ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ବ୍ରହ୍ମପୁରରର ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଏକ ବରଯାତ୍ରୀ ବସ୍ରେ 11 କେଭି ତାର ଲାଗି ନିଆଁ ଲାଗିଯାଇଥିବା ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏହା ସହିତ 30 ଜଣ ଆହତଙ୍କୁ ବ୍ରହ୍ମପୁରର ଏମ୍କେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
Tag: accident
ସମୀକ୍ଷା ବ୍ୟୁରୋ
ବ୍ରହ୍ମପୁର :ବ୍ରହ୍ମପୁରରର ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଏକ ବରଯାତ୍ରୀ ବସ୍ରେ 11 କେଭି ତାର ଲାଗି ନିଆଁ ଲାଗିଯାଇଥିବା ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । 30ରୁ ଉର୍ଦ୍ଧ୍ବ ଯାତ୍ରୀ ଗୁରୁତର ରହିଛନ୍ତି । ସମସ୍ତ ଗୁରୁତର ଯାତ୍ରୀମାନଙ୍କୁ ଏମକେସିଜି ଡାକ୍ତରଖାନାରେ ଚିକିତ୍ସିତ ପାଇଁ ଭର୍ତ୍ତି କରାଯାଇଛି । ସଡକ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଭାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଆହତଙ୍କ ଆଶୁଆରୋଗ୍ୟ କାମନା କରିବା ସହ ଦୁର୍ଘଟଣାର କାରଣ ଜାଣିବା ପାଇଁ ଟ୍ବିଟ୍ କରିଛନ୍ତି ଧର୍ମେନ୍ଦ୍ର ।
ରଞ୍ଜିତ ପଣ୍ଡା
କୁଜଙ୍ଗ: କଟକ-ପାରାଦୀପ ରାଜ୍ୟ ରାଜପଥରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ରାଜପଥର ଲୋକନାଥ ଗଡ଼ାରେ ଘଟିଥିବା ଏହି ଦୁର୍ଘଟଣାରେ ଏକ ଟ୍ରକ୍ ଏବଂ କାର୍ ମଧ୍ୟରେ ଦୁର୍ଘଟଣା ଘଟି ଜଣଙ୍କର ପ୍ରାଣହାନି ଘଟିବା ସହିତ ତିନି ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଉଛନ୍ତି କଟକ ନୂଆ ବଜାର ସାରଦା ପ୍ରସାଦ ସ୍ବାଇଁ। ମୃତକ ଜଣକ ମଙ୍ଗଳବାର ରାତିରେ କଟକକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ କାର୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଶାରଦାଙ୍କର ମୃତ୍ୟୁ ଘଟିଥିବା ବେଳେ ଶିବ ପ୍ରସାଦ ସ୍ବାଇଁ ,ବିଜୟ କୁମାର ସାହୁ ଏବଂ ଦୀପକ ଜେନା ଗୁରୁତର ହୋଇଛନ୍ତି। ଆହତ ମାନଙ୍କୁ କଟକର ଏସ୍ସିବିକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଗ୍ରସ୍ତ ଗାଡି ନମ୍ବର ହେଉଛି ଓଡି ୦୨, ଇ୫୮୫୮।
ସମୀକ୍ଷା ବ୍ୟୁରୋ
