହ, ସରଳ, ଆମେ ଶାନ୍ତିପ୍ରିୟ ଅହିଂସାର ବାର୍ତ୍ତା ପ୍ରଚାର କରୁଥିବା ବେଳେ ହଜାର ହଜାର ନିରୀହ ସ୍ୱାଧୀନତା ସଂଗ୍ରାମୀମାନେ ବ୍ରିଟିଶରଙ୍କ ଗୁଳିରେ ପ୍ରାଣ ହରାଇଥିଲେ। ସତ୍ୟଯୁଗରେ ମଧ୍ୟ ମହାଭାରତରେ ଅହିଂସାର ନିର୍ଦ୍ଦଶନ ପ୍ରତିଫଳିତ ହୋଇଥିବା ବେଳେ ଆବଶ୍ୟକସ୍ଥଳେ ହିଂସାର ରୂପ ନେବା ପାଇଁ ଆମକୁ ଦିଗ୍‌ଦର୍ଶନ ଦେଇଛି। ଯାହା ସମସ୍ତ ବିଶ୍ୱକୁ ଚକିତ କରିଥିଲା।

ତେଣୁ, ଆଜି ସେହି ସଂଗ୍ରାମୀ ମହାପୁରୁଷଙ୍କର ମହତ୍ତ୍ୱ ଉପଦେଶକୁ ନିଶ୍ଚିତ ରୂପେ ଆଜିର ପବିତ୍ର ଦିବସରେ ଭାରତୀୟମାନଙ୍କୁ ସ୍ମରଣ କରିବାର ଯଥାର୍ଥତା ଜରୁରୀ। ନେତାଜୀଙ୍କର ସେହି ଚେତନାଶୀଳ ଭାବନାର ଉତ୍ତର ବାସ୍ତବରେ ପ୍ରତିଫଳନ ରୂପାନ୍ତରିତ ହୋଇଥିଲା କି ନାହିଁ ତାହା ମୁଁ ଆଜି ଭାରତୀୟ ମାନଙ୍କୁ ପଚାରିବା ପାଇଁ ଚାହେଁ। ନେତାଜୀଙ୍କ ଆଦର୍ଶକୁ ଆଜି ଆମ୍ଭେ ଭୁଲିଯାଇ ସ୍ୱାଧୀନ ଦେଶର ଏକ ଶାନ୍ତିପ୍ରିୟ ରାଷ୍ଟ୍ରର ମାନ୍ୟତା ପାଇଥିବାରୁ ଏହାକୁ ଦୁର୍ବଳ ମନେ କରି ସ୍ୱାଧୀନ ଦେଶର ନାଗରିକ ହୋଇଥିଲେ ମଧ୍ୟ ପଡ଼ୋଶୀ ଦେଶ ଭାବରେ ଆମଠାରୁ ଜନ୍ମ ନେଇ ପାକିସ୍ତାନ ଓ ଚୀନ୍ ଆମକୁ ଶାନ୍ତିପ୍ରିୟ ଭାବରେ ରହିବା ପାଇଁ ଚାହୁଁନାହାଁନ୍ତି। ଏହି ପରିପ୍ରେକ୍ଷୀରେ ନେତାଜୀ ସେତେବେଳେ ଯଦି ଥାଆନ୍ତେ, ଭାରତକୁ ଖଣ୍ଡବିଖଣ୍ଡିତ କିରବାର ଆସ୍ଫାଳନ ବିଫଳ ହୋଇଥାନ୍ତା ନିଶ୍ଚୟ।

ତେଣୁ, ହେ ମହାପୁରୁଷ, କେଉଁଠାରେ ଅଛ? ଖୋଜୁଛି ତୁମକୁ ଏଇ ଭାରତବର୍ଷ। ତୁମେ କହିଥିଲ, ମୋତେ ରକ୍ତ ଦିଅ ଭୁଲିଯିବ ନାହିଁ ଏଇ ମଣିଷ ଯେଉଁଠି ବଞ୍ଚିବେ, ଯେଉଁଠାରେ ଥାଅ ଭାରତମାତାକୁ ଆଶୀର୍ବାଦ ଦିଅ। ସର୍ବଶେଷରେ, ଆଜି ତାଙ୍କର ପୂଣ୍ୟତିଥି ଜୟନ୍ତୀ ଅବସରରେ ମୁଁ ଜଣେ ଆନ୍ତରିକତାର ସହିତ ଗର୍ବିତ ଭାରତୀୟ ଭାବେ ତାଙ୍କର ନୀତି, ଆଦର୍ଶ, ନୈତିକତା, ଜଳାଞ୍ଜଳି, ଚିନ୍ତାଧାରାକୁ ଅନୁସରଣ, ଅନୁକରଣ କରିବାର ସମୟ ଉପନୀତ ହୋଇଥିବାରୁ ତାଙ୍କର ହୃଦୟକୁ, ସହୃଦୟତାର ସହିତ ସସମ୍ମାନ ଜଣାଇ ଭକ୍ତିଭୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଜୟହିନ୍ଦ, ଜୟ ନେତାଜୀ, ଜୟ ଭାରତମାତା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଭାରତ ସ୍ୱାଧୀନତା ସଂଗ୍ରାମରେ ଓଡିଶା ଓ ମହାରାଷ୍ଟ୍ରର ଅବଦାନ

