Categories
ଆଜିର ଖବର ମନୋରଂଜନ ସିନେମା

ଫିଲ୍ମ ଫ୍ରାଇଡେ’ରେ ‘ଜଓ୍ବାନୀ ଜାନେମନ୍‌’ : କମେଡ଼ି ତଡ୍‌କା ସହିତ ଜବରଦସ୍ତ ରୋମାନ୍ସର ଡୋଜ୍‌

ମୁମ୍ବାଇ : ସୈଫ୍‌ଅଲୀ ଖାନ୍‌ଙ୍କ ଅଭିନୀତ ‘ଜଓ୍ବାନୀ ଜାନେମନ୍‌’ ଆଜି ରିଲିଜ୍‌ ହୋଇଯାଇଛି । ଫିଲ୍ମକୁ ମିଶ୍ର ପ୍ରତିକ୍ରିୟା ମିଳିଥିବାର ସୂଚନା ରହିଛି ।  ଏହି ଫିଲ୍ମ ଜରିଆରେ ବଲିଉଡ୍‌ ଡେବ୍ୟୁ କରିଛନ୍ତି ପୂଜା ବେଦୀଙ୍କ ଝିଅ ଆଲ୍‌ୟା ଫଣ୍ଣିଚରଓ୍ବାଲା । ନୀତିନ୍‌ କକ୍କଡଙ୍କ ନିର୍ଦ୍ଦେଶିତ ଏହି ଫ୍ୟାମିଲି ଡ୍ରାମାରେ ଆଲ୍‌ୟା ଓ ସୈଫ୍‌ଙ୍କ ବ୍ୟତୀତ ତବୁ ଓ ଚଙ୍କି ପାଣ୍ଡେ ମଧ୍ୟ ଅଭିନୟ କରିଛନ୍ତି ।

ଫିଲ୍ମଟିରେ ମଡର୍ଣ୍ଣ ଇଣ୍ଡିଆକୁ ଏକ ଖାସ୍‌ ଢଙ୍ଗରେ ଉପସ୍ଥାପିତ କରାଯାଇଛି । କମେଡି ସହିତ ଇମୋସନ୍‌ ଓ ରୋମାନ୍ସର ଡୋଜ୍‌ ମଧ୍ୟ ରହିଛି । ଆଲ୍‌ୟା ନିଜ ପ୍ରଥମ ଫିଲ୍ମରେ ଭଲ ପରଫରମାନ୍ସ ଦେଇଥିବାବେଳେ ସୈଫ୍‌ଙ୍କ ଅଭିନୟ ବେଶ୍‌ ମଜାଦାର ରହିଛି । ମୋଟ ଉପରେ ଦେଖିବାକୁ ଗଲେ ଫିଲ୍ମଟି ସବୁ ବର୍ଗର ଦର୍ଶକଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିବ ।

ତେବେ ଆଜି ଏହି ଫିଲ୍ମ ସହିତ ପରଦାରେ ରହିଛି ଆଉ ଦୁଇଗୋଟି ଫିଲ୍ମ । ହିମେଶ ରେଶ୍‌ମିୟାଙ୍କ ଫିଲ୍ମ ‘ହ୍ୟାପି ହାର୍ଡି ଔର୍‌ ହୀର୍‌’ ଓ ‘ଗୁଲ୍‌ ମକଈ’ । ନୋବେଲ୍‌ ଶାନ୍ତି ପୁରସ୍କାର ବିଜୟିନୀ ପାକିସ୍ତାନୀ ସ୍ବେଚ୍ଛାସେବୀ ମଲାଲା ୟୁସୁଫ୍‌ଜାଇଙ୍କ ଜୀବନରେେ ଉପରେ ଆଧାରିତ ‘ଗୁଲ୍‌ ମକଈ’ । ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ରୀମା ଶେଖ୍‌ । (ଏଜେନ୍ସି)

