Categories
ଅନ୍ତରାଷ୍ଟ୍ରୀୟ ଅପରାଧ ଆଜିର ଖବର ଜାତୀୟ ଖବର

ମେହୁଲ ଚୋକସିଙ୍କ ସପକ୍ଷରେ ରାୟ ଦେଲେ ବିଦେଶ କୋର୍ଟ, ଏବେ ଭାରତ ଆଣିବା ହେବ କଷ୍ଟକର!

ନୂଆଦିଲ୍ଲୀ: ଭାରତରେ ୧୩ ହଜାର କୋଟି ଟଙ୍କା ଠକେଇ ମାମଲାରେ ୱାଣ୍ଟେଡ୍ ହୀରା ବ୍ୟବସାୟୀ ମେହୁଲ ଚୋକସି କୋର୍ଟ ଯୁଦ୍ଧରେ ଜିତିଛନ୍ତି। ଆଣ୍ଟିଗୁଆ ଏବଂ ବାରବୁଡା ହାଇକୋର୍ଟ ଶୁକ୍ରବାର ଦିନ ମେହୁଲ ଚୋକସିଙ୍କ ସପକ୍ଷରେ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ମେହୁଲ ଚୋକସିଙ୍କୁ ଆଣ୍ଟିଗୁଆ ଏବଂ ବାରବୁଡାରୁ ବାହାର କରାଯାଇପାରିବ ନାହିଁ। ଏଭଳି ପରିସ୍ଥିତିରେ ମେହୁଲ ଚୋକସିଙ୍କୁ ଭାରତ ଆଣିବାରେ ଅସୁବିଧା ଉପୁଜିପାରେ। ତାଙ୍କ ନାଗରିକ ମକଦ୍ଦମାରେ ସେ ଯୁକ୍ତି କରିଛନ୍ତି ଯେ, ତାଙ୍କ ବିରୋଧରେ ଆଣ୍ଟିଗୁଆର ଆଟର୍ଣ୍ଣି ଜେନେରାଲ ଏବଂ ପୋଲିସ ମୁଖ୍ୟଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲାର ତଦନ୍ତ କରିବାର ଦାୟିତ୍ଵ ରହିଛି।

ହାଇକୋର୍ଟରେ ମେହୁଲ ଚୋକସି କହିଛନ୍ତି ଯେ, ମେ ୨୩ ତାରିଖ ୨୦୨୧ରେ ଆଣ୍ଟିଗୁଆ ଏବଂ ବାରବୁଡାରୁ ତାଙ୍କୁ ଅପହରଣ କରିନେବା ଘଟଣାର ତଦନ୍ତ ହେବା ଉଚିତ। ଏହି ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ମେହୁଲ ଚୋକସିଙ୍କୁ ଆଣ୍ଟିଗୁଆ ଏବଂ ବାରବୁଡା ସୀମାରୁ କୋର୍ଟଙ୍କ ନିର୍ଦ୍ଦେଶ ବିନା ବାହାରକୁ ନିଆଯାଇପାରିବ ନାହିଁ।

ଏହା ସହିତ କୋର୍ଟ ମଧ୍ୟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ଡୋମିନିକାନ୍ ପୋଲିସ୍ ଯାଞ୍ଚ କରିବା ଉଚିତ୍ କି ଚୋକସିଙ୍କୁ ତାଙ୍କ ଇଚ୍ଛା ବିରୁଦ୍ଧରେ ଡୋମିନିକାକୁ ଜବରଦସ୍ତ ନିଆଯାଇଥିଲା କି ନାହିଁ?

ସିବିଆଇ କହିଛି ଯେ, ପଳାତକ ତଥା ଅପରାଧୀଙ୍କୁ ଭାରତକୁ ଅପରାଧିକ ନ୍ୟାୟ ପ୍ରକ୍ରିୟାକୁ ଫେରାଇ ଆଣିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବାକୁ ଦ୍ୱିଧା କରିବ ନାହିଁ। ପ୍ରକାଶ ଯେ, ଗତ ୧୫ ମାସ ମଧ୍ୟରେ ୩୦ ରୁ ଅଧିକ ବାଞ୍ଛିତ ଅପରାଧୀ ଭାରତକୁ ଫେରିଛନ୍ତି। ଫେବୃଆରୀ ୧୫ ତାରିଖ ୨୦୧୮ରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ଠକିବା ଅଭିଯୋଗରେ ସିବିଆଇ ମେହୁଲ ଚୋକସି ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।