Categories
ଆଞ୍ଚଳିକ

ଚାରି ବର୍ଷ ହେବ ଲୁଚି ବୁଲୁଥିଲା ୱାରେଂଟି କୁ ବାନ୍ଧିଲା କୁଜଙ୍ଗ ପୋଲିସ

କୁଜଙ୍ଗ: ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ ନିର୍ଦ୍ଦେଶ ନାମାରେ କୁଜଙ୍ଗ ପୋଲିସ୍ ଆଜି ଏକ ଯୁବକଙ୍କୁ ଉଠାଇ ଆଣି ମାନ୍ୟବର କୋର୍ଟରେ ହାଜର କରାଇଥିଲା। ସେଠାରେ ତାଙ୍କର ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ କୁଜଙ୍ଗ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣା ପଡିଛି।

ସୂଚନା ଯୋଗ୍ୟ କୁଜଙ୍ଗ ଥାନା ଗଣ୍ଡକୀପୁର ଗ୍ରାମରେ ପୂର୍ବ ଶତୃତାକୁ କେନ୍ଦ୍ରକରି ଚାରି ବର୍ଷ ତଳେ ଜନୈକ ବ୍ୟକ୍ତିଙ୍କୁ ସେହି ଗ୍ରାମର ରାକେଶ ମାଝୀ (୩୪) ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ସେହି ବ୍ୟକ୍ତି ଗୁରୁତର ହେବାରୁ ତାଙ୍କୁ ସ୍ଥାନିୟ ଲୋକ ଉଦ୍ଧାର କରି କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସେଠାରେ ଅବସ୍ଥା ଗୁରୁତର ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା।

ଏହି ଘଟଣାରେ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପୋଲିସ୍ ୫୧/୧୯ ରେ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଅନ୍ୟ ପକ୍ଷରେ ଅଭିଯୁକ୍ତ ରାକେଶ ଦୀର୍ଘ ଚାରି ବର୍ଷ ହେବ ପୋଲିସ୍‌କୁ ଚକ୍‌ମା ଦେଇ ଲୁଚି ବୁଲୁଥିଲେ।

ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ନିର୍ଦ୍ଦେଶ କ୍ରମେ ଅଭିଯୁକ୍ତ ନାମରେ ୱାରେଂଟ ବାହାରିଥିଲା। ନୂତନ ଥାନାଧିକାରୀ ଭାବେ ରଶ୍ମୀରଞ୍ଜନ ଦାଶ ଯୋଗଦେବା ପରେ ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ ଘରେ ଶୋଇଥିବା ବେଳେ ଉଠାଇ ଆଣି ଆଜି ମାନ୍ୟବର କୋର୍ଟରେ ହାଜର କରାଇଥିଲା।