କ୍ୟୁବେକ୍: ଫ୍ରାନ୍ସ ପରେ ଏବେ କାନଡାର କ୍ୟୁବେକ୍ ଅଞ୍ଚଳରେ ଛୁରୀ ଆକ୍ରମଣର ସୂଚନା ରହିଛି । ଗହଳିପୂର୍ଣ୍ଣ ସ୍ଥାନରେ ଆକ୍ରମଣକାରୀଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ଦୁଇଜଣଙ୍କ ମତ୍ୟୁ ଘଟିଥିବା ବେଳେ 5ଜଣ ଆହତ ହୋଇଛନ୍ତି। ପୁଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି। ପୁଲିସ୍ ସନ୍ଦିଗ୍ଧ ଆକ୍ରମଣକାରୀକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ମଧ୍ୟଯୁଗୀୟ ପୋଷାକ ପିନ୍ଧିଥିବା ବେଳେ ତାଙ୍କ ନିକଟରୁ ଲମ୍ବା ଓ ଧାରୁଆ ଚାକୁ ପୁଲିସ ଜବତ କରିଛି। ଅଭିଯୁକ୍ତ ବୟସ 20 ବର୍ଷ ମଧ୍ୟରେ ହେବ ବୋଲି ସୂଚନା ରହିଛି । ତେବେ ଏହି ଆକ୍ରମଣ ପଛରେ କାରଣ କ’ଣ ରହିଛି ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ । (ଏଜେନ୍ସି)
Tag: attack
କାବୁଲ : ଆଫଗାନିସ୍ତାନରେ ରବିବାର ଏକ ଆତ୍ମଘାତୀ ବିସ୍ଫୋରଣରେ 13 ଜଣଙ୍କର ମୃତ୍ୟୁ ଘଟିବା ସହିତ ଶତାଧିକ ଲୋକ ଆହତ ହୋଇଛନ୍ତି । ଘୋରର ପଶ୍ଚିମ ପ୍ରାନ୍ତରେ ରବିବାର ସନ୍ଧ୍ୟାରେ ଏହି କାର ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ 13 ଜଣଙ୍କର ମୃତ୍ୟୁ ଘଟିବା ସହିତ 120ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢିବାର ସମ୍ଭାବନା ରହିଛି । ପୋଲିସ ଷ୍ଟେସନ ସମ୍ମୁଖରେ ଏହି ବିସ୍ଫୋରଣ କରାଯାଇଥିଲା । ଏହି ଆକ୍ରମଣ ପାଇଁ କୌଣସି ଆତଙ୍କୀ ସଙ୍ଗଠନ ନିଜକୁ ଦାୟୀ କରିନାହାନ୍ତି । ତେବେ ସରକାର ଏବଂ ତାଲିବାନ ମଧ୍ୟରେ ଶାନ୍ତି ଆଲୋଚନାକୁ ପ୍ରତିହତ କରିବା ପାଇଁ ଏହି ଆକ୍ରମଣ କରାଯାଇଥିବା ସନେ୍ଦହ କରାଯାଉଛି ।
ଜମ୍ମୁକାଶ୍ମୀର : ଜମ୍ମୁ କାଶ୍ମୀରରେ ପୁଣି ଜଣେ ସରପଞ୍ଚକୁ ଆତଙ୍କୀମାନେ ହତ୍ୟା କରିଛନ୍ତି । କୁଲଗାମ ଜିଲ୍ଲା କାଞ୍ଜିଗୁଣ୍ଡ ବ୍ଲକର ଭେସୁ ଗ୍ରାମରେ ଭାରତୀୟ ଜନତା ପାର୍ଟିର ସରପଞ୍ଚଙ୍କୁ ଗୁରୁବାର ଦିନ ଆତଙ୍କୀମାନେ ଗୁଳି କରିଥିଲେ । ଗୁରୁତର ଅବସ୍ଥାରେ ବିଜେପି ସରପଞ୍ଚଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ । ମୃତ ସରପଞ୍ଚ ଜଣକ ହେଉଛନ୍ତି ସଜାଦ ଅହମ୍ମଦ ଖାଣ୍ଡେ । ଗତ 48 ଘଣ୍ଟା ମଧ୍ୟରେ ଦ୍ବିତୀୟ ବିଜେପି ସରପଞ୍ଚ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି ।
ପୂର୍ବରୁ ଅଗଷ୍ଟ 4 ତାରିଖ ସନ୍ଧ୍ୟାରେ କାଞ୍ଜିଗୁଡା ଅଖରାନରେ ଆତଙ୍କୀମାନେ ବିଜେପିର ଅନ୍ୟ ଏକ ସରପଞ୍ଚ ଆରିଫ୍ ଅହମ୍ମଦକୁ ଆକ୍ରମଣ କରିଥିଲେ । ସେ ଗୁରୁତର ହୋଇଛନ୍ତି । ଏହା ପୂର୍ବରୁ ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀମାନେ ଜୁନ୍ 8 ତାରିଖର ଜଣେ କାଶ୍ମୀର ପଣ୍ଡିତ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଥିଲେ । ଲଶ୍କର-ଏ-ତୋଏବା ସହ ଜଡିତ ସଙ୍ଗଠନ ଦ ରେଜିଣ୍ଟେନ୍ସ ଫ୍ରଣ୍ଟ ଏହି ହତ୍ୟାକାଣ୍ଡ ପାଇଁ ନିଜକୁ ଦାୟୀ କରିଛି । (ଏଜେନ୍ସି)
ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର : କୁକୁଡାଖଣ୍ଡି ସଦର ଥାନା ଅନ୍ତର୍ଗତ ରୋହିଗାଁ ଗ୍ରାମରେ ରାଜନୈତିକ ଶତ୍ରୁତାକୁ ନେଇ ପୂର୍ବରୁ ଅନେକ ଆକ୍ରମଣ ଘଟିଛି । ଏପରିକି ଏକ ହତ୍ୟା କାଣ୍ଡ ମଧ୍ୟ ହୋଇଥିବାର ନଜିର ରହିଛି । ଯାହାଫଳରେ ଉକ୍ତ ଅଂଚଳ ସବୁବେଳେ ଅଶାନ୍ତ ବାତାବରଣ ଦେଖାଦେଇଥାଏ । ଗତ ଶନିବାର ରାତ୍ର ପ୍ରାୟ 7.00 ଟା ସମୟରେ ପୂର୍ବତନ ବ୍ଲକ ବିଜେଡି ସଭାପତି ସନ୍ୟାସୀ ଜେନାଙ୍କ ସାନଭାଇ ପୂର୍ଣ୍ଣ ଜେନାଙ୍କ ଉପରକୁ ଆକ୍ରମଣ କରାଯାଇଥିଲା । ସେହି ଗ୍ରାମର କିଛି ଯୁବକ ଆକ୍ରମଣ କରିଥିବା ନେଇ ସ୍ଥାନୀୟ ସଦର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା ।
ବଶିଷ୍ଠ ଜେନା, ବାବୁଲା ଜେନା, ଟୁନା ସେଠି, ଟୁଲୁ ଜେନା, ପ୍ରଭାକର ଜେନା, ଭିକାରି ଜେନା, ସଙ୍ଘବଦ୍ଧ ଭାବରେ କାତି, ଲୁହାଛଡ଼ ଓ ଟାଙ୍ଗିଆରେ ମରଣନ୍ତକ ଆକ୍ରମଣ କରିଥିବା ନେଇ ସଦର ଥାନାରେ ଅଭିଯୋଗ କରିଥିଲେ l ଉଲ୍ଲେଖଯୋଗ୍ୟ ଯେ, 5 ବର୍ଷ ପୂର୍ବେ ପୂର୍ଣ୍ଣ ଜେନାଙ୍କ ଉପରକୁ ଏହି ଦୂର୍ବୁର୍ତ୍ତମାନେ ମରଣାନ୍ତକ ଆକ୍ରମଣ କରିଥିବା ବେଳେ 2017ରେ ଜାମିନରେ ଆସିବା ପରେ ତାଙ୍କ ମଝିଆଁ ଭାଇ ଅଶୋକ ଜେନାଙ୍କୁ ହତ୍ୟା କରିଥିଲେ । ଉକ୍ତ ହତ୍ୟା ମାମଲା ବିଚାରାଧୀନ ରହିଥିବା ବେଳେ ଏହି ଅଭିଯୁକ୍ତ ମାନେ ପୁନର୍ବାର ଜାମିନରେ ଆସି ପୂର୍ଣ୍ଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ପୂର୍ଣ୍ଣ ବର୍ତ୍ତମାନ ଗୁରୁତର ଅବସ୍ଥାରେ ବ୍ରହ୍ମପୁରର ଏମ୍କେସିଜିରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣାକୁ ନେଇ ପୂର୍ଣ୍ଣଙ୍କ ପରିବାର ଭୀତତ୍ରସ୍ତ ଅବସ୍ଥାରେ ରହିଥିବା ବେଳେ ପୋଲିସ୍ ପକ୍ଷରୁ କେସ୍ ନମ୍ବର 131/2020ରେ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଅଟକ ରଖିଛି । ଏହି ମାମଲାର ତଦନ୍ତ ଜାରି ରହିଛି ଏବଂ ଖୁବ୍ଶୀଘ୍ର ଅନ୍ୟ ଅପରାଧୀଙ୍କୁ ଗିରଫ କରାଯିବ ବୋଲି ସଦର ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।
ଚଣ୍ଡୀଗଡ : ହରିୟାଣାରେ ପୋଲିସ୍ ଓ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ପୁନର୍ବାର ଆକ୍ରମଣ କରାଯାଇଛି । ଏହି ଆକ୍ରମଣ ଘଟଣାରେ ପୋଲିସ୍ 30 ଜଣଙ୍କୁ ଗିରଫ କରିଛି । ଅମ୍ବାଲା ନିକଟସ୍ଥ ଚାନ୍ଦପୁରା ଗ୍ରାମରେ ଏହି ଘଟଣା ଘଟିଛି । ଚାନ୍ଦପୁରାରେ ଜଣେ ମହିଳା କୋଭିଡ୍-19ରେ ପ୍ରାଣ ହରାଇଥିବା ବେଳେ ଗ୍ରାମବାସୀ ତାଙ୍କର ଅନ୍ତିମ ସଂସ୍କାର ପାଇଁ ଦାବି କରିଥିଲେ । ଏହାକୁ ନେଇ ପୋଲିସ୍ ଓ ସ୍ବାସ୍ଥ୍ୟକର୍ମୀଙ୍କ ଉପରକୁ ପଥର ମାଡ କରାଯାଇଥିଲ । ଏହି ଘଟଣାରେ ଏକାଧିକ ସ୍ବାସ୍ଥ୍ୟକର୍ମୀ ଏବଂ ଅମ୍ବାଲା ଡିସିପି ଆହତ ହୋଇଥିଲେ । ଏହାପରେ ପୋଲିସ୍ ଗ୍ରାମର 30 ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । (ଏଜେନ୍ସି)
ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଲୋକ ନାୟକ ଜୟ ପ୍ରକାଶ ନାରାୟଣ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କ ଉପରକୁ ଆକ୍ରମଣ କରାଯାଇଛି । ମଙ୍ଗଳବାର ଜଣେ ଜମାତୀ ସଦସ୍ୟ ଉକ୍ତ ମହିଳାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ କରାଯିବାକୁ ନେଇ ମହିଳା ଡାକ୍ତର ଜଣକ ପୋଲିସ୍ କମିଶନରଙ୍କ ନିକଟରେ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ କରାଯାଇଥିଲା । ଏଲ୍ଏନ୍ଜିପି ହସ୍ପିଟାଲରେ ଏକାଧିକ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ଏପରି ଆକ୍ରମଣକୁ ହସ୍ପିଟାଲ କର୍ତ୍ତୃପକ୍ଷ ନିନ୍ଦା କରିଛନ୍ତି । ମଙ୍ଗଳବାର ସନ୍ଧ୍ୟା 5.20 ମିନିଟ୍ରେ ଏହି ଆକ୍ରମଣ ହୋଇଥିବା ଜଣାପଡିଛି । ତେବେ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହି ଘଟଣା ପରେ ହସ୍ପିଟାଲର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିବା ନେଇ ଜୈନ୍ ପ୍ରକାଶ କରିଛନ୍ତି ।
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଏସ୍ପି ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ କରାଯାଇଛି । ବଦରପୁର ଆସନରୁ ଲଢୁଥିବା ବିଏସ୍ପି ପ୍ରାର୍ଥୀ ନାରାୟଣ ଦତ୍ତ ଶର୍ମାଙ୍କୁ ଗୁରୁବାର ସକାଳୁ ଆକ୍ରମଣ କରାଯାଇଛି । ନିଜ କାର୍ରେ ଯାଉଥିବା ସମୟରେ ଶର୍ମାଙ୍କ ଉପରକୁ କିଛି ଅଜଣା ଆତତାୟୀ ଆକ୍ରମଣ କରିଥିଲେ । ଆକ୍ରମଣରେ 8ରୁ 10 ଜଣ ବ୍ୟକ୍ତି ସମ୍ପୃକ୍ତ ରହିଥିବା ନେଇ ଶର୍ମା ଅଭିଯୋଗ କରିଛନ୍ତି । ଏକ ମିଟିଂରୁ ଫେରୁଥିବା ବେଳେ ଶର୍ମାଙ୍କ କାର୍ ଉପରକୁ ଆକ୍ରମଣ କରାଯାଇଥିଲା । କାର୍ର କାଚ ଭାଙ୍ଗି ଯାଇ ଶର୍ମା ଗୁରୁତର ଭାବରେ ଆହତ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ନରାୟଣ ଦତ୍ତ ଶର୍ମା ପୂର୍ବରୁ ଆପ୍ର ବିଧାୟକ ରହିଥିବା ବେଳେ ଚଳିତ ବର୍ଷ ତାଙ୍କୁ ଟିକେଟ ମିଳିନଥିଲା ।
ସାମ୍ନାକୁ ଆସିଲା ‘ଆଟାକ୍’ର ଫାଷ୍ଟ ଲୁକ୍
ସମୀକ୍ଷା ବ୍ୟୁରୋ
ନୂଆଦିଲ୍ଲୀ, ୧/୧୨: ଜନ ଆବ୍ରାହମ୍ଙ୍କ ଅପକମିଙ୍ଗ୍ ଥ୍ରିଲର୍ ‘ଆଟାକ୍’ର ଆଜି ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି । ଫିଲ୍ମଟି ୧୪ ଅଗଷ୍ଟ ୨୦୨୦ରେ ରିଲିଜ୍ ହେବାକୁ ରହିଛି । ପୂର୍ବରୁ ଜନ୍ଙ୍କ ୨୦୧୮ ସ୍ବାଧୀନତା ଦିବସ ଅବସରରେ ‘ସତ୍ୟମେବ ଜୟତେ’ ଓ ଚଳିତ ବର୍ଷ ସ୍ବାଧୀନତା ଦିବସରେ ‘ବାଟ୍ଲା ହାଉସ୍’ ଫିଲ୍ମ ରିଲିଜ୍ ହୋଇଥିଲା । ଯାହା ବଲିଉଡ୍ରେ ବେଶ୍ ସଫଳ ରହିଥିଲା । ଏବେ ଆସନ୍ତା ସ୍ବାଧୀନତା ଦିବସକୁ ମଧ୍ୟ ଆଜିଠାରୁ ବୁକିଂ କରିସାରିଲେଣି । ଏହି ଆକ୍ସନ ଥ୍ରିଲର ଫିଲ୍ମରେ ଜନ୍ଙ୍କ ସହିତ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡେଜ୍ ଓ ରକୁଲ୍ ପ୍ରୀତ୍ ସିଂ ପ୍ରମୁଖ ନଜର ଆସିବେ । ଲକ୍ଷ୍ୟ ରାଜ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ରୋମାଞ୍ଚଭରା ଫିଲ୍ମକୁ ଜନ୍ଙ୍କ ପ୍ରଡକ୍ସନ୍ ହାଉସ୍ ପ୍ରସ୍ତୁତ କରୁଛି । (ଏଜେନ୍ସି)
ପୂର୍ବତନ ଆଇଏଏସ ଅଫିସର୍ ଅଶ୍ବିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ବକୁ ନେଇ ଏବେ ଓଡ଼ିଶା ରାଜନୀତି ବେଶ୍ ସରଗରମ। ବିଜେପି ତରଫରୁ ରାଜ୍ୟସଭା ପ୍ରାର୍ଥୀ ହୋଇଥିବା ବୈଷ୍ଣବଙ୍କୁ ବିଜେଡ଼ି ସମର୍ଥନ କରୁଥିବାବେଳେ ଏବେ ଏହାକୁ ନେଇ କଂଗ୍ରେସ ଆକ୍ରମଣ କରିଛି। ଉଭୟ ବିଜେପି ଓ ବିଜେଡ଼ିକୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ସତ୍ୟ ନାୟକ। ଅଶ୍ବିନୀଙ୍କୁ ବିଜେଡ଼ିର ସମର୍ଥନ ଦ୍ବାରା ଓଡ଼ିଶାର କ’ଣ ସ୍ବାର୍ଥ ହାସଲ ହେଲା ବୋଲି ପ୍ରଶ୍ନ କରିଛନ୍ତି ସତ୍ୟ ନାୟକ। ବିରୋଧୀ ଦଳ ଭାବେ ବିଜେପିର ନୈତିକତା ହରାଇଛି ବୋଲି କହିଛନ୍ତି ସତ୍ୟ ନାୟକ। ସେହିପରି ଅଶ୍ବିନୀଙ୍କ ଓଡ଼ିଶା ପ୍ରତି କ’ଣ ଅବଦାନ ଅଛି, ତା’ର ଉତ୍ତର ନବୀନ ଦେବେ କି ବୋଲି ପ୍ରଶ୍ନ କରିଛି କଂଗ୍ରେସ। ଉଭୟ ଦଳକୁ କଟାକ୍ଷ କରି ପୋଡ଼ା ଟ୍ରାନ୍ସଫର୍ମର ଓ ଡବଲ୍ ଇଞ୍ଜିନ୍ ଏକାଠି ହେବାର କାରଣ କ’ଣ ବୋଲି ପ୍ରଶ୍ନ କରିଛି କଂଗ୍ରେସ। ତେବେ ଚିଟ୍ଫଣ୍ଡରେ ଟଣାହେବା ଆଶଙ୍କାରେ ବିଜେପି କଥାକୁ ବିଜେଡ଼ି ମାନିନେଇଛୁ ଓ ଉଭୟ ଦଳଙ୍କ ମଧ୍ୟରେ ଅଘୋଷିତ ମେଣ୍ଟ ଚାଲିଛି ବୋଲି କହିଛନ୍ତି କଂଗ୍ରେସ ନେତା ସତ୍ୟ ନାୟକ।
ଇଷ୍ଟର ଆକ୍ରମଣ ପରେ ଶ୍ରୀଲଙ୍କାରେ ଲାଗି ରହିଥିବା ଜରୁରୀ କାଳୀନ ପରସ୍ଥିତିର ଅବଧି ବଢାଯାଇଛି। ଶନିବାର ରାଷ୍ଟ୍ରପତି ମୈତ୍ରିପାଲା ଶିରିସେନା ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଶନିବାର ଏହି ଜରୁରୀ କାଳୀନ ପରସ୍ଥିତିର ଅବଧି ଶେଷ ହେବାକୁ ଥିବା ବେଳେ ଏହାକୁ ପୁନର୍ବାର ବଢାଇଛନ୍ତି ରାଷ୍ଟ୍ରପତି। ଜରୁରୀ କାଳୀନ ପରସ୍ଥିତି ସମୟରେ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ରାଷ୍ଟ୍ରର ସୁରକ୍ଷା ପାଇଁ ଏହା ଆବଶ୍ୟକ ବୋଲି କହିଛନ୍ତି ଶିରିସେନା। ଏହି ସମୟସୀମା ମଧ୍ୟରେ ଶ୍ରୀଲଙ୍କାରେ ୧୦୦ରୁ ଅଧିକଙ୍କୁ ଗିରଫ କରାଯାଇଥିବା ତନ୍ମଧ୍ୟରୁ ୧୦ରୁ ଅଧିକ ମହିଳା ରହିଛନ୍ତି। ଉଲ୍ଳେଖଯୋଗ୍ୟ ଯେ, ଇଷ୍ଟର ଅବସରରେ ଶ୍ରୀଲଙ୍କାରେ ଘଟିଥିବା ବିସ୍ଫୋରଣରେ ୨୫୮ ଜଣଙ୍କ ପ୍ରାଣହାନି ଘଟିଥିଲା। ଆସନ୍ତା ଦଶ ଦିନ ମଧ୍ୟରେ ସଂସଦୀୟ ଅଧିବେଶନ ଆରମ୍ଭ ପୂର୍ବରୁ ଜରୁରୀ କାଳୀନ ବ୍ୟବସ୍ଥା ଉଠାଯିବ ବୋଲି ସୂଚନା ଦେଇଛନ୍ତି ଶିରିସେନା।
ଆତଙ୍କବାଦୀ ସଙ୍ଗଠନ ଆଇଏସ୍ ଆଇଏସ୍ର ରାଡାରରେ ଭାରତ ଏବଂ ଶ୍ରୀଲଙ୍କା ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଛି। ଇରାକ ଏବଂ ସିରିଆରେ ଆଇଏସ୍ ଉପରେ ଆକ୍ରମଣ ହେବା ପରେ ଏହି ଆତଙ୍କୀ ସଙ୍ଗଠନ ପକ୍ଷରୁ ବର୍ତ୍ତମାନ ବିଭିନ୍ନ ଭାରତ ମହାସାଗରୀୟ ଉପକୂଳ ରାଷ୍ଟ୍ରକୁ ଆକ୍ରମଣ କରାଯିବାର ଲକ୍ଷ୍ୟ ରଖାଯାଇଛି। ଇରାକ ଏବଂ ସିରିଆରେ ଏହି ସଙ୍ଗଠନର ନେଟଓ୍ବର୍କ ଶେଷ ହେବା ପରେ ବର୍ତ୍ତମାନ ଭାରତୀୟ ସହର କେରଳ ଏବଂ ଶ୍ରୀଲଙ୍କାର କଲମ୍ବୋକୁ ଟାର୍ଗେଟ୍ କରାଯାଇପାରେ ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି। ଗୁଇନ୍ଦା ସାଟେଲାଇଟ୍ ସୂଚନା ଅନୁଯାୟୀ ଏହି ଅଞ୍ଚଳ ମାନଙ୍କରେ ଜେହାଦୀ ଆକ୍ରମଣ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହା ସହିତ ଅନ୍ୟ ଭାରତୀୟ ସହର ଗୁଡିକ ମଧ୍ୟରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ କାଶ୍ମୀରରେ ମଧ୍ୟ ଆକ୍ରମଣର ପୂର୍ବାନୂମାନ ଲଗାଯାଇଛି।
ଝାରଖଣ୍ଡର ଷଢେଇକଳା ଜିଲ୍ଲାରେ ନକ୍ସଲ ଆକ୍ରମଣରେ ପାଞ୍ଚ ଜଣ ପୋଲିସ ସହିଦ ହୋଇଛନ୍ତି। ପୋଲିସ ଦଳ ପେଟ୍ରୋଲିଂ କରି ଫେରୁଥିବା ବେଳେ ନକ୍ସଲ ଏହି ଆକ୍ରମଣ କରିଛନ୍ତି। ଶୁକ୍ରବାର ଷଢେଇକଳା ତିରୁଲହିଡ ଥାନା କ୍ଷେତ୍ର କୁକଡୁ ହାଟରେ ଏହି ଘଟଣା ଘଟିଛି। ପୋଲିସ ପେଟ୍ରୋଲିଂ କରି ଫେରୁଥିଲେ ନକ୍ସଲ ମାନେ ପୋଲିସ ଗାଡିକୁ ଚାରିଆଡୁ ଘେରି ଅତି ନିକଟରୁ ଗୁଳି ମାଡ କରିଥିଲେ। ସହିଦଙ୍କ ମଧ୍ୟରେ ଦୁଇ ଜଣ ଏଏସଆଇ ଓ ତିନି ଜଣ କନଷ୍ଟେବଳ ଅଛନ୍ତି। ପେଟ୍ରୋଲିଂ କରୁଥିବା ଗାଡିରେ ୬ ଜଣ ପୋଲିସ କର୍ମୀ ଥିଲେ। ଏଥିରୁ ପାଞ୍ଚ ଜଣ ସହିଦ ହୋଇଥିବା ବେଳେ ଜଣେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସହିଦଙ୍କ ମଧ୍ୟରେ ରହିଛନ୍ତି ଏଏସଆଇ ମନୋଧନ ହାସଦା, ଏଏସଆଇ ଗୋବର୍ଦ୍ଧନ ପାସଓ୍ଵାନ, କନଷ୍ଟେବଳ ଯୁଧିଷ୍ଠୀର ମାଲୁଆ, କନଷ୍ଟେବଳ ଡିବରୁ ପୂର୍ତ୍ତି ଓ କନଷ୍ଟେବଳ ଧନେଶ୍ଵର ମହନ୍ତ ପ୍ରମୁଖ।
ରକେଟ ମାଡ ପରେ ଗାଜା ଉପରେ ଇସ୍ରାଏଲ୍ର ଆକ୍ରମଣ
ଗାଜାର ଆତଙ୍କବାଦୀ ମାନେ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଇସ୍ରାଏଲୀ ସେନାବାହିନୀ ପକ୍ଷରୁ ଗାଜା ଉପରେ ଆକ୍ରମଣ କରାଯାଇଛି। ବୁଧବାର ରାତିରେ ଇସ୍ରାଏଲ୍ର ଦକ୍ଷିଣ ଭାଗରେ ଆତଙ୍କୀ ମାନେ ଏକ ରକେଟ ମାଡ କରିଥିଲେ। ଗୁରୁବାର ସକାଳୁ ଇସ୍ରାଏଲ୍ ପକ୍ଷରୁ ବିମାନ ଆକ୍ରମଣ କରାଯାଇଥିଲା। ଗାଜାରେ ରହିଥିବା ବିଭିନ୍ନ ଭୂତଳ ଆଡ୍ଡା ଉପରେ ବିମାନ ଆକ୍ରମଣ କରାଯାଇ ଏହାକୁ ନଷ୍ଟ କରି ଦିଆଯାଇଛି ବୋଲି ଇସ୍ରାଏଲୀ ସେନା ପକ୍ଷରୁ କୁହାଯାଇଛି। ମେ ମାସ ପରଠାରୁ ଏହା ଉଭୟ ରାଷ୍ଟ୍ର ମଧ୍ୟରେ ୧୧ ଥର ନିୟନ୍ତ୍ରଣ ରେଖା ଉଲ୍ଲଂଘନ କରାଯାଇଛି। ଏହି ଆକ୍ରମଣ ପରେ ପାଲେଷ୍ଟାଇନ୍ ମତ୍ସ୍ୟଜୀବିଙ୍କ ପାଇଁ ଉଦ୍ଦିଷ୍ଟ ଜଳକୁ ବନ୍ଦ କରି ଦେଇଛି ଇସ୍ରାଏଲ୍।
ଫିଲିପାଇନ୍ସରେ ସେନାବାହିନୀ ଉପରେ ଏକ ଆତଙ୍କୀ ଗୋଷ୍ଠୀ ଆକ୍ରମଣ କରିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ସେନାର ଏକ ଦଳ ଉପରକୁ ପ୍ରାୟ ୩୦ରୁ ଅଧିକ ଆତଙ୍କୀ ଆକ୍ରମଣ କରିଥିଲେ।ଦକ୍ଷିଣ ଫିଲିପାଇନ୍ସର ସୁଲୁ ଅଞ୍ଚଳରେ ଆବୁ ସୟଫ ଆତଙ୍କୀ ସଙ୍ଗଠନ(ଏଏସ୍ଜି)ର ସଦସ୍ୟ ମାନେ ଆକ୍ରମଣ କରିଥିଲେ। ଫିଲିପାଇନ୍ସର ୧୧ ତମ ଇନ୍ଫାନ୍ଟ୍ରି ଦଳର ସୈନ୍ୟ ମାନେ ସୁଲା ଗ୍ରାମ ଦେଇ ଯାଉଥିବା ବେଳେ ଏକହି ଆକ୍ରମଣ ଘଟିଥିଲା। ଆକ୍ରମଣ ୩୦ ମିନିଟ୍ ଧରି ଚାଲିଥିବା ବେଳେ ଗ୍ରାମର ଦୁଇ ଜଣ ଏବଂ ୬ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ଜଣେ ୧ ବର୍ଷର ଶିଶୁ ଏବଂ ଜଣେ ୧୨ ବର୍ଷୀୟ ବାଳକ ରହିଛନ୍ତି। ସୂଚନା ଅନୁଯାୟୀ, ଏହି ଆକ୍ରମଣରେ ୫ ଜଣ ସେନା କର୍ମଚାରୀ, ୨ ଜଣ ସାଧାରଣ ନାଗରିକ ଏବଂ ୭ ଜଣ ଆତଙ୍କବାଦୀ ଆହତ ହୋଇଛନ୍ତି। ବିଗତ କିଛି ମାସ ମଧ୍ୟରେ ସୁଲୁରେ ବିଭିନ୍ନ ଆକ୍ରମଣରେ ୧୦୦ରୁ ଅଧିକ ସାଧାରଣ ଜନତା ପ୍ରାଣ ହରାଇଛନ୍ତି।
ଇଷ୍ଟର ରବିବାରରେ ଶ୍ରୀଲଙ୍କାରେ ହୋଇଥିବା ବିସ୍ଫୋରଣରେ ୨୫୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦୦ରୁ ଅଧିକ ଆହତ ହୋଇଥିଲେ। ଏହି ବିସ୍ଫୋରଣ ପାଇଁ ଆଇଏସ୍ ନିଜକୁ ଦାୟୀ କରିଥିବା ବେଳେ ଘଟଣାରେ ଗିରଫଙ୍କ ସଂଖ୍ୟା ୧୦୭ ଛୁଇଁଛି। ଏହି ଘଟଣାରେ ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ତାମିଲ ମିଡିୟମ୍ ଶିକ୍ଷକ ଏବଂ ସ୍କୁଲ ପ୍ରିନ୍ସିପାଲ୍ ରହିଛନ୍ତି । ଗିରଫ ଶିକ୍ଷକଙ୍କ ନିକଟରୁ ପୋଲିସ୍ ୫୦ଟି ସିମ୍କାର୍ଡ ଏବଂ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ରବିବାର ସକାଳେ ଶ୍ରୀଲଙ୍କା ପୋଲିସ୍ ଏବଂ ସେନା ପକ୍ଷରୁ ଏକ ସର୍ଚ୍ଚ ଅପରେସନ୍ କରାଯାଇ କଳ୍ପିତୟରୁ ୧୦ ଜଣଙ୍କୁ ଗିରଫ କରାଯାଇଛି। ଗତକାଲି ମଧ୍ୟ ପୋଲିସ୍ର ଏକ ଅପରେସନରେ ୩ ଆଇଏସ୍ ଆତଙ୍କୀ ନିହତ ହୋଇଥିଲେ।
ତାଲିବାନ ଆକ୍ରମଣରେ ୯ ପୋଲିସ୍ କର୍ମୀ ମୃତ
ଆଫଗାନିସ୍ତାନରେ ଏକ ଆତଙ୍କବାଦୀ ଆକ୍ରମଣରେ ୯ ଜଣ ପୋଲିସ୍ ଅଧିକାରୀ ପ୍ରାଣ ହରାଇଛନ୍ତି। ଏକ ଜୀବନ୍ତ ବୋମାକୁ ନିଷ୍କ୍ରିୟ କରିବାକୁ ଯାଉଥିବା ପୋଲିସ୍ ଟିମ୍ ଉପରେ ଆକ୍ରମଣ ହେବାରୁ ୯ ଜଣ ପୋଲିସ କର୍ମୀଙ୍କ ପ୍ରାଣହାନି ଘଟିଛି। ଅନର୍ଦରା ଜିଲ୍ଲାରେ ଏହି ଘଟଣା ଘଟିଛି। ପୋଲିସ୍ ଅଧିକାରୀ ଅବ୍ଦୁଲ୍ ସମାଦ ସଲେହୀ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତ। ଫରାହରେ ଏକ ବୋମା ରହିଥିବାର ଖବର ପାଇ ଏହି ଅଧିକାରୀ ମାନେ ଯାଉଥିବା ବେଳେ ଏହି ଆକ୍ରମଣ ଘଟିଥିଲା। ଏହି ଆକ୍ରମଣ ପରେ ତାଲିବାନ ସହିତ ହେବାକୁ ଥିବା ଶାନ୍ତି ରାଜିନାମା ବାଧାପ୍ରାପ୍ତ ହୋଇଛି।
ସିଆରପିଏଫ୍ ବସ୍ ଉଡାଇବାକୁ କୁହାଯାଇଥିଲା
ବନିହାଲରେ ସିଆରପିଏଫ୍ ବସ୍ ଉପରେ ଆକ୍ରମଣର ୩୬ ଘଣ୍ଟା ମଧ୍ୟରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତ ନିଜର ଦୋଷ ସ୍ବୀକାର କରିଥିବା ନେଇ ଜମ୍ମୁ ଏବଂ କାଶ୍ମୀର ଡିଜିପି ଦିଲବାଗ ସିଂ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ନିଜ ବୟାନରେ କହିଛନ୍ତି ଯେ, ମୋତେ ବିସ୍ଫୋରଣ କରିବା ନିମନ୍ତେ ଫୋନ୍ ଜରିଆରେ ଆଦେଶ ମିଳିଥିଲା। ମୋ କାମ ଥିଲା କେବଳ ଗାଡି ଚଳାଇ ଯିବା ଏବଂ ବିସ୍ଫୋରଣ ନିମନ୍ତେ ସ୍ବିଚ୍ ଦବାଇବା। ପୋଲିସ୍ ପକ୍ଷରୁ ଅପରାଧୀଙ୍କ ନାମ ଗୋପନ ରଖାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଛି ବୋଲି ଡିଜିପି ଶ୍ରୀ ସିଂହ ପ୍ରକାଶ କରିଛନ୍ତି। ମାର୍ଚ୍ଚ ୩୦ ତାରିଖରେ ସିଆରପିଏଫ୍ ବସ୍ ନିକଟରେ ଏକ କାର ବୋମା ବିସ୍ଫୋରଣ କରାଯାଇଥିଲା। ସୌଭାଗ୍ୟବଶତଃ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି।
ଗାଜା ଉପରେ ଇସ୍ରାଏଲ୍ର ଆକ୍ରମଣ
ଇସ୍ରାଏଲ୍ ଉପରେ ରକେଟ ମାଡ ହେବାର ଏକ ଘଣ୍ଟା ମଧ୍ୟରେ ପ୍ରତିଆକ୍ରମଣ କରିଛି ଇସ୍ରାଏଲ୍। ରକେଟ୍ ମାଡ ନେଇ ହମାସକୁ ଦୋଷ ଦେବା ସହିତ ଇସ୍ରାଏଲ୍ ଗାଜା ଉପରେ ତୁରନ୍ତ ଆକ୍ରମଣ ଆରମ୍ଭ କରିଥିଲା। ଇସ୍ରାଏଲୀ ସାମରିକ ବଳ (ଆଇଡିଏଫ୍) ସୂଚନା ଅନୁଯାୟୀ ଏହି ଆକ୍ରମଣରେ ହମାସ ତରଫରୁ ଇସ୍ରାଏଲୀ ସାମରିକ ମୁଖ୍ୟ କାର୍ଯ୍ୟାଳୟକୁ ଟାର୍ଗେଟ୍ କରାଯାଇଥିଲା। ହମାସ ପକ୍ଷରୁ କରାଯାଇଥିବା ଏହି ଆକ୍ରମଣରେ ୭ ଜଣ ଲୋକ ଆହତ ହୋଇଥିଲେ। ଏହାର ପ୍ରତିବାଦରେ ଏକ ଘଣ୍ଟା ମଧ୍ୟରେ ୧୨ଟି ରକେଟ ମାଡ କରାଯାଇଥିଲା। ଏହି ଆକ୍ରମଣ ସମୟରେ ଆମେରିକାରେ ଥିବା ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ କହିଛନ୍ତି ଏପରି ଆକ୍ରମଣକୁ ଇସ୍ରାଏଲ କଦାପି ବରଦାସ୍ତ କରିବ ନାହିଁ। ଏହାପରେ ନିଜର ଗସ୍ତକୁ କାଣ୍ଟଛାଣ୍ଟ କରିବା ସହିତ ଟ୍ରମ୍ପକୁ ଭେଟିବା ପରେ ଇସ୍ରାଏଲ୍ ଫେରି ଆସିବା ନେଇ ସୂଚନା ଦେଇଛନ୍ତି ନେତନ୍ୟାହୁ। କୌଣସି ପାଲେଷ୍ଟାଇନ୍ ଆତଙ୍କୀ ସଙ୍ଗଠନ ଏନେଇ ନିଜକୁ ଦାୟୀ କରିନାହାନ୍ତି। ଆସନ୍ତା ୯ ତାରିଖରେ ଇସ୍ରାଏଲ୍ର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।
ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ମହାସଚିବ ରାମ ଗୋପାଲ ଯାଦବ ପୁଲ୍ଓ୍ବାମା ଆତଙ୍କୀ ଆକ୍ରମଣକୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାମଗୋପାଲ କହିଛନ୍ତି ଯେ, ଭୋଟ୍ ପାଇଁ ୪୦ ଜଣ ଯବାନଙ୍କ ପ୍ରାଣବଳି ଚଢାଗଲା। ଯେତେବେଳେ ସରକାର ବଦଳିଯିବେ, ସେତେବେଳେ ଏହି ଘଟଣାର ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯିବ ଏବଂ ଏଥିରେ ବହୁତ ବଡ଼ ବଡ଼ ନେତା ଓ ଲୋକ ଫସିବେ। ଏହି ଆକ୍ରମଣ ପାଇଁ ଷଡଯନ୍ତ୍ର କରାଯାଇଥିଲା ଓ ଭୋଟ୍ ପାଇଁ ଯବାନଙ୍କୁ ମାରିଦିଆଗଲା। ଏହା ପୂର୍ବରୁ କଂଗ୍ରେସ ନେତା ବିକେ ହରିପ୍ରସାଦ ମଧ୍ୟ ପୁଲୱାମା ଆକ୍ରମଣକୁ ନେଇ କହିଥିଲେ ଯେ ପିଏମ ନରେନ୍ଦ୍ର ମୋଦୀ ଏବଂ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମିଶି ଏହି କାଣ୍ଡ କରିଛନ୍ତି। ମହାରାଷ୍ଟ୍ର ନବନିର୍ମାଣ ସେନାର ପ୍ରମୁଖ ରାଜ ଠାକ୍ରେ ପୁଲ୍ଓ୍ବାମା ଆକ୍ରମଣ ଘଟଣାରେ ସରକାରଙ୍କୁ ପ୍ରଶ୍ନ କରିବା ସହିତ ସୁରକ୍ଷା ସଂସ୍ଥା ସମୂହକୁ ଘେରିଥିଲେ। ଫୁଲ୍ଓ୍ବାମା ଆତଙ୍କୀ ଆକ୍ରମଣରେ ୪୦ ଜଣ ଯବାନ ଶହୀଦ୍ ହୋଇଥିଲେ। ଏହି ଆକ୍ରମଣ ପାଇଁ ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିଥିଲା।
ଛତିଶଗଡ଼ରେ ନକ୍ସଲ ହମଲା : ଜଣେ ଯବାନ ସହିଦ
ଛତିଶଗଡ଼ର ନକ୍ସଲ ପ୍ରବଣ ଦାନ୍ତେୱାଡ଼ା ଜିଲ୍ଲାରେ ଗତକାଲି ମାଓବାଦୀମାନେ ଭୟଙ୍କର ଆକ୍ରମଣ କରିଛନ୍ତି। ଏଥିରେ ୬ ଜଣ ଯବାନ୍ ଗୁରୁତର ଆହତ ହୋଇଥିବାବେଳେ ଜଣେ ଯବାନ୍ ଶହୀଦ୍ ହୋଇଛନ୍ତି। ଅରନପୁରାରେ ଚାଲିଥିବା ରାସ୍ତା କାମ ପାଇଁ ୨୩୧ ବାଟାଲିୟନର ସିଆରପିଏଫ୍ ଯବାନମାନେ ଏକ କନଭୟରେ ଯାଉଥିବା ସମୟରେ ଏଭଳି ଆକ୍ରମଣ ହୋଇଛି। ତେବେ କୋଣ୍ଡାପରା ଓ କମଲପୁର ଗାଁ ମଧ୍ୟରେ ଥିବା ଜଙ୍ଗଲ ନିକଟରେ ହିଁ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଗାଡ଼ି ନିକଟରେ ପ୍ରଥମେ ଆଇଇଡି ବିସ୍ଫୋରଣ କରିଥିଲେ। ଯବାନଙ୍କ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଛି। ଏହି ହମ୍ଲାରେ ସିଆରପିଏଫ୍ର ଜଣେ ହେଡ୍ କନଷ୍ଟେବଲ ସହିଦ ହୋଇଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଥିବା ପୁଲିସ୍ ପକ୍ଷରୁ କୁହାଯାଇଛି।
ଛତିଶଗଡ଼ ଜିଲ୍ଲାର ଦନ୍ତେଓ୍ଵାଡ଼ାଠାରେ ମାଓବାଦୀମାନେ ସେଣ୍ଟ୍ରାଲ୍ ରିଜର୍ଭ ପୁଲିସ୍ ଫୋର୍ସଙ୍କ ଉପରକୁ ଆକ୍ରମଣ କରିଛନ୍ତି। ଏହି ମାଓ ଆକ୍ରମଣରେ ୬ ଜଣ ସେଣ୍ଟ୍ରାଲ୍ ରିଜର୍ଭ ପୁଲିସ୍ ଫୋର୍ସ(ସିଆର୍ପିଏଫ୍) ଯବାନ ଆହତ ହୋଇଥିବା ସୂଚନା ରହିଛି। ଆହତମାନଙ୍କୁ ହସ୍ପିଟାଲ୍କୁ ନିଆଯାଇଛି। ମାଓବାଦୀମାନେ ଆକ୍ରମଣ ବେଳେ ଆଇଡି ବ୍ୟବହାର କରିଛନ୍ତି ବୋଲି ସୂଚନା ରହିଛି। ଦନ୍ତେଓ୍ଵାଡାରେ ମାଓବାଦୀମାନେ ଆକ୍ରମଣ କରିବା ପରେ ଏନ୍କାଉଣ୍ଟର୍ ଆରମ୍ଭ ହୋଇଯାଇଛି। ଆହତ ଯବାନଙ୍କ ଭିତରେ ଦୁଇଜଣଙ୍କର ଅବସ୍ଥା ଗୁରୁତର ରହିଛି।