ଆଜି ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬୬ କରୋନା ଆକ୍ରାନ୍ତ: ମୃତକଙ୍କ ସଂଖ୍ୟା ୭ ହଜାର ୬୨୮ କୁ ବୃଦ୍ଧି

Published: Aug 26, 2021, 11:52 am IST

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୬ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୬୨୮ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।

ଆଜି କଟକ ଜିଲ୍ଲାରୁ ସର୍ବାଧିକ ୧୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସମ୍ବଲପୁର ଜିଲ୍ଲାରୁ ୧୧ ଜଣ, ଜଗତସିଂହପୁର, ବରଗଡ ଜିଲ୍ଲାରୁ ୮ ଜଣ ଲେଖାଏଁ, ଯାଜପୁର ଜିଲ୍ଲାରୁ ୪ ଜଣ, ବୌଦ୍ଧ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନ  ଘଟିଛି। ସେହିଭଳି ସୁନ୍ଦରଗଡ, କଳାହାଣ୍ଡି, ଝାରସୁଗୁଡା, ଢେଙ୍କାନାଳ, ଦେବଗଡ, ବଲାଙ୍ଗୀରି ଜିଲ୍ଲାରୁ ୨ ଜଣ ଲେଖାଏଁ, ବାଲେଶ୍ଵର, ଖୋର୍ଦ୍ଧା, ପୁରୀ, ରାୟଗଡା ଏବଂ ସୋନପୁର ଜିଲ୍ଲାରୁ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ତେବେ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪ ହଜାର ୫୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୮୮ ହଜାର ୯୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮ ହଜାର ୨୮୮ ଜଣ। ସେହିଭଳି ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୭ ହଜାର ୬୨୮ କୁ ବୃଦ୍ଧି ହୋଇଛି।

Related posts