Categories
ଆଜିର ଖବର ରାଜ୍ୟ ଖବର

ଭାରତରେ ପହଞ୍ଚିଲା ସ୍ପୁଟନିକ-ଭି ଟୀକା: କରୋନା ଭୂତାଣୁ ଲଢେଇରେ ୯୧ ପ୍ରତିଶତରୁ ଅଧିକ ସଫଳ

ନୂଆଦିଲ୍ଲୀ: ଜରୁରୀକାଳିନ ବ୍ୟବହାର ପାଇଁ ଋଷ ଟୀକା ସ୍ପୁଟନିକ-ଭି ଭାରତରେ ପହଞ୍ଚିଛି। ଋଷରୁ ପ୍ରଥମ ବ୍ୟାଚ ଟୀକା ଆଜି ଭାରତରେ ପହଞ୍ଚିଛି। ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ବିମାନ ବନ୍ଦରରେ ଏହି ଟୀକା ପହଞ୍ଚିଛି। ହାଇଦ୍ରାବାଦ ବିମାନବନ୍ଦରରୁ ଦେଶର ବିଭିନ୍ନ ଅଞ୍ଚଳକୁ ଏହି ଟୀକା ପଠାଯିବ ବୋଲି ଜଣାପଡିଛି। ଫଳରେ ଭାରତକୁ ବଡ ଆଶ୍ଵସ୍ତି ମିଳିଛି। ଟୀକାର ଅଭାବ ଭିତରେ ଭାରତକୁ ଆଉ ଏକ ଟୀକା ମିଳିବା ଏକ ଭଲ ଖବର ବୋଲି କୁହାଯାଉଛି।

ତେବେ ବର୍ତ୍ତମାନ ଭାରତରେ ଏବେ ସ୍ଵଦେଶୀ ଟୀକା କୋଭାକ୍ସିନ ଏବଂ କୋଭିସିଲ୍ଡ ଚାଲିଥିବା ବେଳେ ତୃତୀୟ ଟୀକା ଭାବେ ସ୍ପୁଟନିକ-ଭିକୁ ଖୁବ ଶୀଘ୍ର ଟୀକାକରଣରେ ସାମିଲ କରାଯିବ ବୋଲି ଆଶା କରାଯାଉଛି। କରୋନା ଭୂତାଣୁ ଲଢେଇରେ ଏହି ଟୀକା ୯୧ ପ୍ରତିଶତରୁ ଅଧିକ ସଫଳ ହେବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଟସ୍ ଜିତି ହାଇଦ୍ରାବାଦର ବୋଲିଂ ନିଷ୍ପତ୍ତି: ଜାଣନ୍ତୁ ଏହି ଷ୍ଟାଡିୟମରେ ଉଭୟ ଦଳର କଣ ରହିଛି ରେକର୍ଡ଼

ଚେନ୍ନାଇ: ଆଇପିଏଲରେ  କୋଲକୋତା ନାଇଟ ରାଇଡ଼ର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଲଢେଇ ହେବ। ଏହି ମ୍ୟାଚ ସନ୍ଧ୍ୟା ୭:୩୦ ରେ ଆରମ୍ଭ ହେବ। ସନରାଇଜର୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।

ତେବେ ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ କେକେଆର ଦଳର ଭଲ ରେକର୍ଡ ନାହିଁ। କେକେଆର ମୋଟ ୯ ଟି ମ୍ୟାଚ ଏହି ଷ୍ଟାଡିୟମରେ ଖେଳି ମାତ୍ର ୭ ଟି ମ୍ୟାଚରେ ବିଜୟୀ ହୋଇଛି। ୨୦୧୨ରେ ଫାଇନାଲକୁ ମିଶାଇ କେକେଆର କେବଳ ଦୁଇଟି ମ୍ୟାଚ ଜିତିବାରେ ସଫଳ ହୋଇଛି।

ସେହିପରି ସନରାଇଜର୍ସ ହାଇଦ୍ରାବାଦର ମଧ୍ୟ ସେହି ଷ୍ଟାଡିୟମରେ ବିଫଳ ହୋଇଛି। ଦଳ ମୋଟ ୩ ଟି ମ୍ୟାଚ ଖେଳିଥିବା ବେଳେ ସବୁ ମ୍ୟାଚରେ ପରାଜୟର ସାମ୍ନା କରିଛି।

Categories
ଆଜିର ଖବର ଜାତୀୟ ଖବର

ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ଦରମାରେ ୩୦ ପ୍ରତିଶତ ବୃଦ୍ଧି: ଅବସର ସମୟ ୫୮ ବର୍ଷ ପରିବର୍ତ୍ତେ ୬୧ ବର୍ଷ

ହାଇଦ୍ରାବାଦ: କରୋନା ସମୟରେ କୋଟି କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ବିଶେଷ କରି ଘରୋଇ ସଂସ୍ଥାରେ କାର୍ଯ୍ୟ କରୁଥିବା ଲୋକେ ଅଧିକ ପ୍ରଭାବିତ ହୋଇଛନ୍ତି। କେତେକ ଘରୋଇ ସଂସ୍ଥାରେ ଅନେକ କର୍ମଚାରୀଙ୍କ ରୋଜଗାର ଚାଲିଯାଇଥିବା ବେଳେ ଅନେକ କର୍ମଚାରୀଙ୍କ ଦରମାରେ ହ୍ରାସ କରାଯାଇଥିବା ଦେଖିବାକୁ ମିଳିଛି।

ହେଲେ ଏଭଳି ସମୟରେ ସରକାରୀ କର୍ମଚାରୀଙ୍କ ପାଇଁ ତେଲେଙ୍ଗନା ସରକାର ଦରମାରେ ବୃଦ୍ଧି କରିଛି। ସରକାରୀଙ୍କ ଦରମାରେ ୩୦ ପ୍ରତିଶତ ବୃଦ୍ଧି କରିବା ସହ ଅବସର ସମୟକୁ ମଧ୍ୟ ୩ ବର୍ଷ ବୃଦ୍ଧି କରି ୫୮ ବର୍ଷ ପରିବର୍ତ୍ତେ ୬୧ ବର୍ଷ କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ତେଲେଙ୍ଗନା ବିଧାନସଭାରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଘୋଷଣା କରିଛନ୍ତି। ଯାହାଫଳରେ ରାଜ୍ୟର ୯.୧୭ ଲକ୍ଷ କର୍ମଚାରୀ ଏବଂ ପେନସନ ଉପଭୋକ୍ତାଙ୍କୁ ଲାଭ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଆଇପିଏଲ ୨୦୨୦: କର ବା ମର ସ୍ଥିତିରେ ହାଇଦ୍ରାବାଦ, କୋଲକାତା ପାଇଁ ମୁମ୍ବାଇ ଭରସା

ଦୁବାଇ: ଚଳିତ ଆଇପିଏଲର ଅନ୍ତିମ ଲିଗ ମ୍ୟାଚରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ  ଲଢେଇ ହେବ। କର ବା ମର ପରିସ୍ଥିତିରେ ହାଇଦ୍ରାବାଦ। ହାଇଦ୍ରାବାଦକୁ ନିଶ୍ଚିତ ବିଜୟ ଆବଶ୍ୟକ କରୁଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ବାଙ୍ଗାଲୋର ବିପକ୍ଷରେ ଖେଳିବା ପାଇଁ ହାଇଦ୍ରାବାଦକୁ ସୁଯୋଗ ମିଳିବ। ଯଦି ମୁମ୍ବାଇ ଠାରୁ ପରାଜିତ ହୁଏ, ଟୁର୍ଣ୍ଣାମେଣ୍ଟରୁ ବିଦା ନେବା ସହିତ କୋଲକୋତା ପାଇଁ ଏକ ସୁଯୋଗ ସୃଷ୍ଟି କରିବ। ଯଦିବା ମୁମ୍ବାଇ ପାଇଁ ଆଜିର ମ୍ୟାଚଟି ସେତେ ଗୁରୁତ୍ୱପୂର୍ଣ୍ଣ ନୁହଁ, କିନ୍ତୁ ଉଭୟ ହାଇଦ୍ରାବାଦ ଏବଂ କୋଲକୋତା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୁମ୍ବାଇର ବିଜୟ ପାଇଁ କୋଲକୋତା ଦଳ ଏବଂ ତାଙ୍କର ସମର୍ଥକ ଆଶାବାନ୍ଧି ବସିଥିବା ବେଳେ ହାଇଦ୍ରାବାଦ ବିଜୟ ଲାଭ କରିବା ପାଇଁ ନିଜର ଶତ ପ୍ରତିଶତ କୌଶଳ ଲଗାଇବ।

