Categories
ଆଜିର ଖବର

ଆଇଏନ୍‌ଏକ୍ସ ମିଡିଆ ମାମଲା : ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟଙ୍କ ଜାମିନ

ନୂଆଦିଲ୍ଲୀ,4/12: ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ରିହାତି ମିଳିଛି । ବୁଧବାର ସୁପ୍ରିମକୋର୍ଟଙ୍କ ପକ୍ଷରୁ ଚିଦାମ୍ବରମଙ୍କୁ ଜାମିନ ପ୍ରଦାନ କରାଯାଇଛି । ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ଜାମିନ ଆବେଦନ ଖାରଜ କରିଥିଲେ । ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗଠିତ ତିନି ଜଣିଆ ଖଣ୍ଡପୀଠ ସକାଳ 10.40 ମିନିଟରେ ଚିଦାମ୍ବରମଙ୍କ ଜାମିନ ରାୟ ଶୁଣାଇଥିଲେ । ଜଷ୍ଟିସ୍‌ ଆର ଭାନୁମତୀ, ଏ ଏସ୍‌ ବୋପାନ୍ନା ଏବଂ ହ୍ରିଶିକେଷ ରାୟଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ନଭେମ୍ବର 15ରେ ଚିଦାମ୍ବରମଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିବା ବେଳେ ନଭେମ୍ବର 28ରେ ରାୟ ସଂରକ୍ଷିତ ରଖାଯାଇଥିଲା । ମାମଲାର ରାୟ ପ୍ରକାଶ ପରେ ଭାରତୀୟ ନ୍ୟାୟ ବ୍ୟବସ୍ଥାକୁ କର୍ତ୍ତୀ ଚିଦାମ୍ବରମ ଧନ୍ୟବାଦ ଜଣାଇଛନ୍ତି । 106 ଦିନର ଲଢେଇ ପରେ ସତ୍ୟର ବିଜୟ ହେଲା ବୋଲି କର୍ତ୍ତୀ ଟ୍ବିଟ୍‌ କରିଛନ୍ତି । (ଏଜେନ୍ସୀ)

Categories
ଆଜିର ଖବର

ଅଯୋଧ୍ୟା ମାମଲା ରାୟ ବିପକ୍ଷରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା ମୁସଲିମ୍‌ ପକ୍ଷ

ନୂଆଦିଲ୍ଲୀ,2/12: ଅଯୋଧ୍ୟା ମାମଲା ରାୟର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଛି ମୁସଲିମ ପକ୍ଷ । ନଭେମ୍ବର 9ରେ ପ୍ରକାଶିତ ଐତିହାସିକ ରାୟରେ ତ୍ରୁଟି ରହିଥିବା ଅଭିଯୋଗ କରି ମୁସଲିମ ପକ୍ଷ ସୁପ୍ରିମକୋର୍ଟରେ ପୁନର୍ବିଚାର ଯାଚିକା ଦାଖଲ କରାଯାଇଛି । ଏମ୍‌ ସିଦ୍ଦିକିଙ୍କ ଉତ୍ତରାଧିକାରୀ ମୌଲାନା ସୈଦ୍‌ ଅସଦ୍‌ ରସିଦିଙ୍କ ପକ୍ଷରୁ ଏହି ଯାଚିକା ଦାୟର କରାଯାଇଛି । ସର୍ବୋଚ୍ଚ କୋର୍ଟ ଅନୈତିକ ଭାବରେ ବାବ୍ରୀ ମସ୍‌ଜିଦ୍‌ ଉପରେ ରାମ ମନ୍ଦିର ନିର୍ମାଣର ରାୟ ପ୍ରଦାନ କରିଛନ୍ତି ତେଣୁ ଏହି ମାମଲାର ପୁନର୍ବିଚାର ପାଇଁ ଆବେଦନ କରାଯାଇଛି । ଏହା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ସଠିକ୍‌ ନ୍ୟାୟ ପ୍ରଦାନ କରାନଗଲେ ଶାନ୍ତି ଫେରିବାର ସମ୍ଭାବନା କ୍ଷୀଣ ବୋଲି ଯାଚିକାରେ ଉଲ୍ଲେଖ କରାଯାଇଛି । (ଏଜେନ୍ସୀ)