Categories
ଆଜିର ଖବର

ଆଇଏନଏକ୍ସ ମିଡିଆ ମାମଲା : ଆଜି ଚିଦାମ୍ବରମଙ୍କ ଜାମିନ ଆବେଦନର ଶୁଣାଣି

ନୂଆଦିଲ୍ଲୀ,4/12: ଆଇଏନଏକ୍ସ ମିଡିଆ ମାମଲାରେ ଜେଲରେ ରହିଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ଜାମିନ ମାମଲାର ଆଜି ଶୁଣାଣି ହେବାକୁ ଯାଉଛି । ଆଇଏନଏକ୍ସ ମିଡିଆ ମାମଲାରେ ଇଡି ପକ୍ଷରୁ ଦାୟର କରାଯାଇଥିବା ମାମଲାର ଆଜି ଜାମିନ ଆବେଦନର ଶୁଣାଣି ହେବ । ସକାଳ 10.30ରେ ସୁପ୍ରିମକୋର୍ଟରେ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଜଷ୍ଟିସ୍‌ ଆର ଭାନୁମତୀ, ଏ ଏସ୍‌ ବୋପାନ୍ନା ଏବଂ ହ୍ରିଶିକେଷ ରାୟଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । ଖଣ୍ଡପୀଠ ନଭେମ୍ବର 15ରେ ଏହି ମାମଲାର ରାୟ ସଂରକ୍ଷିତ ରଖିଥିବା ବେଳେ ଆଜି ରାୟ ପ୍ରକାଶ ପାଇବ । ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ 21 ତାରିଖରେ ସିବିଆଇ ପକ୍ଷରୁ ଚିଦାମ୍ବରମଙ୍କୁ ଗିରଫ କରିଥିଲା । (ଏଜେନ୍ସୀ)