ଭୁବନେଶ୍ୱର: ଦେଶର ସ୍ୱାଧୀନତା ସଂଗ୍ରାମୀମାନେ ଏକ ବିଶେଷ ଭୂମିକା ଗ୍ରହଣ କରିଥିଲେ ବୋଲି ବିଶିଷ୍ଟବକ୍ତାମାନେ ମତବ୍ୟକ୍ତ କରିଥିଲେ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ଓଡିଶା ଓ ମହାରାଷ୍ଟ୍ର ପତ୍ର ସୂଚନା କାର୍ଯ୍ୟାଳୟ ଓ ଆଂଚଳିକ କ୍ଷେତ୍ରପଚାର ବ୍ୟୁରୋ ପକ୍ଷରୁ ଆଜି ଆୟୋଜିତ ୱେବିନାରରେ ବକ୍ତାଗଣ ଏହା କହିଛନ୍ତି।

ଏଥିରେ ଅଂଶଗ୍ରହଣ କରି ବିଶିଷ୍ଟ ସାମ୍ବାଦିକ ତଥା ସ୍ତମ୍ଭକାର ତପନ କୁମାର ମିଶ୍ର ସ୍ୱାଧୀନତା ସଂଗ୍ରାମରେ ଓଡିଶା ମୁଖ୍ୟତଃ ପାଂଚଟି ପର୍ଯ୍ୟାୟରେ ଗତି କରିଥିଲା ବୋଲି କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଜୟରାଜଗୁରୁ, ଦ୍ୱିତୀୟ ପର୍ଯ୍ୟାରେ ବକ୍ସି ଜଗବନ୍ଧୁ ଓ ପାଇକ ବିଦ୍ରୋହ, ତୃତୀୟ ପର୍ଯ୍ୟାୟ ସିପାହୀ ବିଦ୍ରୋହ ଓ ଚନ୍ଦନ ହଜୁରୀଙ୍କ ଅବଦାନ, ଚତୁର୍ଥରେ କେନ୍ଦୁଝର ଭୂୟାଁ ମେଳି ଓ ପଂଚମରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସଂଗ୍ରାମ। ତେବେ ମହାତ୍ମ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ସ୍ୱାଧୀନତା ସଂଗ୍ରାମ ଓଡିଶାରେ ଅଧିକ ଲୋକାଭିମୁଖୀ ହୋଇଥିଲା ବୋଲି ସେ କହିଛନ୍ତି।

ଏଥିରେ ଅନ୍ୟତମ ବିିଶିଷ୍ଟ ବକ୍ତାଭାବେ ଯୋଗଦେଇ ମହାରାଷ୍ଟ୍ରର ସହାୟକ ପ୍ରଫେସର ବାବା ସାହେବ କାମ୍ବଲେ ମହାରାଷ୍ଟ୍ରରେ ଇଷ୍ଟଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ଆଦିବାସୀମାନଙ୍କ ଦ୍ୱାରା ପ୍ରଥମ ବିଦ୍ରୋହ ହୋଇଥିଲେ ମଧ୍ୟ ପରବର୍ତୀ କାଳରେ ସଂଗ୍ରାମ ନରମପନ୍ଥୀ, ଚରମପନ୍ଥୀ, ବିପ୍ଳବୀ ଓ ଗାନ୍ଧୀଙ୍କ ନେତୃତ୍ୱରେ ଏହା ହୋଇଥିଲା ବୋଲି କହିଛନ୍ତି । ନରମପନ୍ଥୀମାନେ ୧୮୮୫ରୁ ୧୯୦୫ ମଧ୍ୟରେ ଆର୍ଥିକ ଶୋଷଣକୁ ଆଧାର କରି ଇଂରେଜ ମାନଙ୍କ ବିରୁଦ୍ଧରେ ସ୍ୱର ଉତୋଳନ କରିଥିବାବେଳେ ୧୯୦୫ରୁ ୧୯୨୦ମଧ୍ୟରେ ଲାଲ-ବାଲ୍‌-ପାଲ୍ ନେତୃତ୍ୱାଧୀନ ସ୍ୱରାଜ ଆନ୍ଦୋଳନ ଓ ୧୯୨୦-୩୦ମଧ୍ୟରେ ବିର ସଭାର କାରଙ୍କ ଭଳି ବିପ୍ଳବୀମାନଙ୍କ ଇଂରେଜ ଶାସନ ଓ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଓ ୧୯୩୦ରୁ ସ୍ୱାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ ଆଇନ ଆମାନ୍ୟ ଆନ୍ଦୋଳନ ଇତ୍ୟାଦି ସହ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱ ଭାରତ ସ୍ୱାଧୀନତା ସଂଗ୍ରାମର ମୁଖ୍ୟ ଆୟୁଧ ପାଲଟି ଥିଲା।

