ନୂଆଦିଲ୍ଲୀ : ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ନିର୍ଭୟା ମା’ଙ୍କୁ ଦୋଷୀଙ୍କୁ କ୍ଷମା ଦେବାକୁ ଅପିଲ୍ କରିଥିବାବେଳେ ଏହାକୁ ନେଇ ଇନ୍ଦିରାଙ୍କ ଉପରେ ବର୍ଷିଛନ୍ତି ନିର୍ଭୟାଙ୍କ ମା’ ଆଶାଦେବୀ। ଆଶାଦେବୀ କହିଛନ୍ତି ଯେ, ଇନ୍ଦିରା ଏଭଳି ପରାମର୍ଶ ଦେବାକୁ କିଏ ? ସାରାଦେଶ ଦୋଷୀଙ୍କ ଫାଶୀଙ୍କ ପକ୍ଷରେ ରହିଛି। ଏଭଳି କିଛି ଲୋକଙ୍କ ପାଇଁ ପୀଡ଼ିତାକୁ ନ୍ୟାୟ ମିଳିପାରୁନି ବୋଲି କହିଛନ୍ତି ଆଶାଦେବୀ । ଅତୀତରେ ଇନ୍ଦିରାଙ୍କୁ ବହୁବାର ଭେଟିଛନ୍ତି ବୋଲି କହିଛନ୍ତି ଆଶାଦେବୀ। କିନ୍ତୁ କେବେ କେମିତି ଅଛନ୍ତି ବୋଲି ପଚାରିନାହାନ୍ତି ଇନ୍ଦିରା । ସୂଚନାଯୋଗ୍ୟ, ଶୁକ୍ରବାର ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପରି ନିର୍ଭୟା ମା’ ଦୋଷୀଙ୍କ କ୍ଷମା ଦିଅନ୍ତୁ ବୋଲି ଅନୁରୋଧ କରିଥିଲେ । ପଟିଆଲା ହାଉସ୍ କୋର୍ଟ ଚାରି ଦୋଷୀଙ୍କୁ ପାଇଁ ନୂଆ ଡେଥ୍ ଓ୍ବାରେଣ୍ଟ ଜାରି କରିଛନ୍ତି । ପୂର୍ବରୁ ଜାନୁଆରୀ 22 ତାରିଖ ସକାଳ 7ଟାରେ ନିର୍ଭୟା ଦୋଷୀଙ୍କ ଫାଶୀ ଦିଆଯିବା ନେଇ ଆଦେଶ ରହିଥିଲା । (ଏଜେନ୍ସି)
Tag: ashadevi
ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାର ରାଜନୀତିକରଣ କରାଯାଉଥିବାରୁ ଆଶାଦେବୀ ବିଜେପି ଏବଂ ଆପ୍କୁ ସମାଲୋଚନା କରିଛନ୍ତି । ଯେଉଁମାନେ, 2012 ମସିହାରେ ନିର୍ଭୟାକୁ ନ୍ୟାୟ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ ସେମାନେ ଆଜି ରାଜନୀତି କରୁଛନ୍ତି ବୋଲି କହି ଆଶାଦେବୀ ଉଭୟ ଆପ୍ ଏବଂ ବିଜେପିକୁ ସମାଲୋଚନା କରିଛନ୍ତି । ଉଭୟ ବିଜେପି ଏବଂ ଆପ୍ ଫାଶୀ ମାମଲାକୁ ନେଇ ପରସ୍ପର ପ୍ରତି କାଦୁଅ ଫିଙ୍ଗା ରାଜନୀତି କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ସରକାରଙ୍କ ଅସହଯୋଗ କାରଣରୁ ଫାଶୀ ଦେବାରେ ବିଳମ୍ବ ହେଉଥିବା ନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ପ୍ରକାଶ କରିଥିବା ବେଳେ ମନୀଷ ସିସୋଦିଆ ଏହାକୁ ଖଣ୍ଡନ କରିଛନ୍ତି । ଉଭୟ ପୋଲିସ୍ ଏବଂ ନ୍ୟାୟ ବିଭାଗ କେନ୍ଦ୍ର ସରକାରଙ୍କ ଅଧୀନରେ ରହିଥିବା ବେଳେ କେନ୍ଦ୍ର ସରକାରଙ୍କ ଅଭିଯୋଗ ଗ୍ରହଣୀୟ ନୁହେଁ ବୋଲି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପ୍ରକାଶ କରିଛନ୍ତି । ଏପରି ସମ୍ବେଦନଶୀଳ ମାମଲାରରେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ବେପରୁଆ ବୟାନ ଗ୍ରହଣୀୟ ନୁହେଁ ବୋଲି ସିସୋଦିଆ ଏବଂ ସଞ୍ଜୟ ସିଂ ପ୍ରକାଶ କରିଛନ୍ତି । (ଏଜେନ୍ସୀ)