Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୪୫ କୋଟି ଜନଧନ ଆକାଉଣ୍ଟରେ ୨.୧ ଲକ୍ଷ କୋଟି ଟଙ୍କା ଜମା ହୋଇଛି: କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର
ଜାତୀୟ ଖବର

୪୫ କୋଟି ଜନଧନ ଆକାଉଣ୍ଟରେ ୨.୧ ଲକ୍ଷ କୋଟି ଟଙ୍କା ଜମା ହୋଇଛି: କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର

February 17, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଫେଡେରାଲ ବ୍ୟାଙ୍କର ୨୦୨୪ ବାର୍ଷିକ ସରକାର ଏବଂ ସଂସ୍ଥାଗତ ବ୍ୟବସାୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି।

ପ୍ରାରମ୍ଭରେ ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବୋଧିତ କରି ମନ୍ତ୍ରୀ ଫେଡେରାଲ ବ୍ୟାଙ୍କକୁ ସର୍ବକାଳୀନ ସର୍ବୋଚ୍ଚ ସେୟାର ମୂଲ୍ୟ ପାଇଁ ଅଭିନନ୍ଦନ ଜଣାଇଥିଲେ।

ବର୍ତ୍ତମାନର ସରକାର ପୂର୍ବରୁ ଥିବା ସମୟକୁ ମନେ ପକାଇ ଶ୍ରୀ ଠାକୁର କହିଥିଲେ ଯେ ୨୦୧୪ ପୂର୍ବରୁ ସରକାର ପଲିସି ପାରାଲିସିସ୍ ପାଇଁ ଜଣାଶୁଣା ଥିଲେ। ୨୦୧୪ ପରଠାରୁ ବ୍ୟାଙ୍କିଂ କ୍ଷେତ୍ରରେ ସଂସ୍କାର, ପ୍ରଦର୍ଶନ, ରୂପାନ୍ତରକୁ ଗୁରୁତ୍ବ ପ୍ରଦାନ କରାଯାଇଛି। ବ୍ୟାଙ୍କିଙ୍ଗ କ୍ଷେତ୍ର ଆଜି ଋଣ ବୋଝରୁ ମୁକୁଳି ସର୍ବକାଳୀନ ସର୍ବୋଚ୍ଚ ପ୍ରଦର୍ଶନ କରୁଛି।

୨୦୧୪ ପୂର୍ବରୁ ଅର୍ଥନୈତିକ ଅପରାଧୀଙ୍କ ଦ୍ୱାରା ଦେଶ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବର୍ତ୍ତମାନର ସରକାର ହିଁ ଅର୍ଥନୈତିକ ଅପରାଧୀ ବିଲ୍ ଆଣିଥିଲେ ଏବଂ ଏବେ ବି ସମସ୍ତ ଅପରାଧୀଙ୍କୁ ଭାରତ ଫେରାଇ ଆଣିବା ପାଇଁ ବିଦେଶରେ ମାମଲା ଲଢ଼ୁଛନ୍ତି। ମୋଟ ଏନପିଏ ୩.୨%କୁ ହ୍ରାସ ପାଇଛି ଏବଂ ୨୦୨୩ରେ ରିଟର୍ଣ୍ଣ ଅନ୍ ଆସେଟ ୦.୫%ରୁ ୦.୭୯%କୁ ବୃଦ୍ଧି ପାଇଛି।

ଶ୍ରୀଯୁକ୍ତ ଠାକୁର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେତେବେଳେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଘୋଷଣା କରିଥିଲେ ସେତେବେଳେ ଅନେକ ଲୋକ ଏହାକୁ ନନ-ଷ୍ଟାର୍ଟର ବୋଲି କହି ପ୍ରତ୍ୟାଖ୍ୟାନ କରିଥିଲେ। କିନ୍ତୁ ଆଜି ସରକାର ଏହି ଯୋଜନାରେ ୪୫ କୋଟି ବ୍ୟାଙ୍କ ଆକାଉଣ୍ଟ ଖୋଲିବାର ସଫଳତା ଲାଭ କରିଛି। ଏହି ଜନଧନ ଆକାଉଣ୍ଟ ଅଧୀନରେ ଥିବା ପାଣ୍ଠି ହେଉଛି ୨.୧ ଲକ୍ଷ କୋଟି ଟଙ୍କାର ଏକ ବିଶାଳ ପାଣ୍ଠି ଯାହା ବ୍ୟାଙ୍କିଙ୍ଗ ଇକୋସିଷ୍ଟମର ଏକ ଅଂଶ ଅଟେ।

ବିମୁଦ୍ରିକରଣ ପରେ ଯେତେବେଳେ ସରକାର ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିଥିଲେ ସେତେବେଳେ ସମାନ ମନୋଭାବ ରହିଥିଲା କିନ୍ତୁ ଆଜି ଭୀମ ୟୁପିଆଇ ଦ୍ୱାରା ସବୁଠାରୁ ଛୋଟ ପେମେଣ୍ଟ କରାଯାଉଛି। ଏସବୁ ଉଦାହରଣ ଭାରତକୁ ବିଶ୍ୱର ଦୁର୍ବଳ ୫ ରୁ ଟପ୍-୫ ଅର୍ଥନୀତିକୁ ନେଇଯାଇଛି ଏବଂ ଖୁବଶୀଘ୍ର ଦେଶକୁ ତୃତୀୟ ବୃହତ୍ତମ ଅର୍ଥନୀତିରେ ପହଞ୍ଚାଇବ।

ଶ୍ରୀ ଠାକୁର କହିଥିଲେ ଯେ ଉତ୍ତରଦାୟିତ୍ୱ ଏବଂ ସ୍ୱଚ୍ଛତାର ମିଶ୍ରଣ ରେ ସରକାରଙ୍କ ପ୍ରୟାସ ଗତ ଦଶ ବର୍ଷ ମଧ୍ୟରେ ୨୫ କୋଟି ଲୋକଙ୍କୁ ବହୁମୁଖୀ ଦାରିଦ୍ର୍ୟରୁ ବାହାର କରିବାରେ ସଫଳ ହୋଇଛନ୍ତି ଏବଂ ଏହା ସରକାରୀ ଯୋଜନାରୁ ଲୋକମାନେ ଉପକୃତ ହେବାର ପ୍ରମାଣ। ସରକାର ଗର୍ବର ସହ ଘୋଷଣା କରିପାରିବେ ଯେ ଜେଏଏମ କାର୍ଯ୍ୟକାରୀ ହେବା କାରଣରୁ ସାମାଜିକ କ୍ଷେତ୍ର ର ଯୋଜନାରେ ସରକାରୀ ଖର୍ଚ୍ଚର ଶତ ପ୍ରତିଶତ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି।

ମନ୍ତ୍ରୀ ସୁନିଶ୍ଚିତ କରିଥିଲେ ଯେ ସରକାର ସାହସିକ ପଦକ୍ଷେପ ନେବା ଜାରି ରଖିବେ ଏବଂ ୨୦୪୭ ସୁଦ୍ଧା ଭାରତକୁ ଶ୍ରେଷ୍ଠ ୩ ଅର୍ଥନୀତି ଏବଂ ୨୦୪୭ ସୁଦ୍ଧା ଏକ ବିକଶିତ ଦେଶରେ ପହଞ୍ଚାଇବାକୁ ଦୃଢ଼ ପ୍ରତିଶ୍ରୁତିବଦ୍ଧ।

anurag thakur narendra modi
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ୪-୩ ଗୋଲରେ ଟିମ୍ ଇଣ୍ଡିଆର ଦମଦାର ବିଜୟ

June 24, 2026

ଭାରତଠାରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର କିଣିବ ୟୁଏଇ: ପାକିସ୍ତାନ କାହିଁକି ଚିନ୍ତିତ?

June 24, 2026

ରାମ ମନ୍ଦିର ଦାନ ଚୋରି ମାମଲା: ଚମ୍ପତ ରାୟଙ୍କ ଭୂମିକା ସନ୍ଦେହଜନକ

June 24, 2026

ଭାରତରେ କେତେବେଳେ ଆରମ୍ଭ ହେବ ଭାରତ ବନାମ ଆୟରଲ୍ୟାଣ୍ଡ ଟି-୨୦?: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

June 24, 2026
Latest News

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ୪-୩ ଗୋଲରେ ଟିମ୍ ଇଣ୍ଡିଆର ଦମଦାର ବିଜୟ

June 24, 2026

ଭାରତଠାରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର କିଣିବ ୟୁଏଇ: ପାକିସ୍ତାନ କାହିଁକି ଚିନ୍ତିତ?

June 24, 2026

ରାମ ମନ୍ଦିର ଦାନ ଚୋରି ମାମଲା: ଚମ୍ପତ ରାୟଙ୍କ ଭୂମିକା ସନ୍ଦେହଜନକ

June 24, 2026

ଭାରତରେ କେତେବେଳେ ଆରମ୍ଭ ହେବ ଭାରତ ବନାମ ଆୟରଲ୍ୟାଣ୍ଡ ଟି-୨୦?: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

June 24, 2026

ରିପବ୍ଲିକାନ୍ ଶିବିରରେ ଫାଟ? ଟ୍ରମ୍ପଙ୍କ ପାଇଁ ବଢ଼ିଲା ଚ୍ୟାଲେଞ୍ଜ

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.