Categories
ଅପରାଧ ଆଜିର ଖବର ଜାତୀୟ ଖବର

 ପୁଣି ଥରେ ସେହି ହାଥରସ, 4 ବର୍ଷର ଝିଅକୁ ଦୁଷ୍କର୍ମ କରି ଜଣେ ଗିରଫ

ହାଥରସ୍, ପୁଣିଥରେ ହାଥରସ୍ ଚର୍ଚ୍ଚାକୁ ଆସିଛି। ଏଥର ଜଣେ 4 ବର୍ଷର ଝିଅକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏହି ଘଟଣା ଜଣାପଡିବା ପରେ ପୋଲିସ ତତ୍ପରତା ପ୍ରକାଶ କରି ଅଭିଯୁକ୍ତକୁ ଗିରଫ କରିଛି। ଏଥିସହିତ ଏକ ମାମଲା ମଧ୍ୟ ଋଜୁ କରିଛି। ଏହି ଘଟଣାଟି ଗତକାଲି ଘଟିଛି ବୋଲି ପୋଲିସ କହିଛି। ଝିଅର ପରିବାର ଲୋକେ ଆଜି ଜାଣିବା ପରେ ପୋଲିସ ଖବର ଦେଇଥିଲେ। ଖବର ପାଇ ପୋଲିସ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛି। ତେବେ ଗିରଫ ବ୍ୟକ୍ତି ଝିଅର ସଂପର୍କୀୟ ହେବ ବୋଲି ଜଣାପଡିଛି।

ମାସେ ତଳେ ଏହି ହାଥରସରେ ଜଣେ 19 ବର୍ଷିୟା ଝିଅକୁ 4 ଜଣ ଗଣ ଦୁଷ୍କର୍ମ କରିଥିଲେ। ଏହି 4 ଜଣଙ୍କୁ ଗିରଫ କରାଯାଇଛି। ତେବେ ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପରିସ୍ଥିତି ଏପରି ହେଲା ଯେ, ଉତ୍ତର ପ୍ରଦେଶ ସରକାର ସିବିଆଇ ତଦନ୍ତ ଦେବାକୁ ବାଧ୍ୟ ହେଲେ। ସେ ଘଟଣାର ଉତ୍ତାପ ନ ଥମୁଣୁ ବର୍ତ୍ତମାନ ଏହି ନୂଆ ଘଟଣା ପରିସ୍ଥିତିକୁ ପୁଣି ଗୋଳମାଳିଆ କରିଦେଇଛି।