Categories
ଆଜିର ଖବର ଜାତୀୟ ଖବର

ତାମିଲ୍‌ନାଡୁରେ 12 ବର୍ଷରୁ କମ୍‌ 121ଜଣଙ୍କଠାରେ କରୋନା ପଜିଟିଭ୍‌

ତାମିଲନାଡୁ : ଦେଶରେ କରୋନା ସ୍ଥିତି ବେଶ୍‌ ଜଟିଳ ରହିଛି । କରୋନା ଭାଇରସ୍‌କୁ ନେଇ ତାମିଲନାଡୁର ଏକ ଚାଞ୍ଚଲ୍ୟକର ତଥ୍ୟ ଆସିଛି । ଏଠାରେ 12 ବର୍ଷରୁ କମ୍ 121 ପିଲାଙ୍କଠାରେ କରୋନା ପଜିଟିଭ୍ ମିଳିଛି । ଏବେ ତାମିଲନାଡୁରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2058 ରହିଛି ।

ସେହିପରି ରାଜ୍ୟର ରାଜଧାନୀ ଚେନ୍ନାଇରେ କରୋନା ଜନିତ 103ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏଠାରେ କରେନା ମାମଲା 673କୁ ବୃଦ୍ଧି ହୋଇଛି । ସେହିପରି ତାମିଲନାଡୁରେ ଏପର୍ଯ୍ୟନ୍ତ 25 ଜଣଙ୍କର ମୃତ୍ୟୁ ହୋଇଛି ।

କରୋନା ସ୍ଥିତିକୁ ନେଇ ରାଜ୍ୟ ସରକାର ରାଜ୍ୟର ଜିଲ୍ଲାକୁ ଭିନ୍ନ ଭିନ୍ନ ଜୋନ୍‌ରେ ବାଣ୍ଟିଛନ୍ତି । ଏହି ରାଜ୍ୟରେ କୃଷ୍ଣିଗିରି ଗତ 28 ଦିନଧରି ଗ୍ରୀନ୍‌ ଜୋନ୍‌ରେ ରହିଛି । ସେହିପରି ରାଜ୍ୟରେ 15ଟି ଅରେଞ୍ଜ ଜୋନ୍‌ ରହିଛି, ଯେଉଁଠାରେ 15ରୁ କମ୍‌ ମାମଲା ରହିଛି । ଅନ୍ୟ 29 ଜିଲ୍ଲା ରେଡ୍‌ ଜୋନ୍‌ରେ ରହିଛି। ରାଜ୍ୟର ମୋଟ୍‌ ସଂକ୍ରମିତଙ୍କ ମଧ୍ୟରେ 1392 ପୁରୁଷ ରହିଥିବାବେଳେ 666 ମହିଳା ରହିଛନ୍ତି । ସୂଚନାଯୋଗ୍ୟ ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତ ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 1000 ପାର କରିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 31 ହଜାର ଡେଇଁଛି । (ଏଜେନ୍ସି)