ଓ୍ବିକିଲିକ୍ସର ସହ ପ୍ରତିଷ୍ଠାତା ଜୁଲିଆନ୍ ଆସାଞ୍ଜଙ୍କୁ ଲଣ୍ଡନରେ ଗିରଫ କରାଯାଇଛି। ଆସାଞ୍ଜଙ୍କୁ ଲଣ୍ଡନ ସ୍ଥିତ ଇକ୍ବେଡର ଦୂତାବାସରେ ଗିରଫ କରାଯାଇଛି। ସ୍ବିଡେନକୁ ପତ୍ୟର୍ପିତ ହେବା ଭୟରେ ଆସାଞ୍ଜ ଦୀର୍ଘ ୭ ବର୍ଷ ହେବ ଇକ୍ବେଡର ଦୂତାବାସରେ ଆଶ୍ରୟ ନେଇଥିଲେ। ସ୍ବିଡେନ୍ରେ ଆସାଞ୍ଜଙ୍କ ବିରୋଧରେ ଏକ ଯୌନ ଶୋଷଣ ମାମଲା ଦାୟର ହୋଇଥିଲା। କେସ୍ଟି ବର୍ତ୍ତମାନ ସୁଦ୍ଧା ବନ୍ଦ ହୋଇ ନଥିବାରୁ ଜାମିନ ପାଇଁ ଆସାଞ୍ଜଙ୍କୁ କୋର୍ଟରେ ହାଜର ହେବାର ଥିଲା। ମାତ୍ର କୋର୍ଟରେ ହାଜର ନହୋଇଥିବାରୁ ଆସାଞ୍ଜଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରାଯାଇଥିଲା। ସେହିପରି ଏହି ଘଟଣା ପରେ ଇକ୍ବେଡର ଜୁଲିଆନ ଆସାଞ୍ଜଙ୍କ ସୁରକ୍ଷାକୁ ଋଦ୍ଦ କରିଛି। ଇକ୍ବେଡର ରାଷ୍ଟ୍ରପତି ଲେନିନ୍ ମରେନୋ କହିଛନ୍ତି, ନିୟମିତ ଆନ୍ତର୍ଜାତିକ ନିୟମ ଭଙ୍ଗ କରିଥିବାରୁ ଆସାଞ୍ଜଙ୍କ ସୁରକ୍ଷା ଋଦ୍ଦ କରାଯାଇଛି।
Tag: arrests
ବନ୍ଧୁକ ରଖିବା ଅଭିଯୋଗରେ ସିଏମ୍ସିର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ସ୍ପେଶାଲ ଫ୍ଲାଇଙ୍ଗ ସ୍କ୍ବାଡ ଗିରଫ କରିଛି। ବିଜେଡିର ଏହି ପୂର୍ବତନ କର୍ପୋରେଟର ପୁଣି ଗିରଫ ହୋଇଛନ୍ତି। ରଞ୍ଜିତାଙ୍କୁ ସ୍ପେଶାଲ ସ୍କ୍ବାଡ ଗିରଫ କରିଛି। ତାଙ୍କ ନିକଟରୁ ବନ୍ଧୁକ ଜବତ ହୋଇଛି। ସୂଚନାଯୋଗ୍ୟ ଯେ, ରଞ୍ଜିତା ପୂର୍ବରୁ ଡି ବ୍ରଦର୍ସ ଲିଙ୍କରେ ପ୍ରାୟ ୧ ବର୍ଷ ପୂର୍ବରୁ ଗିରଫ ହୋଇଥିଲେ। ସେ କିଛି ଦିନ ପୂର୍ବରୁ ଜାମିନରେ ଆସିଥିଲେ।
ଭାରତୀୟ ତଟରକ୍ଷା ବାହିନୀ (ଆଇସିଜି) ଏବଂ ଗୁଜରାତ ଆତଙ୍କବାଦ ବିରୋଧୀ ଦଳ (ଏଟିଏସ୍)ର ମିଳିତ ଅପରେସନ୍ରେ ୫୦୦ କୋଟିର ହେରୋଇନ୍ ସହିତ ୯ ଜଣ ଇରାନ୍ ନାଗରିକଙ୍କୁ ଗିରଫ କରିଛି। ସମୁଦ୍ରପଥ ଦେଇ ୧୦୦ କିଗ୍ରା ହେରୋଇନ୍ର ଚୋରାଚାଲାଣ କରାଯାଉଥିବା ବେଳେ ଉଦ୍ୟମକୁ ପଣ୍ଡ କରିଥିଲେ ଆଇସିଜି ଏବଂ ଏଟିଏସ୍। ଏଟିଏସ୍ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ, ହମିଦ୍ ମଲିକ୍ ନାମକ ଜନୈକ ପାକିସ୍ତାନୀ ନାଗରିକ ଏହି ହେରୋଇନ୍ ପଠାଇଥିଲେ। ଏହି ଜାହାଜଟି ପାକିସ୍ତାନର ଗ୍ବାଦାର ବନ୍ଦରରୁ ଇରାନ୍ ନିମନ୍ତେ ଯାଉଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଆଇସିଜି ଏବଂ ଗୁଜରାତ ଏଟିଏସ୍ର ମିଳିତ ଅପରେସନ୍ ଆରମ୍ଭ ହୋଇଥିଲା। ଦୀର୍ଘ ୨୪ ଘଣ୍ଟାର ଅପରେସନ୍ ପରେ ଏହି ସଫଳତା ମିଳିଛି। ୯ ଇରାନ୍ ନାଗରିକଙ୍କୁ ଜେରା କରାଯାଉଥିବା କହିଛି ଗୁଜରାତ ଏଟିଏସ୍।