ସୂଚନା ଯୋଗ୍ୟ ଯେ, ପ୍ଲେ ଅଫ ରେ ଚାରୋଟି ଦଳ ମଧ୍ୟରୁ ତିନୋଟି ଦଳ ସ୍ଥାନ ସୁରକ୍ଷିତ କରିପାରିଛନ୍ତି। ପ୍ଲେ ଅଫ ତାଲିକାର ଏକ ନମ୍ବର ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସ ଥିବା ବେଳେ ଦୁଇ ନମ୍ବର ସ୍ଥାନରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ତୃତୀୟ। ସ୍ଥାନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଛି। ଆଜିର ମ୍ୟାଚର ଫଳାଫଳ ପରେ କେଉଁ ଦଳ ଚତୁର୍ଥ ଦଳ ଭାବେ ପ୍ଲେ ଅଫ କୁ ଉନ୍ନୀତ ହେବ ତାହା ସ୍ପଷ୍ଟ ହେବ।

Categories
ଆଜିର ଖବର ଜାତୀୟ ଖବର

ଗାର୍ଲଫ୍ରେଣ୍ଡ ପାଇଁ 8 ଲକ୍ଷଟଙ୍କା ଚୋରି କଲେ ଯୁବକ

ଗାର୍ଲଫ୍ରେଣ୍ଡ ପାଇଁ ଜଣେ ଯୁବକ 8.51 ଚୋରି କରିଥିବାର ଖବର ସାମ୍ନାକୁ ଆସିଛି । ଘଟଣାଟି ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦଠାରେ ହୋଇଥିବାର ସୂଚନା ରହିଛି । ଯୁବକ ଜଣକ କମ୍ପାନୀରୁ ମୋଟା ରକମର ନଗଦ ଚୋରାଇବା ସହିତ ଏପରି ପ୍ଲାନ୍‌ ପ୍ରସ୍ତୁତ କରୁଥିଲେ ଯେ, ପୋଲିସକୁ ମଧ୍ୟ ହରଡଘଣାରେ ପକାଇ ଦେଇଥିଲେ।

ମିଳିଥିବା ସୂଚନା ଅନୁସାରେ ଯୁବକ ଜଣକ ଜଣେ ଏମ୍‌ବିଏ୍‌ ଗ୍ରାଜୁଏଟ ହୋଇଥିବାବେଳେ ସେ ପେପର୍‌ ମିଲ୍‌ରେ କାର୍ଯ୍ୟ କରୁଥିଲେ । ମଇ 25କୁ ଯୁବକ ଜଣକ କମ୍ପାନୀର ଦୁଇ ଭିନ୍ନ ଏଜେଣ୍ଟଙ୍କ ସହ ସମ୍ପର୍କରେ ଆସିଥିଲେ । ଏହାପରେ ସେ ଦୁଇ ଏଜେଣ୍ଟଙ୍କଠାରୁ 8.51 ଟଙ୍କା ଆଣି ସେ ଫେରାର୍‌ ହୋଇ ଯାଇଥିଲେ।
ତେବେ ଧରା ନ ପଡିବା ପାଇଁ ଏକ କପୋଳକଳ୍ପିତ ପ୍ଲାନ୍‌ ପ୍ରସ୍ତୁତ କରିଥିଲେ । ଅଭିଯୁକ୍ତ ଯୁବକ ଜଣକ ଟଙ୍କା ଚୋରି କରି ପୋଲିସ୍‌ରେ ତାଙ୍କ ଠାରୁ ଟଙ୍କା ଚୋରି ହୋଇଥିବାର ଅଭିଯୋଗ କରିଥିଲେ । ଅଭିଯୁକ୍ତଙ୍କ ଅଭିଯୋଗ ପରେ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା । ତଦନ୍ତ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା। ତେବେ ପୋଲିସ୍‌ ଅଭିଯୁକ୍ତଙ୍କଠାରୁ ସମସ୍ତ ଟଙ୍କା ଜବତ କରିବା ସହିତ ଗିରଫ ମଧ୍ୟ କରିଛନ୍ତି । ତେବେ ଯୁବକ ଜଣକ ପୋଲିସ୍‌କୁ କହିଛନ୍ତି ଯେ, ସେ ଏହି ଟଙ୍କା ତାଙ୍କ ଗାର୍ଲଫ୍ରେଣ୍ଡ ପାଇଁ ଚୋରି କରିଥିଲେ । ତାଙ୍କ ଗାର୍ଲଫ୍ରେଣ୍ଡ ଭୀଷଣ ଅସୁସ୍ଥ ଥିବାରୁ ତାଙ୍କ ଚିକିତ୍ସା ଉଦ୍ଦେଶ୍ୟରେ ସେ ଏପରି ଟଙ୍କା ଚୋରି କରିବା ନେଇ ପ୍ଲାନ୍ ପ୍ରସ୍ତୁତ କରିଥିଲେ । (ଏଜେନ୍ସି)