Categories
ବିଶେଷ ଖବର ବ୍ୟକ୍ତିତ୍ୱ ରାଜ୍ୟ ଖବର

ଓଡିଶାର ଦୁଇ ଜିଲ୍ଲାପାଳଙ୍କର ହେବ ଦ୍ବିତୀୟ ବିବାହ, ସେମାନେ ଆଗରୁ କାହାକୁ ବାହା ହୋଇଥିଲେ?

ଭୁବନେଶ୍ବର: ଓଡିଶାର ଦୁଇଜଣ ଜିଲ୍ଲାପାଳଙ୍କ ମଧ୍ୟରେ ହେବ ଦ୍ବିତୀୟ ବିବାହ। ଉଭୟ ପୂର୍ବରୁ ବିବାହ କରିଥିଲେ। ସେମାନଙ୍କୁ ଛାଡିବା ପରେ ବର୍ତ୍ତମାନ ଏହି ଦୁଇଜଣ ନୂଆ ସଂସାର ଆରମ୍ଭ କରିବେ। ସେମାନେ ହେଲେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା।

ଉଭୟଙ୍କର ଗତକାଲି ରାତିରେ ନିରାଡମ୍ବର ଭାବେ ସମ୍ବଲପୁରରେ ନିର୍ବନ୍ଧ ସରିଛି। ସେଥିପାଇଁ ବଲାଙ୍ଗୀରରୁ ପୁରା ପରିବାର ସହିତ ଚଞ୍ଚଳ ରାଣା ଗୋଟିଏ ଦିନ ପୂର୍ବରୁ ସମ୍ବଲପୁରରେ ଥିଲେ। ଏଥିରେ ଖୁବ କମ ସଂଖ୍ୟକ ଅତିଥୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଯେହେତୁ ଉଭୟଙ୍କର ଦ୍ବିତୀୟ ବିବାହ ସେଥିପାଇଁ କୌଣସି ଆଡମ୍ବର କରାଯାଇ ନ ଥିଲା।

ଉଭୟ ଚଞ୍ଚଳ ଏବଂ ଅନନ୍ୟା ହେଉଛନ୍ତି ଓଡିଶା କ୍ୟାଡରର। ଅନନ୍ୟାଙ୍କର ଘର ଆସାମ ହୋଇଥିବା ବେଳେ ଚଞ୍ଚଳଙ୍କର ଘର ହେଉଛି ପଶ୍ଚିମବଂଗ। ହେଲେ ଚଞ୍ଚଳଙ୍କର ପାଠପଢା ସବୁ ଓଡିଶାରେ ହୋଇଛି। ଚଞ୍ଚଳ 2014 ବ୍ୟାଚ ଆଇଏଏସ ହୋଇଥିବା ବେଳେ ଅନନ୍ୟା ହେଉଛନ୍ତି 2015 ବ୍ୟାଚ।

ତେବେ ଉଭୟ ପୂର୍ବରୁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଆଉ ଆଶ୍ଚର୍ଯ୍ୟର କଥା ସେମାନେ ମଧ୍ୟ ଓଡିଶା କ୍ୟାଡରର ଏବଂ ସେମାନେ ମଧ୍ୟ ଓଡିଶାର ଜିଲ୍ଲାପାଳ ଅଛନ୍ତି। ଚଞ୍ଚଳ ରାଣା ପୂର୍ବରୁ ସ୍ବାଧ ଦେବ ସିଂଙ୍କୁ ବିବାହ କରିଥିଲେ। ସ୍ବାଧ ବର୍ତ୍ତମାନ ରାୟଗଡା ଜିଲ୍ଲାପାଳ ଅଛନ୍ତି। ହେଲେ ଉଭୟଙ୍କ ମଧ୍ୟରେ ମତାନ୍ତର ଯୋଗୁ ସେ ବିବାହ ବେଶୀ ଦିନ ତିଷ୍ଠି ରହିପାରିଲା ନାହିଁ।

ସେହିପରି ଅନନ୍ୟା ମଧ୍ୟ ଆଉ ଜଣେ ଆଇଏଏସଙ୍କୁ ବିବାହ କରିଥିଲେ। ତାଙ୍କ ନାମ ହେଉଛି ଅବଦଲ ଏମ ଅଖତର। ଅଖତର ବର୍ତ୍ତମାନ କୋରାପୁଟ ଜିଲ୍ଲାପାଳ ଅଛନ୍ତି। ଏମାନଙ୍କର ମଧ୍ୟ ସେହି ସମାନ କଥା। ଉଭୟଙ୍କ ମଧ୍ୟରେ ଠିକ ତାଳମେଳ ରହିଲା ନାହିଁ, ଫଳରେ ଉଭୟ ଛାଡପତ୍ର ଦେଇଥିଲେ।