ବେଙ୍ଗାଲୁରୁ : ଭାରତରେ କରୋନା ଦିନକୁ ଦିନ ସଙ୍କଟମୟ ପରସ୍ଥିତି ଆଡକୁ ଗତି କରୁଥିବା ବେଳେ ବିଭିନ୍ନ ମହଲରୁ ସହାୟତାର ସୂଅ ଛୁଟିଛି । ଭାରତୀୟ ଶିଳ୍ପପତି ତଥା ସମାଜସେବୀ ଅଜିମ୍ ପ୍ରେମ୍ଜୀ ପିଏମ୍ କେୟାର ଫଣ୍ଡକୁ ୧୧୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି । ୱିପ୍ରୋ ଲିମିଟେଡ୍, ୱିପ୍ରୋ ଏଣ୍ଟରପ୍ରାଇଜେସ୍ ଏବଂ ଅଜିମ୍ ପ୍ରେମ୍ଜୀ ଫାଉଣ୍ଡେସନ୍ ପକ୍ଷରୁ ମିଳିତ ଭାବରେ ଏହି ଅର୍ଥ ପ୍ରଦାନ କରାଯାଇଛି । ୱିପ୍ରୋ ଲିମିଟେଡ୍ ପକ୍ଷରୁ ୧୦୦ କୋଟି, ୱିପ୍ରୋ ଏଣ୍ଟରପ୍ରାଇଜେସ୍ ପକ୍ଷରୁ ୨୫ କୋଟି ଏବଂ ଅଜିମ୍ ପ୍ରେମ୍ଜୀ ଫାଉଣ୍ଡେସନ୍ ପକ୍ଷରୁ ୧୦୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।
