Categories
ଆଜିର ଖବର

୪ ୪ ବର୍ଷରେ ଅକ୍ଷୟ ଖାନ୍ନା

ବଲିଉଡ୍‌ର ରୋମାଣ୍ଟିକ୍‌ ଅଭିନେତା ଅକ୍ଷୟ ଖାନ୍ନା ଆଜି ୪୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୫ ମାର୍ଚ୍ଚ ୨୮ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ଅଭିନେତା ବିନୋଦ ଖାନ୍ନାଙ୍କୁ ପୁତ୍ର ହେଉଛନ୍ତି ଅକ୍ଷୟ ଖାନ୍ନା। ତେବେ ପିତାଙ୍କୁ ମାର୍ଗଦର୍ଶକ ଭାବେ ନେଇ ବଲିଉଡ୍‌ରେ ଅଭିନୟ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ଅକ୍ଷୟ ଖାନ୍ନା।  ୧୯୯୭ରେ ସେ ହିମାଳୟ ପୁତ୍ର ଫିଲ୍ମ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଏହାପରେ ତାଙ୍କର ବର୍ଡର ଫିଲ୍ମ ପରଦାକୁ ଆସିଥିଲା। ଏହି ଫିଲ୍ମ ପାଇଁ ଫିଲ୍ମଫେୟାର୍‌ ଶ୍ରେଷ୍ଠ ନବାଗତର ପୁରସ୍କାର ମଧ୍ୟ ପାଇଥିଲେ। ଏହାପରେ ମ୍ୟୁଜିକାଲ୍‌ ରୋମାଣ୍ଟିକ୍‌ ଡାମ୍ରା ‘ତାଲ୍‌’ରେ ଐଶ୍ବର୍ଯ୍ୟାଙ୍କ ସହ ନଜର ଆସିଥିଲେ ଅକ୍ଷୟ। ପରବର୍ତ୍ତୀ ସମୟରେ ‘ଦିଲ୍‌ଚାହାତା ହୈ’, ମହବତ୍‌, କୁଦରତ୍‌, ଲାଓ୍ବାରିସ୍‌, ‘ଲଭ ୟୁ ହମେଶା’, ‘ହମରାଜ୍‌’, ’୩୬ ଚାଇନା ଟାଉନ୍‌’, ‘ରେସ୍‌’, ‘ତିସ୍‌ ମାର୍‌ ଖାନ୍‌’, ‘ଦହକ୍‌’, ‘ଦିଓ୍ବାନଗୀ’, ହଙ୍ଗାମା, ହଲ୍‌ଚଲ୍‌, ‘ଗାନ୍ଧି ମାଇ ଫାଦର୍‌, ‘ଆକ୍ରୋଶ୍’, ‘ଢିସୁମ୍‌’, ‘ମମ୍‌’, ‘ଇତେଫାଖ୍‌’ ଆଦି ଫିଲ୍ମରେ ବେଶ୍‌ ସଫଲ ଅଭିନୟ କରିଛନ୍ତି। ‘ହମରାଜ୍‌’ ଫିଲ୍ମ ପାଇଁ ସେ ଶ୍ରେଷ୍ଠ ଖଳନାୟକର ପୁରସ୍କାର ଜିତିଥିଲେ। ଚଳିତ ବର୍ଷ ଅକ୍ଷୟଙ୍କ ଅଭିନୀତ ‘ଦ ଆାକ୍ସିଡେଣ୍ଟାଲ୍‌ ପ୍ରାଇମ୍‌ ମିନିଷ୍ଟର୍‌’ ରିଲିଜ୍‌ ହୋଇଥିଲା। ଏଥିରେ ସେ ସଂଜୟ ବାରୁ ଚରିତ୍ରରେ ନଜର ଆସିଥିଲେ। ତେବେ ଏହି ରୋମାଣ୍ଟିକ୍‌ ଅଭିନେତା ଜଣଙ୍କ ଆଜି ପର୍ଯ୍ୟନ୍ତ ଅବିବାହିତ ରହିଛନ୍ତି।