ଏଥିରେ ଅଧ୍ୟକ୍ଷତା କରି ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟ ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର କୁମାର ଚୌଧୁରୀ ଓଡିଶା ଓ ମହାରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ଆନ୍ତଃ-ରାଜ୍ୟ ସମ୍ପର୍କ ଜାତୀୟ ବିକାଶରେ ସହାୟକ ବୋଲି କହିଥିଲେ। ଏଥିରେ ସେ ସ୍ୱାଧୀନତା ସଂଗ୍ରାମର ବୀରମାନଙ୍କର ସ୍ମୃତିଚାରଣ କରିଥିଲେ। ଆଂଚଳିକ କ୍ଷେତ୍ରପ୍ରଚାର ବ୍ୟୁରୋ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇ ଦୁଇ ରାଜ୍ୟ ସମ୍ପର୍କ ତଥା ମିଲେଟ ମିଶନର ଉଦାହରଣ ଦେଇଥିଲେ। ମୁମ୍ବାଇ ପତ୍ରସୂଚନା କାର୍ଯ୍ୟାଳୟ ଉପନିର୍ଦ୍ଦେଶକ ଦୀପ ଜଏ ମାମ୍ପାଁଲୀ ଧନ୍ୟବାଦ ଅର୍ପଣ କରିଥିବାବେଳେ, ଭୁବନେଶ୍ୱର ପତ୍ରସୂଚନା କାର୍ଯ୍ୟାଳୟ ଗଣମାଧ୍ୟମ ଓ ଗଣ ଯୋଗାଯୋଗ ଅଧିକାରୀ ଡକ୍ଟର ପ୍ରଦୀପ କୁମାର ଚୌଧୁରୀ ୱେବିନାର ପରିଚାଳନା କରିଥିଲେ। (ପିଆଇବି)

Categories
ଆଜିର ଖବର ରାଜ୍ୟ ଖବର

ପାଇକ ସଂଗ୍ରାମ ହିଁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ: ଓଡ଼ିଶା ନାଗରିକ ମହାମଞ୍ଚ/କଳିଙ୍ଗ ପାଇକ ସଂଗଠନ

ଭୁବନେଶ୍ୱର: କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିସାନ ରେଡ଼ି ରାଜ୍ୟସଭାରେ ‘ପାଇକ ବିଦ୍ରୋହ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ନୁହେଁ’ ଦେଇଥିବା ବିଭ୍ରାନ୍ତିକର ଓ ମିଥ୍ୟା ବିବୃତ୍ତିକୁ ନେଇ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ଓଡ଼ିଶା ନାଗରିକ ମହାମଞ୍ଚ, କଳିଙ୍ଗ ପାଇକ ସଂଗଠନ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀଙ୍କ ମିଥ୍ୟା ବିବୃତ୍ତିକୁ ତୀବ୍ର ସମାଲୋଚନା କରାଯିବା ସହିତ ସମଗ୍ର ସ୍ୱାଭିମାନୀ ଓଡ଼ିଶାବାସୀଙ୍କୁ ଏହା ଅସମ୍ମାନିତ ଓ ଅପମାନିତ କରିଛି ବୋଲି ସମ୍ମିଳନୀରେ ମତପ୍ରକାଶ ପାଇଛି। ଏହା ସହିତ ରାଜ୍ୟ ସରକାର ଚିଠି ସହିତ ଯୋଗ୍ୟ ଐତିହାସିକ ତଥ୍ୟ କେନ୍ଦ୍ର ସରକାରଙ୍କୁ ଯୋଗାନ୍ତୁ ବୋଲି କୁହାଯାଇଛି।

