Categories
ଆଜିର ଖବର

ମାର୍ଚ୍ଚ ୨୮ରେ ହେବ ଗରିବ ସର୍ବର୍ଣ୍ଣ ଆରକ୍ଷଣ ମାମଲାର ଶୁଣାଣି

ଚାକିରୀ ଏବଂ ଶିକ୍ଷା କ୍ଷେତ୍ରରେ ଗରିବ ସବର୍ଣ୍ଣଙ୍କୁ ଦିଆଯାଉଥିବା ୧୦ ପ୍ରତିଶତ ଆରକ୍ଷଣ ମାମଲାରେ ଦାୟର ହୋଇଥିବା ଯାଚିକା ଉପରେ ଉଚ୍ଚତମ ନ୍ୟାୟାଳୟ ଦ୍ଵାରା ମାର୍ଚ୍ଚ ୨୮ରେ ଶୁଣାଣି କରାଯିବ। ତେବେ ସରକାର ସମ୍ବିଧାନ ସଂଶୋଧନ କରି ଆର୍ଥିକ ରୂପରେ ପଛୁଆ ବର୍ଗଙ୍କୁ ଆରକ୍ଷଣ ଦେଇଛନ୍ତି । ଯାହାକୁ ଏବେ ଅଦାଲତରେ ଚ୍ୟାଲେଞ୍ଜ କରାଯାଇଛି। ମୁଖ୍ୟ ବିଚାରପତି ରଂଜନ ଗୋଗେଇ ଏହି ମାମଲ ସମ୍ବନ୍ଧରେ କହିଛନ୍ତି ଯେ, ଏହି ମାମଲାରେ କୌଣସି ଅନ୍ତରୀଣ ଆଦେଶ ଜାରି କରାଯାଇନାହିଁ ।  ଏହି ମାମଲାକୁ ସାମ୍ବିଧାନିକ ପୀଠକୁ ପଠାଇବାକୁ ନେଇ ଆଗାମୀ ୨୮ ତାରିଖରେ ଶୁଣାଣି କରାଯିବ। ପୂର୍ବ ଶୁଣାଣିରେ ଏହି ମାମଲାରେ କେନ୍ଦ୍ରକୁ ନୋଟିସ୍‌ ଜାରି କରି ଉତ୍ତର ମାଗିଥିଲେ ମାନ୍ୟବର ସୁପ୍ରିମ୍‌କୋର୍ଟ କିନ୍ତୁ ଏହି ଆଇନ୍‌ ଉପରେ କୌଣସି ପ୍ରକାରର ରୋକ୍‌ ଲଗାଇବାକୁ ମନା କରିଥିଲେ ।  ତେବେ ଏହି ମାମଲାରେ ଦାୟର କରାଯାଇଥିବା ଯାଚିକାରେ ଇନ୍ଦ୍ରା ସାହାଣୀ  ମାମଲାରେ ସମ୍ବିଧାନ ପୀଠର ୫୦% ଅଧିକତମ ଆରକ୍ଷଣର ସୀମା ଉଲ୍ଲଂଘନ କରୁଥିବାର ଅଭିଯୋଗ ହୋଇଥିଲା । ଏହା ପୂର୍ବରୁ ଏହି ମାମଲାରେ ୟୁଥ୍‌ ଫର୍‌ ଇକ୍ବୋଲଟି, ଜୀବନ କୁମାର, ବିପିନ୍‌ କୁମାର ଓ ପବନ କୁମାର ଏବଂ ତହସୀନ୍‌ ପୁନାବାଲା ଆଦି ଯାଚିକାକୁ ସୁପ୍ରିମ୍‌କୋର୍ଟ ନୋଟିସ୍‌ ଜାରି କରିଛନ୍ତି। ଏହି ସମସ୍ତ ଯାଚିକାର ଏକସାଙ୍ଗେ ଶୁଣାଣୀ କରାଯିବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି ।