Categories
ଆଜିର ଖବର ଜାତୀୟ ଖବର

ପ୍ରାୟ ପାଞ୍ଚମାସ ପରେ ଏହି ସହରରେ ଖୋଲିବ ମଦ ଦୋକାନ, ଏଥିପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା

ଚେନ୍ନାଇ : କରୋନା ଯୋଗୁଁ ଚେନ୍ନାଇରେ ବନ୍ଦ ଥିବା ମଦ ଦୋକାନଗୁଡ଼ିକ ପୁଣି ଥରେ ଖୋଲିବାକୁ ଯାଉଛି । ତାମିଲନାଡୁ ସରକାର ରବିବାର କହିଛନ୍ତି, ମଦ ଦୋକାନଗୁଡ଼ିକ ଆସନ୍ତା ୧୮ ତାରିଖ ଠାରୁ ପୁଣି ଥରେ ଖୋଲିବ । କିନ୍ତୁ କଣ୍ଟେନମେଣ୍ଟ ଜୋନ ଓ ମଲରେ ଥିବା ମଦ ଦୋକାନଗୁଡ଼ିକ ବନ୍ଦ ରହିବ । ପ୍ରାୟ 5 ମାସ ପରେ ମଦ ଦୋକାନ ଖୋଲା ହେବାକୁ ଯାଉଥିବାବେଳେ ଗ୍ରାହକମାନେ ବେଶ୍‌ ଉତ୍ସାହିତ ରହିଛନ୍ତି । ସେହିପରି ଏତେ ଦିନ ପରେ ମଦ ଦୋକାନ ଖୋଲା ଯାଉଥିବାରୁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । କୋଭିଡ୍‌ ନିୟମକୁ ଏଠାରେ କଡାକଡି କରାଯିବା ପାଇଁ ନିର୍ଦ୍ଦେଶ ରହିଥିବାବେଳେ ମଦ ଦୋକାନଗୁଡିକ ସକାଳ 10ଟାରୁ ସନ୍ଧ୍ୟା 7ଟା ଯାଏଁ ଖୋଲା ରହିବ । ମଦ ପାଇଁ ଏଠାରେ ଟୋକନ ବ୍ୟବସ୍ଥା କରାଯାଇଥିବାବେଳେ ପ୍ରତ୍ୟେହ କେବଳ 500ଟି ଟୋକାନ ଜାରି କରାଯାଇପାରିବ ବୋଲି ସୂଚନା ରହିଛି । ଚେନ୍ନାଇରେ ଏବେ ସଂକ୍ରମଣ ସଂଖ୍ୟା ଟିକେ ହ୍ରାସ ପରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିଥିବାର ସୂଚନା ରହିଛି ।