ଆକସ୍ମିକ ରୂପେ ଘଟିଯାଉଥିବା କିଛି ଖରାପ ଘଟଣାକୁ ଦୁର୍ଘଟଣା ଆମେ ଦୁର୍ଘଟଣା ବୋଲି କହିଥାଉ । ଦୁର୍ଘଟଣାରେ କେବଳ ଆମେ ଶାରିରୀକ ରୂପରେ କ୍ଷତି ସହୁନାହୁଁ, । ବେଳେବେଳେ ମାନସିକ ଓ ଆର୍ଥିକ ଦୁର୍ଘଟଣାର ଶିକାର ମଧ୍ୟ ହୋଇଥାଉ । ଏଥିପାଇଁ ଆମେ ଆମ ଭାଗ୍ୟକୁ ଦାୟୀ କରିଥାଉ । ତେବେ ଏହି ଦୁର୍ଘଟଣା ପାଇଁ ସୂର୍ଯ୍ୟ ଓ ଚନ୍ଦ୍ରମା ଦାୟୀ ରହିଥା’ନ୍ତି । ରାହୁ, ମଙ୍ଗଳ, ଶନି ମଧ୍ୟ କେତେକାଂଶରେ ଦୁର୍ଘଟଣା ପାଇଁ ଦାୟୀ ରହିଥା’ନ୍ତି । ସେହିପରି ବୃହସ୍ପତି, ଶୁକ୍ର ଓ ଶୁଭ ବୁଧ ଚନ୍ଦ୍ର ଦୁର୍ଘଟଣାରୁ ରକ୍ଷା କରିଥା’ନ୍ତି । ଆର୍ଥିକ ଦୁର୍ଘଟଣା ସହିତ ମାନସିକ ଦୁର୍ଘଟଣା, ତେବେ ଏସବୁ ପାଇଁ କିଏ ଦାୟୀ ଓ ଏହାର ମହାଉପାୟ ସମ୍ପର୍କରେ ଜାଣନ୍ତୁ :-
ଦୁର୍ଘଟଣା ପାଇଁ କେଉଁ କେଉଁ ଗ୍ରହ ରହିଥା’ନ୍ତି ଦାୟୀ ?
- ଶନି ରାହୁ ବା ଶନି ମଙ୍ଗଳର କାରଣରୁ ବାହନ ଦୁର୍ଘଟଣା ଘଟିଥାଏ ।
- ସାଢ ସାତୀ ବା ଦେଢା ଯୋଗୁଁ ଏପରି ଦୁର୍ଘଟଣା ଘଟିଥାଏ ।
- ଲଗ୍ନର ସ୍ବାମୀ ଯଦି ଦୁର୍ବଳ ଥିବେ, ତେବେ ଶାରିରୀକ କ୍ଷତି ଘଟିଥାଏ ।
- ମାରକ ଦଶା ହେବା ଦ୍ବାରା ପ୍ରାଣ ମଧ୍ୟ ଚାଲିଯାଇଥାଏ ।
ଉପାୟ
- ଯଦି କୁଣ୍ଡଳୀରେ ଉପରୋକ୍ତ ଭାବରୁ କୌଣସଟି ଯୋଗ ରହୁଛି, ତେବେ ରକ୍ଷା ସ୍ତୋତ୍ର ପାଠ କରନ୍ତୁ
- ସାଢ ସାତୀ ବା ଛାୟା ପ୍ରକୋପ କମ୍ ହେବା ପାଇଁ ବଜରଙ୍ଗ ବାଣ ପାଠ କରନ୍ତୁ ।
- ମାରକ ଦଶାରୁ ବର୍ତ୍ତିବା ପାଇଁ ରୁଦ୍ରାଭିଷେକ କରନ୍ତୁ ।
- ଯାତ୍ରା ପୂର୍ବରୁ ନିଜ ଗୁରୁ ବା ଈଷ୍ଟ ଦେବଙ୍କ ଦର୍ଶନ କରନ୍ତୁ ।
ଆର୍ଥିକ ଦୁର୍ଘଟଣା ପାଇଁ କେଉଁ କେଉଁ ଗ୍ରହ ଦାୟୀ :
- ଯଦି ଜାତକରେ ବୁଧ ଖରାପରେ ରହିଥା’ନ୍ତି, ତେବେ ଆର୍ଥିକ ଦୁର୍ଘଟଣାର ଯୋଗ ହୋଇଥାଏ ।
- ମଙ୍ଗଳଙ୍କ କାରଣ ହେତୁ ମଧ୍ୟ କରଜ ହୋଇଥାଏ ।
- ରାହୁର ପ୍ରଭାବରୁ ମଧ୍ୟ ବ୍ୟକ୍ତି କାଙ୍ଗାଳ ହୋଇଥାଏ ।
ଉପାୟ
- ଯଦି ବୁଧ ଖରାପରେ ରହିଥା’ନ୍ତି, ତେବେ ପନ୍ନା ଧାରଣ କରନ୍ତୁ ।
- ଏହା ସହିତ ନିୟମିତ ରୂପରେ ବିଷ୍ଣୁ ସହସ୍ରସ୍ତ୍ରୋତମ୍ ପାଠ କରନ୍ତୁ
- ମଙ୍ଗଳ ଜନିତ କାରଣ ଯୋଗୁଁ ସମସ୍ୟାରେ ପଡୁଥିଲେ ପ୍ରତ୍ୟେହ ହନୁମାନ ଚାଳିଶା ପଢନ୍ତୁ ।
- ମାଂସ, ମଦଠାରୁ ନିବୃତ୍ତ ରୁହନ୍ତୁ ।
- ରାହୁଙ୍କ ପ୍ରଭାବରୁ ମୁକ୍ତ ପାଇଁ ଦାରିଦ୍ର୍ୟ ଦହନ ସ୍ରୋତ ପାଠ କରନ୍ତୁ ।
- ନିୟମିତ ରୂପରେ କିଛି ଧନ ଦାନ ଦିଅନ୍ତୁ ।
ସେହିପରି ସମ୍ପର୍କରେ ହେଉଥିବା ସମସ୍ୟା ପାଇଁ କେଉଁ ଗ୍ରହ ଦାୟୀ :
- ଚନ୍ଦ୍ର ଓ ଶୁକ୍ର ସମ୍ପର୍କରେ ଆକସ୍ମିକ ସମସ୍ୟା ସୃଷ୍ଟି କରିଥାଏ ।
- ରାହୁ ଏହି ସମସ୍ୟାକୁ ବଢାଇଥା’ନ୍ତି ।
