Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ସ୍ବାସ୍ଥ୍ୟ

ଆମେରିକାରେ ରେକର୍ଡ ଭାଙ୍ଗୁଛି କରୋନା ଜନିତ ମୃତ୍ୟୁ, ଗତ 24 ଘଣ୍ଟାରେ 2400ରୁ ଅଧିକଙ୍କ ଜୀବନ ଗଲା

ନୂଆଦିଲ୍ଲୀ : ଚୀନରୁ ସୃଷ୍ଟି ହୋଇଥିବା ଏହି କରୋନା ଭାଇରସ ସମଗ୍ର ବିଶ୍ୱକୁ କବଳିତ କରିଛି। ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟ୍ର ଆଜି ଏହି ଭାଇରସ ପାଇଁ ଭୀତତ୍ରସ୍ତ । ଗତ ଚବିଶ ଘଣ୍ଟାରେ ଆମେରିକାରେ ପ୍ରାୟ 2500 ଲୋକ ମୃତ୍ୟୁବରଣ କରିଥିବାର ଜଣାପଡିଛି । ଦେଶରେ ମୃତ୍ୟୁସଂଖ୍ୟା  28 ହଜାର 529ରେ ପହଞ୍ଚିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 6,44,089 ଛୁଇଁଛି । କରୋନା ଯୋଗୁ ଆମେରିକାର ନ୍ୟୁୟର୍କ ସିଟି ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ 786 ଜଣ ପ୍ରାଣ ହରାଇଛନ୍ତି।  ନ୍ୟୁୟର୍କ ପରେ ନ୍ୟୁର୍ଜସି, ମିଚଗାନ୍‌, କାଲିଫର୍ଣ୍ଣିଆ, ଫ୍ଲୋରିଡା, ଲୋଉସିଆନ୍‌, ଟେକ୍ସାସ, ଜର୍ଜିଆ, ଓ୍ବାଶିଂଟନ୍‌ ଓ ଇଣ୍ଡିଆନା ଭଳି ସ୍ଥାନରେ ମଧ୍ୟ କରୋନା ସ୍ଥିତି ବେଶ୍‌ ଉଦ୍‌ବେଗଜନକ ରହିଛି ।

ସେହିପରି ସାରା ବିଶ୍ବରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ 34 ହଜାର 615ରେ ପହଞ୍ଚିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 2,083,304 ରହିଛି । ସେହିପରି ସୁସ୍ଥ ହୋଇଛନ୍ତି 510,341 ଜଣ ।

ବିଶ୍ବର ଅନ୍ୟ ରାଷ୍ଟ୍ରରେ କିପରି ରହିଛି କରୋନା ସ୍ଥିତି :