Categories
ଆଞ୍ଚଳିକ

ବୃନ୍ଦାବନପୁରରେ ଜିଲ୍ଲା ସ୍ତରୀୟ ଗାୟତ୍ରୀ ପରିବାର ସମ୍ମିଳନୀ

ରଣପୁର: ନୟାଗଡ ଜିଲ୍ଲା ଯୁଗ ନିର୍ମାଣ ଯୋଜନାର ଗାୟତ୍ରୀ ପରିବାର ତରଫରୁ ହରିଦ୍ୱାର ଶାନ୍ତିକୁଞ୍ଜ ନିର୍ଦ୍ଦେଶରେ ଜିଲ୍ଲା ସ୍ତରୀୟ ସମ୍ମିଳନୀ ରଣପୁର ବ୍ଲକ ଅନ୍ତର୍ଗତ ବୃନ୍ଦାବନପୁର ଗ୍ରାମ ପ୍ରଜ୍ଞା ପୀଠରେ ସେପ୍ଟେମ୍ବର ୨୪ ତାରିଖ ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଯାଇଅଛି। ୨୦୨୬ ମସିହାରେ ପରମ ପୁଜ୍ୟ ଗୁରୁଦେବ ପଣ୍ଡିତ ଶ୍ରୀ ରାମଶର୍ମା ଆଚାର୍ଯ୍ୟ ଓ ଗୁରୁମାତା ଦେବୀ ଭଗବତୀ ଶର୍ମାଙ୍କ ଜନ୍ମ ଶତାଦ୍ଦୀ ପାଳନ ଅବସରରେ ଧରାପୃଷ୍ଠରେ ସ୍ୱର୍ଗ ଅବତରଣ ମନୁଷ୍ୟର ଅନ୍ତକରଣରେ ଦେବତ୍ୱର ଉଦୟ ପାଇଁ ବାର୍ତ୍ତା ପ୍ରଚାର ହେଉଅଛି। ଗୁରୁଦେବଙ୍କ ବିଚାରରେ ବ୍ୟକ୍ତି ପରିବର୍ତନ ହେବ, ସମାଜ ନିର୍ମାଣ ହେବ। ଯୁବ ସମାଜ ପଥଭ୍ରଷ୍ଟ ହେବାରୁ ବିରତ ହେବାପାଇଁ ପ୍ରତି ପରିବାରରେ ଗାୟତ୍ରୀ ମନ୍ତ୍ରର ଆବଶ୍ୟକତା ରହିଅଛି। ପରିବର୍ତ୍ତନ ପାଇଁ ଏକମାତ୍ର ଅସ୍ତ୍ର ହେଉଛି ଗାୟତ୍ରୀ ମନ୍ତ୍ର ।

ଏହି ସମ୍ମିଳନୀରେ ମୁଖ୍ୟ ଭାବରେ ହରିଦ୍ୱାର ଶାନ୍ତିକୁଞ୍ଜ ନିର୍ଦ୍ଦେଶିତ ଭୁବନେଶ୍ୱର ସବ୍‌ଜୋନ୍ ସଂଯୋଜକ ପ୍ରତାପ କୁମାର ସ୍ୱାଇଁ ଯୋଗ ଦେଇଥିଲେ। ମଂଚାସୀନ ହୋଇଥିଲେ ନୟାଗଡ ଜିଲ୍ଲା ସଂଯୋଜକ ରାସ ବିହାରୀ ସେଠ। ଅବସର ପ୍ରାପ୍ତ ଶିକ୍ଷକ ପ୍ରସନ୍ନ ରଥ ମଂଚଞ୍ଚ ପରିଚାଳନା କରିଥିଲେ। ନୟାଗଡ ଜିଲ୍ଲାର ୮ ଗୋଟି ମଣ୍ଡଳର ଗାୟତ୍ରୀ ପରିବାର ଭାଇ ଭଉଣୀ ମାନେ ଯୋଗଦେଇ ଗୁରୁଦେବଙ୍କ ବାର୍ତ୍ତା କିପରି ଅଧିକରୁ ଅଧିକ ପ୍ରଚାର କିପରି ହୋଇପାରିବ ସେ ନେଇ ମତ ରଖିଥିଲେ । ବୃନ୍ଦାବନପୁର ପ୍ରଜ୍ଞାପୀଠର ବିରଂଚି ରଣାଙ୍କ ସମେତ ସମସ୍ତ ଭାଇ ଭଉଣୀ ମାନେ ସହଯୋଗ କରିଥିଲେ।