Categories
ଆଜିର ଖବର

ଫିଲ୍ମର ମୁଖ୍ୟ ଚରିତ୍ର ପାଇଁ ହକଦାର୍‌ ହେଉଛନ୍ତି ଅପାରଶକ୍ତି : ଆୟୁଷ୍ମାନ ଖୁରାନା

ମୁମ୍ବାଇ, 19/12: ଅଭିନେତା ଆୟୁଷ୍ମାନ ଖୁରାନା ତାଙ୍କ ଭାଇ ଅପାରଶକ୍ତି ଖୁରାନାଙ୍କୁ ଫିଲ୍ମଜଗତରେ ତାଙ୍କର ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରାଇବାରେ ଲାଗିପଡିଛନ୍ତି । ନିଜର ଦକ୍ଷ ଅଭିନୟ ଜରିଆରେ ବେଶ୍‌ ସଫଳତାର ପାହାଚ ଚଢିଛନ୍ତି ଆୟୁଷ୍ମାନ୍‌ । ସେପରି ତାଙ୍କ ଭାଇ ଅପାରଶକ୍ତି ମଧ୍ୟ ଆଗକୁ ବଢୁଛନ୍ତି । ଯେଉଁଠି ଆୟୁଷ୍ମାନ ନିଜର ଅଭିନୟ ପାଇଁ ଲୋକପ୍ରିୟ ହେବା ସହିତ ନିଜର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ନ୍ୟାସନାଲ୍‌ ଫିଲ୍ମ ଆଓ୍ବାର୍ଡ ମଧ୍ୟ ଜିତିସାରିଛନ୍ତି । ସେଠାରେ ’ଦଙ୍ଗଲ’, ‘ସ୍ତ୍ରୀ’, ‘ଲୁକା-ଛପି’, ‘ହେପି ଫିର୍‌ ଭାଗ୍‌ ଜାଏଗୀ’ ଓ ନିକଟରେ ରିଲିଜ୍‌ ହୋଇଥିବା ‘ପତି ପତ୍ନୀ ଔର ଓ୍ବ’ରେ ଅପାରଶକ୍ତି ନିଜ ଅଭିନୟ ଦେଖାଇଛନ୍ତି । ଲୋକପ୍ରିୟ ଅଭିନେତା ଆୟୁଷ୍ମାନଙ୍କୁ କହିଛନ୍ତି ଯେ, ତାଙ୍କ ସାନ ଭାଇ ଫିଲ୍ମର ମୁଖ୍ୟ ଭୂମିକା ପାଇଁ ଯୋଗ୍ୟ ଅଟନ୍ତି । ତାଙ୍କୁ ମୁଖ୍ୟ ଭୂମିକା ମିଳିବା ଦରକାର ।

ଏକ ମିଡିଆ କାର୍ଯ୍ୟକ୍ରମରେ ଆୟୁଷ୍ମାନ କହିଛନ୍ତି ଯେ, ‘ଆକ୍ଟର ଭୂମିକାରେ ଲୋକଙ୍କୁ ଆକର୍ଷିତ କରିବା ବହୁତ କଠିନ କାମ । ନିକଟରେ ଅପାରଶକ୍ତି ଫିଲ୍ମରେ ବେଶ୍‌ ଭଲ କରିଛନ୍ତି । ଏବେ ମୋତେ ଲାଗୁଛି ଯେ ସେ ମୁଖ୍ୟ ଭୂମିକା ନିଭାଇବାକୁ ହକଦାର । (ଏଜେନ୍ସି)