Categories
ଆଜିର ଖବର ମନୋରଂଜନ

83 : ସାମ୍ନାକୁ ଆସିଲା ଭାରତର ‘ଲିଟିଲ୍‌ ମାଷ୍ଟର୍‌’ ସୁନୀଲ୍‌ ଗାଭାସ୍କରଙ୍କ ଫାଷ୍ଟ ଲୁକ୍‌

ମୁମ୍ବାଇ : କବୀର ଖାନ୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘83‘ରେ ଭାରତର ଲିଟିଲ୍‌ ମାଷ୍ଟର ସୁନୀଲ୍‌ ଗାଭାସ୍କରଙ୍କ ଲୁକ୍‌କୁ ରିଲିଜ୍‌ କରାଯାଇଛି । ସୁନୀଲଙ୍କ ଚରିତ୍ରରେ ତାହିର ରାଜ୍‌ ଭସିନ୍ ନଜର ଆସିଛନ୍ତି। ପୂର୍ବରୁ ଏହି ଫିଲ୍ମରେ କପିଲ୍‌ ଦେବଙ୍କ ଚରିତ୍ରରେ ନଜର ଆସୁଥିବା ଅଭିନେତା ରଣବୀର୍‌ ସିଂଙ୍କ ଲୁକ୍‌କୁ ମଧ୍ୟ ଜାରି କରାଯାଇଥିଲା । ଏହି ଦୁଇ ଅଭିନେତା ନିଜ ନିଜ ଚରିତ୍ରରେ ବେଶ୍‌ ପରଫେକ୍ଟ ଲାଗୁଛନ୍ତି । କବୀର ଖାନ୍‌ ସୁନୀଲ୍‌ ଗାଭାସ୍କରଙ୍କ ଲୁକ୍‌କୁ ସେୟାର କରିଛନ୍ତି । ପୂର୍ବତନ କ୍ରିକେଟିୟର୍‌ ସୁନୀଲ୍‌ ଗାଭାସ୍କରଙ୍କ ଲୁକ୍‌କୁ ନିର୍ମାତା ଏଥିରେ ପ୍ରାୟ ସମାନ ରଖିଛନ୍ତି । ଏହି ଫିଲ୍ମଟି ଭାରତର ‘1983‘ ମସିହାର କ୍ରିକେଟ୍‌ ଓ୍ବାଲ୍ଡ କପ୍‌ ବିଜୟୀକୁ ନେଇ ଆଧାରିତ ।  ଏହି ଫିଲ୍ମରେ ରଣବୀର ସିଂହ, ତାହିର ରାଜ ଭସିନ୍‌ଙ୍କ ବ୍ୟତୀତ ମୋହିନ୍ଦର ଅମରନାଥଙ୍କ ଚରିତ୍ରରେ ସାକିବ୍‌ ସଲିମ୍‌, ସନ୍ଦିପ ପାଟିଲ୍‌ଙ୍କ ଚରିତ୍ରରେ ଚିରାଗ ପାଟିଲ୍ ଓ କପିଲ୍‌ ଦେବଙ୍କ ପତ୍ନୀ ରୋମିଙ୍କ ଚରିତ୍ରରେ ଦୀପିକା ପାଦୁକୋନ୍‌ ମଧ୍ୟ ନଜର ଆସିବେ । ଫିଲ୍ମଟି ଏପ୍ରିଲ୍‌ 10, 2020ରେ ହିନ୍ଦୀ, ତାମିଲ୍‌ ଓ ତେଲୁଗୁ ଆଦି ଭାଷାରେ ରିଲିଜ୍‌ ହେବାକୁ ରହିଛି । (ଏଜେନ୍ସି)

Categories
ଆଜିର ଖବର ସିନେମା

ରଣବୀରଙ୍କ ମା ଭୂମିକାରେ ନଜର ଆସିବେ ନୀନା ଗୁପ୍ତା

ମୁମ୍ବାଇ,02/01 : ବଲିଉଡ୍‌ ଅଭିନେତ୍ରୀ ନୀନା ଗୁପ୍ତା କବୀର ଖାନ୍‌ଙ୍କ ଅପ୍‌କମିଙ୍ଗ ଫିଲ୍ମ 83ରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ନୀନା ରଣବୀରଙ୍କ ମା‘ ଚରିତ୍ରରେ ଦେଖାଦେବେ । ଫିଲ୍ମରେ ରଣବୀର କପିଳ ଦେବଙ୍କ ଭୂମିକାରେ ନଜର ଆସୁଥିବା ବେଳେ ନୀନା କପିଳଙ୍କ ମାଙ୍କ ଚରିତ୍ରରେ ପରଦାକୁ ଆସୁଛନ୍ତି । ଏହା ବ୍ୟତିତ ନୀନା ଆହୁରି ଦୁଇଟି ଫିଲ୍ମର ସୁଟିଂ ମଧ୍ୟ ଶେଷ କରିଛନ୍ତି । କଙ୍ଗନା ରଣାଓ୍ବତ ଅଭିନୀତ ପଙ୍ଗା ଆସନ୍ତା ମାସରେ ରିଲିଜ୍‌ ହେବାକୁ ଯାଉଥିବା ବେଳେ ଆୟୁଷ୍ମାନ ଖୁରାନାଙ୍କ ସହିତ ଶୁଭ ମଙ୍ଗଲ ଜାଦା ସାବଧାନରେ ନଜର ଆସିବାକୁ ଯାଉଛନ୍ତି । ଏହି ଦୁଇ ଫିଲ୍ମ ବ୍ୟତୀତ ନିଖିଲ ଆଡଭାନୀଙ୍କ ଏକ ଅନ୍‌ଟାଇଟ୍ଲ୍‌ଡ ଆକ୍ସନ୍‌ କମେଡିରେ ନୀନା ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମରେ ଅର୍ଜୁନ୍‌ କପୁର ଏବଂ ରକୁଲ ପ୍ରୀତ ସିଂ ମଧ୍ୟ ନଜର ଆସିବେ । 83ର କାହାଣୀ ଭାରତର ପ୍ରଥମ ବିଶ୍ବକପ୍‌ ବିଜୟ ଉପରେ ରହିଛି । ଫିଲ୍ମରେ ରଣବୀରଙ୍କ ବ୍ୟତିତ ତାହିର ରାଜ ଭାସିନ୍‌, ସାକିବ୍‌ ସଲିମ୍‌, ହାର୍ଡି ସାନ୍ଧୁ ଏବଂ ଜୀଭା ପ୍ରମୁଖ ନଜର ଆସିବାକୁ ଯାଉଛନ୍ତି ।

Categories
ଆଜିର ଖବର

ପୂରା ଝକାସ୍‌ ଲୁକ୍‌ରେ ‘ଜୟେସ୍‌ ଭାଇ’

ସମୀକ୍ଷା ବ୍ୟୁରୋ

ମୁମ୍ବାଇ, ୪/୧୨: ରଣବୀର ସିଂଙ୍କ ଆଗାମୀ ଫିଲ୍ମ ‘ଜୟେଶ ଭାଇ’ର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି । ଏହି ଫିଲ୍ମରେ ରଣବୀର୍‌ ସିଂହ ଗୁଜୁରାଟୀ ଟୋକା ଚରିତ୍ରରେ ନଜର ଆସିବେ । ଗୁଜୁରାତୀ ପୁଅ ଚରିତ୍ରରେ ରଣବୀର ସିଂ ବେଶ୍‌ ଆକର୍ଷକ ଲାଗୁଛନ୍ତି ।

ଏହି ପୋଷ୍ଟରରେ ରଣବୀର ସିଂ ପୋଲକା ଡଟସ୍‌ ଥିବା କମଳା ରଙ୍ଗର ଟି ସାର୍ଟ ସାଙ୍ଗକୁ ଫେଡ୍ଡ୍‌ ପ୍ୟାଣ୍ଟରେ ବେଶ୍‌ ସ୍ମାର୍ଟ ଲାଗୁଛନ୍ତି । ଏବଂ ରଣବୀର୍‌ ପଛ ପଟେ ବହୁତ ସାରା ମହିଳା ମୁଣ୍ଡରେ ଓଢଣା ଟାଣି ଛିଡ଼ା ହୋଇଛନ୍ତି । ରଣବୀର୍‌ ସିଂଙ୍କ ଆଗାମୀ ଫିଲ୍ମ ତଥା କବୀର୍‌ ଖାନ୍‌ଙ୍କ ନିର୍ଦ୍ଦେଶିତ ‘୮୩’ରେ ମୁଖ୍ୟ ଚରିତ୍ରରେ ନଜର ଆସୁଛନ୍ତି । ଏହି ଫିଲ୍ମଟି ଭାରତୀୟ କ୍ରିକେଟିୟର୍‌ କପିଲ୍‌ ଦେବଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହୋଇଛି। ଏଥିରେ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ମଧ୍ୟ ନଜର ଆସିବେ । ଚଳିତ ବର୍ଷ ରଣବୀର୍‌ ସିଂଙ୍କ ‘ଗଲି ବୟ’ ବେଶ୍‌ ସଫଳତା ଲାଭ କରିଥିଲା । (ଏଜେନ୍ସି)