Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜନ୍ତୁ ଶିକାର ଅଭିଯୋଗରେ ୩ ଅଟକ

କନ୍ଦର୍ପ ବେହେରା
ରେଢାଖୋଲ: ଦିନକୁ ଦିନ ନାକଟିଦେଉଳ ଅଂଚଳରେ ଜନ୍ତୁ ଶିକାର ଚାଲିଥିବା ଅଭିଯୋଗ ହେଉଛି। ବହୁ ଗ୍ରାମରେ ଶିକାରୀମାନେ ବିଦ୍ୟୁତ ତାର ବିଛାଇ କିମ୍ବା ବନ୍ଧୁକ ସାହାଯ୍ୟରେ ଜନ୍ତୁ ଶିକାର କରୁଥିଲେ ମଧ୍ୟ ବନ ବିଭାଗ ସେମାନଙ୍କୁ ଧରିବାରେ ସକ୍ଷମ ହୋଇପାରୁନାନ୍ତି। ଯା’ ଫଳରେ ବନ ବିଭାଗକୁ ମୁଣ୍ଡବ୍ୟଥାର କାରଣ ହୋଇଛି।

ନାକଟିଦେଉଳ ବ୍ଲକ୍ କିସିଣ୍ଡା ରେଞ ଅଧିନସ୍ଥ ଜେମାଜୁରୀ ଗାଁ ନିକଟସ୍ଥ କେନ୍ଦୁମୁଣ୍ଡାଠାରେ ଶିକାରୀମାନେ ଜନ୍ତୁ ଶିକାରପାଇଁ ବିଦ୍ୟୁତ୍ ତାର ବିଛାଉଥିବାର ବନ ବିଭାଗ ଖବର ପାଇ ଚଢଉ କରି ୩ ଜଣଙ୍କୁ ଅଟକ ରଖିଥିବା ଖବର ହସ୍ତଗତ ହୋଇଛି। ଅଟକ ମାନେ ହେଲେ ଜେମାଜୋରୀ ଗ୍ରାମର ଭାବଗ୍ରାହୀ କିସାନ୍‌, ଚରଣ କିସାନ୍ ଓ ଶରତ କିସାନ। ଏମାନେ ସମସ୍ତେ ଜଙ୍ଗଲରେ ବିଦ୍ୟୁତ୍ ତାର ବିଛାଇ ନିୟମିତ ଜନ୍ତୁ ଶିକାର କରୁଥିବା ଅଭିଯୋଗ ହେଉଛି। ଆହୁରି ତଥ୍ୟ ହାସଲ ପାଇଁ ବନ ବିଭାଗ ତଦନ୍ତ କରୁଛି।