ଫିଲ୍ମ ଫ୍ରାଇଡେ’ରେ ‘ଜଓ୍ବାନୀ ଜାନେମନ୍‌’ : କମେଡ଼ି ତଡ୍‌କା ସହିତ ଜବରଦସ୍ତ ରୋମାନ୍ସର ଡୋଜ୍‌

Published: Jan 31, 2020, 11:43 am IST

ମୁମ୍ବାଇ : ସୈଫ୍‌ଅଲୀ ଖାନ୍‌ଙ୍କ ଅଭିନୀତ ‘ଜଓ୍ବାନୀ ଜାନେମନ୍‌’ ଆଜି ରିଲିଜ୍‌ ହୋଇଯାଇଛି । ଫିଲ୍ମକୁ ମିଶ୍ର ପ୍ରତିକ୍ରିୟା ମିଳିଥିବାର ସୂଚନା ରହିଛି ।  ଏହି ଫିଲ୍ମ ଜରିଆରେ ବଲିଉଡ୍‌ ଡେବ୍ୟୁ କରିଛନ୍ତି ପୂଜା ବେଦୀଙ୍କ ଝିଅ ଆଲ୍‌ୟା ଫଣ୍ଣିଚରଓ୍ବାଲା । ନୀତିନ୍‌ କକ୍କଡଙ୍କ ନିର୍ଦ୍ଦେଶିତ ଏହି ଫ୍ୟାମିଲି ଡ୍ରାମାରେ ଆଲ୍‌ୟା ଓ ସୈଫ୍‌ଙ୍କ ବ୍ୟତୀତ ତବୁ ଓ ଚଙ୍କି ପାଣ୍ଡେ ମଧ୍ୟ ଅଭିନୟ କରିଛନ୍ତି ।

ଫିଲ୍ମଟିରେ ମଡର୍ଣ୍ଣ ଇଣ୍ଡିଆକୁ ଏକ ଖାସ୍‌ ଢଙ୍ଗରେ ଉପସ୍ଥାପିତ କରାଯାଇଛି । କମେଡି ସହିତ ଇମୋସନ୍‌ ଓ ରୋମାନ୍ସର ଡୋଜ୍‌ ମଧ୍ୟ ରହିଛି । ଆଲ୍‌ୟା ନିଜ ପ୍ରଥମ ଫିଲ୍ମରେ ଭଲ ପରଫରମାନ୍ସ ଦେଇଥିବାବେଳେ ସୈଫ୍‌ଙ୍କ ଅଭିନୟ ବେଶ୍‌ ମଜାଦାର ରହିଛି । ମୋଟ ଉପରେ ଦେଖିବାକୁ ଗଲେ ଫିଲ୍ମଟି ସବୁ ବର୍ଗର ଦର୍ଶକଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିବ ।

ତେବେ ଆଜି ଏହି ଫିଲ୍ମ ସହିତ ପରଦାରେ ରହିଛି ଆଉ ଦୁଇଗୋଟି ଫିଲ୍ମ । ହିମେଶ ରେଶ୍‌ମିୟାଙ୍କ ଫିଲ୍ମ ‘ହ୍ୟାପି ହାର୍ଡି ଔର୍‌ ହୀର୍‌’ ଓ ‘ଗୁଲ୍‌ ମକଈ’ । ନୋବେଲ୍‌ ଶାନ୍ତି ପୁରସ୍କାର ବିଜୟିନୀ ପାକିସ୍ତାନୀ ସ୍ବେଚ୍ଛାସେବୀ ମଲାଲା ୟୁସୁଫ୍‌ଜାଇଙ୍କ ଜୀବନରେେ ଉପରେ ଆଧାରିତ ‘ଗୁଲ୍‌ ମକଈ’ । ଏହି ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି ରୀମା ଶେଖ୍‌ । (ଏଜେନ୍ସି)

Related posts