Categories
ଆଜିର ଖବର

ସୈଫ୍‌-ତବୁଙ୍କ ଜଓ୍ବାନୀ ଜାନେମନ୍‌ର ଟ୍ରେଲର ରିଲିଜ୍‌

ମୁମ୍ବାଇ : ସୈଫ୍‌ ଅଲୀ ଖାନ୍‌ଙ୍କ ଅଭିନୀତ ଫିଲ୍ମ ଜଓ୍ବାନୀ ଜାନେମନ୍‌ର ଟ୍ରେଲର ରିଲିଜ୍‌ ହୋଇଛି । ସୈଫଙ୍କ ସହିତ ଏହି ଫିଲ୍ମରେ ତବୁ ମୁଖ୍ୟ ଭୂମିକାରେ ରହିଥିବା ବେଳେ ଆଲିଆ ଫର୍ଣ୍ଣିଚରଓ୍ବାଲା ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସୁଛନ୍ତି । ଟ୍ରେଲରରେ ସୈଫ୍‌ ଜଣେ 40 ବର୍ଷୀୟ ବ୍ୟକ୍ତି ଭୂମିକାରେ ନଜର ଆସିଛନ୍ତି ଯିଏକି ବିବାହ କରିବାକୁ ଚାହୁଁ ନାହାନ୍ତି । ଏହି ସମୟରେ ସୈଫ୍‌ଙ୍କ ଜୀବନରେ ପ୍ରବେଶ କରନ୍ତି ଆଲିଆ ଫର୍ଣ୍ଣିଚରଓ୍ବାଲା । ଆଲିଆ ନିଜକୁ ସୈଫ୍‌ଙ୍କ ଝିଅ ବୋଲି କହିଛନ୍ତି । ପରେ ଜଣାପଡେ ସୈଫ୍‌ ଏବଂ ତବୁଙ୍କ ସନ୍ତାନ ହେଉଛନ୍ତି ଆଲିଆ । ଆଲିଆ ଏହି ଫିଲ୍ମରେ ନିଜର ବଲିଉଡ୍‌ ପଦାର୍ପଣ କରୁଛନ୍ତି । ଟ୍ରେଲର ପରେ ସୈଫ୍‌ଙ୍କ ଅଭିନୀତ କକ୍‌ଟେଲ ସହିତ ଏହି ଫିଲ୍ମର ତୁଳନା କରାଯାଉଛି । ହୁସେନ୍‌ ଏବଂ ଆବ୍ବାସ ଦଲାଲ କାହାଣୀ ଲେଖିଥିବା ବେଳେ ନୀତିନ କକ୍କଡ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । (ଏଜେନ୍ସୀ)