ଓଡ଼ିଶା ନାଗରିକ ମହାମଞ୍ଚ ଓ କଳିଙ୍ଗ ପାଇକ ସଂଗଠନ ପକ୍ଷରୁ ସଭାପତି ପ୍ରଦ୍ୟୁମ୍ନ ଶତପଥୀଙ୍କ ସହିତ କଳିଙ୍ଗ ପାଇକ ସଂଗଠନର ପ୍ରଫୁଲ୍ଲ କୁମାର ବାହୁବଳେନ୍ଦ୍ର, ମୋହନ ସୁନ୍ଦର ଦଳସିଂରାୟ, ଅମରେନ୍ଦ୍ର ମହାପାତ୍ର, ବେଣୁଧର ହରିଚନ୍ଦନ, ଯନ୍ତ୍ରୀ ଶିଶିର ନାୟକ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏପ୍ରିଲ ୧୬, ୨୦୧୭ ମସିହାରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ଫଳରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପାଇକ ବିଦ୍ରୋହ ୧୮୧୭ମସିହାର ବିଶିଷ୍ଟ ପାଇକ ବଂଶଧରମାନଙ୍କୁ ସମ୍ମାନିତ କରିବା, ଭାରତୀୟ ବଜେଟରେ ୨୦୧୭-୧୮ ମସିହାରେ ପାଇକ ବିଦ୍ରୋହ ୧୮୧୭ର ୨୦୦ବର୍ଷ ପୂର୍ତ୍ତି ଅବସରରେ ୨୦୦ କୋଟିର ବଜେଟ, ତତ୍କାଳୀନ ମହାମହୀମ ରାଷ୍ଟ୍ରପତି ଶ୍ରୀଯୁକ୍ତ ପ୍ରଣବ ମୁଖାର୍ଜୀ ବଜ୍ର କଣ୍ଠରେ କହିଥିଲେ ଯେ, ପାଇକ ସଂଗ୍ରାମ ହିଁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ।

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଜୁଲାଇ ୨୦, ୨୦୧୭ରେ ପାଇକ ବିଦ୍ରୋହ ୨୦୦ବର୍ଷ ପୂର୍ତ୍ତିର ଉଦ୍‌ଘାଟନ ଦିଲ୍ଲୀ ବିଜ୍ଞାନ ଭବନଠାରେ ବର୍ତ୍ତମାନର ମହାମହୀମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଡ଼ିସେମ୍ବର ୮, ୨୦୧୯ରେ ଖୋର୍ଦ୍ଧାର ଐତିହାସିକ ବରୁଣେଇଠାରେ ‘ପାଇକ ସ୍ମାରକୀ’ର ଶିଳାନ୍ୟାସ କରାଇବା ଏବଂ ପରିଶେଷରେ ଭାରତ ସରକାରଙ୍କ (ଏନ୍‌ସିଆରଟି) ଦ୍ୱାରା ପରିଚାଳିତ ସିବିଏସ୍‌ଇର ଅଷ୍ଟମଶ୍ରେଣୀ ଇତିହାସ ବହିର ୬୨ ଏବଂ ୬୩ ପୃଷ୍ଠାରେ ଲିଖିତ ବିଷୟ ଯାହା (୨୦୧୯ ଜାନୁୟାରୀ ଏଡ଼ିସନ) The Khordha uprising-A Case Study’ ‘Much before the event of 1857, there had taken place another event of a similar nature at a Place called Khordha in 1857..’। ଏଥିରୁ ପ୍ରମାଣିତ ‘ପାଇକ ବିଦ୍ରୋହ ୧୮୫୭ ଭାରତ ଇତିହାସର ପ୍ରଥମ ସ୍ୱାଧୀନତା ସଂଗ୍ରାମ’।

