ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ଅନୁରାଗ ଠାକୁର୍‌ : ରିପୋର୍ଟ ମାଗିଲେ ଦିଲ୍ଲୀ ନିର୍ବାଚନ କମିଶନର

Published: Jan 28, 2020, 10:38 am IST

ନୂଆଦିଲ୍ଲୀ : ବିଜେପିର ବରିଷ୍ଠ ନେତା ଓ କେନ୍ଦ୍ରୀୟ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର୍‌ । ଏନେଇ ଦିଲ୍ଲୀ ନିର୍ବାଚନ କମିଶନର ଅନୁରାଗଙ୍କୁ ରିପୋର୍ଟ ମାଗିଛନ୍ତି । ସୋମବାର ଦିନ ନର୍ଥ ଓ୍ବେଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବାବେଳେ ଅନୁରାଗ ଏକ ବିବାଦୀୟ ବୟାନ ଦେଇଛନ୍ତି ଯେ,  ଦେଶଦ୍ରୋହୀଙ୍କୁ ଗୁଳିମାର ।’ ଏପରି ଉତ୍ତେଜିତ ଭାଷଣ ଦେଇଥିବାରୁ କଂଗ୍ରେସ ନିର୍ବାଚନ କମିଶନରଙ୍କୁ ଅନୁରାଗଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଦାବି କରିଛନ୍ତି । ତେବେ ଏହି ବିବାଦୀୟ ବୟାନକୁ ସଫେଇ ଦେଇ ଅନୁରାଗ ଠାକୁର୍‌ କହିଛନ୍ତି ଯେ, ପ୍ରଥମେ ପୂରା ଭିଡିଓ ଦେଖନ୍ତୁ, ଦିଲ୍ଲୀବାସୀଙ୍କୁ ମୁଡ୍‌କୁ ବୁଝନ୍ତୁ । ରିଠାଲିରୁ ବିଜେପି ପ୍ରାର୍ଥୀ ମନୀଷ୍‌ ଚୌଧୁରୀଙ୍କ ସମର୍ଥନରେ ଆୟୋଜିତ ଏକ ରାଲିରେ ଅନୁରାଗ ଠାକୁର୍‌ ଶାହୀନ୍‌ବାଗ୍‌ରେ ଚାଲିଥିବା ସିଏଏ ବିରୋଧୀ ପ୍ରଦର୍ଶନ ଓ ଦେଶ ବିରୋଧୀ ନାରାକୁ ନେଇ ବିରୋଧୀ ଦଳଙ୍କୁ ଆକ୍ରମଣ କରିଥିଲେ । ସୂଚନାଯୋଗ୍ୟ, ଅନୁରାଗଙ୍କ ପୂର୍ବରୁ ବିଜେପିର ସାମିଲ୍‌ ହୋଇଥିବା ଆପ୍‌ ନେତା କପିଲ୍‌ ମିଶ୍ରା ମଧ୍ୟ ବିବାଦୀୟ ବୟାନ ଦେଇଥିଲେ । ଏନେଇ ନିର୍ବାଚନ କମିଶନ ତାଙ୍କ ଉପରେ 48 ଘଣ୍ଟାର ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଥିଲେ । (ଏଜେନ୍ସି)

Related posts