Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ ସ୍ୱାଧୀନତା ସଂଗ୍ରାମରେ ଓଡିଶା ଓ ମହାରାଷ୍ଟ୍ରର ଅବଦାନ
ଆଜିର ଖବର

ଭାରତ ସ୍ୱାଧୀନତା ସଂଗ୍ରାମରେ ଓଡିଶା ଓ ମହାରାଷ୍ଟ୍ରର ଅବଦାନ

December 24, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଦେଶର ସ୍ୱାଧୀନତା ସଂଗ୍ରାମୀମାନେ ଏକ ବିଶେଷ ଭୂମିକା ଗ୍ରହଣ କରିଥିଲେ ବୋଲି ବିଶିଷ୍ଟବକ୍ତାମାନେ ମତବ୍ୟକ୍ତ କରିଥିଲେ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ ଓଡିଶା ଓ ମହାରାଷ୍ଟ୍ର ପତ୍ର ସୂଚନା କାର୍ଯ୍ୟାଳୟ ଓ ଆଂଚଳିକ କ୍ଷେତ୍ରପଚାର ବ୍ୟୁରୋ ପକ୍ଷରୁ ଆଜି ଆୟୋଜିତ ୱେବିନାରରେ ବକ୍ତାଗଣ ଏହା କହିଛନ୍ତି।

ଏଥିରେ ଅଂଶଗ୍ରହଣ କରି ବିଶିଷ୍ଟ ସାମ୍ବାଦିକ ତଥା ସ୍ତମ୍ଭକାର ତପନ କୁମାର ମିଶ୍ର ସ୍ୱାଧୀନତା ସଂଗ୍ରାମରେ ଓଡିଶା ମୁଖ୍ୟତଃ ପାଂଚଟି ପର୍ଯ୍ୟାୟରେ ଗତି କରିଥିଲା ବୋଲି କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଜୟରାଜଗୁରୁ, ଦ୍ୱିତୀୟ ପର୍ଯ୍ୟାରେ ବକ୍ସି ଜଗବନ୍ଧୁ ଓ ପାଇକ ବିଦ୍ରୋହ, ତୃତୀୟ ପର୍ଯ୍ୟାୟ ସିପାହୀ ବିଦ୍ରୋହ ଓ ଚନ୍ଦନ ହଜୁରୀଙ୍କ ଅବଦାନ, ଚତୁର୍ଥରେ କେନ୍ଦୁଝର ଭୂୟାଁ ମେଳି ଓ ପଂଚମରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସଂଗ୍ରାମ। ତେବେ ମହାତ୍ମ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ସ୍ୱାଧୀନତା ସଂଗ୍ରାମ ଓଡିଶାରେ ଅଧିକ ଲୋକାଭିମୁଖୀ ହୋଇଥିଲା ବୋଲି ସେ କହିଛନ୍ତି।

ଏଥିରେ ଅନ୍ୟତମ ବିିଶିଷ୍ଟ ବକ୍ତାଭାବେ ଯୋଗଦେଇ ମହାରାଷ୍ଟ୍ରର ସହାୟକ ପ୍ରଫେସର ବାବା ସାହେବ କାମ୍ବଲେ ମହାରାଷ୍ଟ୍ରରେ ଇଷ୍ଟଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ଆଦିବାସୀମାନଙ୍କ ଦ୍ୱାରା ପ୍ରଥମ ବିଦ୍ରୋହ ହୋଇଥିଲେ ମଧ୍ୟ ପରବର୍ତୀ କାଳରେ ସଂଗ୍ରାମ ନରମପନ୍ଥୀ, ଚରମପନ୍ଥୀ, ବିପ୍ଳବୀ ଓ ଗାନ୍ଧୀଙ୍କ ନେତୃତ୍ୱରେ ଏହା ହୋଇଥିଲା ବୋଲି କହିଛନ୍ତି । ନରମପନ୍ଥୀମାନେ ୧୮୮୫ରୁ ୧୯୦୫ ମଧ୍ୟରେ ଆର୍ଥିକ ଶୋଷଣକୁ ଆଧାର କରି ଇଂରେଜ ମାନଙ୍କ ବିରୁଦ୍ଧରେ ସ୍ୱର ଉତୋଳନ କରିଥିବାବେଳେ ୧୯୦୫ରୁ ୧୯୨୦ମଧ୍ୟରେ ଲାଲ-ବାଲ୍‌-ପାଲ୍ ନେତୃତ୍ୱାଧୀନ ସ୍ୱରାଜ ଆନ୍ଦୋଳନ ଓ ୧୯୨୦-୩୦ମଧ୍ୟରେ ବିର ସଭାର କାରଙ୍କ ଭଳି ବିପ୍ଳବୀମାନଙ୍କ ଇଂରେଜ ଶାସନ ଓ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଓ ୧୯୩୦ରୁ ସ୍ୱାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ ଆଇନ ଆମାନ୍ୟ ଆନ୍ଦୋଳନ ଇତ୍ୟାଦି ସହ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱ ଭାରତ ସ୍ୱାଧୀନତା ସଂଗ୍ରାମର ମୁଖ୍ୟ ଆୟୁଧ ପାଲଟି ଥିଲା।