ରାଜ୍ୟ ସରାକାର ଖୋର୍ଦ୍ଧାର ପାଇକ ସ୍ମାରକୀ ପାଇଁ ଯେତେଶୀଘ୍ର ବିନାମୂଲ୍ୟରେ କେନ୍ଦ୍ର ସଂସ୍କୃତି ବିଭାଗକୁ ଜାଗା ହସ୍ତାନ୍ତର କରନ୍ତୁ । କାରଣ କେନ୍ଦ୍ର ସରାକରଙ୍କ ସଂସ୍କୃତି ମନ୍ତ୍ରଣାଳୟର ଅତିରିକ୍ତ ଶାସନ ସଚିବ, ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ୧୨ ନଭେମ୍ବର, ୨୦୨୧ ଏବଂ ୨୨ ନଭେମ୍ବର, ୨୦୨୧ ଚିଠି ଆଧାରରୁ ଜଣାପଡ଼ିଛି କି ଜାଗା ହସ୍ତାନ୍ତର ହୋଇପାରି ନାହିଁ। ଏ ବାବଦରେ ରାଜ୍ୟ ସରକାର ତୁରନ୍ତ କେନ୍ଦ୍ର ସରକାରଙ୍କୁ ବିନା ମୂଲ୍ୟରେ ଜାଗା ହସ୍ତାନ୍ତର କରନ୍ତୁ ଏବଂ କେନ୍ଦ୍ର ସରକାର ଅବିଳମ୍ବେ ପାଇକ ସ୍ମାରକୀର କାର୍ଯ୍ୟ ଆରମ୍ଭ କରନ୍ତୁ ବୋଲି ସଂଗଠନ ପକ୍ଷରୁ ମତବ୍ୟକ୍ତ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

‘ପାଇକ ବିଦ୍ରୋହ’କୁ ନେଇ କେନ୍ଦ୍ର ବିରୋଧରେ ଆଉ ଏକ ପାଇକ ବିଦ୍ରୋହ ଆବଶ୍ୟକ: ମହାସଂଘ

ଭୂବନେଶ୍ୱର: ରଣରଙ୍କା ପାଇକମାନଙ୍କର ‘ପାଇକ ବିଦ୍ରୋହ’ ଭାରତବର୍ଷର ପ୍ରଥମ ଇଂରେଜ ବିରୁଦ୍ଧ ସ୍ୱାଧୀନତା ସଂଗ୍ରାମ ନୁହେଁ। ଏଭଳି ଏକ ଭ୍ରମାତ୍ମକ ବିବୃତ୍ତି ଦେଇ କେନ୍ଦ୍ର ସରକାର ହୀନ ରାଜନୀତି କରୁଛନ୍ତି ବୋଲି ନିଖିଳ ଓଡ଼ିଶା ପାଇକ ମହାସଂଘର ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ କ୍ଷୋଭ ପ୍ରକାଶ କରିଛନ୍ତି। ୧୮୧୭ ମସିହାରେ ଇଂରେଜ ସରକାର ବିରୁଦ୍ଧରେ ନିଜ ମାଟି, ମାଆର ସୁରକ୍ଷା ପାଇଁ ଖୋର୍ଦ୍ଧା ମାଟିରୁ ଆରମ୍ଭ ହୋଇଥିବା ପାଇକ ବିଦ୍ରୋହ ଭାରତବର୍ଷ ସର୍ବପ୍ରଥମ ସ୍ୱାଧୀନତା ସଂଗ୍ରାମ।

ଐତିହାସିକ ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ପାଳନ ଅବସରରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବର୍ତ୍ତମାନ ଭାରତବର୍ଷର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଏହା ପ୍ରକାଶ କରିଥିଲେ। କେନ୍ଦ୍ର ବଜେଟରେ ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ପାଇଁ ବ୍ୟୟବରାଦ କରାଯାଇଥିଲା। ପାଇକ ମହାସଂଘର ଦାବୀ ପରେ ମାନ୍ୟବର ଓଡ଼ିଆପୁଅ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ବକ୍ସି ଜଗବନ୍ଧୁ’ ପାଇକ ଚେୟାର ପ୍ରତିଷ୍ଠା କରାଯାଇ ଏହା ଉପରେ ଗବେଷଣା ପାଇଁ ସୁଯୋଗ ସୃଷ୍ଟି କରାଯାଇଥିଲା। ଏପରିକି ମହା ଆଡ଼ମ୍ବରରେ ୨୦୧୯ରେ ପାଇକ ବିଦ୍ରୋହର ସ୍ମାରକୀ ନିର୍ମାଣ ପାଇଁ ବରୁଣେଇ ପାହାଡ଼ ପାଦଦେଶରେ ମାନ୍ୟବର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ପ୍ରଧାନମନ୍ତ୍ରୀ ଓଡ଼ିଶା ଆଗମନ ସମୟରେ ପାଇକ ବିଦ୍ରୋହରେ ସାମିଲ ହୋଇ ସହୀଦ ହୋଇଥିବା ପାଇକ ପରିବାରର ଦାୟଦମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେହି ସମୟରେ କେନ୍ଦ୍ରମନ୍ତ୍ରୀ ଉଚ୍ଚସ୍ୱରରେ ପ୍ରକାଶ କରିଥିଲେ, ଇତିହାସକୁ ପୁନରୁଦ୍ଧାର କରାଯାଇ ପାଇକ ବିଦ୍ରୋହ ଭାରତବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରମ ବୋଲି ପାଠ୍ୟପୁସ୍ତକରେ ସ୍ଥାନ ପାଇବ, ଆଗାମୀ ପିଢି ପାଇଁ ଏହା ଏକ ବାର୍ତ୍ତା ହେବ।

