Categories
ଆଜିର ଖବର ଜାତୀୟ ଖବର

ମନୋଜ ତିଓ୍ବାରୀଙ୍କ ସ୍ଥାନରେ ଦିଲ୍ଲୀ ବିଜେପିର ଦାୟିତ୍ବ ଗ୍ରହଣ କଲେ ଆଦେଶ ଗୁପ୍ତା

ନୂଆଦିଲ୍ଲୀ : ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିଓ୍ବାରୀଙ୍କୁ ତାଙ୍କ ପଦବୀରୁ ହଟାଯାଇଛି । ଏହା ସହିତ ନୂତନ ମୁଖ୍ୟ ଭାବରେ ଦିଲ୍ଲୀ ନଗରପାଳିକାର ପୂର୍ବତନ ମେୟର ଆଦେଶ ଗୁପ୍ତାଙ୍କୁ ନିଯୁକ୍ତି ଦିଆଯାଇଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ତିଓ୍ବାରୀଙ୍କୁ ହଟାଯାଇଥିବା ବେଳେ ଏଥିରେ ବିଜେପି ସାଧାରଣ ସମ୍ପାଦକ ଅରୁଣ ସୌରୀଙ୍କମ ଦସ୍ତଖତ ମଧ୍ୟ ରହିଛି । ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ପୂର୍ବରୁ ହରିୟାଣାର ସୋନୀପତରେ କ୍ରିକେଟ ଖେଳିବାକୁ ନେଇ ବିବାଦ ଘେରକୁ ଆସିଥିଲେ ତିଓ୍ବାରୀ । ଦେଶର ପ୍ରବାସୀ ଶ୍ରମିକ ମାନେ ଦୁଃସ୍ଥିତି ମଧ୍ୟରେ ରହିଥିବା ବେଳେ ତିଓ୍ବାରୀଙ୍କ ଏପରି କାର୍ଯ୍ୟକଳାପକୁ ସମାଲୋଚନା କରାଯାଇଥିଲା । ଏହି ଘଟଣାକୁ ନେଇ ତିଓ୍ବାରୀଙ୍କୁ ପଦରୁ ହଟାଯାଇଥିବା ଆଲୋଚନା କରାଯାଉଛି । (ଏଜେନ୍ସି)