Categories
ଆଜିର ଖବର ଜାତୀୟ ଖବର

ତିନି ରାଜଧାନୀ ପ୍ରସ୍ତାବକୁ କ୍ୟାବିନେଟ୍‌ରେ ମଞ୍ଜୁରୀ

ଅମରାବତୀ : ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ତିନି ରାଜଧାନୀ ପ୍ରସ୍ତାବକୁ କ୍ୟାବିନେଟ୍‌ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ସୋମବାର ଆନ୍ଧ୍ରପ୍ରଦେଶ କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ନୂତନ ନିଷ୍ପତ୍ତି ଅନୁଯାୟୀ ଆନ୍ଧ୍ର ପ୍ରଦେଶର ତିନି ରାଜଧାନୀ ରହିବ । ଆନ୍ଧ୍ରପ୍ରଦେଶର ରାଜଧାନୀ ଭାବରେ କର୍ଣ୍ଣୁଲ, ବିଶାଖାପାଟଣା ଓ ଅମରାବତୀକୁ ସାମିଲ କରାଯାଇଛି । ଜଗନଙ୍କ ଏହି ପ୍ରସ୍ତାବକୁ ଅମରାବତୀରେ ଦୃଢ ବିରୋଧ କରାଯାଇଛି । କର୍ଣ୍ଣୁଲକୁ ନ୍ୟାୟିକ ରାଜଧାନୀ କରିବା ସହିତ ଏଠାରେ ହାଇକୋର୍ଟ ସ୍ଥାପନ କରାଯିବ । ପ୍ରଶାସନିକ ରାଜଧାନୀ ଭାବରେ ଅମରାବତୀ ରଖାଯାଇଥିବା ବେଳେ ସେଠାରେ ବିଧାନସଭା ପରିଚାଳିତ ହେବ । ଅପର ପକ୍ଷରେ ବିଶାଖାପାଟଣାକୁ କାର୍ଯ୍ୟକାରୀ ରାଜଧାନୀ ଭାବରେ ଘୋଷଣା କରାଯାଇଛି । ଦିନ 11ଟାରେ ଅନୁଷ୍ଠିତ ଅସ୍ଥାୟୀ କ୍ୟାବିନେଟ୍‌ ବୈଠକରେ ଏକହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । (ଏଜେନ୍ସୀ)