Categories
ଆଞ୍ଚଳିକ

ମାରୱାଡିମୁଣ୍ଡା ଗ୍ରାମରେ ରେଡକ୍ରସ ପକ୍ଷରୁ ହାଇଜିନ କିଟ ପ୍ରଦାନ

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ରେଡକ୍ରସ ପକ୍ଷରୁ ନାକଟିଦେଉଳ ଓ ରେଢାଖୋଲରେ ଗରିବ ଅସହାୟ ମାନଙ୍କୁ ହାଇଜିନ କିଟ ପ୍ରଦାନ କରାଯାଇଅଛି। ନାକଟିଦେଉଳ ବ୍ଲକ ଅନ୍ତର୍ଗତ ମାରୱାଡିମୁଣ୍ଡା ଗ୍ରାମରେ ୫୦ ଜଣଙ୍କୁ କିଟ ପ୍ରଦାନ କରାଇଯାଇଥିବା ବେଳେ ରେଢାଖୋଲରେ ୪୮ ଜଣଙ୍କୁ କିଟ ପ୍ରଦାନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ମାରୱାଡିମୁଣ୍ଡା ଗ୍ରାମରେ ସମାଜସେବୀ ନିଳାମ୍ବର ସାହୁ, ଶ୍ରୀପତି ସାହୁ, ଅଜିତ ସାହୁ ଓ ସାଗର ମାହାର ସହଯୋଗ କରିଥିବା ବେଳେ ରେଢାଖୋଲରେ ଏନଏସି ଅଧ୍ୟକ୍ଷ ଶିବରାମ ସାହୁ ସହଯୋଗ କରିଥିଲେ।

ଅନ୍ୟପକ୍ଷରେ ରେଢାଖୋଲ ଭୀମଭୋଇ କଲେଜ ପରିସରରେ ରେଡକ୍ରସ ଦ୍ୱାରା ଏକ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ନାକଟିଦେଉଳ ଡିଗ୍ରୀ ମହାବିଦ୍ୟାଳୟ ଭୀମଭୋଇ ମହାବିଦ୍ୟାଳୟ, ରେଢାଖୋଲ ମହିଳା ବିଦ୍ୟାଳୟ, ଫୁଲଝରଣ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ। ରେଡକ୍ରସର ପ୍ରମିଳା ବେହେରା ଓ ସଂଜୀବ ଦେହୁରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।