Categories
ଆଜିର ଖବର ଜାତୀୟ ଖବର

ବନ୍ଦକୁ ସମର୍ଥନ କରି ସରକାରଙ୍କୁ ଟାର୍ଗେଟ୍‌ କଲେ ରାହୁଲ୍‌

ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଆଜି ବାମପନ୍ଥୀ ଦଳଙ୍କ ସମେତ 10 ଟ୍ରେଡ୍‌ ୟୁନିଅନ୍‌ ତରଫରୁ ହୋଇଥିବା ଭାରତ ବନ୍ଦକୁ ସମର୍ଥନ କରିବା ସହ ମୋଦି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ରାହୁଲ୍‌ ଗାନ୍ଧି କହିଛନ୍ତି ଯେ, ସାର୍ବଜନିକ କ୍ଷେତ୍ରର କମ୍ପାନୀ (ପିଏସ୍‌ୟୁ)କୁ ସରକାର ଦୁର୍ବଳ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ରାହୁଲ୍‌। ଭାରତ ବନ୍ଦ ପ୍ରଭାବରେ ଆଜି ପଶ୍ଚିମବଙ୍ଗର କିଛି ଟ୍ରେନ୍‌କୁ ରୋକା ଯାଇଛି । ରାହୁଲ୍‌ ଗାନ୍ଧି ଟୁଇଟ୍‌ କରି କହିଛନ୍ତି ଯେ, ମୋଦି-ଶାହାଙ୍କ ଜନବିରୋଧୀ ନୀତି ତଥା ଶ୍ରମିକ ବିରୋଧୀ ନୀତି ଯୋଗୁଁ ଦେଶରେ ଭୟାବହ ବେରୋଜଗାରୀ ସମସ୍ୟା ସୃଷ୍ଟି ହୋଇଛି । ମୋଦି ପୁଞ୍ଜିପତି ମିତ୍ରଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରୁଥିବାବେଳେ ଦେଶରେ ଏଭଳି ସମସ୍ୟା ଉପୁଜିଛି । ଆଜି 25 କୋଟି ଲୋକ ଏହାର ବିରୋଧ କରିଛନ୍ତି । ମୁଁ ସମସ୍ତଙ୍କୁ ସଲାମ୍‌ କରୁଛି ବୋଲି ରାହୁଲ୍‌ କହିଛନ୍ତି । (ଏଜେନ୍ସି)