Categories
ଆଜିର ଖବର

ଗାନ୍ଧୀନଗରରେ ଶାହାଙ୍କ ରୋଡ୍‌ ଶୋ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଗୁଜୁରାଟର ଗାନ୍ଧୀନଗରରେ ଏକ ରୋଡ ଶୋ କରିଛନ୍ତି। ଦଳର ୩୯ ତମ ପ୍ରତିଷ୍ଠା ଦିବସ ଅବସରରେ ଶାହା ଏକ ବିଶାଳ ରୋଡ ଶୋ କରିଛନ୍ତି। ଅହମ୍ମଦାବାଦର ସର୍ଖେଜ୍‌ରୁ ଜନସଂଘ ପ୍ରତିଷ୍ଠାତା ଦୀନ ଦୟାଲ ଉପାଧ୍ୟାୟ ଏବଂ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ରୋଡ ଶୋ ଆରମ୍ଭ କରିଥିଲେ ଶାହା। ଏକ ଖୋଲା ଜିପ୍‌ରେ ରୋଡ ଶୋ କରୁଥିବା ଶାହାଙ୍କୁ ସହାୟତା କରିଥିଲେ ବିଜେପି ରାଜ୍ୟ ସଂଘ ସଭାପତି ଜିତୁ ଭଗ୍‌ନାନୀ। ରୋଡ ଶୋ ସମୟରେ ଶାହା କହିଥିଲେ ଯେଉଁ କାଶ୍ମୀରର ଶ୍ରୀ ମୁଖାର୍ଜୀ ପ୍ରାଣ ତ୍ୟାଗ କରିଥିଲେ ତାହା ଆମର ଏବଂ ସମ୍ପୂର୍ଣ୍ଣ ଭାବେ ଆମର। ଏହି ରୋଡ୍‌ ଶୋରେ ଶାହା  ପଶ୍ଚିମ ଅହମଦାବାଦର ବହୁତ ଅଞ୍ଚଳ ଅତିକ୍ରମ କରିଛନ୍ତି। ବେଜଲପୁର, ପ୍ରହ୍ଲାଦନଗର, ଜୀବରାଜ ପାର୍କ, ମାନସୀ କ୍ରସ୍‌ ରୋଡ୍‌ ଅତିକ୍ରମ କରି ବସ୍ତ୍ରପୁରର ହଭେଲିରେ ଶେଷ ହେବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ, ଏହି ଆସନରେ ଲାଲକୃଷ୍ଣ ଆଡଭାନୀଙ୍କ ବଦଳରେ ଶାହା ପ୍ରାର୍ଥୀ ହୋଇଥିବା ବେଳେ ୧୯୯୮ରୁ ଆଡଭାନୀ କ୍ରମାଗତ ଭାବରେ ଏହି ଆସନରୁ ସାଂସଦ ରହି ଆସିଥିଲେ।

( ମୋବାଇଲ୍ ରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଡାଇନଲୋଡ ପରେ ଇଂରାଜୀ କିମ୍ବା ଓଡିଆ ଭାଷା ବାଛି ସବମିଟ୍ କରନ୍ତୁ, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି ଖବର ପରେ ଖବର ପଢି ଚାଲନ୍ତୁ। )