ବହୁ ଆଡ଼ମ୍ବର ଲଘୁକ୍ରିୟା ଭଳି ପୁନରାୟ କେନ୍ଦ୍ରର ହୀନ ରାଜନୈତିକ ମନୋଭାବ, ଫମ୍ପା ପ୍ରତିଶ୍ରୁତି, ମିଥ୍ୟା ବାର୍ତ୍ତା ମାଧ୍ୟମରେ ‘ପାଇକ ବିଦ୍ରୋହ’କୁ ପଦଦଳିତ କରି ପାଇକମାନଙ୍କୁ ଉପହାସ ବ୍ୟତୀତ ଆଉ କିଛି ନୁହେଁ। ପାଇକମାନେ ସ୍ୱାଭିମାନୀ, ଅସତ୍ୟ ଉପରେ ସତ୍ୟର ଜୟକୁ ବିଶ୍ୱାସ କରନ୍ତି। ନିଜ ମାଟି, ମା ପାଇଁ ପ୍ରାଣବଳୀ ପ୍ରଦାନ କରିପାରନ୍ତି। ଯେଉଁ ବାଜି ରାଉତ ୧୨ ବର୍ଷର ବାଳକ ନିଜ ମାଟି ପାଇଁ ପ୍ରାଣବଳୀ ପ୍ରଦାନ କରିଥିଲେ। ବେଜେଲ ଗେଟ୍‌କୁ ରଣପୁରଠାରେ ଠେଙ୍ଗାରେ ପିଟି ପିଟି ଯେଉଁ ପାଇକ ପୁଅ ହତ୍ୟା କରିଥିଲେ, ସେହି ରଣରଙ୍କା ପାଇକମାନଙ୍କର ପୁଣି ଢାଲ, ତରବାରୀ ଗର୍ଜି ଉଠିବ। ନିଜର ହକ୍ ପାଇଁ ରାଜରାସ୍ତାକୁ ବାହାରିବ। କେନ୍ଦ୍ର ସରକାରଙ୍କ କୁଶ୍ଚିତ ରାଜନୀତି ଓ ଓଡ଼ିଶା ସରକାରଙ୍କ ଅପାରଙ୍ଗମତା ବିରୁଦ୍ଧରେ ଆଉ ଏକ ‘ପାଇକ ବିଦ୍ରୋହ’ ଆରମ୍ଭ ହେବ ବୋଲି ପାଇକ ସର୍ଦ୍ଦାରମାନେ ଚେତାବନୀ ଦେଇଛନ୍ତି। କେନ୍ଦ୍ର ସରକାର ଏହା ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଘୋଷଣା କରି ପାଠ୍ୟପୁସ୍ତକରେ ସ୍ଥାନ ଦିଅନ୍ତୁ।

ଆଜିର ଏହି ଗୁପ୍ତ ବୈଠକରେ ପ୍ରଫେସର ଗାୟନ ସାମଲ, ପାଇକଗୁରୁ କୋଦର ଦାସ, ଦଳବେହେରା ମନୋରଞ୍ଜନ ପଶ୍ଚିମ କବାଟ, ବରିଷ୍ଠ ପାଇକଗୁରୁ ଭାସ୍କର ସୁନ୍ଦରାୟ, ଖୋର୍ଦ୍ଧାଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ, କଟକ ସଭାପତି ରାଜକିଶୋର ବେହେରା, ଅନୁଗୁଳ ସଭାପତି ସୁବୋଧ ସିଂହ, ରାଜ୍ୟ ଉପସଭାପତି ଭୀମସେନ ପାଇକରାୟ, ରଞ୍ଜନ ବିଶୋଇ, ଢେଙ୍କାନାଳସ ସଭାପତି ନବ ସାମଲ, ଜଗତସିଂହପୁର ସଭାପତି ବିଦ୍ୟାଧର ନାଏକ, ବାଣପୁର ପାଇକ ସର୍ଦ୍ଦାର ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ନୟାଗଡ଼ର ଭରତ ଜେନା, ପାଇକ ମହାସଂଘର ଉପଦେଷ୍ଟା ବିଭୂତି ସ୍ୱାଇଁ, ଜଗତସିଂହପୁର ପାଇକ ସର୍ଦ୍ଦାର ଭୀମସେନ ବିଶ୍ୱାଳ, ଭୁବନେଶ୍ୱର ସଭାପତି ଅଜୟ ନାୟକ, ପାଇକ ମହାସଂଘର ମୁଖପାତ୍ର ଯୁବ ସାମ୍ବାଦିକ ରାଜୀବ ନୟନ ରଥ, ଉତ୍କଳ ବିଶ୍ୱବିଦ୍ୟାଳୟର ସଭାପତି ହିମାଂଶୁ ଲେଙ୍କା ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଭାରତର ସ୍ୱାଧୀନତା ସଂଗ୍ରାମରେ ଭଗବାନ ବିର୍ସା ମୁଣ୍ଡାଙ୍କ ଅବଦାନ ଉପରେ ଜାତୀୟ ୱେବିନାର