- ମଙ୍ଗଳଙ୍କ ଯୋଗୁଁ ସମ୍ପର୍କରେ ଅଚାନକ ଦୁର୍ଘଟଣା ହୋଇଥାଏ ।
ଉପାୟ
- ଜାତକରେ ଯେଉଁ ଗ୍ରହ ସମସ୍ୟା କାରକ ହୋଇଥିବ, ସେହି ଗ୍ରହର ଶାନ୍ତି କରନ୍ତୁ ।
- ନିୟମିତ ରୂପରେ ସୂର୍ଯ୍ୟଙ୍କୁ ଜଳ ଚଢାନ୍ତୁ
- ଭାଗବନ ଶିବ ଓ ମା ପାର୍ବତୀଙ୍କ ଯୁଗ୍ମ ଉପାସନା କରନ୍ତୁ ।
- ସେହିପରି ହୀରାକୁ ଦେଖି ଚାହିଁ ଧାରଣ କରନ୍ତୁ ।
ସମୀକ୍ଷା ବ୍ୟୁରୋ
ସମ୍ବଲପୁର : ଆଜି ସମ୍ବଲପୁର ଜିଲ୍ଲା ବୁର୍ଲାର କଟାପାଲି ଛକରେ ବସ୍ ଓ ଟ୍ରକ୍ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ 5ଜଣ ଆହତ ହୋଇଛନ୍ତି । ଟ୍ରକ୍ ଧକ୍କାରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଥିଲା । ଆହତଙ୍କୁ ବୁର୍ଲା ବଡ଼ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ବସ୍ ଡ୍ରାଇଭର୍ ଓ ହେଲ୍ପର୍ ଅଛନ୍ତି। ବସ୍ଟି ଜୟପୁରରୁ ସମ୍ବଲପୁର ଆସୁଥିଲା। ତେବେ କଟାପାଲି ଛକ ନିକଟରେ ଏକ ଟ୍ରକ୍ ଏହି ବସ୍କୁ ପଛ ପଟୁ ଧକ୍କା ଦେଇଥିଲା। ଏହା ପରେ ବସ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଗ୍ରେଟର ନୋଏଡା : ଗ୍ରେଟର ନୋଏଡାଠାରେ ରବିବାର ଦିନ ଏକ ବଡଧରଣର ଦୁର୍ଘଟଣା ଘଟିଛି । ଏଠାରେ ଏକ ନିର୍ମାଣାଧୀନ ମଲ୍ରୁ ଚାରିଜଣ ଶ୍ରମିକ ଖସି ପଡିଛନ୍ତି, ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଏହି ମଲ୍ରେ ନିରାପଦ ଉପକରଣଗୁଡିକର ଅଣଦେଖା କାରଣରୁ ଏଭଳି ଏକ ଅଭାବନୀୟ କାଣ୍ଡ ଘଟିଯାଇଛି । ସୂଚନାଯୋଗ୍ୟ, ଗତ ଚାରି ତାରିଖରେ ଉତ୍ତରପ୍ରଦେଶର ଝାଁସୀ ଠାରେ ପାଚେରୀ ଭୁଶୁଡି ପଡିବାର ପାଚେରୀ ତଳେ 5ଜଣ ଶ୍ରମିକ ଦବି କରି ମୃତ୍ୟୁବରଣ କରିଥିଲେ। (ଏଜେନ୍ସି)
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ତପ୍ତପାଣି ଘାଟିରେ ଦୁର୍ଘଟଣା ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଘନ କୁହୁଡି କାରଣରୁ ଦୁର୍ଘଟଣା ଘଟିଛି ବୋଲି ପରିବହନ ମନ୍ତ୍ରୀ ପ୍ରକାଶ କରିଛନ୍ତି । ପ୍ରକୃତ କାରଣ ଜଣା ପଡିନଥିଲେ ମଧ୍ୟ ଦୁର୍ଘଟଣାର ତଦନ୍ତ କରାଯିବ । ଗାଡି କେତେ ବେଗରେ ଯାଉଥିଲା ଏ ନେଇ ଏମ୍ଭିଆଇ ଏବଂ ଆରଟିଓଙ୍କ ଠାରୁ ସୂଚନା ହାସଲ କରାଯାଉଛି । ବର୍ତ୍ତମାନ ଆହତଙ୍କ ଚିକିତ୍ସା ପ୍ରାଥମିକତା ରହିଥିବା ବେଳେ ଆହତ ଏବଂ ମୃତକଙ୍କୁ କ୍ଷତିପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ଚାଲିଛି ବୋଲି ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି ।
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ତପ୍ତପାଣି ଘାଟିରେ ଏକ ବସ୍ ଓଲଟି 7 ଜଣଙ୍କର ପ୍ରାଣହାନି ଘଟିଛି । ତପ୍ତପାଣିର ପାଳୁଖୋଲାରେ ବସ୍ଟି ଓଲଟଇ ପଡିବାରୁ 7ଜଣଙ୍କ ମୃତ୍ୟୁ ହେବା ସହିତ 30ରୁ ଅଧିକ ଆହତ ହୋଇଛନ୍ତି । ପାଟପୁର ପୋଲିସ୍ ଏବଂ ଚାରିଟି ଅଗ୍ନିଶମ ବିଭାଗ ଗାଡି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଘଟଣାସ୍ଥଳରେ 5 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଡାକ୍ତରଖାନାରେ 2 ଜଣ ମହିଳାଙ୍କ ପ୍ରାଣହାନି ଘଟିଛି । ଆହତ ମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର କାରଣ ଜଣାପଡିନଥିଲେ ମଧ୍ୟ ଘନ କୁହୁଡି କିମ୍ବା ବ୍ରେକ୍ ଫେଲ୍ କାରଣରୁ ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି ।
ମୁମ୍ବାଇ : ମହାରାଷ୍ଟ୍ରରେ ଏକ ପରିତ୍ୟକ୍ତ କୂଅ ମଧ୍ୟକୁ ବସ୍ ଖସି ପଡିବାରୁ 7 ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ନାସିକ ସ୍ଥିତ ମାଲେଗାଓଁରେ ଏହି ଦୁର୍ଘଟଣା ଘଟିଛି । ଏହି ଘଟଣାରେ 25ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏକ ଅଟୋ ସହିତ ଧକ୍କା ଫଳରେ ଭାରସାମ୍ୟ ହରାଇ ବସ୍ଟି କୂଅ ମଧ୍ୟକୁ ଖସି ପଡିଥିଲା । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆହତଙ୍କ ମଧ୍ୟରୁ ଏକାଧିକ ଗୁରୁତର ଅଛନ୍ତି । ବସ୍ଟିକୁ କ୍ରେନ୍ ଯୋଗେ ବାହାର କରାଯାଇଛି ।
ସମ୍ବଲପୁର : ସମ୍ବଲପୁରଠାରେ ହୋଇଥିବା ଏକ ଦୁର୍ଘଟଣା ପରେ ଉଭୟ ଟ୍ରାକ୍ଟର ଓ ବସ୍କୁ ବଡ଼ ଜରିମାନା କରାଯାଇଛି । ଦୁର୍ଘଟଣା ପରେ ଜରିମାନା ଠୁଙ୍କିଛି ପରିବହନ ବିଭାଗ । ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଓ ବସ୍ ଚାଳକଙ୍କୁ ବଡ଼ ଜରିମାନା। ଟ୍ରାକ୍ଟରକୁ 53ହଜାର 200, ବସ୍କୁ 27 ହଜାର ଟଙ୍କାର ଜରିମାନା କରାଯାଇଛି । ଟ୍ରାକ୍ଟରର ବକେୟା ଟିକସ 16 ହଜାର 200, ପରମିଟ୍ ବାବଦରେ 10 ହଜାର, ପ୍ରଦୂଷଣ ପାଇଁ 10 ହଜାର, ଫିଟନେସ ପାଇଁ 5 ହଜାର, ଇନସ୍ୟୁରାନ୍ସ ପାଇଁ ଦୁଇ ହଜାର ଟଙ୍କା ଫାଇନ୍ କରାଯିବା ସହ ଲାଇସେନ୍ସ ପାଇଁ 5 ହଜାର ଓ ଟ୍ରଲିର ଫିଟନେସ୍ ନଥିବାରୁ 5 ହଜାର ଟଙ୍କାର ଜରିମାନା କରାଯାଇଛି । ମୋଟ୍ ଉପରେ ଟ୍ରାକ୍ଟର ପାଇଁ 53 ହଜାର 200 ଟଙ୍କାର ଫାଇନ୍ କରାଯାଇଛି । ସେହିପରି ଯାତ୍ରୀବାହୀ ବସ୍ର ପରମିଟ୍ ନଥିବାରୁ 10 ହଜାର ଟଙ୍କା, ପ୍ରଦୂଷଣ ପାଇଁ 10 ହଜାର, ଫିଟନେସ୍ ପାଇଁ 5 ହଜାର ଓ ବୀମା ପାଇଁ ଦୁଇ ହଜାରଟଙ୍କାର ଫାଇନ୍ କରାଯାଇଛି ।
