Categories
ଆଜିର ଖବର ରାଜ୍ୟ ଖବର

ଆଜିଠୁ 11ଟି ଜିଲ୍ଲାରେ 48 ଘଣ୍ଟିଆ ସଟ୍‌ଡାଉନ୍‌

ଭୁବନେଶ୍ବର : କରେନା ସଂକ୍ରମଣ ରୋକିବାକୁ ଆଜି କାଲି ଦୁଇ ଦିନ ଧରି 11 ଜିଲ୍ଲାରେ ସଟ୍‌ଡାଉନ୍‌ ଜାରି କରାଯାଇଛି । ଏହି ସଟ୍‌ଡାଉନ୍‌କୁ କଡାକଡି ପାଳନ ପାଇଁ ପୋଲିସ୍‌ ପକ୍ଷରୁ ବ୍ୟାପକ ପାଟ୍ରୋଲିଂ ଓ ଚେକିଂ ମଧ୍ୟ କରାଯାଉଛି । ତେବେ ସ୍ବାସ୍ଥ୍ୟ ଓ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଯା‘ଆସ ପାଇଁ ଅନୁମତି ମିଳିଛି । ତେବେ ଏହି 48 ଘଣ୍ଟିଆ ସଟ୍‌ଡାଉନ୍‌ରେ ‘ମୋ ବସ୍‌’ ଚଳାଚଳ ବନ୍ଦ ରହିବ । ସେହିପରି ପୋଲିସ୍ ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଜମାଟୋ, ସ୍ବିଗି ଭଳି ହୋମ୍‌ ଡେଲିଭରୀକୁ ଅନୁମତି ରହିଥିବାବେଳେ ଲୋକମାନେ ପାସ୍‌ ଦେଖାଇ ଯା’ ଆସ କରିପାରିବାର ଅନୁମତି ରହିଛି ।

ଦୁଇ ଦିନିଆ ସଟ୍‌ଡାଉନ୍‌ ହୋଇଥିବା  ଜିଲ୍ଲାଗୁଡିକ ମଧ୍ୟରେ ରହିଛି – ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗୀର । ଏହି ସମସ୍ତ ଜିଲ୍ଲାରେ ଜୁନ୍‌ 30 ଯାଏଁ ପ୍ରତି ଶନିବାର ଓ ରବିବାର ସଟ୍‌ଡାଉନ୍‌ ରହିବ। ଏହି ସଟ୍‌ଡାଉନ୍‌ ବେଳେ କେବଳ ଜରୁରୀ ସେବା ମିଳି ପାରିବ। ଆଉ ସବୁ ବନ୍ଦ ରହିବ। ଜରୁରୀ ସେବାରେ ନିୟୋଜିତ କର୍ମଚାରୀମାନେ ନିଜ ପରିଚୟପତ୍ର ଦେଖାଇ ଯିବା ଆସିବା କରିପାରିବେ ବୋଲି ସୂଚନା ରହିଛି ।