ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୯୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।
ଆଜି ସର୍ବାଧିକ ଖୋର୍ଦ୍ଧାରୁ ୩୭୫, କଟକରୁ ୧୧୨, ଯାଜପୁରରୁ ୫୬, ମୟୂରଭଞ୍ଜରୁ ୨୭, ପୁରୀରୁ ୩୧, ଜଗତସିଂହପୁରରୁ ୨୯, ବାଲେଶ୍ବରରୁ ୨୭, ଢେଙ୍କାନାଳରୁ ୨୫, କେନ୍ଦ୍ରାପଡାରୁ ୨୪, କେନ୍ଦୁଝରରୁ ୧୯, ବଲାଙ୍ଗୀରିରୁ ୧୭, ନୟାଗଡରୁ ୧୭, ସମ୍ବଲପୁରରୁ ୧୩, ସୁନ୍ଦରଗଡରୁ ୧୩, ଭଦ୍ରକରୁ ୧୨, ଗଞ୍ଜାମରୁ ୧୧, ଦେବଗଡରୁ ୧୦, ଅନୁଗୁଳରୁ ୯, ରାୟଗଡାରୁ ୯, ବରଗଡରୁ ୭, କନ୍ଧମାଳରୁ ୬, ଗଜପତିରୁ ୫, ମାଲକାନଗିରିରୁ ୫, କଳାହାଣ୍ଡିରୁ ୪, ଝାରସୁଗୁଡାରୁ ୨, କୋରାପୁଟରୁ ୨, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୮୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୯୦ ହଜାର ୭୯୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫ ହଜାର ୬୫୪ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭ ହଜାର ୪୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୭୬୫ କୁ ବୃଦ୍ଧି ହୋଇଛି।