Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସିନେମା

ଜୀ ସାର୍ଥକର ନୂଆ ସିନେମା ‘ଫେରି ଆସୁଥିବି କୋଳକୁ ତୋର’ର ଅଡିଓ ଲୋକାର୍ପିତ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୧୮ ତାରିଖରେ ଜୀ ସାର୍ଥକର ନୂଆ ସିନେମା ‘ଫେରି ଆସୁଥିବି କୋଳକୁ ତୋର’ର ୱାଲର୍ଡ ଟିଭି ପ୍ରିମିୟର ହେବାକୁ ଯାଉଛି। ଭୁବନେଶ୍ବରର ହୋଟେଲ୍‌ ଭରେନ୍ୟାସ ଠାରେ ଏକ ବର୍ଣାଢ୍ୟ ପରିବେଶରେ ଏହାର ଅଡିଓ ରିଲିଜ ହୋଇଥିବା ବେଳେ ଆସନ୍ତା ୧୮ତାରିଖ ସନ୍ଧ୍ୟା ୬.୩୦ ମିନିଟ୍ ରେ ଜୀ ସାର୍ଥକ ଚ୍ୟାନେଲରେ ଅଗଣିତ ଓଡିଆ ସିନେପ୍ରେମୀ ଚଳଚ୍ଚିତ୍ରଟିକୁ ଦେଖିପାରିବେ। ସିନେମାର ମୌଳିକ କାହାଣୀ ଓ ସୁମଧୁର ଗୀତଗୁଡିକ ଦର୍ଶକଙ୍କ ହୃଦୟ ଜିତିପାରିବ ବୋଲି ଜୀ ସାର୍ଥକ ପକ୍ଷରୁ କୁହାଯାଇଛି। ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଗୁଡଲି ରଥ ଅଛନ୍ତି।

ଜୀ ସାର୍ଥକ ଫିଲ୍ମସ ବ୍ୟାନରରେ ତଥା ସାଇ ହରି ଭିଜନ ପ୍ରଡକ୍ସନ ପ୍ରସ୍ତୁତ ‘ଫେରି ଆସୁଥିବି କୋଳକୁ ତୋର’ରେ ଜ୍ୟୋତି ପଣ୍ଡା ଓ ପ୍ରଥମ ଥର ପାଇ ଜୀସାର୍ଥକ ର ଚଳଚ୍ଚିତ୍ର ରେ ପୁନମ ମିଶ୍ରଙ୍କୁ ଦର୍ଶମାନେ ଦେଖିବେ ଜୀସାର୍ଥକ ପକ୍ଷରୁ ସୂଚନା‌ ଦିଆଯାଇଛି। ତେବେ ସିନେମାରେ ଶିଶୁ କଳାକାର ସାଲୋନିଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି। ଶିଶୁ ଭୃଣ ହତ୍ୟା ସମ୍ପର୍କିତ ଏକ ବଳିଷ୍ଠ ବାର୍ତ୍ତା ସହ ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ବେଶ ଉଚ୍ଚକୋଟିର ହୋଇଛି। ଓଲିଉଡରେ ହଲଚଲ ଖେଳାଉଥିବା ସଂଜୟ ନାୟକ ନିଜେ କାହାଣୀ ଲେଖି ନିର୍ଦ୍ଦେଶନା ଦେଇଛନ୍ତି। ରବି ମିଶ୍ର ପ୍ରଯୋଜନା ଭାର ସମ୍ଭାଳିଥିବା ବେଳେ ଗୁଡଲୀ ରଥ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ କଥାଥିଲା ଗୀତକୁ ସ୍ବୟମ ପାଢୀ ଓ ନେହା ନିହାରିକା, ଆଖି ନାହି ଗୀତ କୁ ମଣ୍ଟୁ ଛୁରିଆ ଓ ଲିପ୍ସା ମହାପାତ୍ର,ଶିର୍ଷକ ଗୀତ କୁ ସିଦିସ୍ନା ବିନ୍ଧାଣୀ ଓ ଲିପ୍ସା ମହାପାତ୍ର କଣ୍ଠଦାନ କରିଛନ୍ତି। ସମସ୍ତ ଗୀତଗୁଡିକୁ ରଚନା କରିଛନ୍ତି ସୂର୍ଯ୍ୟ ମହାପାତ୍ର।

ପାରିବାରିକ କାହାଣୀ ସହ ରୋମାନ୍ସ ଓ ରୋମାଞ୍ଚ କାହାଣୀରେ ଭରି ରହିଛି। ଶିଶୁ କଳାକାରଙ୍କୁ ନେଇ ଅନେକ ଏକ୍ସପେରିମେଣ୍ଟ କରି ସାରିଥିବା ସଞ୍ଜୟ ନାୟକ ପୁଣିଥରେ ଏହି ସିନେମା ମାଧ୍ୟମରେ ଆଉ କିଛି ବଡ ଧମାକା କରିବାକୁ ଯାଉଛନ୍ତି। ନୂଆ କିଛି କରିବାର ଅନ୍ଦାଜ୍ ନେଇ ପୁରା ଟିମ୍ ଉତ୍ସାହିତ ଥିବା ବେଳେ ଆସନ୍ତା ସେପ୍ଟେମ୍ବର ୧୮ ତାରିଖ ସନ୍ଧ୍ୟା ୬.୩୦ମିନିଟ୍‌ରେ ଜୀ ସାର୍ଥକରେ ‘ଫେରି ଆସୁଥିବି କୋଳକୁ ତୋର’ର ୱାଲର୍ଡ ଟିଭି ପ୍ରିମିୟର ହେବାକୁ ଯାଉଛି। ଆଗରୁ ଜୀ ସାର୍ଥକ ପକ୍ଷରୁ ଦିଦି ନମସ୍କାର, ଡିଟେକଟିଭ କରନ୍ ଅର୍ଜୁନ, ମୋ ପଣତକାନିରେ ତୁ, ଏଇ ରାଖି ତୋ ରକ୍ଷା କଵଚ ଚଳଚ୍ଚିତ୍ର ରିଲିଜ୍ ହୋଇ ବେଶ୍ ଲୋକାଦୃତ ହୋଇସାରିଛି।