Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ରେଳ ମନ୍ତ୍ରଣାଳୟ ନୂଆ ନିଷ୍ପତି, ହାଇଦ୍ରାବାଦ ଓ ହାଓଡ଼ା ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ବର, ହାଇଦ୍ରାବାଦ ଓ ହାଓଡ଼ା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି। ନିଷ୍ପତି ଅନୁସାରେ ଏହିପରି ଭାବେ ଟ୍ରେନ ଚଳାଚଳ କରିବ।

୦୮୬୪୬ ହାଇଦ୍ରାବାଦ-ହାଓଡ଼ା ବିଶେଷ ଟ୍ରେନ ହାଇଦ୍ରାବାଦରୁ ୧୬.୦୪.୨୦୨୧ ରୁ ୩୦.୦୪.୨୦୨୧ ମଧ୍ୟରେ ପ୍ରତ୍ୟହ ସକାଳ ୮ ଘଟିକାରେ ଛାଡି ହାଓଡ଼ା ଠାରେ ତା’ ପରଦିନ ଅପରାହ୍ନ ୨ଘ.୪୦ମି.ରେ ପହଞ୍ଚିବ।

ସେହିଭଳି, ଫେରିବା ମାର୍ଗରେ ୦୮୬୪୫ ହାଓଡ଼ା-ହାଇଦ୍ରାବାଦ ବିଶେଷ ଟ୍ରେନ ୧୮.୦୪.୨୦୨୧ ରୁ ୦୨.୦୫.୨୦୨୧ ପର‌୍ୟ୍ୟନ୍ତ ହାଓଡ଼ା ଠାରୁ ପ୍ରତ୍ୟକ ଦିନ ପୂର୍ବାହ୍ନ ୧୧ଘ.୩୦ମି.ରେ ଛାଡି ହାଇଦ୍ରାବାଦରେ ତା’ପରଦିନ ସନ୍ଧ୍ୟା ୫ଘ.୩୦ମି.ରେ ପହଞ୍ଚିବ।

ଏହି ଟ୍ରେନ୍ ହାଇଦ୍ରାବାଦ ଏବଂ ହାଓଡ଼ା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ଏଥିରେ ଗୋଟିଏ ଏସି-୨ ଟାୟାର୍, ତିନିଟି ଏସି -୩ ଟାୟାର୍, ୧୨ ଟି ସ୍ଲିପର୍ କ୍ଲାସ୍, ତିନିଟି ସେକେଣ୍ଡ୍ କ୍ଲାସ୍ ସିଟିଙ୍ଗ, ଦୁଇଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ଏବଂ ଗୋଟିଏ ପାର୍ସଲ୍ ଭ୍ୟାନ ଉପଲବ୍ଧ ଅଛି ।