Categories
ଆଜିର ଖବର

ଓଟିଟି ପ୍ଲାଟଫର୍ମ କଞ୍ଚା ଲଙ୍କାରେ ଆସୁଛି ନୂଆ ୱେବ ସିରିଜ ଏକ୍ସପୋଜ

ଭୁବନେଶ୍ୱର: ଚଳିତ ମାସ ୨୪ ତାରିଖ ଦିନ ଓଟିଟି ପ୍ଲାଟଫର୍ମ କଞ୍ଚା ଲଙ୍କା ରେ ଷ୍ଟ୍ରିମିଙ୍ଗ ହେବାକୁ ଯାଉଛି ବହୁ ଚର୍ଚ୍ଚିତ ଓଡିଆ ୱେବ ସିରିଜ ଏକ୍ସପୋଜ। ଏଥିରେ ମୁଖ୍ୟ ଭୁମିକାରେ ନଜର ଆସିବେ ସୋମେଶ ମହାନ୍ତି ଓ ମେଘନା ମିଶ୍ର। ଅନ୍ୟମାନଙ୍କ ମଧ୍ୟରେ କାବ୍ୟା କିରଣ, ବିକ୍ରମ କେଶରୀ ମହାନ୍ତି, ଶକ୍ତି ବରାଳ, ସୁକାନ୍ତ ରଥ, ଚୌଧୁରୀ ଜୟପ୍ରକାଶ ଦାସ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ୱେବ ସିରିଜ ଏକ୍ସପୋଜ ର
କାହାଣୀ ଓ ଚିତ୍ରନାଟ୍ୟ ଦାୟିତ୍ୱ ଅର୍ଚ୍ଚନା ଦାମହେ ନେଇଥିବା ବେଳେ ସଂଳାପ ଲେଖିଛନ୍ତି ଅଭିପ୍ସା। ସେହିପରି ବିଜୟ କାନ୍ଦୋଇ ପ୍ରଯୋଜନା ଭାର ତୁଲାଇଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ଅଜୟ ପାଢୀ। ତେବେ କଞ୍ଚା ଲଙ୍କା କ୍ରିଏଟିଭରେ ଅଛନ୍ତି ଭାଗ୍ୟଧର ପାଣି। ପୂର୍ବରୁ ଅଜୟଙ୍କ ୭୨ ଘଣ୍ଟା ୱେବସିରିଜଟି ଦର୍ଶକଙ୍କ ମଧ୍ୟରେ ବହୁଳ ପ୍ରଂଶସିତ ହୋଇଛି।

ସଭ୍ୟ ସମାଜରେ ସତ ମିଛ ଓ ପାପ ପୂଣ୍ୟକୁ ନେଇ ଚାଲିଥିବା ଲଢେଇରେ ଜଣେ ସାମ୍ବାଦିକଙ୍କ ଭୂମିକାକୁ ନେଇ ଗତିଶୀଳ ହୋଇଛି ୱେବସିରିଜ ଏକ୍ସପୋଜ। ଯୁଦ୍ଧ ଭୂଇଁରେ ସମାଜର ବଡ ପଣ୍ଡାମାନଙ୍କ ବିରୋଧରେ ସାମ୍ବାଦିକଟିଏ ଲଢେଇ କରି ଜିତୁଛି ନା ହାରିଯାଉଛି ତାକୁ ନେଇ ଏକ୍ସପୋଜ ଆଗକୁ ଚାଲିଛି। ତେବେ ସାମ୍ବାଦିକଟିଏ ନିଜ ଜୀବନକୁ ପାଣି ଛଡାଇ ସମାଜରେ ଘଟୁଥିବା ବଡ ଘୋଟାଲାର ପର୍ଦ୍ଦାଫାଶ କରି କିଭଳି ଟାର୍ଗେଟ ହେଉଛି ତାହା ଏକ୍ସପୋଜରେ ଦେଖିବାକୁ ପାଇବେ ଦର୍ଶକ। ଏହି ୱେବସିରିଜର ଟ୍ରେଲରଟି ସାମାଜିକ ଗଣମାଧ୍ୟମରେ ବିପ୍ଳବ ସୃଷ୍ଟି କରିଥିବା ବେଳେ ଓଟିଟି ଦୁନିଆରେ ଏହା ଏକ ମାଇଲ ଖୁଣ୍ଟ ହେବ ବୋଲି କଞ୍ଚା ଲଙ୍କା ଓଟିଟି ଆଶାବାଦୀ।