ଏଥିରେ ଅଧ୍ୟକ୍ଷତା କରି ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟ ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର କୁମାର ଚୌଧୁରୀ ଓଡିଶା ଓ ମହାରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ଆନ୍ତଃ-ରାଜ୍ୟ ସମ୍ପର୍କ ଜାତୀୟ ବିକାଶରେ ସହାୟକ ବୋଲି କହିଥିଲେ। ଏଥିରେ ସେ ସ୍ୱାଧୀନତା ସଂଗ୍ରାମର ବୀରମାନଙ୍କର ସ୍ମୃତିଚାରଣ କରିଥିଲେ। ଆଂଚଳିକ କ୍ଷେତ୍ରପ୍ରଚାର ବ୍ୟୁରୋ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇ ଦୁଇ ରାଜ୍ୟ ସମ୍ପର୍କ ତଥା ମିଲେଟ ମିଶନର ଉଦାହରଣ ଦେଇଥିଲେ। ମୁମ୍ବାଇ ପତ୍ରସୂଚନା କାର୍ଯ୍ୟାଳୟ ଉପନିର୍ଦ୍ଦେଶକ ଦୀପ ଜଏ ମାମ୍ପାଁଲୀ ଧନ୍ୟବାଦ ଅର୍ପଣ କରିଥିବାବେଳେ, ଭୁବନେଶ୍ୱର ପତ୍ରସୂଚନା କାର୍ଯ୍ୟାଳୟ ଗଣମାଧ୍ୟମ ଓ ଗଣ ଯୋଗାଯୋଗ ଅଧିକାରୀ ଡକ୍ଟର ପ୍ରଦୀପ କୁମାର ଚୌଧୁରୀ ୱେବିନାର ପରିଚାଳନା କରିଥିଲେ। (ପିଆଇବି)

ଓଡିଶା ଭାରତ ମହାରାଷ୍ଟ୍ର ସ୍ୱାଧୀନତା ସଂଗ୍ରାମ
Share. Facebook Twitter LinkedIn Email WhatsApp Copy Link

Related Posts

ଇୟୁଜେନିକ୍ସ ହେୟାର ସାଇନ୍ସେସ ପକ୍ଷରୁ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ହେୟାର୍ ରିଷ୍ଟୋରେସନ୍ କ୍ଲିନିକର ଶୁଭାରମ୍ଭ

May 23, 2026

ସିିଜିମାଳି ବିସ୍ଥାପିତଙ୍କୁ ନ୍ୟାୟ ଦାବୀରେ ଯୁବ କଂଗ୍ରେସ ତରଫରୁ ପଦଯାତ୍ରା 

May 23, 2026

ଏଥର ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ

May 23, 2026

CII Odisha Chapter: ଓଡିଶାରେ ଅନୁଷ୍ଠିତ ହେବ ସିଆଇଆଇ ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ

May 23, 2026
Latest News

ଇୟୁଜେନିକ୍ସ ହେୟାର ସାଇନ୍ସେସ ପକ୍ଷରୁ ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ହେୟାର୍ ରିଷ୍ଟୋରେସନ୍ କ୍ଲିନିକର ଶୁଭାରମ୍ଭ

May 23, 2026

ସିିଜିମାଳି ବିସ୍ଥାପିତଙ୍କୁ ନ୍ୟାୟ ଦାବୀରେ ଯୁବ କଂଗ୍ରେସ ତରଫରୁ ପଦଯାତ୍ରା 

May 23, 2026

ଏଥର ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ବସିଲା ଉଚ୍ଚ ସ୍ତରୀୟ ବୈଠକ

May 23, 2026

CII Odisha Chapter: ଓଡିଶାରେ ଅନୁଷ୍ଠିତ ହେବ ସିଆଇଆଇ ପୂର୍ବାଞ୍ଚଳ ପରିଷଦ ସମ୍ମିଳନୀ

May 23, 2026

କୋଲକାତାରେ ପହଞ୍ଚିଲେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.