Categories
ଆଜିର ଖବର ମନୋରଂଜନ ସିନେମା

ସିଦ୍ଧାନ୍ତ-ଅନନ୍ୟାଙ୍କ ସହିତ ଅପ୍‌କମିଙ୍ଗ ଫିଲ୍ମ ଘୋଷଣା କଲେ ସୈଫ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୈଫ୍‌ ଅଲୀ ଖାନ୍‌ ନିଜର ଅପ୍‌କମିଙ୍ଗ ଫିଲ୍ମ ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ଫିଲ୍ମରେ ସୈଫ୍‌ଙ୍କ ବ୍ୟତିତ ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଅନନ୍ୟା ପାଣ୍ଡେ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି । ଏହି ଫିଲ୍ମର ଟାଇଟଲ୍‌ ଲଫଡେବାଜ୍‌ ରଖାଯାଇଛି । ଫରହାନ୍ ଅଖତର ଏବଂ ରୀତେଶ ସିଧଓ୍ବାନୀଙ୍କ ଏକ୍ସେଲ ଏଣ୍ଟରଟେନ୍‌ମେଣ୍ଟ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ବରେ ରହିଛି । ବଣ୍ଟି ଔର ବବ୍‌ଲୀ-2 ପରେ ସିଦ୍ଧାନ୍ତଙ୍କ ସହିତ ଏହା ତାଙ୍କର ଦ୍ବିତୀୟ ଫିଲ୍ମ । ଏହି ଫିଲ୍ମ ବ୍ୟତିତ ବିକ୍ରମ ବେଧାର ହିନ୍ଦି ରିମେକ୍‌ରେ ମଧ୍ୟ ସୈଫ୍‌ ନଜର ଆସିବାକୁ ଯାଉଛନ୍ତି । ସୈଫ୍‌ଙ୍କ ଫିଲ୍ମ ଜଓ୍ବାନୀ ଜାନେମନ୍‌ ଚଳିତ ଶୁକ୍ରବାର ଦିନ ରିଲିଜ୍‌ ହେବାକୁ ଯାଉଛି । (ଏଜେନ୍ସୀ)

Categories
ଆଜିର ଖବର

ସୈଫ୍‌-ତବୁଙ୍କ ଜଓ୍ବାନୀ ଜାନେମନ୍‌ର ଟ୍ରେଲର ରିଲିଜ୍‌

ମୁମ୍ବାଇ : ସୈଫ୍‌ ଅଲୀ ଖାନ୍‌ଙ୍କ ଅଭିନୀତ ଫିଲ୍ମ ଜଓ୍ବାନୀ ଜାନେମନ୍‌ର ଟ୍ରେଲର ରିଲିଜ୍‌ ହୋଇଛି । ସୈଫଙ୍କ ସହିତ ଏହି ଫିଲ୍ମରେ ତବୁ ମୁଖ୍ୟ ଭୂମିକାରେ ରହିଥିବା ବେଳେ ଆଲିଆ ଫର୍ଣ୍ଣିଚରଓ୍ବାଲା ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସୁଛନ୍ତି । ଟ୍ରେଲରରେ ସୈଫ୍‌ ଜଣେ 40 ବର୍ଷୀୟ ବ୍ୟକ୍ତି ଭୂମିକାରେ ନଜର ଆସିଛନ୍ତି ଯିଏକି ବିବାହ କରିବାକୁ ଚାହୁଁ ନାହାନ୍ତି । ଏହି ସମୟରେ ସୈଫ୍‌ଙ୍କ ଜୀବନରେ ପ୍ରବେଶ କରନ୍ତି ଆଲିଆ ଫର୍ଣ୍ଣିଚରଓ୍ବାଲା । ଆଲିଆ ନିଜକୁ ସୈଫ୍‌ଙ୍କ ଝିଅ ବୋଲି କହିଛନ୍ତି । ପରେ ଜଣାପଡେ ସୈଫ୍‌ ଏବଂ ତବୁଙ୍କ ସନ୍ତାନ ହେଉଛନ୍ତି ଆଲିଆ । ଆଲିଆ ଏହି ଫିଲ୍ମରେ ନିଜର ବଲିଉଡ୍‌ ପଦାର୍ପଣ କରୁଛନ୍ତି । ଟ୍ରେଲର ପରେ ସୈଫ୍‌ଙ୍କ ଅଭିନୀତ କକ୍‌ଟେଲ ସହିତ ଏହି ଫିଲ୍ମର ତୁଳନା କରାଯାଉଛି । ହୁସେନ୍‌ ଏବଂ ଆବ୍ବାସ ଦଲାଲ କାହାଣୀ ଲେଖିଥିବା ବେଳେ ନୀତିନ କକ୍କଡ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । (ଏଜେନ୍ସୀ)