Categories
ଆଜିର ଖବର ରାଜ୍ୟ ଖବର

ବଣିଆଁବନ୍ଧରେ ଭାଲୁ ଆକ୍ରମଣରେ ୨ ମୃତ, ଜଣେ ଆହତ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ରେଢାଖୋଲ ବ୍ଲକ୍ ବଣୀଆଁବନ୍ଧରେ ଭାଲୁ ଆକ୍ରମଣରେ ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁହୋଇଥିବା ବେଳେ ଜଣେ ଆହତ ହୋଇଥିବା ଖବର ହସ୍ତଗତ ହୋଇଛି।

ପ୍ରକାଶ ଯେ ରେଢାଖୋଲ ବ୍ଲକ୍ ବଡବାହାଳ ରେଞ ଅଧିନସ୍ଥ ବଣିଆଁବନ୍ଧ ଗ୍ରାମରେ ୫ ଜଣ ମହୁଖାଇବା ପାଇଁ ଜଙ୍ଗଲକୁ ଯାଇଥିବା ସମୟରେ ଭାଲୁ ହାବୁଡରେ ପଡିଯାଇଥିଲେ। ସେଇ ସମୟରେ ଭାଲୁଟି ୨ଜଣ ବ୍ୟକ୍ତିଙ୍କୁ ମାରି ଦେଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ଜଣା ପଡିଛି। ଆଉ ୨ ଜଣ ବ୍ୟକ୍ତି ଗଛ ଉପରକୁ ଚଢି ଜୀବନ ରକ୍ଷା କରିଥିବା ବେସରକାରୀ ସୂତ୍ରରୁ ପ୍ରକାଶ। ମୃତ୍ୟୁବରଣ କରିଥିବା ବ୍ୟକ୍ତି ଦୁଇ ଜଣ ହେଲେ ଚେରୁ ମୁଣ୍ଡା(୫୮) ଏବଂ କୃଷ୍ନ ମୁଣ୍ଡା(୩୮) ବୋଲି ଜଣା ପଡିଛି। ଆହତ ବ୍ୟକ୍ତି ଜଣଙ୍କ ଆଶାଢୁ ମୁଣ୍ଡା(୩୬)। ଆହତ ଅଶାଢୁ ମୁଣ୍ଡା ଘୁଷୁରୁ ଘୁଷୁରି ଆସି ଜୀବନ ରକ୍ଷା କରିଥିବା ଜଣା ପଡିଛି। ଗଛ ଉପରେ ଚଢି ରହିଥିବା ଲୋକ ଦୁଇ ଜଣଙ୍କର ପରିଚୟ ମିଳିପାରି ନାହିଁ।

ରଜ ପର୍ବକୁ ଆଖି ଆଗରେ ରଖି ରେଢାଖୋଲ ଅଂଚଳର ଲୋକମାନେ ମହୁସଂଗ୍ରହ ପାଇଁ ଜଙ୍ଗଲ ଯାଇଥାନ୍ତି। ମହୁସଂଗ୍ରହ କରି ଘରକୁ ଆସି ସାହି ପଡିଶା ଓ ସଂପର୍କିୟମାନଙ୍କୁ ଦେଇଥାନ୍ତି। ରେଢାଖୋଲ ଅଂଚଳରେ ରଜ ସଂକ୍ରାନ୍ତି ଦିନ ମହୁଖାଇବା ପରଂପରା କେଉଁ ଆବାହାମାନ କାଳରୁ ରହି ଆସିଛି। ତେଣୂ ବଣୀଆଁବନ୍ଧ ଗ୍ରାମର ଲୋକମାନେ ଏହି ପରଂପରାକୁ ବଜାୟ ରଖିବା ପାଇଁ ମହୁ ସଂଗ୍ରହପାଇଁ ଜଙ୍ଗଲକୁ ଯାଇଥିଲେ।