ସୂଚନାଯୋଗ୍ୟ ଯେ, କାଲି ଜାତୀୟ ରାଜପଥ -55ର ଯୁଯୁମରାଠାରେ ଟ୍ରାକ୍ଟରକୁ ଧକ୍କା ଦେଇଥିଲା ବସ୍ । ଏହି ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ ହରାଇଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଥିଲା ।
ସମୀକ୍ଷା ବ୍ୟୁରୋ
ବୌଦ୍ଧ : ଜାତୀୟ ରାଜପଥ 57ର ଗୁଦୁଗୁଦା ନିକଟରେ ବିଳମ୍ବିତ ରାତ୍ରିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରକ୍ ମୁହାଁମୁହିଁ ହୋଇଛନ୍ତି। ଏହି ଦୁର୍ଘଟଣାରେ ଦୁଇ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ହେଲପର ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଏକ ପରିବା ବୋଝେଇ ଟ୍ରକ୍ ସହ ଥଣ୍ଡା ପାନୀୟ ବୋଝେଇ ଟ୍ରକ୍ ମଧ୍ୟରେ ଧକ୍କା ହୋଇଛି । ମୃତକ ଦ୍ବୟଙ୍କ ମଧ୍ୟରେ ଜଣେ ବୌଦ୍ଧର ହୋଇଥିବାବେଳେ ଅନ୍ୟଜଣକ ଖୋର୍ଦ୍ଧାର ବୋଲି ଜଣାପଡିଛି ।
ସମୀକ୍ଷା ବ୍ୟୁରୋ
ସମ୍ବଲପୁର: ଆଜି ଭୋରରୁ ଶାସନ ଥାନା ପରମାଣପୁର ଧନୁଯାତ୍ରା ମୀନାବଜାରରେ ଏକ ଅଘଟଣ ଘଟିଛି। ରାସ୍ତା କଡ଼ରେ ଥିବା କିଛି ଅସ୍ଥାୟୀ ଦୋକାନ ଉପରେ ଏକ ଟ୍ରକ୍ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ 7ଜଣ ଗୁରୁତର ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଥିବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି । ଖବର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଟ୍ରକ୍ଟି ଅଟକ ରହିଛି ।
ସମୀକ୍ଷା ବ୍ୟୁରୋ
ବାଲେଶ୍ବର : ବାଲେଶ୍ବରଠାରେ ପିକ୍ନିକ୍ ଗାଡ଼ି ଦୁର୍ଘଟଣାଗସ୍ତ ହୋଇଛି । ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ନହରାଛକ ନିକଟରେ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହେବାରୁ ମହିଳାଙ୍କ ସମେତ ୫ ଜଣ ଗୁରୁତର ହୋଇଛନ୍ତି । ୧୫ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଏମାନେ ସମସ୍ତେ ପଶ୍ଚିମବଙ୍ଗର ଦୀଘାରୁ ପିକନିକ ସାରି ଶୁକ୍ରବାର ସନ୍ଧ୍ୟାରେ ନିଜ ଘର ଅଭିମୁଖେ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ସେହିପରି ବାଲେଶ୍ବରର ଶେରଗଡ-ଖନ୍ତପଡ଼ା ରାସ୍ତାରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା ଗସ୍ତ ହୋଇଛି ।
