Categories
ଆଜିର ଖବର

ଆମେରିକା ନିକଟରୁ ୧୦୦ଟି ଟ୍ୟାଙ୍କ କିଣିବ ତାଇଓ୍ବାନ

ଆମେରିକା ଏବଂ ଚୀନ୍‌ ମଧ୍ୟରେ ଚାଲିଥିବା ବାଣିଜ୍ୟିକ ତିକ୍ତତା ମଧ୍ୟରେ ତାଇଓ୍ବାନ ଆମେରିକା ନିକଟରୁ ୧୦୦ଟି ଟ୍ୟାଙ୍କ କିଣିବାକୁ ନିଷ୍ପତ୍ତି ନେଇଛି। ଗୁରୁବାର ତାଇଓ୍ବାନ ପ୍ରତିରକ୍ଷା ବିଭାଗ ଏହି ଖବରକୁ ସ୍ବୀକାର କରିବା ସହିତ ଆମେରିକା ନିକଟରୁ ଟ୍ୟାଙ୍କ, ଏୟାର ଡିଫେନ୍ସ ଏବଂ ଆଣ୍ଟି ଟ୍ୟାଙ୍କ ମିସାଇଲ୍‌ ବ୍ୟବସ୍ଥା କିଣୁଥିବା କହିଛି। ଏହି ଚୁକ୍ତି କାର୍ଯ୍ୟକାରୀ ହେଲେ ଓ୍ବାଶିଂଟନ୍‌ ଏବଂ ବେଜିଂ ମଧ୍ୟରେ ବ୍ୟବସାୟିକ ତିକ୍ତତା ବୃଦ୍ଧି ପାଇବ। ଏହି ଚୁକ୍ତି କାର୍ଯ୍ୟକାରୀ ହେଲେ ତାଇଓ୍ବାନ ୧୦୮ଟି କଟିଙ୍ଗ ଏଜ୍‌ ଏମ୍‌ ୧ଏ୨ ଆବ୍ରାମ୍‌ସ ଟ୍ୟାଙ୍କ, ୧୨୪୦ଟି ଟୋ ଆଣ୍ଟି ଆର୍ମର ମିଶାଇଲ, ୪୦୯ଟି ଜାଭେଲିନ୍‌ ଆଣ୍ଟି ଟ୍ୟାଙ୍କ ମିଶାଇଲ ଏବଂ ୨୫୦ଟି ଷ୍ଟିଙ୍ଗର କିଣିବ। ଏହା ସହିତ ୬୬ଟି ଏଫ୍‌-୧୬ ଲଢୁଆ ଯୁଦ୍ଧ ବିମାନ କିଣିବାର ଯୋଜନା ମଧ୍ୟ ରହିଛି।