Categories
ଆଜିର ଖବର ଜାତୀୟ ଖବର

5ଟି ରାଜ୍ୟ ସହିତ ସମସ୍ତ ପ୍ରକାର ଯୋଗାଯୋଗ ବନ୍ଦ କଲା କର୍ଣ୍ଣାଟକ

ବେଙ୍ଗାଲୁରୁ : କରୋନା ସଂକ୍ରମଣ ରୋକିବା ପାଇଁ କର୍ଣ୍ଣାଟକ ସରକାର ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । ଗୁରୁବାର 5ଟି ରାଜ୍ୟ ସହିତ ସମସ୍ତ ଯୋଗାଯୋଗ ବ୍ୟବସ୍ଥାକୁ ବନ୍ଦ କରିଛନ୍ତି କର୍ଣ୍ଣାଟକ ସରକାର । ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ସହିତ ସମସ୍ତ ପ୍ରକାରର ଯୋଗାଯୋଗକୁ ବନ୍ଦ ରଖିବା ନେଇ ଘୋଷଣା କରିଛନ୍ତି । 24 ଘଣ୍ଟା ମଧ୍ୟରେ କର୍ଣ୍ଣାଟକରେ ନୂତନ 115 ମାମଲା ସାମ୍ନାକୁ ଆସିବା ପରେ ସରକାର ଏହି ଘୋଷଣା କରିଛନ୍ତି । ଆସନ୍ତା ମେ 31 ତାରିଖ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ । ଏପରିକି ରାଜ୍ୟ ବାହାରେ ରହିଥିବା ସମସ୍ତ ମନ୍ତ୍ରୀ ଏବଂ ଅଧିକାରୀଙ୍କ ପାଇଁ ଏହି ନିୟମ ବଳବତ୍ତର ରହିବ । (ଏଜେନ୍ସି)