ସମୀକ୍ଷା ବ୍ୟୁରୋ
ବାଲେଶ୍ବର : ବାଲେଶ୍ୱର ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର ଶେରଗଡ଼ ଓ ଖନ୍ତାପଡ଼ା ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତି ଏକ ତୀର୍ଥଯାତ୍ରୀ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି । ତୀର୍ଥଯାତ୍ରୀ ବସ ଏକ ଅଜଣା ଗାଡ଼ିକୁ ଧକ୍କା ଦେବାରୁ ଦୁର୍ଘଟଣାଗ୍ରସ୍ତ ହୋଇଛ । ଫଳରେ ଏଥିରେ ୧୨ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ ୭ ଜଣଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ୫ ଜଣଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏହି ତୀର୍ଥଯାତ୍ରୀ ବସ ପଶ୍ଚିମବଙ୍ଗର ବୋଲି କୁହାଯାଉଛି । ତୀର୍ଥଯାତ୍ରୀ ବସ ଶ୍ରଦ୍ଧାଳୁଙ୍କୁ ନେଇ ପୁରୀ ଆସିଥିଲା ।
ସମୀକ୍ଷା ବ୍ୟୁରୋ
କଟକ : ମୁମ୍ବାଇରୁ ଭୁବନେଶ୍ବର ଆସୁଥିବା ଲୋକମାନ୍ୟ ତିଲକ ଟର୍ମିନସ୍(ଏଲ୍ଟିଟି)ର 7ଟି ବଗି ଲାଇନଚ୍ୟୁତ ହୋଇଛି । ଗୁରୁବାର ସକାଳୁ କଟକ ନିକଟସ୍ଥ ନେରଗୁଣ୍ଡି ରେଳ ଷ୍ଟେସନ୍ରେ ଟ୍ରେନ୍ର 7ଟି ବଗି ଲାଇନଚ୍ୟୁତ ହେବା ଫଳରେ ଯାତ୍ରୀମାନଙ୍କୁ ବସ୍ ଯୋଗେ ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ଟ୍ରେନ୍ଟି ଅଟକି ରହିଥିବାରୁ ପୂର୍ବତଟ ରେଳବାଇ ପକ୍ଷରୁ 5ଟି ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଛି । ଭାରତୀୟ ରେଳବାଇ ପକ୍ଷରୁ ଦୁର୍ଘଟଣାରେ ଆହତଙ୍କୁ ସହାୟତା ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । ଆହତ ମାନଙ୍କୁ କଟକ ଏବଂ ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି । ସମୁଦାୟ 11 ଜଣ ଆମହତ ହୋଇଥିବା ବେଳେ 5 ଜଣଙ୍କ ଅବସ୍ଥା ଗୁରୁତର ରହିଛି । 8 ଜଣ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ ରେଳବାଇ ପକ୍ଷରୁ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ଘଟଣା ସମ୍ପର୍କରେ ସବିଶେଷ ସୂଚନା ପାଇଁ 5ଟି ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି । କଟକ: 0671-1072, ଖୋର୍ଦ୍ଧାରୋଡ :0674-1072, ଭୁବନେଶ୍ବର/ମୁଖ୍ୟାଳୟ :18003457401/402, ଭୁବନେଶ୍ବର ଷ୍ଟେସନ୍ : 0674/1072 ଏବଂ ପୁରୀ 06752-1072 ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି ।