ନୂଆଦିଲ୍ଲୀ/ଭୁବନେଶ୍ଵର: ସାରା ଦେଶର ଜନଜାତି ସମୁଦାୟଙ୍କ ପାଇଁ ‘ଭଗବାନ’ ମାନ୍ୟତା ପାଇଥିବା ଶହୀଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ନଭେମ୍ବର ୧୫ ତାରିଖକୁ ଭାରତ ସରକାର ‘ଜନଜାତି ଗୌରବ ଦିବସ’ ଭାବେ ପାଳନ କରିବା ଲାଗି ଘୋଷଣା କରିଛନ୍ତି। ସାରା ଦେଶ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ କରୁଥିବା ସମୟରେ, ଦେଶର ବିଭିନ୍ନ କୋଣ ଅନୁକୋଣରେ ଅତ୍ୟାଚାରୀ ବ୍ରିଟିଶ ଶାସନ ବିରୋଧରେ ସାହସର ସହିତ ସଂଗ୍ରାମ କରି ନିଜର ପ୍ରାଣବଳୀ ଦେଇଥିବା ବହୁ ଆଦିବାସୀ ନେତା ଓ ସଂଗ୍ରାମୀମାନଙ୍କର ମଧ୍ୟ ସ୍ମୃତିଚାରଣ କରାଯାଉଛି। ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତି ଗୌରବ ଦିବସ ଭାବେ ପାଳନ କରିବା ଲାଗି ଘୋଷଣା କରାଯିବା ଏହି ପୂଜନୀୟ ଆଦିବାସୀ ନେତାଙ୍କ ପ୍ରତି ଏକ ଶ୍ରଦ୍ଧାଞ୍ଜଳି। ଏହା ମଧ୍ୟ ଦେଶର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଏବଂ ପରାକ୍ରମ, ଆତିଥେୟ ଓ ଜାତୀୟ ଗୌରବ ଭଳି ଭାରତୀୟ ମୂଲ୍ୟବୋଧର ପ୍ରୋତ୍ସାହନ ଦିଗରେ ଜନଜାତି ସମୁଦାୟଙ୍କ ଯୋଗଦାନକୁ ମାନ୍ୟତା ପ୍ରଦାନ କରିଥାଏ।

ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଓ ପ୍ରାଣବଳୀ ଦେଇଥିବା ଅନାଲୋଚିତ ମହାନ ଜନଜାତି ନାୟକମାନଙ୍କ ସ୍ମୃତିଚାରଣ ଲାଗି ଦେଶର ବିଭିନ୍ନ ପ୍ରାନ୍ତରେ ନଭେମ୍ବର ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଆଇକନିକ ସପ୍ତାହ ପାଳନ କରାଯିବ। ଏହି ଅବସରରେ ସପ୍ତାହବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଆଜାଦୀ କା ଅମୃତ ମହୋତ୍ସବର ସ୍ମରଣୀୟ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଜନଜାତି ଲୋକ, ସଂସ୍କୃତି ଓ ଉପଲବ୍ଧିର ସମୃଦ୍ଧଶାଳୀ ଇତିହାସର ସ୍ମୃତିଚାରଣ ଓ ପାଳନ କରିବା ଲାଗି ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଏବଂ ଜାତି ଉନ୍ନୟନ ବିଭାଗ ପକ୍ଷରୁ ୧୫ରୁ ୨୨ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଯୋଜନା କରାଯାଇଛି। ଏହି ସମାରୋହର ଅଂଶବିଶେଷ ସ୍ୱରୂପ, ୱେବିନାର, ପ୍ରତିଯୋଗିତା ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ଯାହାକି ଅଭିନବ ଜନଜାତି ସାଂସ୍କୃତିକ ଐତିହ୍ୟ ଏବଂ ସ୍ୱାଧୀନତା ସଂଗ୍ରାମରେ ଜନଜାତି ମାନଙ୍କର ଯୋଗଦାନକୁ ପ୍ରଦର୍ଶିତ କରିବ।

ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଉପଲକ୍ଷେ ଆଇକନିକ ସପ୍ତାହ ପାଳନର ଅଂଶବିଶେଷ ସ୍ୱରୂପ, “ସ୍ୱାଧୀନତା ସଂଗ୍ରାମରେ ଭଗବାନ ବିର୍ସା ମୁଣ୍ଡାଙ୍କ ଯୋଗଦାନ” ସମ୍ପର୍କରେ ଏକ ଜାତୀୟ ୱେବିନାର (ଭର୍ଚୁଆଲ ମାଧ୍ୟମ) ନଭେମ୍ବର ୧୫ ତାରିଖ ଆୟୋଜନ କରାଯିବ। ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଏବଂ ଜାତି ଉନ୍ନୟନ ବିଭାଗ ଅଧୀନ ଏସସିଏସଟିଆରଟିଆଇ (ଟିଆରଆଇ, ଓଡ଼ିଶା) ଏବଂ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟର ମିଳିତ ଆନୁକୂଲ୍ୟରେ ଏହି ୱେବିନାର ଆୟୋଜନ କରାଯାଉଛି।

ୱେବିନାରର ଉଦଘାଟନୀ ଅଧିବେଶନରେ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଏବଂ ଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ଅନୁସୂଚିତ ଜନଜାତି ଏବଂ ଜାତି ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା,  ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ଡକ୍ଟର ନଭଲଜୀତ୍ କପୁର, ଏସସିଏସଟିଆରଟିଆଇ (ଟିଆରଆଇ, ଓଡ଼ିଶା)ର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ସଚିବ ପ୍ରଫେସର ଡକ୍ଟର ଏ.ବି ଓତା ପ୍ରମୁଖ ଯୋଗ ଦେବେ। ଆହ୍ଲାବାଦ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର ବିଜୟ ଏସ ସହାୟ ଉଦଘାଟନୀ ଅଧିବେଶନରେ ‘ଭଗବାନ ବିର୍ସା ମୁଣ୍ଡା ସଂସ୍କୃତିର ନିର୍ମାଣ : ଚାଷୀ ଆନ୍ଦୋଳନରୁ ସ୍ୱାଧୀନତା ସଂଗ୍ରାମ ଆଡ଼କୁ ଜଣେ ଜନଜାତି ମହାନାୟକଙ୍କ ଯାତ୍ରା’ ଶୀର୍ଷକ ବିଷୟବସ୍ତୁ ଉପରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ।

ବାରିପଦାସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବାସା, ବିଦ୍ୟାସାଗର ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ପ୍ରଫେସର ସୁମହନ ବନ୍ଦୋପାଧ୍ୟାୟ, ଝାଡ଼ଖଣ୍ଡ ରାଞ୍ଚି ଠାରେ ମୁଣ୍ଡାରୀ ଲୋକଭାଷା ପାଠ୍ୟକ୍ରମର ସଂଯୋଜକ ଗୁଞ୍ଜଲ ଇକିର ମୁଣ୍ଡା, ରାଞ୍ଚିସ୍ଥିତ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ସତ୍ୟ ନାରାୟଣ ମୁଣ୍ଡାଙ୍କ ଭଳି ପ୍ରମୁଖ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଶିକ୍ଷାବିତ ବୈଷୟିକ ଅଧିବେଶନରେ ଆଲୋଚକ ଭାବେ ଯୋଗଦାନ କରି ବକ୍ତବ୍ୟ ପ୍ରଦାନ କରିବେ।

ଏହି ୱେବିନାରରେ ସାରା ଦେଶରୁ ବିଶିଷ୍ଟ ବ୍ୟକ୍ତିବିଶେଷ, ଶିକ୍ଷାବିତ୍, ଗବେଷକ, କର୍ମୀ, ଜନଜାତି ବିକାଶ ସଂସ୍ଥାନ (ଟିଆରଆଇ) ଓ ଉତ୍କର୍ଷ କେନ୍ଦ୍ରର ପ୍ରତିନିଧି, ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ବିଭିନ୍ନ ରାଜ୍ୟର ଜନଜାତି ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିବେ।