Categories
ଜାତୀୟ ଖବର ବିଶେଷ ଖବର

‘I.N.D.I.A ର ଘୃଣ୍ୟ ରାଜନୀତି’: ଅନୁରାଗ ଠାକୁରଙ୍କ ଭିଡିଓ ସେୟାର କରି ପିଏମ ମୋଦୀ କଲେ ସମର୍ଥନ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ମଙ୍ଗଳବାର ଲୋକସଭାରେ ବଜେଟ୍ ଉପରେ ଭାଷଣ ଦେଇଛନ୍ତି। ଏହି ସମୟରେ ସେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି। ଭାଷଣ ସମୟରେ ଶ୍ରୀ ଠାକୁର, ନାମ ନ ନେଇ ରାହୁଲ ଗାନ୍ଧୀଙ୍କୁ ସୂଚାଇ କହିଥିଲେ ଯେ ‘ଯାହାକୁ ନିଜର ଜାତି ଜଣା ନାହିଁ, ସେ ଜାତି ଜନଗଣନା ବିଷୟରେ ଚର୍ଚ୍ଚା କରନ୍ତି’, ଯାହା ପରେ ବିରୋଧୀ ଦଳ ତାଙ୍କୁ ଦୃଢ ବିରୋଧ କରୁଛନ୍ତି। ତେବେ ଅନୁରାଗ ଠାକୁରଙ୍କୁ ବିଜେପି ନେତାଙ୍କ ସମର୍ଥନ ମିଳୁଛି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ତାଙ୍କୁ ସମର୍ଥନ କରିଛନ୍ତି।

ଲୋକସଭାରେ ଅନୁରାଗ ଠାକୁରଙ୍କ ସମ୍ବୋଧନ ମଙ୍ଗଳବାର ସନ୍ଧ୍ୟାରେ ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସରେ ପିଏମ ମୋଦୀ ପୋଷ୍ଟ କରିଛନ୍ତି। ଏହା ସହିତ ସେ କ୍ୟାପସନରେ ଲେଖିଛନ୍ତି ଯେ, “ମୋର ଯୁବ ଓ ଶକ୍ତିଶାଳୀ ସହକର୍ମୀ ଅନୁରାଗ ଠାକୁରଙ୍କ କଥା ଶୁଣିବାକୁ ପଡ଼ିବ। ସେ ଏକ ଚମତ୍କାର ଢଙ୍ଗରେ ତଥ୍ୟ ଉପସ୍ଥାପନ କରି ଇଣ୍ଡିଆ ମେଣ୍ଟର ଅଶୁଭ ରାଜନୀତିକୁ ଉଜାଗର କରିଛନ୍ତି।”

https://x.com/narendramodi/status/1818287081036386406

ମଙ୍ଗଳବାର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ହମିରପୁର ସାଂସଦ ଅନୁରାଗ ଠାକୁର ବଜେଟରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ସମୟରେ ସେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି। ଏହି ସମୟରେ ଠାକୁର ମହାଭାରତ ଏବଂ ଅଭିମନ୍ୟୁଙ୍କୁ ଉଲ୍ଲେଖ କରିବାବେଳେ କଂଗ୍ରେସ ଦଳର ପୂର୍ବତନ ମୁଖ୍ୟ ରାହୁଲ ଗାନ୍ଧୀଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ତାଙ୍କ ଅଭିଭାଷଣରେ ଅନୁରାଗ ଠାକୁର ମଧ୍ୟ ତାଙ୍କ ଚକ୍ରବ୍ୟୁହ କଟାକ୍ଷ ଉପରେ ଆକ୍ରମଣ କରିଛନ୍ତି ଏବଂ କଂଗ୍ରେସ ସହ ଗାନ୍ଧୀ ପରିବାରକୁ ଚକ୍ରବ୍ୟୁହ ବୋଲି ବର୍ଣ୍ଣନା କରିଛନ୍ତି। ସମ୍ବୋଧନ ବେଳେ ଅନୁରାଗ ଠାକୁର ରାହୁଲ ଗାନ୍ଧୀଙ୍କ ଜାତି ଜନଗଣନା ପ୍ରସଙ୍ଗରେ ମଧ୍ୟ ଚର୍ଚ୍ଚା କରିଛନ୍ତି ଏବଂ କାହାର ନାମ ନ ନେଇ କହିଥିଲେ ଯେ ଯିଏ ନିଜର ଜାତି ଜାଣେ ନାହିଁ, ସେ ଜନଗଣନା ବିଷୟରେ ଚର୍ଚ୍ଚା କରନ୍ତି।

ରାହୁଲ ଗାନ୍ଧୀ ଏବଂ ଅଖିଳେଶ ଯାଦବଙ୍କୁ ଆକ୍ରମଣ:

ରାହୁଲ ଗାନ୍ଧୀଙ୍କ ସମେତ ବହୁ ବିରୋଧୀଦଳ ନେତା ଅନୁରାଗ ଠାକୁରଙ୍କ ଏହି ବିବୃତ୍ତି ଉପରେ ଆକ୍ରମଣ କରିଥିଲେ। ରାହୁଲ ଗାନ୍ଧୀ କହିଛନ୍ତି ଯେ, ଶାସକ ଦଳ ତାଙ୍କୁ ଯେତିକି ଚାହିଁବେ ତାଙ୍କୁ ଗାଳି ଦେଇପାରନ୍ତି, କିନ୍ତୁ ସେ ଜନଗଣନା ପ୍ରସଙ୍ଗ ଉଠାଇବେ। ଏଥିସହିତ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଅନୁରାଗ ଠାକୁରଙ୍କୁ ଆକ୍ରମଣ କରିଥିଲେ ଏବଂ କଠୋର ସ୍ୱରରେ କହିଥିଲେ ଯେ, କେହି କାହାର ଜାତି ବିଷୟରେ କିପରି ପଚାରି ପାରିବେ? ତେବେ ବିଜେପି ଶ୍ରୀ ଠାକୁରଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି।

Categories
ଆଜିର ଖବର ଜାତୀୟ ଖବର

ପ୍ରେସ୍ ସେବା ପୋର୍ଟାଲ ମାଧ୍ୟମରେ ଅନଲାଇନରେ ହେବ ଖବରକାଗଜ ଓ ପତ୍ରିକାର ପଞ୍ଜୀକରଣ

ଦିଲ୍ଲୀ: ଭାରତ ସରକାର ଐତିହାସିକ ପ୍ରେସ୍ ଆଣ୍ଡ  ରେଜିଷ୍ଟ୍ରେସନ୍ ଅଫ୍ ପିରିୟଡିକାଲ୍ ଆକ୍ଟ (ପିଆରପି ନିୟମ), ୨୦୨୩  ଏବଂ ଏହାର ନିୟମାବଳୀକୁ ଗେଜେଟରେ ବିଜ୍ଞପ୍ତି ଜାରି କରି ସୂଚିତ କରିଛନ୍ତି ଏବଂ ଫଳସ୍ୱରୂପ ଏହି ଆଇନ ୨୦୨୪ ମାର୍ଚ୍ଚ ପହିଲାରୁ ଲାଗୁ ହୋଇଛି।

ଏଣିକି ପତ୍ରିକା ଗୁଡ଼ିକର ପଞ୍ଜୀକରଣ ପ୍ରେସ୍ ଆଣ୍ଡ  ରେଜିଷ୍ଟ୍ରେସନ୍ ଅଫ୍ ପରିୟଡିକାଲ୍ ନିୟମ (ପିଆରପି ଆକ୍ଟ), ୨୦୨୩ ଏବଂ ପ୍ରେସ୍ ଆଣ୍ଡ  ରେଜିଷ୍ଟ୍ରେସନ୍ ଅଫ୍ ପିରିୟଡିକାଲ୍ ନିୟମାବଳୀର ବ୍ୟବସ୍ଥା ଅନୁଯାୟୀ ନିୟନ୍ତ୍ରିତ ହେବ। ବିଜ୍ଞପ୍ତି ଅନୁଯାୟୀ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ- ପିଆରଜିଆଇ (ତତ୍କାଳୀନ ରେଜିଷ୍ଟ୍ରାର ଅଫ୍ ନ୍ୟୁଜ୍‌ପେପର୍ସ ଫର୍ ଇଣ୍ଡିଆ- ଆର୍‌ଏନ୍‌ଆଇ)ଙ୍କ କାର୍ଯ୍ୟାଳୟ ନୂଆ ଆଇନର ତଦାରଖ କରିବ।

ଡିଜିଟାଲ ଇଣ୍ଡିଆ ନୀତି ଅନୁଯାୟୀ, ନୂତନ ଆଇନରେ ଦେଶରେ ଖବରକାଗଜ ଏବଂ ଅନ୍ୟାନ୍ୟ ପତ୍ରିକାର ପଞ୍ଜୀକରଣ ସୁବିଧା ପାଇଁ ଏକ ଅନଲାଇନ୍ ବ୍ୟବସ୍ଥା କରାଯାଇଛି । ବିଭିନ୍ନ ପର୍ଯ୍ୟାୟରେ ଏକାଧିକ ପଦକ୍ଷେପ ଏବଂ ଅନୁମୋଦନ ସହିତ ଜଡିତ ପ୍ରଚଳିତ ମାନୁଆଲ, ଜଟିଳ ପ୍ରକ୍ରିୟାକୁ ଏହି ନୂତନ ବ୍ୟବସ୍ଥା ବଦଳାଇ ଦେଇଛି ଯାହା ପ୍ରକାଶକ ମାନଙ୍କ ପାଇଁ ଅନାବଶ୍ୟକ ଅସୁବିଧା ସୃଷ୍ଟି କରିଥାଏ।

ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ନୂଆ ଆଇନ ଅନୁଯାୟୀ ବିଭିନ୍ନ ଆବେଦନ ଗ୍ରହଣ ନିମନ୍ତେ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲଙ୍କ ଅନଲାଇନ୍ ପୋର୍ଟାଲ ପ୍ରେସ୍ ସେବା ପୋର୍ଟାଲ (presssewa.prgi.gov.in) ର ଶୁଭାରମ୍ଭ କରିଥିଲେ। ପତ୍ରିକାର ପ୍ରିଣ୍ଟରଙ୍କ ଦ୍ୱାରା ସୂଚନା, ବିଦେଶୀ ପତ୍ରିକାର ଆନୁଷ୍ଠାନିକ ସଂସ୍କରଣ ପଞ୍ଜୀକରଣ ପାଇଁ ଆବେଦନ, ପତ୍ରିକା ପଞ୍ଜୀକରଣ ପ୍ରମାଣପତ୍ର ପାଇବା ପାଇଁ ପ୍ରକାଶକଙ୍କ ଦ୍ୱାରା ଆବେଦନ, ପଞ୍ଜୀକରଣ ପ୍ରମାଣପତ୍ର ସଂଶୋଧନ ପାଇଁ ଆବେଦନ, ପତ୍ରିକାର ମାଲିକାନା ହସ୍ତାନ୍ତର ପାଇଁ ଆବେଦନ, ପତ୍ରିକାର ପ୍ରକାଶକଙ୍କ ଦ୍ୱାରା ବାର୍ଷିକ ବିବରଣୀ ପ୍ରଦାନ ସମେତ ସମସ୍ତ ଆବେଦନ, ଏବଂ ଏକ ପତ୍ରିକାର ପ୍ରସାରଣ ଯାଞ୍ଚ ପାଇଁ ଡେସ୍କ ଅଡିଟ୍ ପ୍ରକ୍ରିୟା ପ୍ରେସ୍ ସେବା ପୋର୍ଟାଲ ମାଧ୍ୟମରେ ଅନଲାଇନରେ ହେବ ।

ପ୍ରେସ୍ ସେବା ପୋର୍ଟାଲ କାଗଜବିହୀନ ପ୍ରକ୍ରିୟାକରଣକୁ ସୁନିଶ୍ଚିତ କରେ ଏବଂ ଇ-ସାଇନ୍ ସୁବିଧା, ଡିଜିଟାଲ ପେମେଣ୍ଟ ଗେଟ୍ ୱେ, ତୁରନ୍ତ ଡାଉନଲୋଡ୍ ପାଇଁ କ୍ୟୁଆର୍ କୋଡ୍ ଆଧାରିତ ଡିଜିଟାଲ୍ ସାର୍ଟିଫିକେଟ୍‌, ପ୍ରିଣ୍ଟିଂ ପ୍ରେସ୍ ଦ୍ୱାରା ସୂଚନା ପ୍ରଦାନ ପାଇଁ ଅନଲାଇନ୍ ବ୍ୟବସ୍ଥା, ଶୀର୍ଷକ ଉପଲବ୍ଧତାର ସମ୍ଭାବନାର ପ୍ରତିଶତ, ସମସ୍ତ ପ୍ରକାଶକଙ୍କ ପାଇଁ ପଞ୍ଜୀକରଣ ଡାଟା ଅନଲାଇନ୍‌ରେ ଆକସେସ କରିବା, ବାର୍ଷିକ ବିବରଣୀ ଦାଖଲ ଆଦି ସେବା ପ୍ରଦାନ କରେ । ଏହା ବ୍ୟତୀତ ଏକ ଚାଟ୍ ବଟ୍ ଆଧାରିତ ଇଣ୍ଟରଆକ୍ଟିଭ୍ ଅଭିଯୋଗ ସମାଧାନ ବ୍ୟବସ୍ଥା ମଧ୍ୟ ରଖିବା ପାଇଁ ଲକ୍ଷ୍ୟ ରଖାଯାଇଛି । ପ୍ରେସ୍ ସେବା ପୋର୍ଟାଲ ସହିତ ଏକ ନୂତନ ୱେବସାଇଟ୍ (prgi.gov.in) ରହିଛି ଯେଉଁଥିରେ ସମସ୍ତ ସମ୍ବନ୍ଧୀୟ ସୂଚନା ଏବଂ ଏକ ଉପଭୋକ୍ତା – ଅନୁକୂଳ ଇଣ୍ଟରଫେସ୍ ରହିଛି ।

ନୂଆ ପିଆରପି ଆଇନ ପୁରୁଣା ପିଆରବି ଆଇନ ଦ୍ୱାରା ଆବଶ୍ୟକ ହେଉଥିବା ପଞ୍ଜୀକରଣ ପରିସରରୁ ପୁସ୍ତକ ଏବଂ ପତ୍ରିକାକୁ ହଟାଇ ଦେଇଛି; ନୂତନ ଅଧିନିୟମରେ ଏକ ପତ୍ରିକାକୁ “ଏକ ଖବରକାଗଜ ସମେତ କୌଣସି ପ୍ରକାଶନ ଯାହା ନିୟମିତ ବ୍ୟବଧାନରେ ସାର୍ବଜନୀନ ଖବର କିମ୍ବା ସାର୍ବଜନୀନ ଖବର ଉପରେ ମନ୍ତବ୍ୟ ସହିତ ପ୍ରକାଶିତ ଏବଂ ମୁଦ୍ରିତ ହୁଏ କିନ୍ତୁ ଏଥିରେ କୌଣସି ପୁସ୍ତକ କିମ୍ବା ବିଜ୍ଞାନଭିତ୍ତିକ, ବୈଷୟିକ ଏବଂ ଶିକ୍ଷାଭିତ୍ତିକ ଜର୍ଣ୍ଣାଲ୍ ଅନ୍ତର୍ଭୁକ୍ତ ହୋଇନଥାଏ ବୋଲି ସଜ୍ଞାକୃତ କରାଯାଇଛି । ତେଣୁ ” ବିଜ୍ଞାନଭିତ୍ତିକ, ବୈଷୟିକ ଏବଂ ଶିକ୍ଷାଭିତ୍ତିକ ପୁସ୍ତକ କିମ୍ବା ଜର୍ଣ୍ଣାଲ୍ ” ପିଆରଜିଆଇରେ ପଞ୍ଜୀକରଣ ଆବଶ୍ୟକ କରେ ନାହିଁ ।

ନୂଆ ଆଇନ ଅନୁଯାୟୀ ପତ୍ରିକା ପଞ୍ଜୀକରଣ ପାଇଁ ସମସ୍ତ ଆବେଦନ କେବଳ ପ୍ରେସ୍ ସେବା ପୋର୍ଟାଲ ଜରିଆରେ ଅନଲାଇନ ମାଧ୍ୟମରେ କରାଯିବ । ତଦନୁଯାୟୀ ପତ୍ରିକା ପ୍ରକାଶ କରିବାକୁ ଚାହୁଁଥିବା ପ୍ରକାଶକମାନେ ଏହାକୁ ପ୍ରକାଶ କରିବା ପୂର୍ବରୁ ନିଜର ଶୀର୍ଷକ ପଞ୍ଜୀକରଣ କରିବା ଆବଶ୍ୟକ । ଯେହେତୁ ପଞ୍ଜୀକରଣ ପ୍ରକ୍ରିୟା ଅନ୍‌ଲାଇନ୍ ଏବଂ ସଫ୍ଟୱେୟାର୍ ମାଧ୍ୟମରେ ପରିଚାଳିତ ହେବ, ତେଣୁ ଆପ୍ଲିକେସନ୍‌ରେ ଅସଙ୍ଗତି ହେବାର ସମ୍ଭାବନା ଯଥେଷ୍ଟ ହ୍ରାସ ପାଇବ ଯାହା ଫଳରେ ଆପ୍ଲିକେସନ୍ ଗୁଡ଼ିକର ଦ୍ରୁତ ପ୍ରକ୍ରିୟାକରଣ ହେବ । ସମସ୍ତ ପର୍ଯ୍ୟାୟରେ ଆବେଦନର ସ୍ଥିତି ଅପଡେଟ୍ କରାଯିବ ଏବଂ ସ୍ୱଚ୍ଛତା ସୁନିଶ୍ଚିତ କରିବା ଏବଂ ଭୁଲ ଯୋଗାଯୋଗ କାରଣରୁ ବିଳମ୍ବ ଦୂର କରିବା ପାଇଁ ଆବେଦନକାରୀଙ୍କୁ ଏସ୍‌ଏମ୍‌ଏସ୍ ଏବଂ ଇମେଲ ମାଧ୍ୟମରେ ଅବଗତ କରାଯିବ ।

ନୂତନ ପ୍ରେସ୍ ସେବା ପୋର୍ଟାଲ ମାଧ୍ୟମରେ ପତ୍ରିକା ପଞ୍ଜୀକରଣରେ ସମ୍ପୃକ୍ତ ପଦକ୍ଷେପଗୁଡ଼ିକ ନିମ୍ନଲିଖିତ ପ୍ରକାରର ଅଟେ:

– ଏକ ପତ୍ରିକାର ମାଲିକଙ୍କ ଦ୍ୱାରା ସାଇନ୍ ଅପ୍ ଏବଂ ପ୍ରୋଫାଇଲ୍ ସୃଷ୍ଟି: ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିବା ପାଇଁ, ପ୍ରସ୍ତାବିତ ପତ୍ରିକାର ମାଲିକଙ୍କୁ ପ୍ରାଥମିକତା କ୍ରମରେ ୫ଟି ପ୍ରସ୍ତାବିତ ଶୀର୍ଷକ ସହିତ ଆବଶ୍ୟକ ଅନୁଯାୟୀ ପ୍ରାସଙ୍ଗିକ ଦସ୍ତାବିଜ / ବିବରଣୀ ପ୍ରଦାନ କରି ପ୍ରେସ୍ ସେବା ପୋର୍ଟାଲରେ ସାଇନ୍ ଅପ୍ ଏବଂ ଏକ ପ୍ରୋଫାଇଲ୍ ସୃଷ୍ଟି କରିବା ଆବଶ୍ୟକ । ଏହି ଶୀର୍ଷକ ବିକଳ୍ପଗୁଡ଼ିକ ଭାରତର ଯେକୌଣସି ସ୍ଥାନରେ କିମ୍ବା ସେହି ରାଜ୍ୟର ଅନ୍ୟ କୌଣସି ଭାଷାରେ ପତ୍ରିକାର ଅନ୍ୟ କୌଣସି ମାଲିକଙ୍କ ପାଖରେ ଥିବା ଶୀର୍ଷକ ସହିତ ସମାନ ହେବ ନାହିଁ କିମ୍ବା ସାମଞ୍ଜସ୍ୟ ରହିବ ନାହିଁ, ଏବଂ ଏହି ଶୀର୍ଷକ ବିକଳ୍ପଗୁଡ଼ିକ ଏହି ଉଦ୍ଦେଶ୍ୟରେ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲଙ୍କ ଦ୍ୱାରା ପ୍ରସ୍ତୁତ ନିର୍ଦ୍ଦେଶାବଳୀ ଅନୁଯାୟୀ ହେବ ।

– ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲ ଏବଂ ଜିଲ୍ଲାରେ ନିର୍ଦ୍ଦିଷ୍ଟ କର୍ତ୍ତୃପକ୍ଷଙ୍କ ନିକଟରେ ଏକକାଳୀନ ଦାଖଲ: ପ୍ରେସ୍ ସେବା ପୋର୍ଟାଲ ମାଧ୍ୟମରେ ଦାଖଲ କରାଯାଇଥିବା ଆବେଦନଗୁଡ଼ିକ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲ ଏବଂ ଜିଲ୍ଲାର ନିର୍ଦ୍ଦିଷ୍ଟ କର୍ତ୍ତୃପକ୍ଷଙ୍କ ନିକଟରେ ଏକାସାଙ୍ଗରେ ଉପଲବ୍ଧ ହେବ । ତେଣୁ ଅନ୍ୟ କୌଣସି ଅଫିସ/ପୋର୍ଟାଲରେ ପୃଥକ ଭାବେ ଆବେଦନ କରିବାର ଆବଶ୍ୟକତା ନାହିଁ ।

– ମାଲିକଙ୍କ ଦ୍ୱାରା ପ୍ରକାଶକ/ପ୍ରକାଶକ ମାନଙ୍କୁ ନିମନ୍ତ୍ରଣ: ପ୍ରୋଫାଇଲ୍ ସୃଷ୍ଟି ହେବା ପରେ, ମାଲିକ ପୋର୍ଟାଲ ମାଧ୍ୟମରେ ସେମାନଙ୍କ ପତ୍ରିକା/ସମ୍ବାଦ ସହିତ ଜଡ଼ିତ ସେମାନଙ୍କର ମନୋନୀତ ପ୍ରକାଶକ/ ପ୍ରକାଶକ ମାନଙ୍କୁ ନିମନ୍ତ୍ରଣ ପ୍ରଦାନ କରିବେ ।

– ପ୍ରିଣ୍ଟର (ପ୍ରିଣ୍ଟିଂ ପ୍ରେସର ମାଲିକ/ତତ୍ତ୍ୱାବଧାରକ)ଙ୍କ ଦ୍ୱାରା ସାଇନ୍ ଅପ୍ ଏବଂ ଅନଲାଇନ୍ ସୂଚନା: ପ୍ରିଣ୍ଟର (ପ୍ରିଣ୍ଟିଂ ପ୍ରେସର ମାଲିକ/ ତତ୍ତ୍ୱାବଧାରକ) ପୋର୍ଟାଲରେ ଆବଶ୍ୟକ ଅନୁଯାୟୀ ପ୍ରାସଙ୍ଗିକ ବିବରଣୀ ପ୍ରଦାନ କରି ପ୍ରେସ୍ ସେବା ପୋର୍ଟାଲରେ ଏକ ଅନଲାଇନ୍ ଆକାଉଣ୍ଟ ସୃଷ୍ଟି କରିବା ଆବଶ୍ୟକ ।

– ପ୍ରକାଶକଙ୍କ ଦ୍ୱାରା ସାଇନ୍ ଅପ୍ ଏବଂ ପ୍ରୋଫାଇଲ୍ ସୃଷ୍ଟି: ଏପରି ନିମନ୍ତ୍ରିତ/ନିଯୁକ୍ତ ପ୍ରକାଶକ/ମାନଙ୍କୁ ପ୍ରାସଙ୍ଗିକ ଦସ୍ତାବିଜ/ବିବରଣୀ ପ୍ରଦାନ କରି ପୋର୍ଟାଲରେ ନିଜର ପ୍ରୋଫାଇଲ୍ ତିଆରି କରିବା ଆବଶ୍ୟକ।

– ପ୍ରକାଶକଙ୍କ ଦ୍ୱାରା ପ୍ରିଣ୍ଟର ଚୟନ/ମନୋନୀତ କରିବା: ପଞ୍ଜୀକରଣ ପ୍ରକ୍ରିୟାର ଏକ ଅଂଶ ଭାବରେ, ପ୍ରକାଶକମାନେ ପ୍ରେସ୍ ସେବା ଡାଟାବେସରୁ ସେମାନଙ୍କର ସମ୍ପୃକ୍ତ ପ୍ରିଣ୍ଟିଂ ପ୍ରେସ୍‌କୁ ମନୋନୀତ/ଚୟନ କରିବା ଆବଶ୍ୟକ ଯେଉଁଠାରେ ପ୍ରିଣ୍ଟିଂ ପ୍ରେସ୍ ଆକାଉଣ୍ଟ ପୂର୍ବରୁ ଡାଟାବେସରେ ଉପଲବ୍ଧ ରହିଥିବ । ନଚେତ୍‌, ସେମାନେ ପୋର୍ଟାଲରେ ଏକ ଅନଲାଇନ୍ ପ୍ରୋଫାଇଲ୍ ତିଆରି କରିବାକୁ ପ୍ରିଣ୍ଟର୍‌ଙ୍କୁ ଅନୁରୋଧ କରିପାରନ୍ତି, ଏବଂ ଏହା ପରେ ପ୍ରସ୍ତାବିତ ପତ୍ରିକା ପାଇଁ ସେମାନଙ୍କୁ ପ୍ରିଣ୍ଟର୍ ଭାବରେ ଚୟନ କରିପାରିବେ ।

– ପ୍ରକାଶକଙ୍କ ଦ୍ୱାରା ଦାଖଲ ହେବାକୁ ଥିବା ସମୟକାଳୀନ ପଞ୍ଜୀକରଣ ଆବେଦନ: ସେମାନଙ୍କ ପ୍ରୋଫାଇଲ୍ ସୃଷ୍ଟି ହେବା ପରେ ପ୍ରକାଶକ ସମସ୍ତ ପ୍ରାସଙ୍ଗିକ ବିବରଣୀ/ ଦସ୍ତାବିଜ ପୂରଣ/ ଦାଖଲ କରି, ଆବେଦନକୁ ଇ-ସ୍ୱାକ୍ଷର କରି ଏବଂ ଭାରତକୋଶ ମାଧ୍ୟମରେ ନିର୍ଦ୍ଧାରିତ ଶୁଳ୍କ ପ୍ରଦାନ କରି ପଞ୍ଜୀକରଣ ପାଇଁ ଆବେଦନ ଦାଖଲ କରିପାରିବେ।

– ଆବେଦନ ଦାଖଲ ପରେ ସଂଶୋଧନ ୱିଣ୍ଡୋ: ଆବେଦନ ଦାଖଲ ପରେ, ଆବେଦନରେ ସାମାନ୍ୟ ସଂଶୋଧନ କରିବା ପାଇଁ ପ୍ରକାଶକମାନଙ୍କ ପାଖରେ ୫ ଦିନ (୧୨୦ ଘଣ୍ଟିଆ ସମୟ-ୱିଣ୍ଡୋ) ଅଛି । ଏହି ଅବଧି ପରେ ଆପ୍ଲିକେସନରେ କୌଣସି ସଂଶୋଧନ ସମ୍ଭବ ନୁହେଁ ।

– ଏକ ଅନନ୍ୟ ଆପ୍ଲିକେସନ୍ ରେଫରେନ୍ସ ନମ୍ବର ସହିତ ସ୍ୱୀକୃତି: ଆବେଦନର ସଫଳ ଅପଲୋଡ୍ ପରେ, ପ୍ରେସ୍ ସେବା ପୋର୍ଟାଲ ଏକ ଅନନ୍ୟ ଦଶ ଅଙ୍କ ବିଶିଷ୍ଟ ଆଲ୍ଫାନ୍ୟୁମେରିକ୍ ଆପ୍ଲିକେସନ୍ ରେଫରେନ୍ସ ନମ୍ବର (ଏଆରଏନ) ସହିତ ଏକ ସ୍ୱୀକୃତି ସୃଷ୍ଟି କରିବ ଏବଂ ପ୍ରକାଶକ ଏବଂ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲ ଭବିଷ୍ୟତର ସମସ୍ତ ଚିଠିପତ୍ର ଏବଂ ରେଫରେନ୍ସ ପାଇଁ ଆବେଦନକାରୀ ରେଫରେନ୍ସ ନମ୍ବର ବ୍ୟବହାର କରିବେ ।

– ଆବେଦନରେ ତ୍ରୁଟି ଏବଂ ଠିକ୍ ସମୟରେ ପ୍ରତିକ୍ରିୟା: ପ୍ରାରମ୍ଭିକ ଯାଞ୍ଚ ପରେ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ (ପିଆରଜିଆଇ)ଙ୍କ କାର୍ଯ୍ୟାଳୟ ଆବଶ୍ୟକ ପଡ଼ିଲେ ଏକ ଅଭାବନୀୟ ଯୋଗାଯୋଗ ଜାରି କରିବ । ପ୍ରକାଶକମାନେ ୩୦ ଦିନର ସମୟ ସୀମା ମଧ୍ୟରେ ସେମାନଙ୍କର ଜବାବ ଦାଖଲ କରିବାକୁ ପଡିବ । ଏହି ନିର୍ଦ୍ଦିଷ୍ଟ ଅବଧିକୁ ପାଳନ କରିବାରେ ବିଫଳ ହେଲେ ଆବେଦନ ଖାରଜ ହୋଇଯିବ ।

– ଭାରତକୋଶ ମାଧ୍ୟମରେ ଅନଲାଇନ୍ ରେଜିଷ୍ଟ୍ରେସନ ଦେୟ  ପ୍ରଦାନ: ପ୍ରେସ୍ ସେବା ପୋର୍ଟାଲରେ ସମନ୍ୱିତ ଭାରତକୋଶ ଡିଜିଟାଲ ପେମେଣ୍ଟ ସିଷ୍ଟମ ମାଧ୍ୟମରେ ସମସ୍ତ ପ୍ରକାଶକଙ୍କ ପାଇଁ ୧୦୦୦ ଟଙ୍କା (କେବଳ ଏକ ହଜାର ଟଙ୍କା) ପଞ୍ଜୀକରଣ ଶୁଳ୍କ ପ୍ରଦାନ କରିବା ବାଧ୍ୟତାମୂଳକ ।

– ପଞ୍ଜୀକରଣ ବିବରଣୀ ସଂଶୋଧନ: ପ୍ରେସ୍ ସେବା ପୋର୍ଟାଲରେ ପଞ୍ଜୀକରଣ ବିବରଣୀ ସଂଶୋଧନ ପାଇଁ ଅନଲାଇନ୍ ସୁବିଧା ମଧ୍ୟ ପ୍ରଦାନ କରାଯାଇଥାଏ । ପଞ୍ଜୀକରଣ ସଂଶୋଧନ ପାଇଁ ସମସ୍ତ ଆବେଦନ ପତ୍ରପତ୍ରିକା ଗୁଡ଼ିକର ବିବରଣୀରେ ପରିବର୍ତ୍ତନ ସହିତ ପୋର୍ଟାଲ ମାଧ୍ୟମରେ କରାଯିବ । ଏହି ବିକଳ୍ପଗୁଡ଼ିକ ମାଲିକ/ ପ୍ରକାଶକ ପ୍ରୋଫାଇଲ୍‌ରେ ଉପଲବ୍ଧ ହେବ ।

ପ୍ରେସ୍ ଆଣ୍ଡ ରେଜିଷ୍ଟ୍ରେସନ୍ ଅଫ୍ ପିରିୟଡିକାଲ୍ସ ନିୟମ, ୨୦୨୩ ହେଉଛି ପଞ୍ଜୀକରଣ ପ୍ରକ୍ରିୟା ପ୍ରତି ପାରମ୍ପରିକ ଆଭିମୁଖ୍ୟରୁ ଏକ ଆଦର୍ଶ ପରିବର୍ତ୍ତନ ଆଣିବା ପାଇଁ ଏକ ପଦକ୍ଷେପ ଏବଂ ଏହା ପ୍ରକାଶକମାନଙ୍କ ପାଇଁ ଅଧିକ ଅନୁକୂଳ ବାତାବରଣ ସୃଷ୍ଟି କରିବ ଯାହା ବ୍ୟବସାୟ କରିବାରେ ସହଜତା ସୁନିଶ୍ଚିତ କରିବ । ନୂତନ ଆଇନ ପ୍ରଣୟନ ପ୍ରଚଳିତ ଆଇନ ଗୁଡ଼ିକରୁ ଅପ୍ରଚଳିତ ଏବଂ ପୁରୁଣା ବ୍ୟବସ୍ଥାଗୁଡ଼ିକୁ ହଟାଇବା ପାଇଁ ସରକାରଙ୍କ ପ୍ରୟାସକୁ ମଧ୍ୟ ପ୍ରମାଣିତ କରୁଛି ।

ବିସ୍ତୃତ ସୂଚନା ପାଇଁ ପ୍ରକାଶକ ଏବଂ ଅନ୍ୟ ଅଂଶୀଦାରମାନଙ୍କୁ ପ୍ରେସ୍ ଆଣ୍ଡ  ପତ୍ରିକା ଆଇନ ଏବଂ ପିଆରପି ନିୟମାବଳୀର ବ୍ୟବସ୍ଥାଗୁଡ଼ିକୁ ସତର୍କତାର ସହ ଅନୁଧ୍ୟାନ କରିବାକୁ ପରାମର୍ଶ ଦିଆଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଫିକ୍କିର ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ଫିକ୍କିର ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ବିକଶିତ ଭାରତ@୨୦୪୭: ବିକଶିତ ଭାରତ ଓ ଉଦ୍ୟୋଗ ଶୀର୍ଷକ ଆଲୋଚନାଚକ୍ରରେ ଯୋଗ ଦେଇ ଶ୍ରୀ ଠାକୁର ପ୍ରଥମେ ଟିକସଦାତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ କହିଥିଲେ ଯେ ସଚ୍ଚୋଟ ଟିକସଦାତାଙ୍କ ଯୋଗୁଁ ସରକାର ସଂଗୃହୀତ ଅର୍ଥର ପ୍ରତ୍ୟେକ ପଇସା ସାମାଜିକ କ୍ଷେତ୍ରରେ ବିନିଯୋଗ କରିବାରେ ସକ୍ଷମ ହୋଇଛନ୍ତି। ପୂର୍ବରୁ ଆବଣ୍ଟିତ ଅର୍ଥର ମାତ୍ର ଅଳ୍ପ କିଛି ଅଂଶ ହିତାଧିକାରୀ ମାନଙ୍କ ନିକଟରେ ପହଞ୍ଚୁଥିବା ବେଳେ , ଯେପରି ପ୍ରଦାନ କରାଯାଉଥିବା ସମସ୍ତ ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପହଂଚିବ ତାହାକୁ ସରକାର ସୁନିଶ୍ଚିତ କରିଛନ୍ତି।

ପ୍ରତିଶ୍ରୁତି ପୂରଣ କରିବା ପାଇଁ ସରକାରଙ୍କ ସଂକଳ୍ପର ଏକ ଉଦାହରଣ ବୋଲି ୟୁପିଆଇକୁ ଦର୍ଶାଇବା ସହିତ ସେ କହିଥିଲେ, ଯେତେବେଳେ ୟୁପିଆଇ ଆରମ୍ଭ ହୋଇଥିଲା ସେତେବେଳେ ଏହାର ଫଳପ୍ରଦତାକୁ ନେଇ ଅନେକ ସନ୍ଦେହ ଥିଲା, କିନ୍ତୁ ଆଜି ୟୁପିଆଇ ସମାଜର ସମସ୍ତ ବର୍ଗ ଏବଂ ଦେଶର କୋଣ ଅନୁକୋଣରେ ପ୍ରବେଶ କରିଛି। ଆଜି ବିଶ୍ୱର ମୋଟ ଡିଜିଟାଲ ଦେଣନେଣ ୪୬ ପ୍ରତିଶତ ଭାରତରେ ହେଉଛି ଏବଂ ଆମର ବୈଷୟିକ ଦକ୍ଷତାର ଅଭିବୃଦ୍ଧି ଉପରେ ବିଶ୍ୱ ନଜର ରଖିଛି ବୋଲି ସେ କହିଛନ୍ତି।

ଗରିବ ଲୋକମାନଙ୍କ ଜୀବନର ଉନ୍ନତି ଦିଗରେ ସରକାରଙ୍କ ପ୍ରମୁଖ ଉପଲବ୍ଧି ଗୁଡିକ ସମ୍ପର୍କରେ ଉଲ୍ଲେଖ କରି ମନ୍ତ୍ରୀ କହିଥିଲେ ଯେ ୪୦ ନିୟୁତ ଘର, ୧୦୦ ନିୟୁତ ଶୌଚାଳୟ, ୧୦୦ ନିୟୁତରୁ ଅଧିକ ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯାଇଥିବା ବେଳେ ୧୩୦ ନିୟୁତରୁ ଅଧିକ ନଳ ମାଧ୍ୟମରେ ଜଳ ସଂଯୋଗ ପ୍ରଦାନ କରାଯାଇଛି। ୬୦୦ ନିୟୁତରୁ ଅଧିକ ଆୟୁଷ୍ମାନ ଭାରତ ହିତାଧିକାରୀ ଅଛନ୍ତି ଏବଂ ୮୦୦ ନିୟୁତରୁ ଅଧିକ ଲୋକ ମାଗଣା ଖାଦ୍ୟ ପାଉଛନ୍ତି।

ଗତ ୧୦ ବର୍ଷ ମଧ୍ୟରେ ଦେଶରେ ଭିତ୍ତିଭୂମି ବିକାଶ ଉପରେ କେନ୍ଦ୍ର ସରକାରଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରି ସେ କହିଥିଲେ ଯେ , ଜାତୀୟ ରାଜପଥ ନିର୍ମାଣ ୯୦ ହଜାର କିଲୋମିଟରରୁ ୧୫୦ ହଜାର କିଲୋମିଟରକୁ ବୃଦ୍ଧି ପାଇଛି, ବିମାନବନ୍ଦର ସଂଖ୍ୟା ୭୪ ରୁ ୧୫୦କୁ ଦ୍ୱିଗୁଣିତ ହୋଇଛି, ଏମ୍ସ ସଂଖ୍ୟା ୭ ରୁ ୨୩ କୁ ବୃଦ୍ଧି ପାଇଛି ଏବଂ ଆଇଆଇଟି ସଂଖ୍ୟା ୧୨ ରୁ ୧୯କୁ ବୃଦ୍ଧି ପାଇଛି ଏବଂ ଗ୍ରାମୀଣ ରାସ୍ତାର ଦୈର୍ଘ୍ୟ ଦ୍ୱିଗୁଣିତ ହୋଇଛି। ଅନ୍ୟାନ୍ୟ ପଦକ୍ଷେପ ସହିତ ଏହି ସବୁ ପଦକ୍ଷେପ ଭାରତକୁ ଆଜି ବିଶ୍ୱର ଶ୍ରେଷ୍ଠ ପାଞ୍ଚଟି ଅର୍ଥନୀତି ମଧ୍ୟରେ ରଖିଛି।

ଦେଶକୁ ଏକ ଦୃଢ଼ ଏବଂ ଦକ୍ଷ ନେତୃତ୍ୱ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶ୍ରେୟ ଦେଇ ମନ୍ତ୍ରୀ ଶ୍ରୀ ଠାକୁର କହିଥିଲେ ଯେ ଆଜି ବିଦେଶରେ ଭାରତୀୟ ପାସପୋର୍ଟର ଗୁରୁତ୍ୱ ବୃଦ୍ଧି ପାଇଛି ଏବଂ ଭାରତ ନିଜର ଲୋକମାନଙ୍କୁ ଉଦ୍ଧାର କରି ଆଣିବା ପାଇଁ ସଂଘର୍ଷରେ ହସ୍ତକ୍ଷେପ କରୁଛି।

ଶ୍ରୀ ଠାକୁର କହିଥିଲେ ଯେ କୃଷି କ୍ଷେତ୍ରରେ ସରକାର ମୂଲ୍ୟ ଅତିରିକ୍ତ ୫୦% ପ୍ରତିଶ୍ରୁତି ପୂରଣ କରିଥିବା ବେଳେ ଆଜି ସରକାରୀ ସହାୟତାରେ ଘରୋଇ ଉଦ୍ୟୋଗ ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରୁଛି। ଗତ ୧୦ ବର୍ଷ ମଧ୍ୟରେ ସରକାର ଯେଉଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ତାହା ୨୦୪୭ ସୁଦ୍ଧା ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପଥରେ ନେଇଯିବ।

ଯେଉଁମାନେ ଭାରତରେ ପୁଞ୍ଜି ନିବେଶ କରିବାକୁ ଚାହୁଁଛନ୍ତି ସେମାନଙ୍କ ସହ ଭାଗିଦାରୀ ସ୍ଥାପନ କରିବାକୁ ଏବଂ ଭାରତର ପ୍ରତିଭା ଏବଂ ସାମର୍ଥ୍ୟକୁ ଉପଯୋଗ କରିବାକୁ ମନ୍ତ୍ରୀ ଆମର ଉଦ୍ୟୋଗ କ୍ଷେତ୍ରର ନେତୃତ୍ୱ ମାନଙ୍କୁ ଆହ୍ୱାନ ଦେଇଥିଲେ ଯାହା ଭାରତକୁ ଏକ ବିକଶିତ ଭାରତରେ ପରିଣତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

Categories
ଆଜିର ଖବର

ରୂପାନ୍ତରଣକାରୀ ପୋର୍ଟାଲର ଶୁଭାରମ୍ଭ: ପତ୍ରିକା /ଖବରକାଗଜ ପଞ୍ଜୀକରଣରେ ଆଣିବ ବ୍ୟାପକ ପରିବର୍ତ୍ତନ

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ୪ ଟି ରୂପାନ୍ତରଣକାରୀ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ଯାହା ଭାରତର ଗଣମାଧ୍ୟମ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବ। ଖବରକାଗଜ ପ୍ରକାଶକ ଏବଂ ଟିଭି ଚ୍ୟାନେଲଗୁଡିକ ପାଇଁ ଅଧିକ ଅନୁକୂଳ ବ୍ୟବସାୟିକ ବାତାବରଣ ସୃଷ୍ଟି କରି ବ୍ୟବସାୟ କରିବାରେ ସହଜତା ସୁନିଶ୍ଚିତ କରିବା, ସରକାରୀ ଯୋଗାଯୋଗରେ ସ୍ୱଚ୍ଛତା ଏବଂ ଦକ୍ଷତା ବୃଦ୍ଧି କରିବା, ପ୍ରାମାଣିକ ସରକାରୀ ଭିଡିଓଗୁଡିକୁ ସହଜରେ  ଉପଲବ୍ଧ କରାଇବା ଏବଂ ସ୍ଥାନୀୟ କେବୁଲ ଅପରେଟର (ଏଲସିଓ)ର ଏକ ବିସ୍ତୃତ ଡାଟାବେସ୍ ପ୍ରସ୍ତୁତ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ।

ଏହି ଅବସରରେ ଉପସ୍ଥିତ ଦର୍ଶକଙ୍କୁ ସମ୍ବୋଧିତ କରି ମନ୍ତ୍ରୀ କହିଥିଲେ ଯେ ଆଜି ଭାରତକୁ ପୁଞ୍ଜିନିବେଶ ପାଇଁ ଏକ ଆକର୍ଷଣୀୟ ସ୍ଥାନ ଭାବରେ ଦେଖାଯାଉଛି ଏବଂ ବିଶ୍ୱସ୍ତରୀୟ କମ୍ପାନୀମାନେ ଏଠାରେ ବ୍ୟବସାୟ ପ୍ରତିଷ୍ଠା କରିବାକୁ ଆଗ୍ରହୀ। ପରିବର୍ତନଶୀଳ ଶାସନ ଏବଂ ଅର୍ଥନୈତିକ ସଂସ୍କାର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁରୁତ୍ୱକୁ ସ୍ମରଣ କରି ସେ କହିଥିଲେ ଯେ ଏହା ଦ୍ୱାରା ଉଭୟ ବର୍ତ୍ତମାନର ବ୍ୟବସାୟ ଏବଂ ନୂତନ ଉଦ୍ୟୋଗୀଙ୍କ ନିବେଶ ବୃଦ୍ଧି ପାଇଛି । ବିଶେଷକରି ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ବିକଶିତ ହୋଇଛି ଏବଂ ଷ୍ଟାର୍ଟଅପ୍ ଏବଂ ୟୁନିକର୍ନ୍ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି ବୋଲି ସେ କହିଛନ୍ତି।

ଇଜ୍ ଅଫ୍ ଡୁଇଂ ବିଜନେସ୍ ଇଣ୍ଡେକ୍ସ ଏବଂ ଲଜିଷ୍ଟିକ୍ ପରଫର୍ମାନ୍ସ ଇଣ୍ଡେକ୍ସ ଭଳି ଆନ୍ତର୍ଜାତିକ ସୂଚକାଙ୍କରେ ଉନ୍ନତି ଆଣିବା ଦ୍ୱାରା ଏହା ବିଶ୍ୱସ୍ତରରେ ସ୍ୱୀକୃତି ଲାଭ କରିଛି ବୋଲି ଶ୍ରୀ ଠାକୁର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାରୀ ଇ-ମାର୍କେଟପ୍ଲେସ୍ (ଜିଇଏମ୍) ଭଳି ପ୍ଲାଟଫର୍ମର ସଫଳତା ଏମ୍ଏସ୍ଏମ୍ଇ ଏବଂ କ୍ଷୁଦ୍ର ବ୍ୟବସାୟପାଇଁ ଏକ ସମାନ ସୁଯୋଗ ସୃଷ୍ଟି କରିବା ପାଇଁ ସରକାରଙ୍କ ପ୍ରୟାସକୁ ପ୍ରତିଫଳିତ କରୁଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱ କେବଳ ଅର୍ଥନୈତିକ ସଂସ୍କାର ଉପରେ ଗୁରୁତ୍ୱ ଦେଇନାହିଁ ବରଂ ଉଦ୍ୟୋଗୀମାନଙ୍କୁ ଜାତୀୟ ବିକାଶରେ ଅଂଶୀଦାର ଭାବରେ ସ୍ୱୀକୃତି ଦେଇ ଏକ ମାନସିକତା ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଉପରେ ମଧ୍ୟ ଧ୍ୟାନ ଦେଇଛି। ଏହି ଆଭିମୁଖ୍ୟ ଦ୍ୱାରା ସମ୍ପତ୍ତି ସୃଷ୍ଟି, ନିଯୁକ୍ତି ସୁଯୋଗ ଏବଂ ଅଧିକ ଆୟ ବୃଦ୍ଧି ପାଇଛି, ଯାହା ଦେଶର ସାମଗ୍ରିକ କଲ୍ୟାଣ ଏବଂ ବିକାଶକୁ ଉପକୃତ କରିଛି।

ଏହା ପୂର୍ବରୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ସଞ୍ଜୟ ଜାଜୁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଏହି ପଦକ୍ଷେପ ଗୁଡ଼ିକ ଆମକୁ ଗଣମାଧ୍ୟମ ସହିତ ଆମର ସମ୍ପର୍କକୁ ସୁବ୍ୟବସ୍ଥିତ ଏବଂ ବୃଦ୍ଧି କରିବାରେ ସାହାଯ୍ୟ କରିବ। ଏହା କେବଳ ସ୍ୱଚ୍ଛତା ଏବଂ ଅଭିନବତାକୁ ପ୍ରୋତ୍ସାହିତ କରିବ ନାହିଁ ଏବଂ ବିଭାଗଗୁଡିକର କାର୍ଯ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ।

ପ୍ରେସ୍ ସେବା ପୋର୍ଟାଲ: ଖବରକାଗଜ ପଞ୍ଜୀକରଣକୁ ସୁବ୍ୟବସ୍ଥିତ କରିବା ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ (ପିଆରଜିଆଇ – ତତ୍କାଳୀନ ଆରଏନଆଇ) ଦ୍ୱାରା ପ୍ରେସ୍ ଆଣ୍ଡ ରେଜିଷ୍ଟ୍ରେସନ୍ ଅଫ୍ ପିରିଓଡିକାଲ୍ସ ଆକ୍ଟ, ୨୦୨୩ (ପିଆରପି ଆକ୍ଟ, ୨୦୨୩) ଅଧୀନରେ ବିକଶିତ ପ୍ରେସ୍ ସେବା ପୋର୍ଟାଲ ଖବରକାଗଜ ପଞ୍ଜୀକରଣ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ପ୍ରକ୍ରିୟା ପାଇଁ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଅଟୋମେସନ୍ କରିବା ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ। ପିଆରପି ଆକ୍ଟ ୨୦୨୩ ଅଧୀନରେ ଡିଜାଇନ୍ କରାଯାଇଥିବା ଏହି ପୋର୍ଟାଲର ଉଦ୍ଦେଶ୍ୟ ହେଉଛି ପୁରୁଣା ପିଆରବି ଆଇନ, ୧୮୬୭ ଅଧୀନରେ ପ୍ରଚଳିତ ଜଟିଳ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ କରିବା।

ପ୍ରେସ୍ ସେବା ପୋର୍ଟାଲର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ହେଲା:

ଅନଲାଇନ ଆବେଦନ: ପ୍ରକାଶକମାନେ ଆଧାର ଆଧାରିତ ଇ-ଦସ୍ତଖତ ବ୍ୟବହାର କରି ଅନଲାଇନରେ ଟାଇଟଲ ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ ।

ସମ୍ଭାବ୍ୟତା ମିଟର: ଶୀର୍ଷକ ଉପଲବ୍ଧତାର ସମ୍ଭାବନା କୁ ସୂଚିତ କରେ।

ଆପ୍ଲିକେସନ୍ ସ୍ଥିତିର ରିଅଲଟାଇମ୍ ଟ୍ରାକିଂ: ଏକ ସହଜରେ ଡିଜାଇନ୍ ହୋଇଥିବା ଡ୍ୟାସବୋର୍ଡ ମାଧ୍ୟମରେ ଉପଲବ୍ଧ।

ଉତ୍ସର୍ଗୀକୃତ ଡିଏମ୍ ମଡ୍ୟୁଲ୍: ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ଏକ କେନ୍ଦ୍ରୀୟ ଡ୍ୟାସ୍ ବୋର୍ଡରେ ପ୍ରକାଶକମାନଙ୍କଠାରୁ ପ୍ରାପ୍ତ ଆବେଦନଗୁଡ଼ିକୁ ପରିଚାଳନା କରିବାକୁ ସକ୍ଷମ କରେ।

ନୂତନ ୱେବସାଇଟ୍ : ପୋର୍ଟାଲ ସହିତ, ୱେବସାଇଟ ପ୍ରାସଙ୍ଗିକ ସୂଚନାକୁ ସହଜରେ ଆକସେସ୍ ପ୍ରଦାନ କରେ, ଯେଉଁଥିରେ ଉପଭୋକ୍ତା-ଅନୁକୂଳ ବାର୍ତ୍ତାଳାପ ପାଇଁ ଏକ ଏଆଇ-ଆଧାରିତ ଚାଟବଟ୍ ରହିଛି।

ଅଟୋମେସନର ଲାଭ : ଟାଇଟଲ୍ ପଞ୍ଜୀକରଣ ପାଇଁ ଅନଲାଇନ୍ ସେବା, ଇ-ସାଇନ୍ ସୁବିଧା ସହିତ କାଗଜବିହୀନ ପ୍ରକ୍ରିୟା, ସିଧାସଳଖ ପେମେଣ୍ଟ ଗେଟୱେର ଏକୀକରଣ, କ୍ୟୁଆର୍ କୋଡ୍ ଆଧାରିତ ଡିଜିଟାଲ୍ ସାର୍ଟିଫିକେଟ୍, ପ୍ରିଣ୍ଟିଂ ପ୍ରେସ୍ ବିଷୟରେ ଅନଲାଇନ୍ ସୂଚନା ସକ୍ଷମ କରୁଥିବା ପ୍ରେସ୍ କିପର / ମାଲିକଙ୍କ ପାଇଁ ମଡ୍ୟୁଲ୍, ଖବରକାଗଜ ପଞ୍ଜୀକରଣର ଦକ୍ଷ ଟ୍ରାକିଂ ଏବଂ ଚାଟବଟ୍ ଆଧାରିତ ଇଣ୍ଟରଆକ୍ଟିଭ୍ ଅଭିଯୋଗ ସମାଧାନ ସଫ୍ଟୱେୟାର୍ ମାଧ୍ୟମରେ ଶୀଘ୍ର ଅଭିଯୋଗ ସମାଧାନ।

ସ୍ବଚ୍ଛ  ଏମ୍ପାନେଲମେଣ୍ଟ ମିଡିଆ ପ୍ଲାନିଂ ଏବଂ ଇବିଲିଂ ସିଷ୍ଟମ : ମିଡିଆ ପ୍ଲାନିଂରେ ବୈପ୍ଳବିକ ପରିବର୍ତ୍ତନ ପ୍ରେସ ସେବା ପୋର୍ଟାଲ ବ୍ୟତୀତ ମନ୍ତ୍ରଣାଳୟ କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋ ପାଇଁ ସ୍ୱଚ୍ଛ ଅନୁମୋଦନ, ମିଡିଆ ପ୍ଲାନିଂ ଏବଂ ଇବିଲିଂ ସିଷ୍ଟମ ଆରମ୍ଭ କରୁଛି । ସିବିସି ମନ୍ତ୍ରଣାଳୟ, ବିଭାଗ, ପିଏସୟୁ ଏବଂ ସ୍ୱୟଂଶାସିତ ସଂସ୍ଥାଗୁଡ଼ିକୁ ବ୍ୟାପକ 360 ଡିଗ୍ରୀ ମିଡିଆ ଏବଂ ଯୋଗାଯୋଗ ସମାଧାନ ପ୍ରଦାନ କରେ।  ସିବିସିର ନୂତନ ବ୍ୟବସ୍ଥା ଗଣମାଧ୍ୟମ ଯୋଜନା ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ଦକ୍ଷତା ବୃଦ୍ଧି କରିବା ଏବଂ କାଗଜବିହୀନ ଏବଂ ଚେହେରାହୀନ ପରିବେଶରେ ବ୍ୟବସାୟ କରିବା ପାଇଁ ମିଡିଆ ଶିଳ୍ପ ପାଇଁ ଏକ ଏଣ୍ଡ-ଟୁ-ଏଣ୍ଡ ଇଆରପି ସମାଧାନ ପ୍ରଦାନ କରିବା ପାଇଁ ଡିଜାଇନ୍ କରାଯାଇଛି। ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରେ ରହିଛି:

ସୁବ୍ୟବସ୍ଥିତ ପ୍ରସାରଣ ପ୍ରକ୍ରିୟା : ସ୍ୱଚ୍ଛତା ଏବଂ ଦକ୍ଷତା ସୁନିଶ୍ଚିତ କରିବା ପାଇଁ ଖବରକାଗଜ, ପତ୍ରିକା, ଟିଭି, ରେଡିଓ ଏବଂ ଡିଜିଟାଲ ମିଡିଆର ପ୍ରସାରଣ ପାଇଁ ଏକ ଅନଲାଇନ୍ ବ୍ୟବସ୍ଥା।

ସ୍ୱୟଂଚାଳିତ ମିଡିଆ ପ୍ଲାନିଂ: ସର୍ବନିମ୍ନ ମାନୁଆଲ ହସ୍ତକ୍ଷେପ ସହିତ ଗଣମାଧ୍ୟମ ଯୋଜନାର ଅନଲାଇନ୍ ଉତ୍ପାଦନ ପାଇଁ ଉନ୍ନତ ଉପକରଣ ଏବଂ ବୈଶିଷ୍ଟ୍ୟ, ଯାହାଫଳରେ ମିଡିଆ ଯୋଜନା ପ୍ରସ୍ତୁତ କରିବାରେ ସମୟ ବହୁତ ହ୍ରାସ ପାଇଥାଏ।

ସ୍ୱୟଂଚାଳିତ ବିଲିଂ:ନିରବଚ୍ଛିନ୍ନ ଏବଂ ସ୍ୱଚ୍ଛ ବିଲ୍ ଦାଖଲ, ଯାଞ୍ଚ ଏବଂ ଦେୟ ପାଇଁ ଏକ ଇ-ବିଲିଙ୍ଗ ପ୍ରକ୍ରିୟାକରଣ ବ୍ୟବସ୍ଥାର ଏକୀକରଣ।

ମୋବାଇଲ୍ ଆପ୍:ସଂଗଠିତ ମନିଟରିଂ ପାଇଁ ଟେମ୍ପର୍ ପ୍ରୁଫ୍ ଟାଇମଷ୍ଟାମ୍ପ ଏବଂ ଜିଓ ଟ୍ୟାଗିଂ କାର୍ଯ୍ୟକାରିତା ଥିବା ଅଂଶୀଦାରମାନଙ୍କ ପାଇଁ ଏକ ବିସ୍ତୃତ ମୋବାଇଲ୍ ଆପ୍।

ବିଶ୍ୱସନୀୟ ଏବଂ ଇଣ୍ଟେଲିଜେଣ୍ଟ ସମାଧାନ: ଏହି ପୋର୍ଟାଲକୁ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ସମନ୍ୱିତ କରାଯାଇଛି ଯାହା ରିୟଲ-ଟାଇମ୍ ବିଶ୍ଳେଷଣାତ୍ମକ ରିପୋର୍ଟ କରିବାରେ ସାହାଯ୍ୟ କରେ ଏବଂ ସଂଗଠନକୁ ଡାଟା-ପରିଚାଳିତ ନିଷ୍ପତ୍ତି ନେବାରେ ସକ୍ଷମ କରେ।

ଇଜ୍ ଅଫ୍ ଡୁଇଂ ବିଜନେସକୁ ପ୍ରୋତ୍ସାହିତ କରିବା : ଅନଲାଇନ୍ ସ୍ୱଚ୍ଛ ବ୍ୟବସ୍ଥା ଦ୍ରୁତ ପଞ୍ଜୀକରଣ, ଅସୁବିଧାମୁକ୍ତ ବ୍ୟବସାୟ ପରିବେଶ, ସ୍ୱୟଂଚାଳିତ ଅନୁପାଳନ ଏବଂ ଦ୍ରୁତ ଦେୟ ସୁନିଶ୍ଚିତ କରେ ଯାହା ଦ୍ୱାରା ବ୍ୟବସାୟ କରିବାରେ ସହଜତା ଯଥେଷ୍ଟ ବୃଦ୍ଧି ପାଇଥାଏ।

ଦ୍ରୁତ ସମସ୍ୟା ସମାଧାନ ପାଇଁ ଉତ୍ସର୍ଗୀକୃତ ଆଇଭିଆର ହେଲ୍ପଡେସ୍କ: ସିବିସି ଗ୍ରାହକ ଏବଂ ଅଂଶୀଦାରମାନଙ୍କ ପାଇଁ ଦ୍ରୁତ ପ୍ରଶ୍ନ ଏବଂ ସମାଧାନ ସେବା ପ୍ରଦାନ କରିବା ପାଇଁ ଉତ୍ସର୍ଗୀକୃତ ହେଲ୍ପଲାଇନ୍ ନମ୍ବର ସହିତ ସିବିସିରେ ଅବସ୍ଥାପିତ ଏକ ଉତ୍ସର୍ଗୀକୃତ ଆଇଭିଆର ସମର୍ଥନ ଦଳ ପ୍ରତିଷ୍ଠା କରିଛି।

ନାଭିଗେଟ୍ ଭାରତ ପୋର୍ଟାଲ: ଭାରତର ଜାତୀୟ ଭିଡିଓ ଗେଟ୍ ୱେ

ମନ୍ତ୍ରଣାଳୟର ନ୍ୟୁ ମିଡିଆ ୱିଙ୍ଗ ଦ୍ୱାରା ବିକଶିତ ‘ନାଭିଗେଟ୍ ଭାରତ’ ପୋର୍ଟାଲ ଅର୍ଥାତ୍ ନ୍ୟାସନାଲ ଭିଡିଓ ଗେଟ୍ ୱେ ଅଫ୍ ଇଣ୍ଡିଆ ହେଉଛି ଏକ ସମନ୍ୱିତ ଦ୍ୱିଭାଷିକ ପ୍ଲାଟଫର୍ମ ଯାହା ସରକାରଙ୍କ ବିକାଶ ସମ୍ବନ୍ଧୀୟ ଏବଂ ନାଗରିକ କଲ୍ୟାଣ ଭିତ୍ତିକ ପଦକ୍ଷେପର ସମଗ୍ର ଦିଗ ଉପରେ ଭିଡିଓ ସଂରକ୍ଷିତ କରି ରଖିଥାଏ।

‘ନାଭିଗେଟ୍ ଭାରତ’ ନାଗରିକମାନଙ୍କୁ ଫିଲ୍ଟର-ଆଧାରିତ ଉନ୍ନତ ସନ୍ଧାନ ବିକଳ୍ପ ସହିତ ବିଭିନ୍ନ ସରକାରୀ ଯୋଜନା, ପଦକ୍ଷେପ ଏବଂ ଅଭିଯାନ ସମ୍ବନ୍ଧୀୟ ଭିଡିଓଗୁଡିକ ସନ୍ଧାନ, ଷ୍ଟ୍ରିମ୍, ସେୟାର ଏବଂ ଡାଉନଲୋଡ୍ କରିବା ପାଇଁ ଏକ ଇଣ୍ଟରଆକ୍ଟିଭ୍ ଉପଭୋକ୍ତା ଇଣ୍ଟରଫେସ୍ ସହିତ ଏକକ ପ୍ଲାଟଫର୍ମ ପ୍ରଦାନ କରି ସଶକ୍ତ କରିଥାଏ।

ଏହି ପୋର୍ଟାଲ ଏକାଧିକ ଉତ୍ସରୁ ସରକାରୀ ଏବଂ ବିଶ୍ୱସନୀୟ ସୂଚନା ସନ୍ଧାନ କରିବାର ଅସୁବିଧାକୁ ଦୂର କରିଥାଏ, ଯାହା ଗଣମାଧ୍ୟମ ଏବଂ ସାଧାରଣ ଲୋକଙ୍କ ପାଇଁ ଏକ ୱାନ୍ ଷ୍ଟପ୍ ପ୍ଲାଟଫର୍ମ ପ୍ରଦାନ କରିଥାଏ।

‘ନାଭିଗେଟ୍ ଭାରତ’ ଧାଡ଼ିରେ ଠିଆ ହୋଇଥିବା ଶେଷ ବ୍ୟକ୍ତିଙ୍କୁ ସରକାରଙ୍କ କଲ୍ୟାଣକାରୀ ଯୋଜନା ଏବଂ ପଦକ୍ଷେପ ସହିତ ଯୋଡ଼ିଥାଏ, ଯାହା ସୁନିଶ୍ଚିତ କରେ ଯେ ଆମ ଦେଶର ଭବିଷ୍ୟତକୁ ବୁଝିବାରେ କେହି ପଛରେ ନ ପଡ଼ିବେ ଏବଂ ଏହା ଏକ ବିକଶିତ ଭାରତ ହେବା ପଥରେ ଆଗକୁ ବଢ଼ୁଛି।

 ‘ନାଭିଗେଟ୍ ଭାରତପୋର୍ଟାଲର ପ୍ରମୁଖ ବୈଶିଷ୍ଟ୍ୟ:

ମନ୍ତ୍ରଣାଳୟ, କ୍ଷେତ୍ର, ଯୋଜନା, ଅଭିଯାନ ପାଇଁ ଉତ୍ସର୍ଗୀକୃତ ପେଜ୍

ନାଭିଗେଟ୍ ଭାରତ ମନ୍ତ୍ରଣାଳୟ, କ୍ଷେତ୍ର, ଯୋଜନା ଏବଂ ଅଭିଯାନ ପାଇଁ ଉତ୍ସର୍ଗୀକୃତ ପୃଷ୍ଠା ଗୁଡିକ ପ୍ରଦାନ କରେ । ସମସ୍ତ ଭିଡିଓ ପାଇଁ ବିସ୍ତୃତ ବିବରଣୀ ସହିତ, ଏହି ପୃଷ୍ଠାଗୁଡ଼ିକ ସରକାରୀ ପଦକ୍ଷେପ ଗୁଡ଼ିକର ଏକ ସାମଗ୍ରିକ ଦୃଶ୍ୟ ପ୍ରଦାନ କରନ୍ତି।

ସହଜ ନାଭିଗେସନ୍ ଏବଂ ସନ୍ଧାନ

ଉପଭୋକ୍ତାମାନେ ଖୋଜୁଥିବା ଭିଡିଓ ଗୁଡିକ ଖୋଜିବା ପାଇଁ ସହଜ ଆକସେସ୍

ବର୍ଗୀକରଣ ଏବଂ ଟ୍ୟାଗିଂ

ଶ୍ରେଣୀ କିମ୍ବା ଟ୍ୟାଗ୍ ଯାହା ଉପଭୋକ୍ତାଙ୍କୁ ବିଷୟ / କୀୱାର୍ଡ ଦ୍ୱାରା ଭିଡିଓ ସନ୍ଧାନ କରିବାକୁ ଅନୁମତି ଦେଇଥାଏ

ସିମଲେସ୍ ଭିଡିଓ ପ୍ଲେବ୍ୟାକ୍ ଏବଂ ଷ୍ଟ୍ରିମିଂ

ନିରବଚ୍ଛିନ୍ନ ଦେଖିବା ଅଭିଜ୍ଞତା ପାଇଁ ଭିଡିଓ ପ୍ଲେୟାର ଏବଂ ଷ୍ଟ୍ରିମିଂ କ୍ଷମତା

ଡାଉନଲୋଡ୍ ଏବଂ ସେୟାରିଂ ବିକଳ୍ପ

ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ୟୁଜର୍ସ ଅନ୍ୟମାନଙ୍କ ସହ ଭିଡିଓ ଡାଉନଲୋଡ ଏବଂ ସେୟାର କରିପାରିବେ

ଉନ୍ନତ ସନ୍ଧାନ କାର୍ଯ୍ୟକାରିତା

ହୋମ୍ ପୃଷ୍ଠାରେ ଏବଂ ପୋର୍ଟାଲର ପ୍ରତ୍ୟେକ ବିଭାଗରେ ଫିଲ୍ଟର-ଆଧାରିତ ଉନ୍ନତ ସନ୍ଧାନ କାର୍ଯ୍ୟକାରିତା

ଏଲସିଓମାନଙ୍କ ପାଇଁ ଜାତୀୟ ପଞ୍ଜୀକରଣ : କେବୁଲ ସେକ୍ଟରକୁ ସୁଦୃଢ଼ କରିବା ଜାତୀୟ ଲୋକାଲ୍‌ କେବୁଲ ଅପରେଟର୍ସ ପଞ୍ଜୀକରଣ (ଏଲସିଓ) ହେଉଛି ଏକ କେନ୍ଦ୍ରୀୟ ପଞ୍ଜୀକରଣ ବ୍ୟବସ୍ଥା ଅଧୀନରେ ଦେଶବ୍ୟାପୀ ଥିବା ଡାକଘର ଗୁଡିକରେ ବର୍ତ୍ତମାନ ଥିବା ଏଲସିଓ ଗୁଡିକର ପଞ୍ଜୀକରଣ ଆଣିବାର ପ୍ରଥମ ପଦକ୍ଷେପ । ଜାତୀୟ ପଞ୍ଜୀକରଣ ଉଦ୍ଦେଶ୍ୟରେ ସ୍ଥାନୀୟ କେବୁଲ ଅପରେଟରଙ୍କଠାରୁ ସୂଚନା ସଂଗ୍ରହ କରିବା ପାଇଁ ଏକ ୱେବ୍ ଫର୍ମ ଡିଜାଇନ୍ କରାଯାଇଛି। ଏଲସିଓମାନଙ୍କ ପାଇଁ ଜାତୀୟ ରେଜିଷ୍ଟ୍ରାର ମଧ୍ୟ ଅନଲାଇନରେ ପ୍ରକାଶିତ ହୋଇଛି ଏବଂ ନିୟମିତ ଭାବରେ ଅପଡେଟ୍ ହେଉଛି । ଏହା ଏକ ଏଲସିଓ ପାଇଁ ଏକ ଜାତୀୟ ପଞ୍ଜୀକରଣ ନମ୍ବର ସହିତ ଏକ ଅଧିକ ସଂଗଠିତ କେବୁଲ କ୍ଷେତ୍ରକୁ ପ୍ରତିଶ୍ରୁତି ଦେଇଥାଏ, ଯାହା କେବୁଲ ଅପରେଟରମାନଙ୍କ ପାଇଁ ଦାୟିତ୍ୱବାନ ସେବା ଏବଂ ସୁବିଧା ପାଇଁ ନୂତନ ନୀତି ପ୍ରସ୍ତୁତ କରିବା ସହଜ କରିଥାଏ । ଅନଲାଇନ୍ ପଞ୍ଜୀକରଣ ପାଇଁ ଏକ କେନ୍ଦ୍ରୀକୃତ ପୋର୍ଟାଲ ବିକାଶ ପ୍ରକ୍ରିୟାରେ ଅଛି । ଏଲସିଓ ନ୍ୟାସନାଲ ରେଜିଷ୍ଟର ସୁବିଧା ବିକଶିତ ଭାରତର ପରିକଳ୍ପନା ସହ ଯୋଡ଼ି ହୋଇ କେବୁଲ କ୍ଷେତ୍ର ପାଇଁ ନୂଆ ସମ୍ଭାବନା ଖୋଲିଛି।

ଏହି ପଦକ୍ଷେପଗୁଡ଼ିକ ସାମୂହିକ ଭାବରେ ଭାରତରେ ଏକ ଡିଜିଟାଲ ଏବଂ ଆଧୁନିକୀକରଣ ଗଣମାଧ୍ୟମ ପରିଦୃଶ୍ୟ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତିକୁ ଚିହ୍ନିତ କରେ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗଣମାଧ୍ୟମ କ୍ଷେତ୍ରରେ ଅଭିନବତା, ସ୍ୱଚ୍ଛତା ଏବଂ ପ୍ରଗତିକୁ ପ୍ରୋତ୍ସାହିତ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି ।

ପୃଷ୍ଠଭୂମି

ପ୍ରେସ୍ ଆଣ୍ଡ ରେଜିଷ୍ଟ୍ରେସନ୍ ଅଫ୍ ପିରିଓଡିକାଲ୍ସ ଆଇନ, ୨୦୨୩

ପ୍ରେସ୍ ଆଣ୍ଡ ରେଜିଷ୍ଟ୍ରେସନ୍ ଅଫ୍ ପିରିଓଡିକାଲ୍‌ ଆକ୍ଟ, ୨୦୨୩ (ପିଆରପି ଆକ୍ଟ, ୨୦୨୩) ପତ୍ରିକା ପାଇଁ ପଞ୍ଜୀକରଣ ପ୍ରକ୍ରିୟାରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି, ଯେଉଁଥିରେ ଫିଜିକାଲ୍ ଦାଖଲର ଆବଶ୍ୟକତା ନଥାଇ ଟାଇଟଲ୍ ଆବଣ୍ଟନ ଏବଂ ପଞ୍ଜୀକରଣ ପାଇଁ ଏକ ନିରବଚ୍ଛିନ୍ନ ଅନଲାଇନ୍ ବ୍ୟବସ୍ଥା ପ୍ରଚଳନ କରାଯାଇଛି। ବିଶେଷ କରି କ୍ଷୁଦ୍ର ଓ ମଧ୍ୟମ ପ୍ରକାଶକମାନଙ୍କ ପାଇଁ ଲାଭଦାୟକ ଏହି ଦକ୍ଷ ଆଭିମୁଖ୍ୟ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଏକାଧିକ ଘୋଷଣା ପତ୍ର ଦାଖଲ କରିବାର ଆବଶ୍ୟକତାକୁ ଦୂର କରିଥାଏ। ଏହା ବଦଳରେ ପ୍ରକାଶକମାନେ ଏବେ ପ୍ରେସ୍ ସେବା ପୋର୍ଟାଲ ଜରିଆରେ ଗୋଟିଏ ଅନଲାଇନ୍ ଆବେଦନ ଦାଖଲ କରିବେ, ଯେଉଁଥିରେ ପୂର୍ବରୁ ୮ଟି ଷ୍ଟେପ୍ ସମ୍ପୃକ୍ତ ଥିବା ସମଗ୍ର ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରାଯିବ। ସୂଚନାଯୋଗ୍ୟ, ପ୍ରେସ୍ ଆଣ୍ଡ ରେଜିଷ୍ଟ୍ରେସନ୍ ଅଫ୍ ବୁକ୍ ଆକ୍ଟ, ୧୮୬୭ର କଠୋର ବ୍ୟବସ୍ଥା ତୁଳନାରେ ୨୦୨୩ ଆଇନ ମଧ୍ୟ ଅପରାଧମୁକ୍ତକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏହି ପରିବର୍ତ୍ତନଗୁଡ଼ିକ ସାମୂହିକ ଭାବରେ ପଞ୍ଜୀକରଣ ପରିଦୃଶ୍ୟକୁ ଆଧୁନିକୀକରଣ ଏବଂ ସରଳ କରିବା, ପ୍ରକାଶନ ଗୁଡ଼ିକର ଦ୍ରୁତ ଏବଂ ଦକ୍ଷ ଆରମ୍ଭ ଏବଂ ପରିଚାଳନା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ।

ଡିସେମ୍ବର ୨୦୨୩ ରେ ପିଆରପି ଆଇନକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି ଏବଂ ନିକଟ ଭବିଷ୍ୟତରେ ଏହା ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି । ଏହି ଆଇନ ବର୍ତ୍ତମାନର ପିଆରବି ଆଇନ ୧୮୬୭ର ସ୍ଥାନରେ ରହିବ। ଏହି ଆଇନ ଅନୁଯାୟୀ ରେଜିଷ୍ଟ୍ରାର ଅଫ୍ ନ୍ୟୁଜ୍ ପେପରଫର୍ ଇଣ୍ଡିଆ କାର୍ଯ୍ୟାଳୟ ବଦଳରେ ପ୍ରେସ୍ ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆଙ୍କ କାର୍ଯ୍ୟାଳୟ ରହିବ।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋ (ସିବିସି) ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ୟୁନିଟ୍, ଯାହା ପୂର୍ବତନ ଡାଇରେକ୍ଟୋରେଟ୍ ଅଫ୍‌ ଆଡଭରର୍ଟାଇଜିଂ ଆଣ୍ଡ ଭିଜୁଆଲ ପବ୍ଲିସିଟି (ଡିଏଭିପି), ଡାଇରେକ୍ଟୋରେଟ୍ ଅଫ୍ ଫିଲ୍‌ଡ ପବ୍ଲିସିଟି (ଡିଏଫପି) ଏବଂ ସଙ୍ଗ ଆଣ୍ଡ ଡ୍ରାମା ଡିଭିଜନ (ଏସଆଣ୍ଡଡିଡି)ର ମିଶ୍ରଣ ମାଧ୍ୟମରେ ଡିସେମ୍ବର ୮, ୨୦୧୭ରେ ସ୍ଥାପିତ ହୋଇଥିଲା ।

ନୂଆଦିଲ୍ଲୀରେ ଏହାର ୨୩ ଟି ଆଞ୍ଚଳିକ କାର୍ଯ୍ୟାଳୟ (ଆରଓ) ଏବଂ ୧୪୮ ଟି କ୍ଷେତ୍ର କାର୍ଯ୍ୟାଳୟ (ଏଫ୍ଓ) ସହିତ ସିବିସି ପ୍ରିଣ୍ଟ, ଟିଭି, ରେଡିଓ, ଆଉଟଡୋର, ୱେବସାଇଟ୍, ସୋସିଆଲ ମିଡିଆ ଏବଂ ଉଦୀୟମାନ ଡିଜିଟାଲ୍ ପ୍ଲାଟଫର୍ମ ସମେତ ବିଭିନ୍ନ ଗଣମାଧ୍ୟମ ବିଭାଗ ମାଧ୍ୟମରେ ଭାରତ ସରକାରଙ୍କ ମନ୍ତ୍ରଣାଳୟ, ବିଭାଗ, ପିଏସୟୁ ଏବଂ ସ୍ୱୟଂଶାସିତ ସଂସ୍ଥାଗୁଡ଼ିକୁ ବ୍ୟାପକ ଯୋଗାଯୋଗ ସମାଧାନ ପ୍ରଦାନ କରିଥାଏ।

କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋ ସେମାନଙ୍କ ଗଣମାଧ୍ୟମ ଏବଂ ଯୋଗାଯୋଗ ଆବଶ୍ୟକତାକୁ ୩୬୦ ଡିଗ୍ରୀ ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପାଣ୍ଠିପ୍ରାପ୍ତ ପ୍ରାୟ ୧୧୦୦ ଗ୍ରାହକ ମନ୍ତ୍ରଣାଳୟ / ବିଭାଗ / ପିଏସୟୁ / ଅନୁଷ୍ଠାନ ସହିତ ସହଭାଗୀତା କରେ।

୭୦୦୦ରୁ ଅଧିକ ପ୍ରକାଶକ (ଖବରକାଗଜ/ପତ୍ରିକା), ପାଖାପାଖି ୫୫୧ଟି ଟେଲିଭିଜନ ଚ୍ୟାନେଲ,  ୩୮୮ଟି ଘରୋଇ ଏଫ୍ଏମ୍ ଚ୍ୟାନେଲ୍ ଏବଂ ପ୍ରାୟ ୩୬୦ଟି କମ୍ୟୁନିଟି ରେଡିଓ ଷ୍ଟେସନ୍ ବର୍ତ୍ତମାନ ସିବିସି ସହିତ ତାଲିକାଭୁକ୍ତ ହୋଇ ସରକାରୀ ସଂସ୍ଥା ସହିତ ନିୟମିତ କାର୍ଯ୍ୟ  କରୁଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ପଶ୍ଚିମବଙ୍ଗରେ ସାମ୍ବାଦିକ ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଉଛନ୍ତି ମମତା ବାନାର୍ଜୀ: ଅନୁରାଗ ଠାକୁର

ନୂଆଦିଲ୍ଲୀ: ସୋମବାର ଦିନ ସନ୍ଦେଶଖାଲିରେ ହିଂସା ସମ୍ପର୍କରେ ଖବର କରୁଥିବା ଜଣେ ଟେଲିଭିଜନ ସାମ୍ବାଦିକଙ୍କୁ ପୋଲିସ ଉଠାଇ ନେଇଥିଲା, ଯାହାପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ସରକାରକୁ ନିନ୍ଦା କରିଛନ୍ତି। ଶ୍ରୀ ଠାକୁର କହିଛନ୍ତି ଯେ, “ମହିଳାଙ୍କ ସହ ଅସଦାଚରଣ କରୁଥିବା ଗୁଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ପଶ୍ଚିମବଙ୍ଗ ସରକାର ଗଣମାଧ୍ୟମକୁ ବନ୍ଦ କରି ଗଣମାଧ୍ୟମର ସ୍ୱାଧୀନତା ଉଆରେ ଅଙ୍କୁଶ ଲଗାଇବାକୁ ଚେଷ୍ଟା କରୁଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।”

ଟେଲିଭିଜନ ଚ୍ୟାନେଲ ‘ରିପବ୍ଲିକ୍ ବଙ୍ଗଳା’ର ଜଣେ ସମ୍ବାଦଦାତା ସନ୍ଦେଶଖାଲିରେ ଘଟିଥିବା ଘଟଣା ସମ୍ପର୍କରେ ଖବର ଦେଉଥିବା ବେଳେ ତାଙ୍କୁ ବଙ୍ଗଳା ପୋଲିସ ଉଠାଇ ନେଇଥିଲା। ଶ୍ରୀ ଠାକୁର କହିଛନ୍ତି ଯେ, ସନ୍ଦେଶଖାଲିରେ ମହିଳାଙ୍କ ଅବସ୍ଥାକୁ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶାସିତ ରାଜ୍ୟ ଆଖି ବୁଜି ଦେଇଛି। ଉତ୍ତର ୨୪ ପରଗାନା ଜିଲ୍ଲାର ସନ୍ଦେଶଖାଲିରେ ଉତ୍ତେଜନା ଦେଖାଦେଇଛି ଯେଉଁଥିରେ ବହୁ ସଂଖ୍ୟାରେ ମହିଳା ତୃଣମୁଲ କଂଗ୍ରେସ ନେତା ଶାହାଜାହାନ ଶେଖ ଏବଂ ତାଙ୍କ ସମର୍ଥକଙ୍କୁ ଜମି ଦଖଲ ଏବଂ ଯୌନ ଉତ୍ପୀଡ଼ନ ଅଭିଯୋଗ କରିଛନ୍ତି।

ଏହି ସମୟରେ ବଙ୍ଗଳା ରାଜ୍ୟପାଳ ସିଭି ଆନନ୍ଦ ବୋଷ ରାଜନୈତିକ ଦଳ ତଥା ବିଭିନ୍ନ ବର୍ଗର ଲୋକଙ୍କୁ ଏକାଠି ହୋଇ ସନ୍ଦେଶଖାଲିରେ ଏକ ‘ଶାନ୍ତି ଯାତ୍ରା’ ନେଇ ପୀଡିତ ମହିଳାଙ୍କ ସହ ଏକତା ପ୍ରଦର୍ଶନ କରିବାକୁ ନିବେଦନ କରିଥିଲେ। ସେ କହିଥିଲେ ଯେ, “ମୁଁ ଆଇନ ପାଳନ କରୁଥିବା ନାଗରିକ, ବିଭିନ୍ନ ସଂସ୍ଥାର ନେତା ତଥା ସମସ୍ତ ରାଜନୈତିକ ଦଳଙ୍କୁ ସନ୍ଦେଶଖାଲିର ‘ଶାନ୍ତି ଯାତ୍ରା’ରେ ଏକଜୁଟ ହେବାକୁ ନିବେଦନ କରୁଛି। ଯେଉଁ ରାସ୍ତାରେ ଅବିଶ୍ୱାସ, ସନ୍ଦେହ ଏବଂ ଅରାଜକତା ଦେଖାଯାଉଛି ସେହି ରାସ୍ତାରେ ଯାଆନ୍ତୁ। ଏବଂ ସେମାନଙ୍କ ସହ ଛିଡା ହୁଅନ୍ତୁ।”

Categories
ଆଜିର ଖବର ଜାତୀୟ ଖବର

୪୫ କୋଟି ଜନଧନ ଆକାଉଣ୍ଟରେ ୨.୧ ଲକ୍ଷ କୋଟି ଟଙ୍କା ଜମା ହୋଇଛି: କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଫେଡେରାଲ ବ୍ୟାଙ୍କର ୨୦୨୪ ବାର୍ଷିକ ସରକାର ଏବଂ ସଂସ୍ଥାଗତ ବ୍ୟବସାୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି।

ପ୍ରାରମ୍ଭରେ ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ଫେଡେରାଲ ବ୍ୟାଙ୍କକୁ ସର୍ବକାଳୀନ ସର୍ବୋଚ୍ଚ ସେୟାର ମୂଲ୍ୟ ପାଇଁ ଅଭିନନ୍ଦନ ଜଣାଇଥିଲେ।

ବର୍ତ୍ତମାନର ସରକାର ପୂର୍ବରୁ ଥିବା ସମୟକୁ ମନେ ପକାଇ ଶ୍ରୀ ଠାକୁର କହିଥିଲେ ଯେ ୨୦୧୪ ପୂର୍ବରୁ ସରକାର ପଲିସି ପାରାଲିସିସ୍ ପାଇଁ ଜଣାଶୁଣା ଥିଲେ। ୨୦୧୪ ପରଠାରୁ ବ୍ୟାଙ୍କିଂ କ୍ଷେତ୍ରରେ ସଂସ୍କାର, ପ୍ରଦର୍ଶନ, ରୂପାନ୍ତରକୁ ଗୁରୁତ୍ବ ପ୍ରଦାନ କରାଯାଇଛି। ବ୍ୟାଙ୍କିଙ୍ଗ କ୍ଷେତ୍ର ଆଜି ଋଣ ବୋଝରୁ ମୁକୁଳି ସର୍ବକାଳୀନ ସର୍ବୋଚ୍ଚ ପ୍ରଦର୍ଶନ କରୁଛି।

୨୦୧୪ ପୂର୍ବରୁ ଅର୍ଥନୈତିକ ଅପରାଧୀଙ୍କ ଦ୍ୱାରା ଦେଶ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବର୍ତ୍ତମାନର ସରକାର ହିଁ ଅର୍ଥନୈତିକ ଅପରାଧୀ ବିଲ୍ ଆଣିଥିଲେ ଏବଂ ଏବେ ବି ସମସ୍ତ ଅପରାଧୀଙ୍କୁ ଭାରତ ଫେରାଇ ଆଣିବା ପାଇଁ ବିଦେଶରେ ମାମଲା ଲଢ଼ୁଛନ୍ତି। ମୋଟ ଏନପିଏ ୩.୨%କୁ ହ୍ରାସ ପାଇଛି ଏବଂ ୨୦୨୩ରେ ରିଟର୍ଣ୍ଣ ଅନ୍ ଆସେଟ ୦.୫%ରୁ ୦.୭୯%କୁ ବୃଦ୍ଧି ପାଇଛି।

ଶ୍ରୀଯୁକ୍ତ ଠାକୁର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଘୋଷଣା କରିଥିଲେ ସେତେବେଳେ ଅନେକ ଲୋକ ଏହାକୁ ନନ-ଷ୍ଟାର୍ଟର ବୋଲି କହି ପ୍ରତ୍ୟାଖ୍ୟାନ କରିଥିଲେ। କିନ୍ତୁ ଆଜି ସରକାର ଏହି ଯୋଜନାରେ ୪୫ କୋଟି ବ୍ୟାଙ୍କ ଆକାଉଣ୍ଟ ଖୋଲିବାର ସଫଳତା ଲାଭ କରିଛି। ଏହି ଜନଧନ ଆକାଉଣ୍ଟ ଅଧୀନରେ ଥିବା ପାଣ୍ଠି ହେଉଛି ୨.୧ ଲକ୍ଷ କୋଟି ଟଙ୍କାର ଏକ ବିଶାଳ ପାଣ୍ଠି ଯାହା ବ୍ୟାଙ୍କିଙ୍ଗ ଇକୋସିଷ୍ଟମର ଏକ ଅଂଶ ଅଟେ।

ବିମୁଦ୍ରିକରଣ ପରେ ଯେତେବେଳେ ସରକାର ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିଥିଲେ ସେତେବେଳେ ସମାନ ମନୋଭାବ ରହିଥିଲା କିନ୍ତୁ ଆଜି ଭୀମ ୟୁପିଆଇ ଦ୍ୱାରା ସବୁଠାରୁ ଛୋଟ ପେମେଣ୍ଟ କରାଯାଉଛି। ଏସବୁ ଉଦାହରଣ ଭାରତକୁ ବିଶ୍ୱର ଦୁର୍ବଳ ୫ ରୁ ଟପ୍-୫ ଅର୍ଥନୀତିକୁ ନେଇଯାଇଛି ଏବଂ ଖୁବଶୀଘ୍ର ଦେଶକୁ ତୃତୀୟ ବୃହତ୍ତମ ଅର୍ଥନୀତିରେ ପହଞ୍ଚାଇବ।

ଶ୍ରୀ ଠାକୁର କହିଥିଲେ ଯେ ଉତ୍ତରଦାୟିତ୍ୱ ଏବଂ ସ୍ୱଚ୍ଛତାର ମିଶ୍ରଣ ରେ ସରକାରଙ୍କ ପ୍ରୟାସ ଗତ ଦଶ ବର୍ଷ ମଧ୍ୟରେ ୨୫ କୋଟି ଲୋକଙ୍କୁ ବହୁମୁଖୀ ଦାରିଦ୍ର୍ୟରୁ ବାହାର କରିବାରେ ସଫଳ ହୋଇଛନ୍ତି ଏବଂ ଏହା ସରକାରୀ ଯୋଜନାରୁ ଲୋକମାନେ ଉପକୃତ ହେବାର ପ୍ରମାଣ। ସରକାର ଗର୍ବର ସହ ଘୋଷଣା କରିପାରିବେ ଯେ ଜେଏଏମ କାର୍ଯ୍ୟକାରୀ ହେବା କାରଣରୁ ସାମାଜିକ କ୍ଷେତ୍ର ର ଯୋଜନାରେ ସରକାରୀ ଖର୍ଚ୍ଚର ଶତ ପ୍ରତିଶତ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି।

ମନ୍ତ୍ରୀ ସୁନିଶ୍ଚିତ କରିଥିଲେ ଯେ ସରକାର ସାହସିକ ପଦକ୍ଷେପ ନେବା ଜାରି ରଖିବେ ଏବଂ ୨୦୪୭ ସୁଦ୍ଧା ଭାରତକୁ ଶ୍ରେଷ୍ଠ ୩ ଅର୍ଥନୀତି ଏବଂ ୨୦୪୭ ସୁଦ୍ଧା ଏକ ବିକଶିତ ଦେଶରେ ପହଞ୍ଚାଇବାକୁ ଦୃଢ଼ ପ୍ରତିଶ୍ରୁତିବଦ୍ଧ।

Categories
ଆଜିର ଖବର ଜାତୀୟ ଖବର

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଭାରତୀୟ ପ୍ରସାରଣ ଉଦ୍ୟୋଗର ଅଭିଭାବକ: କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ନୂଆଦିଲ୍ଳୀଠାରେ ପ୍ରସାରଣ ଓ ଗଣମାଧ୍ୟମ ପ୍ରଯୁକ୍ତି (ବ୍ରଷ୍ଟକାଷ୍ଟିଂ ଆଣ୍ଡ ମିଡିଆ ଟେକ୍ନୋଲୋଜି ) ସଂକ୍ରାନ୍ତ ୨୮ତମ ଆନ୍ତର୍ଜାତିକ ସମ୍ମିଳନୀ ତଥା ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସମବେତ ଜନତାକୁ ଉଦ୍ବୋଧନ ଦେଇ ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଭାରତର ପ୍ରସାରଣ ଉଦ୍ୟୋଗର ଅବିଚଳିତ ଅଭିଭାବକ ଭାବେ କାମ କରୁଛି। ଏହାର ଦୃଢତା ଯୋଗୁଁ ପ୍ରସାରଣ ଉଦ୍ୟୋଗ ନିର୍ଦ୍ଧାରିତ ଲକ୍ଷ୍ୟପଥରେ ଚାଲିଛି। ସମୟର ଆହ୍ୱାନକୁ ପୂରଣ କରିବା ପାଇଁ ଏହା ପରିବର୍ତ୍ତନ ସହ ପାଦ ମିଳାଇ ଚାଲିଛି। ପ୍ରସାରଣ ମନ୍ତ୍ରଣାଳୟ ତାହାର ଜ୍ଞାନ, ବୁଦ୍ଧି ଓ ଦୂରଦୃଷ୍ଟି ବଳରେ ଏହି ଉଦ୍ୟୋଗକୁ ଠିକ୍ ରାସ୍ତାରେ ପରିଚାଳିତ କରୁଛି। ବିଶେଷକରି ଏହାକୁ ସମୟ ଉପଯୋଗୀ ଓ ପରିବର୍ତ୍ତନ ସହ ତାଳ ମିଳାଇ ଆଗକୁ ବଢିବାକୁ ବାଟ ଦେଖାଉଛି।

ସେ କହିଛନ୍ତି ଯେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଲୋକସେବା ପ୍ରସାରଣ (ପବ୍ଲିକ ସର୍ଭିସ ବ୍ରଡକାଷ୍ଟିଂ)ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଅଟଳ ଅଙ୍ଗୀକାର ସହିତ କାର୍ଯ୍ୟ କରୁଛି। ଏଥିପାଇଁ ନୂଆ ଡିଜାଇନ ପ୍ରସ୍ତୁତ କରାଯାଇ ତାହାକୁ ସମାବେଶୀ ନୀତିରେ କାର୍ଯ୍ୟକାରୀ କରାଯାଉଛି। ଏଥିରେ ଗଣମାଧ୍ୟମ ସାକ୍ଷରତାକୁ ଉତ୍ସାହିତ କରାଯିବା ସହିତ ପ୍ରସାରଣ ମିଡିଆ ଉଦ୍ୟୋଗରେ ଘରୋଇ କ୍ଷେତ୍ରକୁ ବିଭିନ୍ନ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି। ସେ ଆହୁରି କହିଛନ୍ତି ଯେ ଭାରତରେ ମିଡିଆ ଉଦ୍ୟୋଗ ଏକ ଦୃଢ, ସମାବେଶୀ ଏବଂ ଗତିଶୀଳ ପ୍ରସାରଣ ଏବଂ ମିଡିଆ ପରିତନ୍ତ୍ରର ଆଧାରଶୀଳା ରଖିଛି ଯାହା ବିବିଧ, ସୂଚନା ମୂଳକ ଏବଂ ଦାୟିତ୍ୱ ସମ୍ପନ୍ନ।

ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି ଯେ ଲୋକସେବା ପ୍ରସାରଣ (ପବ୍ଲିକ ସର୍ଭିସ ବ୍ରଡକାଷ୍ଟିଂ)କୁ ସୁଦୃଢ କରିବାକୁ ହେବ। ଦେଶର ବିବିଧ ଆବଶ୍ୟକତାକୁ ପୂରଣ କରିବାକୁ ଏହାର ବିଷୟବସ୍ତୁ ବା କଣ୍ଟେଣ୍ଟର ଗୁଣ ଓ ମାନ ଅତ୍ୟନ୍ତ ଉଚ୍ଚ କୋଟିର ତଥା ସମୟ ଉପଯୋଗୀ ହେବା ଆବଶ୍ୟକ। ଏଥି ପାଇଁ ଭାରତକୁ ଏକ ଅନୁପମ ରାସ୍ତା ବାଛିବାକୁ ପଡିବ। ଏଥିରେ ଆମ ଦେଶର ସମୃଦ୍ଧ ସଂସ୍କୃତି ଓ ଐତିହ୍ୟର ଛାପ ସ୍ପଷ୍ଟ ରହିବ। ସେ ଆହୁରି କହିଛନ୍ତି ଯେ ‘ପ୍ରସାରୀ ଭାରତୀ’ ଆମ ଦେଶର ଗାଥାକୁ ଏକ ସଫଳ ଆକାର ଦେବାରେ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଦୂରଦର୍ଶନର କଳାଧଳା ପରଦାରୁ ଏଚ୍ଡି ଏବଂ ଏବେ ୪କେ ଡିଜିଟାଲ ପରିବର୍ତ୍ତନ, ଆନାଲଗ୍ ମିିଡିୟମ ୱେଭରୁ ଡିଆର୍ଏମ୍ ଓ ବର୍ତ୍ତମାନ ଆକାଶବାଣୀର ଏଫ୍ଏମ୍, ଦୂରଦର୍ଶନ ଓ ଆକାଶବାଣୀର ବିବିଧ କାର୍ଯ୍ୟକ୍ରମ, ପିଢି ପରେ ପିଢି ଭାରତୀୟମାନଙ୍କୁ ସୂଚିତ, ଅବଗତ, ଶିକ୍ଷିତ ଓ ଆନନ୍ଦିତ କରି ଆସୁଛି। ‘ଆନାଲଗ୍’ ଯୁଗରୁ ଆଜିର ଡାଇନାମିକ ଡିଜିଟାଲ ପରିତନ୍ତ୍ର-ଆମ ପ୍ରସାରଣକାରୀ ଏକ ଲମ୍ବା ପଥ ଅତିକ୍ରମ କରିଛନ୍ତି। ସେମାନଙ୍କ ଯାତ୍ରାରେ ରହିଛି ଦୃଢତା, ସ୍ଥିରତା, ନବସୃଜନ ଓ ଉତ୍କର୍ଷ ପାଇଁ ଅଟଳ ପ୍ରତିଶ୍ରୁତିବଦ୍ଧତା।

ଶ୍ରୀ ଠାକୁର କହିଛନ୍ତି ଯେ ପ୍ରଯୁକ୍ତି ଗତ ବିକାଶ ଉଭୟ ସୁଯୋଗ ଓ ଆହ୍ୱାନ ସୃଷ୍ଟି କରେ। ଏଥିରେ ଉଚ୍ଚମାନ, ବ୍ୟକ୍ତିଗତ ବିଷୟବସ୍ତୁ (ପରସନାଲାଇଜଡ କଣ୍ଟେଣ୍ଟ) ବିଭିନ୍ନ ପ୍ଲାଟଫର୍ମରେ ଅଧିକ ଦେଖାଯାଉଛି। ଚାହିଦା ବୃଦ୍ଧି ଯୋଗୁଁ ଏହା ସମ୍ଭବ ହୋଇଛି। ଏଥି ପାଇଁ ନୂଆ ଯୁଗର ଓ ନବ ପ୍ରଯୁକ୍ତି ବିଶିଷ୍ଟ ପ୍ରସାରଣ ସାମଗ୍ରୀର ଆବଶ୍ୟକତା ଅଧିକ ରହିଛି। ଏହା ବିନା ଏ କ୍ଷେତ୍ରରେ ଆଗକୁ ବଢିହେବ ନାହିଁ। ଏ କ୍ଷେତ୍ରରେ ଦେଶୀ ଗବେଷଣା ଓ ଉନ୍ନୟନକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି। ଏହା ଦ୍ୱାରା ଆମ ଦେଶର ବିଜ୍ଞାନ ଓ ପ୍ରଯୁକ୍ତିଗତ ପ୍ରତିଭାକୁ ବିନିଯୋଗ କରି ଉଦ୍ୟୋଗ, ଶିକ୍ଷାବିତ୍ ଓ ଅନ୍ୟମାନଙ୍କ ସହ ଅଂଶୀଦାରୀ ତିଆରି କରି ହେବ। ସେ କହିଛନ୍ତି ଯେ ଏ କ୍ଷେତ୍ରର ଆମେ ଆଜି ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ ତାହା ଆମକୁ ପ୍ରସାରଣ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାର ସ୍ୱପ୍ନ ପୂରଣ କରିବାରେ ସହାୟକ ହେବ।

ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଥିଲେ ଯେ ‘ପ୍ରସାର ଭାରତୀ’ ପରିବର୍ତ୍ତିତ ନୂତନ ଟେକ୍ନୋଲୋଜିକୁ ଆପଣାଇବା ପାଇଁ ତାହାର ନିରଳସ ଉଦ୍ୟମ ଜାରି ରଖିଛି। ଡିଜିଟାଲ ଯୁଗରେ ଏହା ଯେପରି ପ୍ରାସଙ୍ଗିକ ଓ ପ୍ରଭାବଶାଳୀ ରହିପାରିବ ସେଥିପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରିଛି। ସେ ଆହୁରି କହିଛନ୍ତି ଯେ ଡାଟା ପ୍ରାଇଭେସି ଓ ଅତି ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ତଥ୍ୟ / ସୂଚନାର ସୁରକ୍ଷା ଏକ ଅଲଂଘନୀୟ ବ୍ୟାପାର। ଏହା ସହିତ କସ୍ମିନକାଳେ ସାହସ କରି ହେବ ନାହିଁ। ତେଣୁ ଆମର ଡିଜିଟାଲ ଭିତ୍ତିଭୂମି ନିର୍ମାଣରେ ଏହି ଦୁଇଟି ବିଷୟର ସୁରକ୍ଷା ଏବଂ ଗୋପନୀୟତା ରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ।

ଉଚ୍ଚମାନ ବିଶିଷ୍ଟ ପ୍ରସାରଣ ଓ ବ୍ୟକ୍ତିଗତ ବିଷୟବସ୍ତୁର (ପର୍ସନାଲଜ୍ କଣ୍ଟେଣ୍ଟ)ର ଚାହିଦା ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ପ୍ରସାରଣକାରୀ ନେକ୍ସଟ ଜେନେରେସନ ବ୍ରଡ କ୍ରାଷ୍ଟିଂ ବା ପରବର୍ତ୍ତୀ ପିଢିର ପ୍ରସାରଣ ଭଳି ବିକଳ୍ପ ଇନୋଭେସନ ଉପରେ ଗୁରୁ୍ତ୍ୱ ଦେବା ଆବଶ୍ୟକ। ନଲେଜ ଓ ଉଇଜଡମ ସେୟାର କରିବା ପାଇଁ ବିଇଏସ୍ ଏକ୍ସପୋ ଏକ ଉତ୍ତମ ପ୍ଳାଟଫର୍ମ ଭାବେ କାମ କରୁଛି। ଏହା ମାଧ୍ୟମରେ ବୃଦ୍ଧି, ବିଦ୍ୟା,ଜ୍ଞାନ, ବିଚାର ଆଦିର ସେୟାରିଂ ସହିତ ପ୍ରସାରଣ ଉଦ୍ୟୋଗର ଭବିଷ୍ୟତ ନିର୍ମାଣ ପାଇଁ ଏକ ଉତ୍ତମ ଅଂଶୀଦାରୀ ତିଆରି କରିହେବ।

ଏହି କାର୍ଯ୍ୟକ୍ରମରେ ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜିଜୁ କହିଥିଲେ ଯେ ମିଡିଆ ଜଗତର ଉପଭୋକ୍ତାଙ୍କ ସ୍ୱାର୍ଥ ରକ୍ଷା ପାଇଁ ତାଙ୍କ ମନ୍ତ୍ରଣାଳୟ ସଚେତନ ଏବଂ ସେ ଦିଗରେ କାର୍ଯ୍ୟ କରୁଛି। ଗଣମାଧ୍ୟମର ସ୍ୱଚ୍ଛତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି। ୨୦୨୩ରେ ଏକ ଚିଠା ପ୍ରସାରଣ ସେବା ନିୟନ୍ତ୍ରଣ ବିଲ ମଧ୍ୟ ପ୍ରସ୍ତୁତ କରାଯାଇଛି।

ଟ୍ରାଇର ଅଧ୍ୟକ୍ଷ ଅନିଲ କୁମାର ଲାହୋଟି କହିଥିଲେ ଯେ ଭାରତରେ ମିଡିଆ ଉଦ୍ୟୋଗର ଅଭିବୃଦ୍ଧି ପାଇଁ ବିପୁଳ ସୁବିଧା ସୁଯୋଗ ରହିଛି।

ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଗୌରବ ଦ୍ୱିବେଦୀ ତାଙ୍କ ଉଦ୍ବୋଧନରେ ଗଣମାଧ୍ୟମ ଜଗତର ଦ୍ରୁତ ଓ ବ୍ୟାପକ ପରିବର୍ତ୍ତନ ସମ୍ପର୍କରେ କହିଥିଲେ ଯେ ଏବେ ଖାଉଟିଙ୍କ ରୁଚି ଅନୁସାରେ ଅଧିକରୁ ଅଧିକ ବିଷୟବସ୍ତୁ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯିବା ଉଚିତ।
ବିଇଏସ୍ର ସଭାପତି ଶ୍ରୀ ସୁନୀଲ ଏଥିରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କେନ୍ଦ୍ରୀୟ ଯୋଜନା ଦୁର୍ନିତିର କାର୍ଯ୍ୟାନୁଷ୍ଠନ ହେବ,କହିଲେ କେନ୍ଦ୍ରମନ୍ତ୍ରୀ ଠାକୁର, ବିଜେଡିର ଜବାବ

ଭୁବନେଶ୍ବର: ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ରାଜ୍ୟ ସରକାରଙ୍କ କେନ୍ଦ୍ରୀୟ ଯୋଜନା ଦୁର୍ନିତିର କାର୍ଯ୍ୟାନୁଷ୍ଠାନ ହେବ। ଭୁବନେଶ୍ବରର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନରେ ସେ ଏହା କହିଛନ୍ତି। ଏ କ୍ଷେତ୍ରରେ କେନ୍ଦ୍ର ପଦକ୍ଷେପ ଗ୍ରହଣ କରିବ।

ସେ କହିଛନ୍ତି ଯେ, ପଶ୍ଚିମ ବଂଗରେ ପ୍ରଧାନମନ୍ତ୍ରୀ ଅବାସ ଯୋଜନା ଏବଂ ଅନ୍ୟ ଯୋଜନାରେ ଦୁର୍ନିତି ଅଭିଯୋଗ ଆସିଥିଲା। ସେହିପରି ମନରେଗା ଯୋଜନାରେ ମଧ୍ୟ ଦୁର୍ନିତି ହୋଇଥିଲା। କେନ୍ଦ୍ର ତରଫରୁ ନୋଟିସ କରାଯାଇଥିଲା। ହେଲେ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ। ଏହାପରେ ଦୁର୍ନିତିଗସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ହେବା ପର୍ଯ୍ୟନ୍ତ ମନେରଗା ଅନୁଦାନ ବନ୍ଦ କରିଦିଆଗଲା।

ଓଡିଶାରେ ମଧ୍ୟ ସେମିତି ଦୁର୍ନିତି ହୋଇଛି ବୋଲି ଅଭିଯୋଗ ଆସିଛି। ତା ବିରୋଧରେ କାର୍ଯ୍ୟାନୁଷ୍ଠ ନ ନେଲେ କେନ୍ଦ୍ର ସେହିପରି ପଦକ୍ଷେପ ଗ୍ରହଣ କରିବ ବୋଲି ଅନୁରାଗ ଠାକୁର କହିଛନ୍ତି। ତେବେ ଏହାକୁ ନେଇ ବିଜେଡି ଉପସଭାପତି ଦେବୀ ମିଶ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ସେ କହିଛନ୍ତି ଯେ, କେଉଁଠି ଦୁର୍ନିତି ହୋଇଛି ତାହାର ପ୍ରମାଣ କରି କେନ୍ଦ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।

ଅନୁରାଗ ଯାହା କହୁଛନ୍ତି ତାହା ସଂପୂର୍ଣ୍ଣ ମିଛ କଥା। କେବଳ ଭୋଟ ପାଖେଇଲାଣି ବୋଲି ସେ ଏପରି ବାହସ୍ପୋଟ ମାରିବାରେ ଧୁରନ୍ଦର। ଆଜି ପର୍ଯ୍ୟନ୍ତ କାହିଁକି କାର୍ଯ୍ୟାନୁଷ୍ଠାନ ନେଇ ନାହାଁନ୍ତି ବୋଲି ଦେବୀ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଓଡିଶା ଲୋକେ କିଏ ଭଲ ତାହା ଭଲ ଭାବେ ଜାଣନ୍ତି। ସେଥିରେ ଅନୁରାଗ ଠାକୁରଙ୍କ କଥାରେ କେହି ବିଚଳିତ ହେବେ ନାହିଁ ବୋଲି ଦେବୀମିଶ୍ର କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଅନୁରାଗ ଠାକୁର୍‌ : ରିପୋର୍ଟ ମାଗିଲେ ଦିଲ୍ଲୀ ନିର୍ବାଚନ କମିଶନର

ନୂଆଦିଲ୍ଲୀ : ବିଜେପିର ବରିଷ୍ଠ ନେତା ଓ କେନ୍ଦ୍ରୀୟ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର୍‌ । ଏନେଇ ଦିଲ୍ଲୀ ନିର୍ବାଚନ କମିଶନର ଅନୁରାଗଙ୍କୁ ରିପୋର୍ଟ ମାଗିଛନ୍ତି । ସୋମବାର ଦିନ ନର୍ଥ ଓ୍ବେଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବାବେଳେ ଅନୁରାଗ ଏକ ବିବାଦୀୟ ବୟାନ ଦେଇଛନ୍ତି ଯେ,  ଦେଶଦ୍ରୋହୀଙ୍କୁ ଗୁଳିମାର ।’ ଏପରି ଉତ୍ତେଜିତ ଭାଷଣ ଦେଇଥିବାରୁ କଂଗ୍ରେସ ନିର୍ବାଚନ କମିଶନରଙ୍କୁ ଅନୁରାଗଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଦାବି କରିଛନ୍ତି । ତେବେ ଏହି ବିବାଦୀୟ ବୟାନକୁ ସଫେଇ ଦେଇ ଅନୁରାଗ ଠାକୁର୍‌ କହିଛନ୍ତି ଯେ, ପ୍ରଥମେ ପୂରା ଭିଡିଓ ଦେଖନ୍ତୁ, ଦିଲ୍ଲୀବାସୀଙ୍କୁ ମୁଡ୍‌କୁ ବୁଝନ୍ତୁ । ରିଠାଲିରୁ ବିଜେପି ପ୍ରାର୍ଥୀ ମନୀଷ୍‌ ଚୌଧୁରୀଙ୍କ ସମର୍ଥନରେ ଆୟୋଜିତ ଏକ ରାଲିରେ ଅନୁରାଗ ଠାକୁର୍‌ ଶାହୀନ୍‌ବାଗ୍‌ରେ ଚାଲିଥିବା ସିଏଏ ବିରୋଧୀ ପ୍ରଦର୍ଶନ ଓ ଦେଶ ବିରୋଧୀ ନାରାକୁ ନେଇ ବିରୋଧୀ ଦଳଙ୍କୁ ଆକ୍ରମଣ କରିଥିଲେ । ସୂଚନାଯୋଗ୍ୟ, ଅନୁରାଗଙ୍କ ପୂର୍ବରୁ ବିଜେପିର ସାମିଲ୍‌ ହୋଇଥିବା ଆପ୍‌ ନେତା କପିଲ୍‌ ମିଶ୍ରା ମଧ୍ୟ ବିବାଦୀୟ ବୟାନ ଦେଇଥିଲେ । ଏନେଇ ନିର୍ବାଚନ କମିଶନ ତାଙ୍କ ଉପରେ 48 ଘଣ୍ଟାର ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଥିଲେ । (ଏଜେନ୍ସି)