ଜଳିଗଲା ବସ୍ : ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ବିଶାଖାପାଟଣା, 5/1: ଆଜି ଆନ୍ଧ୍ର ଶ୍ରୀକାକୁଲମ୍ ଜିଲ୍ଲା ପାଇଡଇଭିମାବରମ୍ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣା ପରେ ଟ୍ରକ୍ଟି ଓଲଟି ପଡ଼ିବାରୁ ଡ୍ରାଇଭର ଜଣକ ଗୁରୁତର ହୋଇଛନ୍ତି । ଏକ ଏମୋମନିଆ ଗ୍ୟାସ୍ ବୋଝେଇ ଟ୍ରକ୍କୁ ଧକ୍କା ଦେଇ ବସ୍ଟି ଜଳିଯାଇଛି। ଏହି ଦୁର୍ଘଟଣାରେ 12ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ବସ୍ଟି ଉତ୍ତରପ୍ରଦେଶରୁ ପର୍ଯ୍ୟଟକଙ୍କୁ ନେଇ ବିଶାଖାପାଟଣା ଆସୁଥିଲା।
ସମୀକ୍ଷା ବ୍ୟୁରୋ
ଭଦ୍ରକ, ୩/୧: ଭଦ୍ରକ ଜିଲ୍ଲା ବନ୍ତ ଛକଠାରେ ଏକ ଯାତ୍ରୀ ବସ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ କଟକ ବଡ଼ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି। ଆଜି ଭୋର ପ୍ରାୟ ୪ଟା ବେଳେ ବାସୁଦେବପୁର ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ୍ଟି ବନ୍ତ ଛକରେ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ୨ ଜଣ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୨୮ଜଣ ଆହତ ହୋଇଛନ୍ତି। ପ୍ରାୟ ୫୦ ଜଣ ଯାତ୍ରୀଙ୍କ ଏହି ବସ୍ରେ ରହିଥିଲେ।
କାଇରୋ,29/12 : ସମୁଦାୟ 24 ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ପର୍ଯ୍ୟଟକ ବସ୍ ଇଜିପ୍ଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାଗ୍ରସ୍ତ ବସ୍ରେ 16 ଜଣ ଭାରତୀୟ ପର୍ଯ୍ୟଟକ ରହିଥିବା ଜଣାପଡିଛି । ଇଜିପ୍ଟରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଏହି ଦୁର୍ଘଟଣାକୁ ସ୍ବୀକାର କରାଯିବା ସହିତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ, ଇଜିପ୍ଟର ଏନ୍ ସୋଖ୍ନାରେ ଶନିବାର ଏହି ଦୁର୍ଘଟଣା ଘଟିଥିଲା । ଏକ ଟ୍ରକ୍କୁ ଧକ୍କା ଦେବା ପରେ ମିନିବସ୍ଟି ଓଲଟି ପଡିଥିଲା । ଆହତ ମାନଙ୍କୁ ସୁଏଜ୍ ଏବଂ କାଇରୋର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । (ଏଜେନ୍ସୀ)
ସମୀକ୍ଷା ବ୍ୟୁରୋ
