Categories
ଆଜିର ଖବର

ଆଶ୍ରିତା ସେଟ୍ଟୀଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେଲେ ମନୀଷ ପାଣ୍ଡେ

ମୁମ୍ବାଇ,2/12: ତାମିଲ ଏବଂ କନ୍ନଡ ଫିଲ୍ମ ଅଭିନେତ୍ରୀ ଆଶ୍ରିତା ସେଟ୍ଟୀଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଭାରତୀୟ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍‌ ମନୀଷ ପାଣ୍ଡେ । ସୋମବାର ମୁମ୍ବାଇରେ ମନୀଷ ପାଣ୍ଡେ ଆଶ୍ରିତାଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଗତକାଲି କର୍ଣ୍ଣାଟକକୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଜିତାଇଥିବା ମନୀଷ ଓ୍ବିଣ୍ଡିଜ୍‌ ସିରିଜ୍‌ ପୂର୍ବରୁ ନିଜର ଦ୍ବିତୀୟ ଇନିଂସ ଆରମ୍ଭ କରିଛନ୍ତି । ତାମିଲ ଫିଲ୍ମ ଏନ୍‌ଏଚ୍‌-4ରୁ ପ୍ରସିଦ୍ଧି ଲାଭ କରିଥିବା ଆଶ୍ରିତା ମନୀଷଙ୍କୁ 4 ବର୍ଷ ହେବ ଡେଟ୍‌ କରୁଥିଲେ । ଉଭୟ ନିଜ ସମ୍ପର୍କକୁ ସର୍ବଦା ଅସ୍ବୀକାର କରି ଆସୁଥିଲେ ମଧ୍ୟ ଶେଷରେ ବିବାହ କରିଛନ୍ତି । ଏହି ବିବାହ ଉତ୍ସବରେ କର୍ଣ୍ଣାଟକ ଟିମ୍‌ ଖେଳାଳି କରୁଣ ନାୟାର, କେ ଏଲ୍‌ ରାହୁଲ ଏବଂ ମୟଙ୍କ ଅଗ୍ରଓ୍ବାଲ ଯୋଗ ଦେଇଥିଲେ । (ଏଜେନ୍ସୀ)