Categories
ଆଜିର ଖବର ରାଜ୍ୟ ଖବର

କରୋନା ଯୋଗୁଁ ସେଭେନ୍‌ ବାଟାଲିଅନ୍‌ର ଜଣେ ସିପାହୀ ମୃତ

ଭୁବନେଶ୍ବର : ଭୁବନେଶ୍ବରର ସେଭେନ୍‌ ବାଟାଲିଅନ୍‌ର ଜଣେ ସିପାହୀଙ୍କ ମୃତ୍ୟୁ । ଶନିବାର ଦିନ ଅସୁସ୍ଥ ହୋଇ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଶନିବାର ବିଳମ୍ବିତ ରାତ୍ରିରେ ସମ୍ପୃ୍କ୍ତ ସିପାହୀଙ୍କ ମୃତ୍ୟୁ ଘଟିଥିବାର ସୂଚନା ରହିଛି । ମୃତ୍ୟୁ ପରେ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଥିବା ବୋଲି ସୂଚନା ରହିଛି । ରିପୋର୍ଟ ପଜିଟିଭ୍‌ ଆସିଥିବା କମିଶନରେଟ୍‌ ପୋଲିସ୍‌ ସୂତ୍ରରୁ ସୂଚନା ମିଳିଛି ।

କରୋନା ଯୋଗୁଁ କରୋନା ଯୋଦ୍ଧାମାନେ ଏବେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହେଉଛନ୍ତି । କରୋନା ଯୋଗୁଁ ନିକଟରେ ଜଣେ ଓଡ଼ିଆ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ଜଣେ ସିପାହୀଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ଏଯାବତ୍‌ କରୋନା ଜନିତ ମୃତ୍ୟୁ 70କୁ ବୃଦ୍ଧି ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 14 ହଜାର ନିକଟତର ହୋଇଛି । ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କସଂଖ୍ୟା 13 ହଜାର 737ରେ ପହଞ୍ଚିଥିବାବେଳେ ସେଥିମଧ୍ୟରୁ 8,750 ଜଣ ସୁସ୍ଥ ହୋଇଥିବାବେଳେ 4,896 ଜଣ ଚିକିତ୍ସାଧୀନ ଅଛନ୍ତି।