ରାୟଗଡା, 25/12: ରାୟଗଡ଼ା ଗୁଣପୁର ତିଣ୍ଡିକୋଣା ଛକରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗର ମୃତ୍ୟୁ ଘଟିଛି । ପୁରୁଷୋତ୍ତମ ଗତକାଲି (ମଙ୍ଗଳବାର)ବିଳମ୍ବିତ ରାତିରେ କୋର୍ଟରୁ ଘରକୁ ଫେରୁଥିବା ସମୟରେ ରାମନାଗୁଡ଼ା-ଗୁଣୁପୁର ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣାରେ ଗୁରୁତର ଭାବରେ ଆହାତ ହୋଇଥିବା ପୁରୁଷୋତ୍ତମ ଗମାଙ୍ଗଙ୍କୁ ସ୍ଥାନୀୟଲୋକେ ଗୁରୁତର ଅବସ୍ଥାରେ ରାସ୍ତାରୁ ଉଦ୍ଧାର କରି ଶ୍ରୀକାକୁଲମ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୭ ମାର୍ଚ୍ଚ ୧୨ ତାରିଖରେ ହୋଇଥିବା ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଓ ନିର୍ବାଚନକୁ ରାୟଗଡ଼ା ଜିଲ୍ଲା ଦୌରାଜଜ୍ ସୋମ ଶେଖର ଜେନା ଗତକାଲି ପୁଣି ଅସିଦ୍ଧ ଘୋଷଣା କରିଥିଲେ ।
ବସ୍ ବୋଲେରୋ ଧକ୍କା : 4 ମୃତ, 6 ଗୁରୁତର
ସମୀକ୍ଷା ବ୍ୟୁରୋ
ଅନୁଗୁଳ,24/12 : ଏକ ବସ୍ ଓ ବୋଲୋରୋ ମୁହାଁମୁହିଁ ଧକ୍କା ହେବା ଫଳରେ 4 ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ 6 ଜଣ ଗୁରୁତର ଆହତ ହୋଇଛନ୍ତି। ଜରପଡାର 55 ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଛତିଶଗଙଡରୁ ପୁରୀ ଅଭିମୁଖେ ଆସୁଥିବା ଏକ ବୋଲେରୋ ଏବଂ ଭୁବନେଶ୍ବରରୁ ଝାରସୁଗୁଡା ଯାଉଥିବା ଏକ ବସ୍ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ବୋଲେରୋରେ ଦୁଇ ପରିବାରର 10 ଜଣ ସଦସ୍ୟ ରହିଥିବା ବେଳେ ବୋଲେରୋ ଡ୍ରାଇଭର ଏବଂ 3 ଜଣ ମହିଳା ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ। ସ୍ଥାନୀୟ ଲୋକେ ଏବଂ ପୋଲିସ୍ ଆହତ ମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ସମୀକ୍ଷା ବ୍ୟୁରୋ
ଯାଯପୁର,22/12 : ଟ୍ରକ୍ ଓ ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା ହେବାରୁ ଏଥିରେ 2 ଜଣକର ମୃତ୍ୟୁ ଘଟିଥିବା ବେଳେ 2 ଜଣ ଗୁରୁତର ହୋଇଛନ୍ତି । ପାଣିକୋଇଲି ଥାନା ଅନ୍ତର୍ଗତ ବ୍ରଜନଗର ଠାରେ 215 ଜାତୀୟ ରାଜପଥ ଉପରେ ଏହି ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସଟି ରୋଗୀ ନେଇ ଭଦ୍ରକରୁ କଟକ ଅଭିମୁଖେ ଯାଉଥିବା ବେଳେ କଟକ ପଟୁ ପାଣିକୋଇଲି ଆଡ଼କୁ ଆସୁଥିବା ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଆମ୍ବୁଲାନ୍ସର ଆମ୍ବୁଲାନ୍ସ ଡ୍ରାଇଭର ସମେତ ରୋଗୀର ମୃତ୍ୟୁ ଘଟିଛି । ଆମ୍ବୁଲାନ୍ସରେ ଥିବା ଅନ୍ୟ ଦୁଇଜଣଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଛି । ପୁଲିସ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ।